Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
27 ହେ ସଦାପ୍ରଭୁ, ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା।
ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ।
ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ।
ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ।
2 ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି,
ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି।
ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି
ଧ୍ୱଂସ କରିଦେବାକୁ ଗ୍ଭହାନ୍ତି।
3 ଯଦି ସମସ୍ତ ସେନାବାହିନୀ ମୋର ଗ୍ଭରି ଦିଗରୁ ମୋତେ ଘେରି ଯାଆନ୍ତି, ତେବେ ମୁଁ ଭୟ କରିବି ନାହିଁ।
ଯଦି ମୋତେ ଲୋକମାନେ ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହେବି ନାହିଁ, କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
4 ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ,
“ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ,
ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି
ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”
5 ସଦାପ୍ରଭୁ ମୋତେ ନିଶ୍ଚୟ ବିପଦରୁ ରକ୍ଷା କରିବେ।
ସେ ମୋତେ ତାଙ୍କ ମନ୍ଦିରରେ ଲୁଗ୍ଭଇ ରଖିବେ।
ସେ ମୋତେ ନେଇ ତାଙ୍କ ନିରାପଦ ସ୍ଥାନରେ ରଖିବେ।
6 ମୋର ଶତ୍ରୁମାନେ ମୋତେ ଘେରି ଗଲେଣି।
କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ।
ତା'ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି।
ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି।
ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି।
27 ଶାଉଲ, ଦାସ ଏବଂ ଶାମୁୟେଲ ସହର ପ୍ରାନ୍ତରେ ପହଞ୍ଚିବା ସମୟରେ ଶାମୁୟେଲ କହିଲେ, “ଦାସକୁ ଆଗକୁ ଯିବାକୁ କୁହ। ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ବାର୍ତ୍ତା କହିବାକୁ ଗ୍ଭହେଁ।” ତେଣୁ ଦାସ ଆଗରେ ଗ୍ଭଲିଲା।
ଶାମୁୟେଲ ଶାଉଲଙ୍କୁ ଅଭିଷେକ କଲେ
10 ଶାମୁୟେଲ ଏକ ସ୍ୱତନ୍ତ୍ର ତୈଳପାତ୍ର ନେଇ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହେବା ପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସେମାନଙ୍କର ଚତୁର୍ଦ୍ଦିଗର ଶତ୍ରୁମାନଙ୍କଠାରୁ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହେବା ପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ୟତା ପ୍ରତିପାଦନ କରିବ। 2 ଆଜି ତୁମ୍ଭେ ମୋତେ ଏଠି ଛାଡ଼ି ଗଲାପରେ ବିନ୍ୟାମୀନ ସୀମାର ସେଲଠାରେ ରାହେଲର କବର ନିକଟରେ ଦୁଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦୁଇଜଣ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜୁଥିଲ, ସେମାନେ ମିଳିଛନ୍ତି। ତୁମ୍ଭ ବାପା ଗଧମାନଙ୍କ ପାଇଁ ବ୍ୟସ୍ତ ନୁହନ୍ତି ବରଂ ତୁମ୍ଭ ପାଇଁ ଅଟନ୍ତି ଓ କହନ୍ତି, ମୋ’ ପୁଅ ପାଇଁ ମୁଁ କ’ଣ କରିବି।’”
3 ଶାମୁୟେଲ କହିଲେ, “ତୁମ୍ଭେ ସେଠାରୁ ଆଗକୁ ଗଲେ ତାବୋରର ଅଲୋନବୃକ୍ଷ ନିକଟରେ ପହଞ୍ଚିବ, ତୁମ୍ଭେ ବୈଥେଲ୍କୁ ପରମେଶ୍ୱରଙ୍କ ନିକଟକୁ ଉପାସନା ପାଇଁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ସେଠାରେ ଜଣେ ତିନୋଟି ଯୁବା ଛେଳି, ଆଉ ଜଣେ ତିନୋଟି ରୋଟୀ ଏବଂ ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ନେବ। 4 ସେମାନେ ତୁମ୍ଭକୁ ଅଭ୍ୟର୍ଥନା କରିବେ ଓ ଦୁଇଟି ରୋଟୀ ଦେବେ, ଏବଂ ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କରିବ। 5 ତା'ପରେ ତୁମ୍ଭେମାନେ ଗିବିୟୋଥ ଓ ଲୋହିମକୁ ଯିବ। ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତେବେଳେ ତୁମ୍ଭେ ସହରର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରୁ ଦଳେ ଯାଜକ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସୁଥିବାର ଦେଖିବ। 6 ସଦାପ୍ରଭୁଙ୍କର ଆତ୍ମା ତୁମ୍ଭ ନିକଟକୁ ବିରାଟ ଶକ୍ତିରେ ଆସିବ ଏବଂ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟଦ୍ବାଣୀ କହିବ ଏବଂ ତୁମ୍ଭେ ଜଣେ ଅଲଗା ବ୍ୟକ୍ତି ହୋଇଯିବ। 7 ସମ୍ଭବତଃ ସେହି ସମସ୍ତ ଚିହ୍ନ ଅତିକ୍ରମ କରିବାକୁ ଲାଗିଲା, ତୁମ୍ଭେ ଯାହା କରିବାକୁ ପସନ୍ଦ କରିବ ତାହା କରିବ। କାରଣ ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି।
8 “ମୋ’ ପୂର୍ବରୁ ପ୍ରଥମେ ତୁମ୍ଭେ ଗିଲ୍ଗଲ୍କୁ ଯିବ। ତା'ପରେ ମୁଁ ସେଠାକୁ ହୋମବଳି ଓ ମଙ୍ଗଳାର୍ଥକ ବଳିରେ ଉତ୍ସର୍ଗ କରିବି। ମୁଁ ଆସି ତୁମ୍ଭକୁ କ’ଣ କରିବାକୁ ହେବ କହିବା ପର୍ଯ୍ୟନ୍ତ, ତୁମ୍ଭେ ସେଠାରେ ସାତ ଦିନ ଅପେକ୍ଷା କରିବାକୁ ହେବ।”
ଅନ୍ୟ ପ୍ରେରିତମାନେ ପାଉଲଙ୍କୁ ଗ୍ରହଣ କଲେ
2 ମୁଁ ଚଉଦ ବର୍ଷ ପରେ ପୁଣି ଥରେ ଯିରୁଶାଲମକୁ ଗଲି। ବର୍ଣ୍ଣବ୍ବା ଓ ତୀତସଙ୍କୁ ମଧ୍ୟ ସାଙ୍ଗରେ ନେଇ ଥିଲି। 2 ଯିରୁଶାଲମ ଯିବା ପାଇଁ ପରମେଶ୍ୱର ମୋତେ ପ୍ରକାଶ କରିଥିବାରୁ ମୁଁ ସେଠାକୁ ଯାଇଥିଲି। ବିଶ୍ୱାସୀ ଲୋକମାନଙ୍କ ମଧ୍ୟରେ ଥିବା ନେତୃସ୍ଥାନୀୟ ଲୋକମାନଙ୍କ ପାଖକୁ ମୁଁ ଗଲି। ଯେତେବେଳେ ଆମ୍ଭେମାନେ ଏକାନ୍ତରେ ଥିଲୁ, ସେତେବେଳେ ସେମାନଙ୍କୁ ମୁଁ ପ୍ରଗ୍ଭର କରୁଥିବା ସୁସମାଗ୍ଭର ଶୁଣାଇଲି। ମୁଁ ଅଣଯିହୂଦୀମାନଙ୍କୁ ଆଗରୁ ଏହି ସୁସମାଗ୍ଭର ଶୁଣାଇ ସାରି ଥିଲି। ଏହା ଦ୍ୱାରା ମୁଁ ଇଚ୍ଛା କଲି ଯେ, ମୁଁ ଯେଉଁ କାମ ପୂର୍ବରୁ କରି ସାରିଥିଲି ଓ ଏବେ ଯାହା କରୁଛି, ଯେପରି ସେ ସବୁ ବିଫଳ ନ ହୁଏ।
3 ତୀତସ ମୋ’ ସହିତ ଥିଲେ। ସେ ଜଣେ ଅଣଯିହୂଦୀ ଲୋକ ଥିଲେ। କିନ୍ତୁ ଏହି ଲୋକମାନେ ତୀତସଙ୍କୁ ମଧ୍ୟ ସୁନ୍ନତ ହେବା ପାଇଁ ବାଧ୍ୟ କଲେ ନାହିଁ। 4 ଆମ୍ଭେ ଏହି ସମସ୍ୟା ବିଷୟରେ କଥାବାର୍ତ୍ତା ହେବାକୁ ଆବଶ୍ୟକ ମନେ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁ କେତେକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲେ, ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସ୍ୱାଧୀନତା ଉପରେ ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁ ଚେଷ୍ଟା କରୁଥିଲେ। 5 କିନ୍ତୁ ସେହି ଭଣ୍ଡ ଭାଇମାନେ ଯାହା କରିବାକୁ ଗ୍ଭହୁଁଥିଲେ, ସେଥିରେ ଆମ୍ଭେ କୌଣସିମତେ ସମ୍ମତ ହେଲୁ ନାହିଁ। ଆମ୍ଭେ ଇଚ୍ଛା କଲୁ ଯେ, ତୁମ୍ଭମାନଙ୍କ ଭିତରେ ସୁସମାଗ୍ଭର ସତ୍ୟ ରହିଥାଉ।
6 କିନ୍ତୁ ସେହି “ପ୍ରତିଷ୍ଠିତ” ଲୋକମାନେ ମୁଁ କହିଥିବା ସୁସମାଗ୍ଭରର ପରିବର୍ତ୍ତନ କଲେ ନାହିଁ। ମୋ’ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ, ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ। 7 ଏହି ଲୋକମାନେ ଦେଖିଲେ ଯେ, ପରମେଶ୍ୱର ପିତରଙ୍କ ଭଳି ମୋତେ ଗୋଟିଏ ବିଶେଷ କାମ ଦେଇଛନ୍ତି। ପରମେଶ୍ୱର ଯିହୂଦୀମାନଙ୍କୁ ସୁସମାଗ୍ଭର କହିବା ପାଇଁ ପିତରଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ପରମେଶ୍ୱର ମୋତେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର କହିବା କାମ ଦେଇଛନ୍ତି। 8 ପରମେଶ୍ୱର ପିତରଙ୍କୁ ଜଣେ ପ୍ରେରିତ ରୂପରେ କାମ କରିବା ଶକ୍ତି ପ୍ରଦାନ କରିଥିଲେ। ସେ ଯିହୂଦୀମାନଙ୍କର ଜଣେ ପ୍ରେରିତ। ପରମେଶ୍ୱର ମୋତେ ମଧ୍ୟ ଜଣେ ପ୍ରେରିତ ଭାବରେ କାମ କରିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ମୁଁ ଅଣଯିହୂଦୀମାନଙ୍କ ପାଇଁ ପ୍ରେରିତ ଅଟେ। 9 ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣବ୍ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣବ୍ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।” 10 ସେମାନେ ଆମ୍ଭକୁ ଗୋଟିଏ କଥା କହିବା ଉପରେ ଜୋର୍ ଦେଲେ ଯେ, ଆମ୍ଭେ ଯେପରି ଅଭାବରେ ଥିବା ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା କଥା ମନେରଖୁ। ଏହି କାମଟି କରିବା ପାଇଁ ମୁଁ ଯେ କେବଳ ଇଚ୍ଛା କରୁଥିଲି ତା’ ନୁହେଁ, ବରଂ ଏଥିପାଇଁ ମୋର ଉଦ୍ଯୋଗ ମଧ୍ୟ ଥିଲା।
2010 by World Bible Translation Center