Revised Common Lectionary (Semicontinuous)
2 କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି?
କାହିଁକି ସେମାନେ ମନ୍ଦ ଯୋଜନା କରନ୍ତି?
2 ସେମାନଙ୍କ ରାଜା ଓ ନେତାମାନେ ଏକତ୍ରିତ ହୋଇ,
ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ୱାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି।
3 ସେହି ନେତାମାନେ କୁହନ୍ତି,
“ଆସ ଆମ୍ଭେ ପରମେଶ୍ୱର ଓ ତାଙ୍କ ଅଭିଷିକ୍ତ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା।
ଆସ ସେମାନଙ୍କଠାରୁ ଆମ୍ଭର ବନ୍ଧନ ଚ୍ଛିନ୍ନ କରି ମୁକ୍ତ ହୋଇଯିବା।”
4 କିନ୍ତୁ ମୋର ପ୍ରଭୁ ଯିଏକି ‘ସ୍ୱର୍ଗର ରାଜା’
ସେମାନଙ୍କ ଏପରି କଥାକୁ ପରିହାସ କରିବେ।
5-6 କିନ୍ତୁ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧିତ ହୁଅନ୍ତି
ଏବଂ କୁହନ୍ତି, “ମୁଁ ଏହି ବ୍ୟକ୍ତିକୁ ରାଜା ହେବାକୁ ପସନ୍ଦ କରିଛି
ଏବଂ ସେ ସିୟୋନ ପର୍ବତରେ ଶାସନ କରିବ।
ସିୟୋନ ହେଉଛି ମୋର ପବିତ୍ର ପର୍ବତ।”
ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ନେତାମାନଙ୍କୁ ସ୍ଥାପନ କରିଅଛି।
7 ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସେହି ନିୟମ ଘୋଷଣା କରୁଛି।
ସଦାପ୍ରଭୁ ମୋତେ କହିଲେ, “ଆଜିଠାରୁ ମୁଁ ତୁମ୍ଭର ପିତା ହେଲି
ଓ ତୁମ୍ଭେ ମୋର ପୁତ୍ର ହେଲ।
8 ଯଦି ତୁମ୍ଭେ ମୋତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ୟ ଦାନ କରିବି।
ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହେବେ।
9 ତୁମ୍ଭେ ସେହି ରାଜ୍ୟସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି
ଧ୍ୱଂସ କରିଦେଇ ପାରିବ।”
10 ଏଣୁ ହେ ରାଜାଗଣ, ତୁମ୍ଭେ ବୁଦ୍ଧିମାନ ହୁଅ।
ହେ ଶାସକଗଣ, ଏହି କଥାକୁ ଶିକ୍ଷା କର।
11 ପ୍ରଭୁଙ୍କୁ ଭୟର ସହିତ ଭକ୍ତି କର ଓ ମାନ।
12 ଦେଖାଇଦିଅ ଯେ ତୁମ୍ଭେମାନେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ[a] ଅଟ
ତା’ ନ ହେଲେ ସେ କ୍ରୋଧିତ ହେବେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ।
ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ୱାସୀ ସେମାନେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି।
କିନ୍ତୁ ଅନ୍ୟମାନେ ସାବଧାନ ହେବା ଉଚିତ୍ କାରଣ ସଦାପ୍ରଭୁଙ୍କ କ୍ରୋଧର ଶିକାର ସେମାନେ ଯେକୌଣସି ସମୟରେ ଧନ୍ୟ।
20 ଏଲିୟ ଆହାବଙ୍କ ନିକଟକୁ ଗଲେ, ଆହାବ ଏଲିୟଙ୍କୁ କହିଲେ, “ତୁମ୍ଭେ ପୁଣି ମୋତେ ଦେଖା ଦେଲ, ତୁମ୍ଭେ ସର୍ବଦା ମୋର ବିରୁଦ୍ଧରେ ରହିଛ।”
ଏଲିୟ ଉତ୍ତର କଲେ, “ହଁ, ମୁଁ ପୁଣି ତୁମ୍ଭକୁ ଦେଖାଦେଲି, ଯେହେତୁ ତୁମ୍ଭେ ଜୀବନସାରା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରି ଗ୍ଭଲିଛ। 21 ତେଣୁ ସଦାପ୍ରଭୁ କହନ୍ତି, ‘ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରର ପୁଂ ସନ୍ତାନମାନଙ୍କୁ ନିଃଶେଷ କରିବି। 22 ତୁମ୍ଭ ପରିବାରର ଭାଗ୍ୟ ସେହି ଭଳି ହେବ, ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ ସମ୍ପୂର୍ଣ୍ଣ ଧ୍ୱଂସ କରିବି। କାରଣ ତୁମ୍ଭେ ତୁମ୍ଭର ପାପକର୍ମଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଅଛ।’ 23 ଆଉ ସଦାପ୍ରଭୁ କହିଲେ, ‘ତୁମ୍ଭର ପତ୍ନୀ ଈଷେବଲର ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ଯିଷ୍ରିୟେଲ ନଗରର କୁକୁରମାନେ ଖାଇବେ। 24 ଆହାବର ଯେଉଁ ଲୋକ ନଗରରେ ମରିବ, କୁକୁରମାନେ ତାକୁ ଖାଇବେ ଓ ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀମାନେ ତାକୁ ଖାଇବେ।’”
25 ଆହାବ ନିଜର ପତ୍ନୀ ଈଷେବଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ଯେତେ ମନ୍ଦକର୍ମ କଲେ, ସେପରି ଆଉ କେହି କରି ନ ଥିଲେ। 26 ଆହାବ ପ୍ରତିମାଗଣକୁ ଉପାସନା କରି ଇମୋରୀୟମାନଙ୍କ ପରି ଅତିଶୟ ପାପ କଲେ। ତେଣୁ ସଦାପ୍ରଭୁ ସେମାନଙ୍କର ସମସ୍ତ ଭୂମି ନେଇ ଇସ୍ରାଏଲୀୟମାନଙ୍କୁ ଦେଇ ଦେଲେ।
27 ଆହାବ ଏହିକଥା ଶୁଣି ଅତ୍ୟନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ୱରୂପ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।
28 ସଦାପ୍ରଭୁଙ୍କର ଏହି ବାକ୍ୟ ତିଶ୍ବୀୟ ଏଲିୟଙ୍କ ନିକଟରେ ଉପସ୍ଥିତ ହେଲା, 29 “ଆହାବ ତା'ର କୁକର୍ମ ବିଷୟରେ ଅନୁତାପ କରି ମୋ’ ସମ୍ମୁଖରେ ନିଜକୁ ନମ୍ର କଲା। ତୁମ୍ଭେ ଏହା ଦେଖୁଅଛ। ଏହି ହେତୁ ମୁଁ ବର୍ତ୍ତମାନ ତା'ର ଜୀବନରେ କିଛି ଅମଙ୍ଗଳ ଘଟାଇବାକୁ ଯାଉ ନାହିଁ। ତା'ର ପୁତ୍ର ରାଜା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବି ଏବଂ ତା'ପରେ ତା'ର ପରିବାର ପ୍ରତି ବିପର୍ଯ୍ୟୟ ଆଣିବି।”
9 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲେଇ ଆସୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ। ଯେ ସେମାନେ ପର୍ବତ ଉପରେ ଯାହାସବୁ ଦେଖିଲେ ତାହା କାହାରି ଆଗରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁତ୍ଥିତ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତା'ପରେ ସେମାନେ ଲୋକଙ୍କ ଆଗରେ ତାହା ପ୍ରକାଶ କରି ପାରିବେ।
10 ତେଣୁ ଶିଷ୍ୟମାନେ ଯୀଶୁଙ୍କ କଥା ମାନିଲେ ଓ ସେମାନେ ଯାହା ଦେଖିଲେ ତାହା କାହାରି ଆଗରେ ପ୍ରକାଶ କଲେ ନାହିଁ। କିନ୍ତୁ ସେମାନେ କଥାବାର୍ତ୍ତା କରୁଥିଲେ ଯେ, ମୃତ୍ୟୁରୁ ପୁନରୁତ୍ଥିତ ହେବାର ଅର୍ଥ କ’ଣ? 11 ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଏଲିୟ ନିଶ୍ଚିତ ଭାବରେ ପ୍ରଥମେ ଆସିବେ?”
12 ଯୀଶୁ ସେମାନଙ୍କୁ କହିଲେ, “ହଁ, ସେମାନେ ଠିକ୍ କହୁଛନ୍ତି। ସବୁ ବିଷୟ ସୁବ୍ୟବସ୍ଥିତ କରିବାକୁ ନିଶ୍ଚୟ ଏଲିୟ ହିଁ ପ୍ରଥମେ ଆସିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କ ସମ୍ବନ୍ଧରେ ଶାସ୍ତ୍ରରେ କାହିଁକି ଲେଖା ଅଛି ଯେ, ସେ ବହୁତ ଯାତନା ଭୋଗ କରିବେ ଓ ଲୋକେ ତାହାଙ୍କ ସହିତ ତାଚ୍ଛଲ୍ୟପୂର୍ଣ୍ଣ ବ୍ୟବହାର କରିବେ। 13 ମୁଁ ତୁମ୍ଭକୁ କହୁଛି ଯେ ଏଲିୟ ଏବେ ଆସି ସାରିଛନ୍ତି, ଏବଂ ଲୋକମାନେ ଯାହା ଗ୍ଭହିଁଛନ୍ତି ତାହାଙ୍କ ପ୍ରତି ସେଭଳି ଖରାପ ବ୍ୟବହାର କରିଛନ୍ତି। ତାହାଙ୍କ ପ୍ରତି ଏଭଳି ବ୍ୟବହାର କରାଯିବ ବୋଲି ଶାସ୍ତ୍ରରେ ଲେଖା ଅଛି।”
2010 by World Bible Translation Center