Revised Common Lectionary (Semicontinuous)
7 ହେ ସଦାପ୍ରଭୁ, ମୋର ଡାକ ଶୁଣ।
ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
9 ହେ ପରମେଶ୍ୱର, ମୋ'ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ।
ମୋତେ ସାହାଯ୍ୟ କର।
ମୋତେ ଦୂର କର ନାହିଁ।
ମୋତେ ପରିତ୍ୟାଗ କର ନାହିଁ।
ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା।
10 ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ।
କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ।
11 ହେ ସଦାପ୍ରଭୁ, ମୋର ଶତ୍ରୁମାନେ ଅଛନ୍ତି।
ତେଣୁ ମୋତେ ନ୍ୟାୟମାର୍ଗ ପ୍ରଦର୍ଶନ କର।
ମୋତେ ସରଳ ମାର୍ଗରେ ଯିବାକୁ ଶିକ୍ଷା ଦିଅ।
12 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି।
13 ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ,
ମୃତ୍ୟୁ ପୂର୍ବରୁ ମୁଁ ନିଶ୍ଚୟ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
14 ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର,
ବଳଶାଳୀ ଓ ସାହସିକ ହୁଅ
ଏବଂ ସଦାପ୍ରଭୁଙ୍କର ଅନୁସରଣ କର।
12 ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ଯେଉଁମାନେ ସେଠାରେ ଛାଉଣି କରିଥିଲେ ବହୁସଂଖ୍ୟକ ହେତୁ ପଙ୍ଗପାଳର ଦଳପରି ଦେଖାଗଲେ। ସେମାନଙ୍କର ଏତେଗୁଡ଼ିଏ ଓଟ ଥିଲେ ଯେ, ସେଗୁଡ଼ିକ ସମୁଦ୍ର କୂଳର ବାଲିକଣା ତୁଲ୍ୟ ଦେଖାଗଲେ।
13 ଗିଦିୟୋନ ସେଠାରେ ଉପସ୍ଥିତ ହୋଇ ଶୁଣିଲେ ଯେ, ଜଣେ ତାଙ୍କର ସାଙ୍ଗକୁ ଏକ ସ୍ୱପ୍ନ ବିଷୟରେ କହୁଥିଲା, ସେ କହିଲା, “ମୁଁ ସ୍ୱପ୍ନ ଦେଖିଲି, ଏକ ଯବରୋଟୀ ମିଦିୟନୀୟ ଛାଉଣି ଆଡ଼କୁ ଗଡ଼ି ତୁମ୍ଭକୁ ଆସି ଆଘାତ କଲା, ତାହା ପଡ଼ିଗଲା, ତାକୁ ଓଲଟାଇଲା ପରେ ତମ୍ବୁମାନ ପଡ଼ିଗଲା।”
14 ସେହି ଲୋକଟିର ବନ୍ଧୁ ଏହି ସ୍ୱପ୍ନର ଅର୍ଥ ବୁଝି ପାରିଲା, ସେ କହିଲା, “ଇସ୍ରାଏଲରୁ ଆସିଥିବା ଯୋୟାସର ପୁତ୍ର ଗିଦିୟୋନଙ୍କର ଖଡ଼୍ଗ ଏହା ଛଡ଼ା ଆଉ କିଛି ନୁହେଁ। ପରମେଶ୍ୱର ମିଦିୟନୀୟମାନଙ୍କୁ ଓ ସମସ୍ତ ଶିବିରକୁ ତାଙ୍କ ହସ୍ତରେ ଦେଇଛନ୍ତି।”
15 ସେହି ସ୍ୱପ୍ନ ଓ ଏହାର ଅର୍ଥ ଶୁଣିସାରିବା ପରେ ଗିଦିୟୋନ ନତମସ୍ତକ କରି ସଦାପ୍ରଭୁଙ୍କର ଉପାସନା କଲେ ଏବଂ ତାଙ୍କର ଛାଉଣିକୁ ଫେରିଗଲେ। ସେଠାରେ ସେ ଇସ୍ରାଏଲର ସୈନ୍ୟମାନଙ୍କୁ କହିଲେ, “ଉଠ! ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦିୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।” 16 ଏହା ପରେ ଗିଦିୟୋନ ସେହି 300 ସୈନ୍ୟଙ୍କୁ ତିନି ଦଳରେ ବିଭକ୍ତ କଲେ। ତା'ପରେ ସେ ସେମାନଙ୍କୁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ତୂରୀ ଓ ଗୋଟିଏ ଗୋଟିଏ ଶୂନ୍ୟ ପାତ୍ର ଦେଲେ। ପ୍ରତ୍ୟେକ ପାତ୍ର ମଧ୍ୟରେ ଗୋଟିଏ ଗୋଟିଏ ଜଳନ୍ତା ମଶାଲ ଥିଲା। 17 ଏହା ପରେ ଗିଦିୟୋନ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ମୋତେ ଅନୁସରଣ କର ଏବଂ ଦେଖ ମୁଁ ଯାହା କରୁଛି ତୁମେ ସେହିପରି କର। ମୋ’ ପଛରେ ସେନା ଛାଉଣିର ସୀମା ପର୍ଯ୍ୟନ୍ତ ଆସ। ମୁଁ ଯେତେବେଳେ ସେମାନଙ୍କର ଛାଉଣିର ସୀମା ପାଖରେ ପହଞ୍ଚିବି। ମୁଁ ଯେପରି କରିବି ତୁମ୍ଭେମାନେ ଠିକ୍ ସେହିପରି କରିବ। 18 ତୁମ୍ଭେମାନେ ସମସ୍ତେ ଶତ୍ରୁ ଛାଉଣିକୁ ଘେରାଉ କରିବ ଏବଂ ମୁଁ ଏବଂ ମୋ’ ସଙ୍ଗରେ ଥିବା ସୈନ୍ୟମାନେ ଆମ୍ଭର ତୂରୀ ବଜାଇବୁ। ତା'ପରେ ତୁମ୍ଭେମାନେ ତୁମ୍ଭର ତୂରୀ ବଜାଇବ ଏବଂ ତୁମ୍ଭେମାନେ ସମସ୍ତେ ଏକା ସ୍ୱରରେ କହିବ, ‘ସଦାପ୍ରଭୁଙ୍କ ପାଇଁ ଓ ଗିଦିୟୋନର ପାଇଁ।’”
19 ତେଣୁ ଗିଦିୟୋନ ଏବଂ ତାଙ୍କ ସହିତ ଥିବା 100 ସୈନିକ ଛାଉଣି ପାଖରେ ପହଞ୍ଚିଲେ। ସେତେବେଳେ ମିଦିୟନୀୟମାନେ ସେମାନଙ୍କର ନୂତନ ପ୍ରହରୀମାନଙ୍କୁ ପରିବର୍ତ୍ତନ କରୁଥିଲେ। ଏହା ମଧ୍ୟରାତ୍ରି ସମୟ ଥିଲା। ଏହି ସମୟରେ ଗିଦିୟୋନ ଓ ତା'ର ଲୋକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇବାକୁ ଲାଗିଲେ ଓ ସେମାନଙ୍କର ଜାରଗୁଡ଼ିକୁ ଭାଙ୍ଗି ଚୁର୍ମାର୍ କରି ପକାଇଲେ। 20 ଏହା ପରେ ତିନି ଗୋଟି ଦଳର ସମସ୍ତ ସୈନିକମାନେ ସେମାନଙ୍କର ତୂରୀ ବଜାଇଲେ ଓ ସମସ୍ତ ଜାର ଭାଙ୍ଗି ପକାଇଲେ। ଏବଂ ସେହି ଲୋକମାନେ ସେମାନଙ୍କର ବାମ ହସ୍ତରେ ମଶାଲ ଓ ଦକ୍ଷିଣ ହସ୍ତରେ ସେମାନଙ୍କର ତୂରୀଗୁଡ଼ିକ ଧରିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ସଦାପ୍ରଭୁଙ୍କ ପାଇଁ ଖଡ଼୍ଗଟିଏ ଏବଂ ଗିଦିୟୋନ ପାଇଁ ଖଡ଼୍ଗଟିଏ।”
21 ଗିଦିୟୋନର ସୈନ୍ୟମାନେ ଛାଉଣିର ଚତୁର୍ପାର୍ଶ୍ୱରେ ନିଜ ନିଜ ସ୍ଥାନରେ ଛିଡ଼ା ହେଲେ। ମିଦିୟନୀୟମାନେ ଆକସ୍ମିକ ବିପଦରେ ପଡ଼ିଲେ ଏବଂ ସେମାନଙ୍କର ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଲେ। 22 ଯେତେବେଳେ ଗିଦିୟୋନର 300 ସୈନିକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇଲେ। ସଦାପ୍ରଭୁ ମିଦିୟନୀୟମାନଙ୍କୁ ସେମାନଙ୍କ ନିଜ ନିଜ ମଧ୍ୟରେ ଖଡ଼୍ଗ ଦ୍ୱାରା ଯୁଦ୍ଧ କରାଇଲେ। ସେଥିରେ ସୈନ୍ୟଦଳ ସରୋଦାଆଡ଼େ, ବୈଥ୍ଶିଟା ପର୍ଯ୍ୟନ୍ତ ଟବ୍ବତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।
ପରମେଶ୍ୱରଙ୍କ ଇଚ୍ଛାନୁରୂପ ହୁଅ
12 ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର। 13 ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି।
14 ଅଭିଯୋଗ ବା ବାଦାନୁବାଦ ନ କରି ପ୍ରତ୍ୟେକ କାର୍ଯ୍ୟ କର। 15 ତେବେ ଯାଇ ତୁମ୍ଭେ ନିର୍ଦ୍ଦୋଷ ହେବ ଓ ତୁମ୍ଭ ଭିତରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ୱରଙ୍କ ନିର୍ଦ୍ଦୋଷ ପୁତ୍ର ହେବ। କିନ୍ତୁ ତୁମ୍ଭେମାନେ ନଷ୍ଟ ହୋଇ ଯାଉଥିବା ମନ୍ଦ ଲୋକଙ୍କ ମଧ୍ୟରେ ରହୁଛ। କିନ୍ତୁ ସେମାନଙ୍କ ଭିତରେ ତୁମ୍ଭେ ଏହି ଅନ୍ଧକାରପୂର୍ଣ୍ଣ ଜଗତରେ ଜ୍ୟୋତିଃ ଭଳି ପ୍ରକାଶିତ ହେଉଛ। 16 ତୁମ୍ଭେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଶିକ୍ଷା ଦିଅ। ତେଣୁ ଖ୍ରୀଷ୍ଟଙ୍କ ଆଗମନରେ ମୁଁ ଖୁସୀ ହେବି, କାରଣ ମୁଁ ଜାଣିବି ଯେ ମୋର କାମ ବିଫଳ ହୋଇ ନାହିଁ। ମୁଁ ଜାଣିବି ଯେ ଦୌଡ଼ ପ୍ରତିଯୋଗିତାରେ ଦୌଡ଼ି ଜିତିଛି।
17 ପରମେଶ୍ୱରଙ୍କ ସେବାରେ, ତୁମ୍ଭ ବିଶ୍ୱାସ ତୁମ୍ଭକୁ ଏକ ବଳିଦାନ ରୂପେ ସେବା କରିବା ପାଇଁ ପ୍ରେରଣ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସେବାରେ ମୋତେ ମୋର ନିଜ ରକ୍ତ ମଧ୍ୟ ଉତ୍ସର୍ଗ କରିବାକୁ ପଡ଼ିପାରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦରେ ପରିପୂର୍ଣ୍ଣ ଓ ଖୁସୀ ହେବି। 18 ତୁମ୍ଭେମାନେ ମଧ୍ୟ ମୋ’ ସହିତ ଖୁସୀ ହୁଅ ଓ ଆନନ୍ଦରେ ପରିପୂର୍ଣ୍ଣ ହୁଅ।
2010 by World Bible Translation Center