Revised Common Lectionary (Semicontinuous)
112 ସଦାପ୍ରଭୁଙ୍କର ପ୍ରଶଂସା କର।
ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
2 ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
3 ସେହି ଲୋକର ପରିବାର ଧନଶାଳୀ ହେବେ
ଏବଂ ତା'ର ଧର୍ମ ଚିରକାଳସ୍ଥାୟୀ ହେବ।
4 ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
5 ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
6 ସେହି ଲୋକ କଦାପି ବିଚଳିତ ହେବ ନାହିଁ।
ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
7 ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
8 ସେହି ଲୋକ ସୁସ୍ଥିର ଥାଏ।
ସେ କେବେ ଭୟ କରେ ନାହିଁ।
ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
9 ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
ତା'ର ଧର୍ମ ଏକ। ଚିରକାଳସ୍ଥାୟୀ।
ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।
13 ମୋର ପ୍ରଭୁ କୁହନ୍ତି, “ସେମାନଙ୍କର ମୁଖ ସହିତ ଏହି ଲୋକମାନେ ମୋ’ ପାଖକୁ ଆସନ୍ତି। ସେମାନେ ନିଜର ଓଷ୍ଠାଧରରେ ମୋର ସମ୍ମାନ କରନ୍ତି। ମାତ୍ର ପ୍ରକୃତରେ ସେମାନେ ମୋ'ଠାରୁ ବହୁତ ଦୂରେଇ ରହନ୍ତି। ମୋ’ ପ୍ରତି ସେମାନଙ୍କର ଭୟ ଓ ପ୍ରେମ ଅନ୍ୟ କିଛି ନୁହେଁ, କିନ୍ତୁ କେବଳ ମାନବିକ ଶିକ୍ଷା ଓ ବେଳେବେଳେ ଉପଦେଶ। 14 ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅଦ୍ଭୂତ ଓ ଆଶ୍ଚର୍ଯ୍ୟ କର୍ମମାନ କରି ଗ୍ଭଲିବି। ସେମାନଙ୍କର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ସେମାନଙ୍କର ବିବେକୀ ଲୋକମାନେ ସେମାନଙ୍କର ବୁଦ୍ଧି ହରାଇବେ।”
15 ଯେଉଁମାନେ ସଦାପ୍ରଭୁଙ୍କଠାରେ ନିଜ ନିଜ ମନ୍ତ୍ରଣାକୁ ଲୁଗ୍ଭଇବାକୁ ଚେଷ୍ଟା କରନ୍ତି ସେମାନେ ଦୁଃଖ ପାଆନ୍ତି। ସେମାନେ ଅନ୍ଧକାରରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, “କେହି ଆମ୍ଭମାନଙ୍କୁ ଦେଖୁ ନାହିଁ କି କେହି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।”
16 ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଇବ। କୁମ୍ଭକାର କ’ଣ ମାଟିର ତୁଲ୍ୟ ହେବ? ନିର୍ମିତ ବସ୍ତୁ କ’ଣ ନିର୍ମାଣ କର୍ତ୍ତା ବିଷୟରେ କହିବ, “ଏ ବ୍ୟକ୍ତି ମୋତେ ନିର୍ମାଣ କରି ନାହିଁ।” ପୁଣି ଗଢ଼ାବସ୍ତୁ କ’ଣ ବ୍ୟକ୍ତି ବିଷୟରେ କହିବ, “ଏ ବ୍ୟକ୍ତିର ବୁଦ୍ଧି ନାହିଁ।”
ପରମେଶ୍ୱରଙ୍କ ବ୍ୟବସ୍ଥା ଓ ମନୁଷ୍ୟକୃତ ନିୟମ
(ମାଥିଉ 15:1-20)
7 କେତେକ ଫାରୂଶୀ ଓ କେତେକ ଧର୍ମଶାସ୍ତ୍ରୀ ଯିରୁଶାଲମରୁ ଆସି ଯୀଶୁଙ୍କ ଗ୍ଭରିପଟେ ରୁଣ୍ତ ହୋଇଗଲେ। 2 ସେମାନେ ଯୀଶୁଙ୍କର କେତେକ ଶିଷ୍ୟଙ୍କୁ ଅପବିତ୍ର ହାତରେ ଅର୍ଥାତ୍ ନିର୍ଦ୍ଧାରିତ ପଦ୍ଧତିରେ ହାତ ନ ଧୋଇ ଖାଉଥିବାର ଦେଖିଲେ। 3 ଫାରୂଶୀ ଓ ସମସ୍ତ ଯିହୂଦୀମାନେ ନିର୍ଦ୍ଧାରିତ ପଦ୍ଧତିରେ ହାତ ନ ଧୋଇ କେବେ ହେଲେ ଖାଉ ନ ଥିଲେ। ସେମାନେ ତାହାଙ୍କର ମହାନ ପୂର୍ବ ପୁରୁଷଙ୍କ ଦ୍ୱାରା ପ୍ରଚଳିତ ପରମ୍ପରା ପାଳନ କରିବା ପାଇଁ ଏହା କରୁଥିଲେ। 4 ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସେମାନେ ନିର୍ଦ୍ଧାରିତ ପଦ୍ଧତିରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନେକ ପରମ୍ପରା ସେମାନେ ପାଳନ କରନ୍ତି।
5 ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭର ଶିଷ୍ୟମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡ଼ିକୁ କାହିଁକି ପାଳୁ ନାହାନ୍ତି? ସେମାନେ ଅପବିତ୍ର ହାତରେ ଖାଆନ୍ତି, ସେମାନେ ଏଭଳି କାହିଁକି କରନ୍ତି?”
6 ଯୀଶୁ କହିଲେ, “ତୁମ୍ଭଭଳି କପଟୀମାନଙ୍କ ସମ୍ବନ୍ଧରେ ଯିଶାଇୟ ଯାହା ଭବିଷ୍ୟଦ୍ବାଣୀ କରିଥିଲେ ତାହା ଯଥାର୍ଥ, ଯିଶାଇୟ ଲେଖିଥିଲେ,
‘ଏ ଲୋକମାନେ କେବଳ ମୁଖରେ ମୋର ସମ୍ମାନ କରନ୍ତି,
କିନ୍ତୁ ସେମାନଙ୍କ ମନ ମୋ'ଠାରୁ ବହୁ ଦୂରରେ।
7 ସେମାନଙ୍କର ମୋ’ ପାଇଁ ଉପାସନା ନିରର୍ଥକ,
କାରଣ ସେମାନେ ଲୋକଙ୍କୁ ତାହାଙ୍କ ସିଦ୍ଧାନ୍ତ ଭାବରେ ମନୁଷ୍ୟକୃତ ନିୟମ ମାନିବାକୁ ଉପଦେଶ ଦିଅନ୍ତି।’(A)
8 ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରିଛ। ଏବେ ତୁମ୍ଭେମାନେ ମନୁଷ୍ୟକୃତ ପରମ୍ପରାକୁ ଧରି ବସିଛ।”
2010 by World Bible Translation Center