Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:105-112

ନୂନ୍

105 ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ,
    ଓ ମୋର ପଥ ପାଇଁ ଆଲୋକ ଅଟେ।
106 ତୁମ୍ଭର ବିଗ୍ଭର ଉତ୍ତମ
    ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107 ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି।
    ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108 ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର।
    ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109 ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ,
    କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110 ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111 ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି।
    ଏହା ମୋତେ ବହୁ ଆନନ୍ଦ ଦିଏ।
112 ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି,
    ତାହା ମୋର ପୁରସ୍କାର ହେବ।

ରାଜାବଳୀର ଦ୍ୱିତୀୟ ପୁସ୍ତକ 22:3-20

ମନ୍ଦିର ମରାମତି ପାଇଁ ଯୋଶିୟଙ୍କ ଆଦେଶ

ଯୋଶିୟ ତାଙ୍କ ରାଜତ୍ୱର ଅଷ୍ଟାଦଶ ବର୍ଷରେ ମଶୁଲ୍ଲମର ପୌତ୍ର, ଅ‌ତ୍‌ସଲିୟର ପୁତ୍ର ଶାଫନ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ। “ତୁମ୍ଭେ ମହାଯାଜକ ହି‌ଲ୍‌‌‌କିୟ ନିକଟକୁ ଯାଅ, ତାଙ୍କୁ କୁହ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଯେଉଁ ମୁଦ୍ରା ଦ୍ୱାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରୁଛନ୍ତି, ସେ ମୁଦ୍ରା ଏଠିକି ଆଣ। ସେ ସେହି ମୁଦ୍ରାକୁ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ ଶ୍ରମିକମାନଙ୍କୁ ମଜୁରୀ ଦିଅନ୍ତୁ। ଆଉ ମଧ୍ୟ ସେ ମନ୍ଦିର ମରାମତିରେ ତତ୍ତ୍ୱବଧାରକ ଯାଜକ ମୁଦ୍ରା ଦିଅନ୍ତୁ। ସେହି ମୁଦ୍ରାକୁ ବଢ଼େଇ, ରାଜମିସ୍ତ୍ରି ଓ ପ୍ରସ୍ତର ଖୋଦନକାରୀଙ୍କୁ ଦେବାରେ ବ୍ୟବହାର କରନ୍ତୁ। ପୁଣି ମନ୍ଦିର ପୁନଃନିର୍ମାଣରେ ବ୍ୟବହୃତ କାଠ ଓ ଖୋଦିତ ପଥର କିଣିବାରେ ସେହି ମୁଦ୍ରାକୁ ବିନିଯୋଗ କରନ୍ତୁ। ସେହି କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଯେଉଁ ମୁଦ୍ରା ଦିଆଗଲା ତା'ର ହିସାବ ରଖାଗଲା ନାହିଁ, କାରଣ ସେମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ।”

ବ୍ୟବସ୍ଥା ପୁସ୍ତକ ମନ୍ଦିରରୁ ପ୍ରାପ୍ତ

ସେତେବେଳେ ମହାଯାଜକ ହି‌ଲ୍‌‌‌କିୟ ଶାଫନ୍ ସମ୍ପାଦକଙ୍କୁ କହିଲା, “ଦେଖ, ଆମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ଏହି ବ୍ୟବସ୍ଥା ପୁସ୍ତକ ପାଇଅଛୁ।” ତା'ପରେ ଶାଫନ୍ ସେହି ପୁସ୍ତକ ପାଠ କଲେ।

ଏହା ପରେ ଶାଫନ୍ ସମ୍ପାଦକ ରାଜା ଯୋଶିୟଙ୍କ ନିକଟକୁ ଆସିଲା ଓ ରାଜାଙ୍କୁ ସମ୍ବାଦ ଦେଲା, “ଆପଣଙ୍କ ସେବକମାନେ ମନ୍ଦିରରୁ ପ୍ରାପ୍ତ ସମସ୍ତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା କର୍ମକାରୀମାନଙ୍କୁ ଓ ତତ୍ତ୍ୱାବଧାରକମାନଙ୍କୁ ପ୍ରଦାନ କରିଅଛନ୍ତି।” 10 ତା'ପରେ ଶାଫନ୍ ଲେଖକ ରାଜାଙ୍କୁ କହିଲେ, “ମହାଯାଜକ ହି‌ଲ୍‌‌‌କିୟ ଏହି ପୁସ୍ତକ ମୋତେ ଦେଇଛନ୍ତି।” ତା'ପରେ ଶାଫନ୍ ରାଜାଙ୍କ ସାକ୍ଷାତରେ ତାହା ପାଠ କଲା।

11 ଏଥିରେ ରାଜା ସେହି ବ୍ୟବସ୍ଥା ପୁସ୍ତକର ବାକ୍ୟ ଶ୍ରବଣ କରି ଆପଣା ଦୁଃଖ ଓ ବ୍ୟସ୍ତତା ଜଣାଇବାକୁ ବସ୍ତ୍ର ଚିରିଲେ। 12 ତା'ପରେ ରାଜା ହି‌ଲ୍‌‌‌କିୟ ଯାଜକକୁ, ଶାଫ‌ନ୍‌ର ପୁତ୍ର ଅହୀକାମକୁ, ମିଖାୟର ପୁତ୍ର ଅ‌କ୍‌ବୋରକୁ, ଶାଫନ୍ ସମ୍ପାଦକ ଓ ଅସାୟ ନାମକ ରାଜ ଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ। 13 ରାଜା ଯୋଶିୟ କହିଲେ, “ତୁମ୍ଭେମାନେ ଯାଅ, ସଦାପ୍ରଭୁଙ୍କୁ ପଗ୍ଭର ମୋ’ ପାଇଁ, ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ କ’ଣ କରିବୁ। ଏହି ପୁସ୍ତକ ବିଷୟରେ ପଗ୍ଭର। ପରମେଶ୍ୱର ଆମ୍ଭ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇଛନ୍ତି। କାରଣ ଏହି ପୁସ୍ତକରେ ଆମ୍ଭ ପାଇଁ ଯେପରି ଲେଖା ଥିଲା, ଆମ୍ଭର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇ ନ ଥିଲେ।”

ଯୋଶିୟ ଓ ଭବିଷ୍ୟ‌ଦ୍‌ବକ୍ତା ହୁଲଦା

14 ଏଣୁ ହି‌ଲ୍‌‌‌କିୟ ଯାଜକ, ଅହୀକାମ୍, ଅ‌କ୍‌ବୋର, ଶାଫନ ଓ ଅସାୟ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତି‌କ୍‌ବର ପୁତ୍ର ଶଲ୍ଲୁମର ଭାର୍ଯ୍ୟା ହୁଲଦା ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଗଲେ। ଯିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ଯିରୁଶାଲମର ଦ୍ୱିତୀୟ କୋଠରୀରେ ବାସ କରୁଥିଲା। ସେମାନେ ତା’ ସହିତ କଥାବାର୍ତ୍ତା ହେଲେ।

15 ତା'ପରେ ହୁଲଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲା ତାହାକୁ କୁହ। 16 ‘ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ୟ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା। 17 କାରଣ ଯିହୁଦାର ଲୋକମାନେ ମୋତେ ପରିତ୍ୟାଗ କରିଛନ୍ତି। ସେମାନେ ଅନ୍ୟ ଦେବତାଗଣଙ୍କ ପାଦରେ ଧୂପ ଜଳାଇଛନ୍ତି। ସେମାନେ ବହୁତ ପ୍ରତିମା ତିଆରି କରିଛନ୍ତି ଓ ମୋତେ ଅତି କ୍ରୋଧ କରାଇଛନ୍ତି। ତେଣୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧାଗ୍ନି ପ୍ରଜ୍ୱଳିତ ହେବ ଓ ତାହା କେବେ ନିର୍ବାପିତ ହେବ ନାହିଁ।’

18-19 “ଯିହୁଦାର ରାଜା ଯୋଶିୟ ସଦାପ୍ରଭୁଙ୍କୁ ପଗ୍ଭରିବାକୁ ତୁମ୍ଭମାନଙ୍କୁ ପଠାଇଲେ। ତୁମ୍ଭେ ତାଙ୍କୁ କୁହ, ‘ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଏହିକଥା କହନ୍ତି, ଯାହା ତୁମ୍ଭେ ପୁସ୍ତକରୁ ପଢ଼ି ଶୁଣିଛ, ମୋର ବାକ୍ୟଗୁଡ଼ିକ ଏହି ସ୍ଥାନ ଓ ଏହାର ନିବାସୀମାନଙ୍କ ବିଷୟରେ ଥିଲା। ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନରେ ଘଟିବ। ଏହା ଶୁଣି ତୁମ୍ଭର ହୃଦୟ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମୋ’ ଛାମୁରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି। 20 ତେଣୁ ଆମ୍ଭେ ତୁମ୍ଭଙ୍କୁ ତୁମ୍ଭ ପୂର୍ବପୁରୁଷଙ୍କ ନିକଟକୁ ଆଣିବା। ତୁମ୍ଭେ ଶାନ୍ତିରେ ସେମାନଙ୍କ ସହିତ କବରରେ ସଂଗୃହୀତ ହେବ। ତୁମ୍ଭେ ଭୟଙ୍କର କ୍ଳେଶ ଦେଖିବ ନାହିଁ। କାରଣ ମୁଁ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଆଣିବାକୁ ଯାଉଛି।’”

ଏହା ପରେ ସେମାନେ ପୁନର୍ବାର ରାଜାଙ୍କୁ ଏହି ସମାଗ୍ଭର ଦେଲେ।

ରୋମୀୟଙ୍କ ପ୍ରତି ପତ୍ର 11:2-10

ସେମାନେ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ବାଛିଥିଲେ। ପରମେଶ୍ୱର ସେମାନଙ୍କୁ ତ୍ୟାଗ କରି ନାହାନ୍ତି। ଏଲିୟ ଯେତେବେଳେ ପରମେଶ୍ୱରଙ୍କଠାରେ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟରେ ଶାସ୍ତ୍ର ଯାହା କୁହେ, ତୁମ୍ଭେ ଜାଣିଛ? ଏଲିୟ କହିଥିଲେ: “ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ଯଜ୍ଞବେଦୀ ସବୁ ଭାଙ୍ଗିଛନ୍ତି। କେବଳ ମୁଁ ଜଣେ ଭବିଷ୍ୟ‌ଦ୍‌ବକ୍ତା ବଞ୍ଚିଛି, ସେମାନେ ମୋତେ ମଧ୍ୟ ମାରି ଦେବା ପାଇଁ ଚେଷ୍ଟା କରୁଛନ୍ତି।”(A) କିନ୍ତୁ ତାହାଙ୍କୁ ପରମେଶ୍ୱରଙ୍କର ଉତ୍ତର କ’ଣ ଥିଲା? “ବାଆଲ ଆଗରେ ଆଣ୍ଠୁମାଡ଼ି ନ ଥିବା ସାତହଜାର ଲୋକଙ୍କୁ ଏବେ ମଧ୍ୟ ମୁଁ ନିଜ ପାଇଁ ରଖିଛି।”(B)

ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ବଛା ଯାଇଥିବା ଏବେ ମଧ୍ୟ କେତେକ ଲୋକ ଅଛନ୍ତି। ଯଦି ପରମେଶ୍ୱର ଅନୁଗ୍ରହ ହେତୁ ସେମାନଙ୍କୁ ମନୋନୀତ କରିଛନ୍ତି, ତା'ହେଲେ ଲୋକମାନେ ନିଜେ କରିଥିବା କାର୍ଯ୍ୟ ହେତୁ ପରମେଶ୍ୱରଙ୍କ ଲୋକ ହୋଇ ନାହାନ୍ତି। ଯଦି କାର୍ଯ୍ୟ ଦ୍ୱାରା ତାହା ହେଇଥା’ନ୍ତା ତେବେ ଅନୁଗ୍ରହର କ’ଣ ବା ଅର୍ଥ ହେବ? ତା'ହେଲେ କ’ଣ ହେଲା?

ଇସ୍ରାଏଲର ଲୋକେ ଯାହା ପାଇଁ ପରମେଶ୍ୱରଙ୍କଠାରେ ଧାର୍ମିକ ହେବା ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ଼ ହୋଇ ପରମେଶ୍ୱରଙ୍କ କଥା ଶୁଣିବା ପାଇଁ ମନା କଲେ। ଶାସ୍ତ୍ରରେ ଯେପରି ଲେଖା ଅଛି:

“ପରମେଶ୍ୱର ଲୋକମାନଙ୍କୁ ଜଡ଼ତାର ଆତ୍ମାଦେଲେ।”(C)

“ସେମାନେ ସତ୍ୟକୁ ଦେଖି ନ ପାରନ୍ତି ସେଥିପାଇଁ ପରମେଶ୍ୱର ସେମାନଙ୍କର ଆଖି ବନ୍ଦ କରିଦେଲେ,
    ସେମାନେ ସତ୍ୟକୁ ଶୁଣି ନ ପାରନ୍ତୁ ସେଥିପାଇଁ ପରମେଶ୍ୱର ସେମାନଙ୍କର କାନ ବନ୍ଦ କରିଦେଲେ।
ଏହି ଦଶା ଏବେ ସୁଦ୍ଧା ଲାଗି ରହିଛି।”(D)

ଦାଉଦ କୁହନ୍ତି:

“ସେ ଲୋକମାନେ ନିଜର ଭୋଜନରେ ଚ୍ଛନ୍ଦି ଓ ବାନ୍ଧି ହୋଇ ଯାଆନ୍ତୁ,
    ତାହାଙ୍କର ପତନ ହେଉ ଓ ସେମାନଙ୍କୁ ଦଣ୍ଡ ମିଳୁ।
10 ସେମାନଙ୍କର ଆଖି ସତ୍ୟକୁ ଦେଖି ନ ପାରିବା ପାଇଁ ବନ୍ଦ ହୋଇଯାଉ।
    ସର୍ବଦା ପାଇଁ ସେମାନଙ୍କର ଅଣ୍ଟା ନଇଁ ପଡ଼ୁ।”(E)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center