Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 58:1-9

ପରମେଶ୍ୱରଙ୍କ ଅନୁଗାମୀ ହେବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯିବ

58 ଉଚ୍ଚସ୍ୱରରେ ଘୋଷଣା କର, ସ୍ୱର କ୍ଷୀଣ କର ନାହିଁ।
    ତୂରୀପରି ଚିତ୍କାର କର।
ଆମ୍ଭ ଲୋକମାନଙ୍କୁ ସେମାନଙ୍କର ଅଧର୍ମ ବିଷୟରେ
    ଓ ଯାକୁବ ବଂଶକୁ ସେମାନଙ୍କ ପାପ ସମ୍ବନ୍ଧରେ ଜଣାଅ।
ତାହାହେଲେ ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରିବେ
    ଓ ମୋର ପଥ ବିଷୟରେ ଜାଣିବାକୁ ଚେଷ୍ଟା କରିବେ।
ଯେଉଁ ଗୋଷ୍ଠୀୟ ଲୋକେ ପୂଜା କର୍ମ କରିଛନ୍ତି
    ଓ ନିଜର ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି,
ସେମାନଙ୍କ ପରି ସେମାନେ ପୂଜାବିଧାନ ବିଷୟ ଆମ୍ଭକୁ ପଗ୍ଭରନ୍ତି
    ଓ ପରମେଶ୍ୱରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।

ସେମାନେ କୁହନ୍ତି, “ଆମ୍ଭେ ତୁମ୍ଭକୁ ଭକ୍ତି କରିବା ପାଇଁ ଉପବାସ କରିଅଛୁ, ମାତ୍ର ତୁମ୍ଭେ କାହିଁକି ଦୃଷ୍ଟି କରୁ ନାହଁ? ଆମ୍ଭେମାନେ କାହିଁକି ଆପଣା ପ୍ରାଣକୁ କ୍ଳେଶ ଦେଇଅଛୁ ଓ ତୁମ୍ଭେ ମନୋଯୋଗ କରୁ ନାହଁ?”

ମାତ୍ର ସଦାପ୍ରଭୁ କୁହନ୍ତି, “ଦେଖ, ତୁମ୍ଭେମାନେ ନିଜର ସୁଖପାଇଁ ଉପବାସ ଦିନ ଉପବାସ କରିଅଛ ଓ ବଳପୂର୍ବକ ନିଜର ଦାସମାନଙ୍କୁ କଷ୍ଟ ଦେଇଅଛ। ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ ଏବଂ ଦୁଷ୍ଟତାରୂପକ ସୃଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ। ଆମ୍ଭର ପ୍ରଶଂସା ଗାନ ଯେପରି ଊର୍ଦ୍ଧ୍ୱରେ ଶୁଣାଯିବ, ସେଥିପାଇଁ ତୁମ୍ଭେମାନେ ଉପବାସ କରୁ ନାହଁ। ମନୁଷ୍ୟ ଏହି ପ୍ରକାର ଉପବାସଦ୍ୱାରା ନିଜର ପ୍ରାଣକୁ କ୍ଳେଶ ଦେଉ, ଆମ୍ଭେ କ’ଣ ଏହି ପ୍ରକାର ଦିନ ମନୋନୀତ କରିଅଛୁ? ପୁଣି ନଳବୃକ୍ଷ ପରି ମୁଣ୍ଡ ନୁଆଁଇ, ଚଟବସ୍ତ୍ର ପରିଧାନ କରି ଓ ଭସ୍ମ ତଳେ ବିଛାଇ ତା'ଉପରେ ବସିଲେ ସଦାପ୍ରଭୁ ସେପ୍ରକାର ଉପବାସ ଦିନକୁ ଗ୍ରହଣ କରିବେ ବୋଲି ତୁମ୍ଭେ କହିବ?

“ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ଯୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦେବାର ଓ ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ? ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦେବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ନିଜକୁ ନ ଲୁଗ୍ଭଇବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ?”

ଏହାକଲେ ଅରୁଣସଦୃଶ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ। ପୁଣି ତୁମ୍ଭର ‘ଧର୍ମ’ ତୁମ୍ଭର ସମ୍ମୁଖବର୍ତ୍ତୀ ହେବ ଓ ସଦାପ୍ରଭୁଙ୍କର ମହିମା ତୁମ୍ଭର ପଶ୍ଚା‌ତ୍‌ବର୍ତ୍ତୀ ହେବ। ସେତେବେଳେ ତୁମ୍ଭେ ସଦାପ୍ରଭୁଙ୍କୁ ଡାକିବ ଓ ସେ ଉତ୍ତର ଦେବେ। ତୁମ୍ଭେ ଆର୍ତ୍ତସ୍ୱରରେ କହିବ, ଆଉ ସେ ଉତ୍ତର ଦେବେ, “ଆମ୍ଭେ ଏଠାରେ ଉପସ୍ଥିତ ଅଛୁ।”

ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜନ ଓ ଅଧର୍ମ ବାକ୍ୟ ଦୂର କର

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 58:9-12

ସେତେବେଳେ ତୁମ୍ଭେ ସଦାପ୍ରଭୁଙ୍କୁ ଡାକିବ ଓ ସେ ଉତ୍ତର ଦେବେ। ତୁମ୍ଭେ ଆର୍ତ୍ତସ୍ୱରରେ କହିବ, ଆଉ ସେ ଉତ୍ତର ଦେବେ, “ଆମ୍ଭେ ଏଠାରେ ଉପସ୍ଥିତ ଅଛୁ।”

ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜନ ଓ ଅଧର୍ମ ବାକ୍ୟ ଦୂର କର 10 ପୁଣି ଯଦି ତୁମ୍ଭେ କ୍ଷୁଧିତକୁ ତୁମ୍ଭର ଖାଦ୍ୟ ଦେଇଥିବ ଓ ଦୁଃଖିତର ପ୍ରାଣକୁ ତୃପ୍ତ କରିଥିବ ତେବେ ତୁମ୍ଭେ ଅନ୍ଧକାରରେ ଦୀପ୍ତିମାନ ହେବ ଏବଂ ତୁମ୍ଭ ଗ୍ଭରିଦିଗରେ ଥିବା ଗାଢ଼ ଅନ୍ଧକାର ଦ୍ୱିପହରର ସୂର୍ଯ୍ୟ ପରି ଦେଖାଯିବ।

11 ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ ସର୍ବଦା ବାଟ କଢ଼ାଇ ନେବେ। ମରୁଭୂମିରେ ତୁମ୍ଭର ଅଭାବ ତୃପ୍ତ କରିବେ। ସେ ତୁମ୍ଭର ଅସ୍ଥିଗୁଡ଼ିକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳସିକ୍ତ ଉଦ୍ୟାନତୁଲ୍ୟ କିମ୍ବା ଜଳପୂର୍ଣ୍ଣ ଝରଣା ସଦୃଶ ହେବ।

12 ପୁଣି ତୁମ୍ଭ ବଂଶୀୟ ଲୋକେ ପୁରାତନ ଧ୍ୱଂସ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ, ତୁମ୍ଭେ ପୂର୍ବକାଳର ଭିତ୍ତିମୂଳ ଉପରେ ନିର୍ମାଣ କରିବ। “ପୁଣି ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।”

ଗୀତସଂହିତା 112:1-9

112 ସଦାପ୍ରଭୁଙ୍କର ପ୍ରଶଂସା କର।

ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
    ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
    ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
ସେହି ଲୋକର ପରିବାର ଧନଶାଳୀ ହେବେ
    ଏବଂ ତା'ର ଧର୍ମ ଚିରକାଳସ୍ଥାୟୀ ହେବ।
ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
    ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
    କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
ସେହି ଲୋକ କଦାପି ବିଚଳିତ ହେବ ନାହିଁ।
    ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
    ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
ସେହି ଲୋକ ସୁସ୍ଥିର ଥାଏ।
    ସେ କେବେ ଭୟ କରେ ନାହିଁ।
    ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
    ତା'ର ଧର୍ମ ଏକ। ଚିରକାଳସ୍ଥାୟୀ।
    ସେ ବିଜୟ ଏବଂ ସମ୍ମାନ ପାଇବ।

ଗୀତସଂହିତା 112:10

10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
    ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
    ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:1-12

କ୍ରୁଶବିଦ୍ଧ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ବାର୍ତ୍ତା

ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିଥିଲି, ସେତେବେଳେ ପରମେଶ୍ୱରଙ୍କ ସତ୍ୟ ବିଷୟରେ କହିଥିଲି। କିନ୍ତୁ ମୁଁ କୌଣସି ବାକ୍‌ଗ୍ଭତୁରୀ ବା ଜ୍ଞାନର କଥା କହି ନ ଥିଲି। କାରଣ ସ୍ଥିର କରିଥିଲି ଯେ ତୁମ୍ଭ ସହିତ ଥିବା ସମୟରେ, ମୁଁ ଯୀଶୁ ଖ୍ରୀଷ୍ଟ ଓ କ୍ରୁଶରେ ତାହାଙ୍କ ମୃତ୍ୟୁ ଭୋଗ ବ୍ୟତୀତ, ଅନ୍ୟସବୁ କଥା ଭୁଲିଯିବି। ଏଣୁ ମୁଁ ଦୁର୍ବଳ ଓ ଭୟରେ ଥରି ଥରି ସେଠାକୁ ଆସିଥିଲି। ମୋର କଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମୋହର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ। ତୁମ୍ଭ ବିଶ୍ୱାସ ମନୁଷ୍ୟର ଜ୍ଞାନର ନ ହୋଇ ପରମେଶ୍ୱରଙ୍କ ଶକ୍ତିରେ ହେଉ, ସେଥିପାଇଁ ମୁଁ ଏପରି କଲି।

ପରମେଶ୍ୱରଙ୍କ ଜ୍ଞାନ

ଯେଉଁମାନେ ଅଭିଜ୍ଞ ଆମ୍ଭେ ସେହିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ଯୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି। କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହେବା ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ୱର ଏହି ଜ୍ଞାନର ଯୋଜନା କରିଥିଲେ। ଏହି ଜଗତର କୌଣସି ନେତା ଏହାକୁ ବୁଝି ପାରିଲେ ନାହିଁ। ଯଦି ସେମାନେ ବୁଝି ଥାଆନ୍ତେ, ତାହାହେଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶବିଦ୍ଧ କରି ମାରି ନ ଥା’ନ୍ତେ। କିନ୍ତୁ ଶାସ୍ତ୍ରମାନଙ୍କରେ ଏହିପରି ଲେଖା ଅଛି:

“କୌଣସି ଆଖି ଦେଖି ନାହିଁ।
    କୌଣସି କାନ ଶୁଣି ନାହିଁ।
କେହିହେଲେ କଳ୍ପନା କରି ନାହିଁ;
    ଯେ, ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକଙ୍କ ପାଇଁ ପରମେଶ୍ୱର କ’ଣ ପ୍ରସ୍ତୁତ କରି ରଖିଛନ୍ତି।”(A)

10 କିନ୍ତୁ ପରମେଶ୍ୱର ଆତ୍ମାଙ୍କ ମାଧ୍ୟମରେ ଏହି ନିଗୂଢ଼ ବିଷୟମାନ ଆମକୁ ଦେଖାଇ ଦେଇଛନ୍ତି।

ଆତ୍ମା ସବୁ ଜାଣନ୍ତି। ସେ ପରମେଶ୍ୱରଙ୍କର ଅତି ଗୋପନୀୟ କଥା ମଧ୍ୟ ଜାଣନ୍ତି। 11 କୌଣସି ମନୁଷ୍ୟ ଏକ ମନୁଷ୍ୟର ମନକଥା ଜାଣିପାରେ ନାହିଁ। କେବଳ ମଣିଷ ଭିତରେ ଥିବା ଆତ୍ମା ତା'ର ମନକଥା ଜାଣି ପାରନ୍ତି। ସେହିଭଳି ପରମେଶ୍ୱରଙ୍କ ମନକଥା ତାଙ୍କରି ଆତ୍ମା ବ୍ୟତୀତ କିଏ ଜାଣି ପାରିବ? 12 ଆମ୍ଭେ ଜଗତର ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:13-16

13 ସେ ଗୁଡ଼ିକୁ କହିଲା ବେଳେ ମନୁଷ୍ୟର କଳ୍ପିତ ଜ୍ଞାନର ବାକ୍ୟ କହୁ ନାହୁଁ, ବରଂ ଆମ୍ଭେ ଆତ୍ମା ଦ୍ୱାରା ଶିଖିଥିବା ବାକ୍ୟ କହୁ। ଆମ୍ଭେ ଆତ୍ମିକ ବିଷୟ ବୁଝାଇବା ପାଇଁ ପବିତ୍ରଆତ୍ମାଙ୍କ ବାକ୍ୟ ବ୍ୟବହାର କରୁ। 14 ଯେଉଁ ଲୋକ ଆଧ୍ୟାତ୍ମିକ ନୁହେଁ, ସେ ପରମେଶ୍ୱରଙ୍କ ଆତ୍ମିକ ସତ୍ୟଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟ ଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ୟଗୁଡ଼ିକୁ ବୁଝିପାରେ ନାହିଁ, କାରଣ ସେଗୁଡ଼ିକୁ କେବଳ ଆଧ୍ୟାତ୍ମିକ ଭାବରେ ବିଗ୍ଭର କରି ହେବ। 15 କିନ୍ତୁ ଜଣେ ଆଧ୍ୟାତ୍ମିକ ଲୋକ ପ୍ରତ୍ୟେକ ବିଷୟର ଉଚିତ୍ ମୂଲ୍ୟାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ୱାରା ବିଗ୍ଭରିତ ହୋଇ ପାରିବ ନାହିଁ। 16 ଶାସ୍ତ୍ର କୁହେ:

“ପ୍ରଭୁଙ୍କ ମନ କିଏ ଜାଣି ଅଛି?
    କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?”(A)

କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ।

ମାଥିଉ ଲିଖିତ ସୁସମାଗ୍ଭର 5:13-20

ତୁମ୍ଭେମାନେ ଲୁଣ ଓ ଆଲୋକ ପରି

(ମାର୍କ 9:50; 4:21; ଲୂକ 14:34-35; 8:16)

13 “ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ।

14 “ତୁମ୍ଭେ ଜଗତର ଆଲୋକ। ପାହାଡ଼ ଉପରେ ଅବସ୍ଥିତ କୌଣସି ନଗରକୁ କେବେ ହେଲେ ଲୁଚେଇ ରଖାଯାଇ ପାରିବ ନାହିଁ। 15 ଲୋକେ ଦୀପଟିଏ ଜଳେଇ ତାକୁ ହାଣ୍ଡି ତଳେ ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ଦ୍ୱାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ। 16 ଲୋକଙ୍କ ଆଗରେ ତୁମ୍ଭେମାନେ ଆଲୋକ ଭଳି ପ୍ରକାଶିତ ହୁଅ। ସେମାନେ ତୁମ୍ଭର ଭଲ କାମଗୁଡ଼ିକ ଦେଖନ୍ତୁ ଓ ସ୍ୱର୍ଗରେ ରହୁଥିବା ତୁମ୍ଭ ପରମପିତାଙ୍କୁ ପ୍ରଶଂସା ଗାନକରନ୍ତୁ।

ଯୀଶୁ ଓ ପୁରାତନ ନିୟମର ଲେଖାସମୁହ

17 “ତୁମ୍ଭେମାନେ ଭାବ ନାହିଁ ଯେ ମୁଁ ମୋଶାଙ୍କ ବ୍ୟବସ୍ଥା କିଅବା ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସେମାନଙ୍କ ଉପଦେଶ ନଷ୍ଟ କରିବାକୁ ଆସି ନାହିଁ। ବରଂ ମୁଁ ସେମାନଙ୍କ ଉପଦେଶଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି। 18 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ସବୁ କଥା ନ ଘଟିବା ପର୍ଯ୍ୟନ୍ତ ଏହି ନିୟମରୁ ଅକ୍ଷରଟିଏ କି ବିନ୍ଦୁଟିଏ ହେଲେ ମଧ୍ୟ ଲୋପ ପାଇବ ନାହିଁ।

19 “ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ। 20 ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭେମାନେ ଧର୍ମଶାସ୍ତ୍ରୀ ଓ ଫାରୂଶୀ[a]ମାନଙ୍କଠାରୁ ଆଗେଇ ଯାଅ। ତା’ ନ ହେଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center