Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 2

କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି?
    କାହିଁକି ସେମାନେ ମନ୍ଦ ଯୋଜନା କରନ୍ତି?
ସେମାନଙ୍କ ରାଜା ଓ ନେତାମାନେ ଏକତ୍ରିତ ହୋଇ,
    ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ୱାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି।
ସେହି ନେତାମାନେ କୁହନ୍ତି,
    “ଆସ ଆମ୍ଭେ ପରମେଶ୍ୱର ଓ ତାଙ୍କ ଅଭିଷିକ୍ତ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା।
    ଆସ ସେମାନଙ୍କଠାରୁ ଆମ୍ଭର ବନ୍ଧନ ଚ୍ଛିନ୍ନ କରି ମୁକ୍ତ ହୋଇଯିବା।”

କିନ୍ତୁ ମୋର ପ୍ରଭୁ ଯିଏକି ‘ସ୍ୱର୍ଗର ରାଜା’
    ସେମାନଙ୍କ ଏପରି କଥାକୁ ପରିହାସ କରିବେ।
5-6 କିନ୍ତୁ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧିତ ହୁଅନ୍ତି
ଏବଂ କୁହନ୍ତି, “ମୁଁ ଏହି ବ୍ୟକ୍ତିକୁ ରାଜା ହେବାକୁ ପସନ୍ଦ କରିଛି
    ଏବଂ ସେ ସିୟୋନ ପର୍ବତରେ ଶାସନ କରିବ।
    ସିୟୋନ ହେଉଛି ମୋର ପବିତ୍ର ପର୍ବତ।”
    ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ନେତାମାନଙ୍କୁ ସ୍ଥାପନ କରିଅଛି।

ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସେହି ନିୟମ ଘୋଷଣା କରୁଛି।
ସଦାପ୍ରଭୁ ମୋତେ କହିଲେ, “ଆଜିଠାରୁ ମୁଁ ତୁମ୍ଭର ପିତା ହେଲି
    ଓ ତୁମ୍ଭେ ମୋର ପୁତ୍ର ହେଲ।
ଯଦି ତୁମ୍ଭେ ମୋତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ୟ ଦାନ କରିବି।
    ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହେବେ।
ତୁମ୍ଭେ ସେହି ରାଜ୍ୟସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି
    ଧ୍ୱଂସ କରିଦେଇ ପାରିବ।”

10 ଏଣୁ ହେ ରାଜାଗଣ, ତୁମ୍ଭେ ବୁଦ୍ଧିମାନ ହୁଅ।
    ହେ ଶାସକଗଣ, ଏହି କଥାକୁ ଶିକ୍ଷା କର।
11 ପ୍ରଭୁଙ୍କୁ ଭୟର ସହିତ ଭକ୍ତି କର ଓ ମାନ।
12 ଦେଖାଇଦିଅ ଯେ ତୁମ୍ଭେମାନେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ[a] ଅଟ
    ତା’ ନ ହେଲେ ସେ କ୍ରୋଧିତ ହେବେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ।
ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ୱାସୀ ସେମାନେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି।
    କିନ୍ତୁ ଅନ୍ୟମାନେ ସାବଧାନ ହେବା ଉଚିତ୍ କାରଣ ସଦାପ୍ରଭୁଙ୍କ କ୍ରୋଧର ଶିକାର ସେମାନେ ଯେକୌଣସି ସମୟରେ ଧନ୍ୟ।

ଯାତ୍ରାପୁସ୍ତକ 6:2-9

ପରମେଶ୍ୱର ମୋଶାଙ୍କୁ କହିଲେ, ଆମ୍ଭେ ଯିହୋବାଃ। “ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବକୁ ଦର୍ଶନ ଦେଇଥିଲୁ। ସେମାନେ ଆମ୍ଭଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି କହିଥିଲେ। ସେମାନେ ଆମ୍ଭର ନାମ ସଦାପ୍ରଭୁ ବୋଲି ଜାଣି ନ ଥିଲେ। ଆମ୍ଭେ ସେମାନଙ୍କ ସହିତ ଚୁକ୍ତି କରିଥିଲୁ ଏବଂ ଆମ୍ଭେ ସେମାନଙ୍କୁ କିଣାନ ଦେଶ ଦେବା ପାଇଁ ସେମାନଙ୍କଠାରେ ପ୍ରତିଜ୍ଞା କରିଥିଲୁ। ସେମାନେ ସେଠାରେ ବାସ କରୁଥିଲେ କିନ୍ତୁ ସେ ଦେଶ ସେମାନଙ୍କର ନ ଥିଲା। ବର୍ତ୍ତମାନ ଇସ୍ରାଏଲୀୟମାନଙ୍କର ଆର୍ତ୍ତ ଚିତ୍କାର ଆମ୍ଭେ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରବାସୀମାନେ କିପରି ସେମାନଙ୍କୁ କ୍ରୀତଦାସ କରିଅଛନ୍ତି। ଏବଂ ଆମ୍ଭେ ଆମ୍ଭର ଚୁକ୍ତି ମନେ ରଖିଅଛୁ। ତେଣୁ ଇସ୍ରାଏଲୀୟ ଲୋକମାନଙ୍କୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭେମାନେ ମିଶରବାସୀମାନଙ୍କର ଆଉ ଦାସ ହୋଇ ରହିବ ନାହିଁ। ଆମ୍ଭେ ଆମ୍ଭର ମହାନ ଶକ୍ତି ପ୍ରୟୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦେବା। ଏହା ପରେ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ କବଳରୁ ରକ୍ଷା କରିବା। ତୁମ୍ଭେମାନେ ଆମ୍ଭର ଲୋକ ହେବ। ଏବଂ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା। ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ। ଏବଂ ତୁମ୍ଭେ ଜାଣିବ ଯେ, ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କ ଦାଉରୁ ରକ୍ଷା କରିବା। ଆମ୍ଭେ ଅବ୍ରହାମ, ଇ‌ସ୍‌ହାକ ଏବଂ ଯାକୁବଙ୍କ ସହ ମହତ୍ ପ୍ରତିଜ୍ଞା କରିଅଛୁ। ଆମ୍ଭେ ପ୍ରତିଜ୍ଞା କରିଅଛୁ ତୁମ୍ଭମାନଙ୍କୁ ସେହି ଭୂମି ଦେବା ପାଇଁ। ଏବଂ ତୁମ୍ଭମାନଙ୍କୁ ସେହି ଭୂମିକୁ ନେଇଯିବାକୁ। ଏହା ତୁମ୍ଭମାନଙ୍କର ହେବ। ଆମ୍ଭେ ସଦାପ୍ରଭୁ ଅଟୁ।”’

ତେଣୁ ମୋଶା ଏହିସବୁ ଘଟଣା ଇସ୍ରାଏଲର ଲୋକମାନଙ୍କୁ କହିଲେ। କିନ୍ତୁ ଲୋକମାନେ ତାଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ। ସେମାନଙ୍କର ଉତ୍ସାହ ଭାଙ୍ଗି ପଡ଼ିଲା। ଏବଂ ସେମାନେ ଏତେ କଠିନ ପରିଶ୍ରମ କରୁଥିଲେ ଯେ ମୋଶାଙ୍କର କଥା ଶୁଣିବା ପାଇଁ ତାଙ୍କର ଆଉ ଧୈର୍ଯ୍ୟ ନ ଥିଲା।

ଏବ୍ରୀ 8:1-7

ଯୀଶୁ ଆମ୍ଭର ମହାଯାଜକ

ଆମ୍ଭେ ଯାହାକିଛି କହୁଛୁ, ତା'ର ସାରମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗର ପରମେଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି। ଆମ୍ଭର ମହାଯାଜକ ମହାପବିତ୍ର ସ୍ଥାନ[a]ରେ ସେବା କାର୍ଯ୍ୟ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ ସେହି ଉପାସନା ସ୍ଥଳରେ ସେବା କରନ୍ତି।

ପରମେଶ୍ୱରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରତ୍ୟେକ ମହାଯାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାଯାଜକ ମଧ୍ୟ ପରମେଶ୍ୱରଙ୍କୁ କିଛି ଉତ୍ସର୍ଗ କରିବା କଥା। ଯଦି ଆମ୍ଭର ମହାଯାଜକ ପୃଥିବୀରେ ଏବେ ଜୀବିତ ଥାଆନ୍ତେ, ତା'ହେଲେ ସେ ଯାଜକ ହୋଇ ପାରି ନ ଥା’ନ୍ତେ। ମୋର କହିବାର କାରଣ ବ୍ୟବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି। ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ[b] ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।”(A) କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହୋଇଛି ତାହା ସେହି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକାରେ, ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।

ଯଦି ପ୍ରଥମ ନିୟମରେ କୌଣସି ଦୋଷ ନ ଥା’ନ୍ତା ତା'ହେଲେ ସେଠାରେ ଦ୍ୱିତୀୟ ନିୟମର ଆବଶ୍ୟକତା ନ ଥା’ନ୍ତା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center