Revised Common Lectionary (Semicontinuous)
ଦାଉଦଙ୍କର ଗୀତ
15 ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ?
କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ?
2 କେବଳ ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ଯାପନ କରେ, ଭଲ କାର୍ଯ୍ୟ କରେ,
ଓ ଅନ୍ତରରୁ ସତ୍ୟକଥା ପ୍ରକାଶ କରେ ସେ କେବଳ ତୁମ୍ଭର ପବିତ୍ର ପର୍ବତରେ ବାସ କରି ପାରିବ।
3 ସେହିଭଳି ମନୁଷ୍ୟ ଯିଏ କେବେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହେ ନାହିଁ।
ସେହି ବ୍ୟକ୍ତି ଯିଏ କେବେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ।
ସେହି ବ୍ୟକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷୟରେ ମଧ୍ୟ କହେ ନାହିଁ।
4 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ,
କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ।
ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ
ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।
5 ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ
ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ
କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ
ଆଘାତ କରି ମୁଦ୍ରା ନିଏ ନାହିଁ।
ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ।
17 “ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭରରେ ଅନ୍ୟାୟ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ। 18 ମାତ୍ର ତୁମ୍ଭେ ମିଶରରେ ସ୍ଥାୟୀଭାବେ ଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି। ଏକଥାକୁ ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇ ଅଛୁ।
19 “ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫେରିଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ। 20 “ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ପାରିଲା ପରେ ଆଉ ଥରେ ଡାଳକୁ ଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। 21 “ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ ଆପଣା ଉତ୍ତାରେ ପୁନର୍ବାର ସାଉଣ୍ଟିବ ନାହିଁ। ତାହା ବିଦେଶୀର ପିତୃହୀନର ଓ ବିଧବାର ହେବ। 22 ଆଉ ତୁମ୍ଭେମାନେ ମିଶର ଦେଶରେ ବନ୍ଧା ଦାସ ଥିଲ, ଏହା ସର୍ବଦା ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇଅଛୁ।
25 “ଯେତେବେଳେ ଦୁଇଜଣଙ୍କ ମଧ୍ୟରେ ମାଡ଼ପିଟ୍ ଲାଗେ, ସେମାନେ ନ୍ୟାୟଳୟକୁ ଯିବା ଉଚିତ୍। କିଏ ଦୋଷୀ ଓ କିଏ ନିର୍ଦ୍ଦୋଷୀ ବିଗ୍ଭରକର୍ତ୍ତା ବିଗ୍ଭର କରିବେ। 2 ଯଦି ଦୋଷୀଲୋକ ପ୍ରହାରିତ ହେବାର ଯୋଗ୍ୟ ହୁଏ, ତେବେ ବିଗ୍ଭରକର୍ତ୍ତା ତାହାକୁ ଶୁଆଇବ, ପୁଣି ତାହାର ଦୋଷ ଅନୁସାରେ ଗଣି ଗଣି ଆପଣା ସମ୍ମୁଖରେ ତାହାକୁ ପ୍ରହାର କରାଇବ। 3 ତୁମ୍ଭେ କାହାରିକୁ ଗ୍ଭଳିଶ୍ ପ୍ରହାରରୁ ଅଧିକ ଦେବ ନାହିଁ। ଯଦି ତୁମ୍ଭେ କାହାକୁ ଗ୍ଭଳିଶ୍ ଥରରୁ ଅଧିକ ପ୍ରହାର କର ତେବେ ଏହା ଜଣାଯିବ ତୁମ୍ଭ ପାଇଁ ତାହାର ଜୀବନ ତୁଚ୍ଛ ଅଟେ।
4 “ବଳଦମାନେ ବେଁଙ୍ଗଲାରେ ବୁଲିବା ସମୟରେ ସେମାନଙ୍କର ମୁହଁ ବାନ୍ଧିବ ନାହିଁ।
ବୟୋଜ୍ୟେଷ୍ଠ ଏବଂ ଅନ୍ୟ ବିଷୟ ଗୁଡ଼ିକର ଶିକ୍ଷାଦାନ
17 ମଣ୍ଡଳୀକୁ ଉତ୍ତମରୂପେ ଆଗେଇ ନେଇ ଯାଉଥିବା ପ୍ରାଚୀନମାନେ ଅତ୍ୟଧିକ ସମ୍ମାନ ପାଇବା ଉଚିତ୍। ଯେଉଁ ପ୍ରାଚୀନମାନେ ପ୍ରଗ୍ଭର ଓ ଉପଦେଶ ପ୍ରଦାନ କରୁଛନ୍ତି, ସେମାନେ ଅତ୍ୟଧିକ ସମ୍ମାନର ଅଧିକାରୀ ଅଟନ୍ତି। 18 କାରଣ ଶାସ୍ତ୍ର କୁହେ: “ଯେତେବେଳେ ବଳଦ ଅମଳ ପାଇଁ ଘୁରୁଥାଏ, ସେତେବେଳେ ତା'ର ମୁହଁ ବାନ୍ଧ ନାହିଁ ଓ ତାକୁ ଶସ୍ୟ ଖାଇବା ପାଇଁ ଅଟକାଅ ନାହିଁ।”(A) ଶାସ୍ତ୍ର ଏପରି ମଧ୍ୟ କୁହେ: “ଜଣେ କାମ କରୁଥିବା ଲୋକ ତା'ର ଦରମା ପାଇବା ଉଚିତ୍।”(B)
19 ଯେଉଁ ଲୋକ ଜଣେ ପ୍ରାଚୀନ ବିରୁଦ୍ଧରେ ନିନ୍ଦା କରେ, ଓ ତା’ ସହିତ ଯଦି ଅନ୍ୟ ଦୁଇ ବା ତିନି ଜଣ ଲୋକ ମଧ୍ୟ ପ୍ରାଚୀନ ଲୋକ ଭୁଲ୍ କରିଛନ୍ତି ବୋଲି କୁହନ୍ତି, ତା'ହେଲେ ଯାଇ ସେ ଲୋକର କଥା ତୁମ୍ଭେ ଶୁଣିବ। 20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସେମାନଙ୍କର ଭୁଲ୍ ଦେଖାଇଦିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖରେ ଏହା କର। ସେହିପରି କଲେ, ଅନ୍ୟମାନେ ସତର୍କ ହେବେ।
21 ପରମେଶ୍ୱର, ଖ୍ରୀଷ୍ଟ ଯୀଶୁ ଏବଂ ମନୋନୀତ ସ୍ୱର୍ଗଦୂତଙ୍କ ଆଗରେ ଏଗୁଡ଼ିକ କରିବା ପାଇଁ ମୁଁ ତୁମ୍ଭକୁ ଆଦେଶ ଦେଉଛି। ସତ୍ୟ ଜାଣିବା ପୂର୍ବରୁ ଲୋକମାନଙ୍କର ବିଗ୍ଭର କର ନାହିଁ। ସମସ୍ତଙ୍କ ପାଇଁ ସମାନ ଭାବ ଦେଖାଅ।
22 ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା'ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।
23 ତୀମଥି, ତୁମ୍ଭେ କେବଳ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ୟ ପିଅ। ଏହା ତୁମ୍ଭ ପେଟ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବେମାର ପଡ଼ିବ ନାହିଁ।
24 କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହୋଇ ଦେଖାଯାଏ କାରଣ ସେମାନଙ୍କର ବିଗ୍ଭର ହେବ ବୋଲି ସେମାନଙ୍କର ପାପଗୁଡ଼ିକ ଆଗତୁରା ଦେଖାଯାଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ।
2010 by World Bible Translation Center