Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
40 ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋର ଡାକ ଓ କ୍ରନ୍ଦନ ଧ୍ୱନି ଶୁଣିଲେ।
2 ସଦାପ୍ରଭୁ ମୋତେ ମୃତ୍ୟୁ ଗୁମ୍ଫାରୁ ଉଠାଇଲେ।
ସେ ମୋତେ ସେହି ମାଟିର କବର ମଧ୍ୟରୁ ଉଠାଇ ଆଣିଲେ।
ସେ ମୋତେ ଟେକି ଧରିଲେ।
ମୋତେ, ମୋର ପାଦ ତଳକୁ ଖସିଯିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।
3 ସଦାପ୍ରଭୁ ମୋ’ ମୁଖରେ ଏକ ନୂତନ ଗୀତ ଉଚ୍ଚାରଣ କଲେ।
ସେହି ଗୀତଟି ପରମେଶ୍ୱରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ଥିଲା।
ଅନେକ ଲୋକ ଦେଖିବେ ମୋ’ ପ୍ରତି ଯାହାସବୁ ଘଟିଗଲା, ଯାହା ଫଳରେ ସେମାନେ ପରମେଶ୍ୱରଙ୍କୁ ଉପାସନା କରିବେ।
ସେମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରିବେ।
4 ଯଦି ଜଣେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ, ସେହି ବ୍ୟକ୍ତିଟି ପ୍ରକୃତରେ ସୁଖୀ ହୁଏ।
ଜଣେ ବ୍ୟକ୍ତି ପ୍ରକୃତରେ ଖୁସୀରେ ରହେ, ଯଦି ସେ ପ୍ରେତମାନଙ୍କୁ କିଅବା ମିଥ୍ୟା ଦେବତାମାନଙ୍କୁ ଆଦର କରି ନ ଥାଏ।
5 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛ।
ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନେକ ଆଶ୍ଚର୍ଯ୍ୟ ଯୋଜନାମାନ ରଖିଛ।
କୌଣସି ବ୍ୟକ୍ତି ତାହା କେବେ ଗଣି ପାରିବ ନାହିଁ।
ମୁଁ ବାରମ୍ବାର ସେହିସବୁ କଥା କହିବି ଯାହାକୁ ଗଣିବା ଅସମ୍ଭବ।
6 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଏହାକୁ ବୁଝିବାକୁ ସକ୍ଷମ କରିଛ।
ତୁମ୍ଭେ ବଳିଦାନ ଓ ଶସ୍ୟ ନୈବେଦ୍ୟରେ ସନ୍ତୋଷ ନାହଁ,
ତୁମ୍ଭେ ପ୍ରକୃତରେ ହୋମବଳି ଓ ପାପାର୍ଥକ ବଳି ଗ୍ଭହଁ ନାହିଁ।
7 ତେଣୁ ମୁଁ କହିଲି, “ମୁଁ ଉପସ୍ଥିତ ଅଛି, ମୋତେ ତୁମ୍ଭେ ନିଅ।
ଏହା ମୋ’ ବିଷୟରେ ପୁସ୍ତକରେ ଲେଖାଯାଇଛି।
8 ହେ ମୋର ପରମେଶ୍ୱର, ତୁମ୍ଭେ ଯାହା ଗ୍ଭହୁଁଛ, ମୁଁ ତାହା କରିବାକୁ ଗ୍ଭହୁଁଛି।
ତୁମ୍ଭର ନୀତିଶିକ୍ଷା ମୋ’ ହୃଦୟରେ ଅଛି।
9 ମୁଁ ମହାସଭାରେ ତୁମ୍ଭର ବିଜୟବାର୍ତ୍ତା ପ୍ରଗ୍ଭର କରିଅଛି।
ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଗ୍ଭରରୁ କେବେହେଲେ ବିରତ ରହିବି ନାହିଁ।
10 ହେ ସଦାପ୍ରଭୁ, ତୁମ୍ଭେ ଯେଉଁସବୁ ମଙ୍ଗଳ କାର୍ଯ୍ୟ କରିଛ।
ସେସବୁକୁ ମୁଁ ମୋର ହୃଦୟରେ ଗୋପନ କରି ନାହିଁ।
ହେ ସଦାପ୍ରଭୁ, ମୋ’ ଲୋକମାନେ ତୁମ୍ଭ ଉପରେ ନିର୍ଭର କଲେ ତୁମ୍ଭେ ସେମାନଙ୍କୁ ଉଦ୍ଧାର କରିବ ବୋଲି ପ୍ରଗ୍ଭର କରିଅଛି।
ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ମହାସମାଜରୁ ଲୋକମାନଙ୍କଠାରୁ ଲୁଗ୍ଭଇ ରଖି ନାହିଁ।
11 ତେଣୁ ହେ ସଦାପ୍ରଭୁ, ତୁମ୍ଭର ଦୟାକୁ ମୋ'ଠାରେ ଲୁଗ୍ଭଅ ନାହିଁ।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ସର୍ବଦା ମୋତେ ରକ୍ଷା କରୁ।”
ଏଷୌ ତାଙ୍କ ପିତାଙ୍କର “ଆଶୀର୍ବାଦ” ଗ୍ଭହେଁ
30 ଇସ୍ହାକ ଯାକୁବକୁ ଆଶୀର୍ବାଦ ଦେଇ ସାରିଲେ। ଏହା ପରେ ସେ ସେହି ସ୍ଥାନ ପରିତ୍ୟାଗ କଲେ। ଏହି ସମୟରେ ଏଷୌ ଶିକାରରୁ ଫେରିଲେ। 31 ତାଙ୍କର ପିତାଙ୍କ ରୁଚି ଅନୁସାରେ ସେ ଖାଦ୍ୟ ପ୍ରସ୍ତୁତ କଲେ। ଏବଂ ତାହା ତାଙ୍କ ପିତାଙ୍କ ନିକଟକୁ ଆଣିଲେ। ସେ ତାଙ୍କ ପିତାଙ୍କୁ କହିଲେ, “ପିତା, ମୁଁ ତୁମ୍ଭର ପୁତ୍ର, ଉଠ ଏବଂ ମାଂସ ଖାଅ, ମୁଁ ତାହା ତୁମ୍ଭ ପାଇଁ ରାନ୍ଧି ଆଣିଛି। ତା'ପରେ ତୁମ୍ଭେ ମୋତେ ଆଶୀର୍ବାଦ କରିବ।”
32 କିନ୍ତୁ ଇସ୍ହାକ ତାଙ୍କୁ କହିଲେ, “ତୁମ୍ଭେ କିଏ?”
ସେ ଉତ୍ତର ଦେଲେ, “ମୁଁ ତୁମ୍ଭର ପ୍ରଥମ ପୁତ୍ର ଏଷୌ ଅଟେ।”
33 ଏହା ପରେ ଇସ୍ହାକ ବହୁତ ବ୍ୟସ୍ତ ହେଲେ ଏବଂ କହିଲେ, “ତେବେ ସିଏ କିଏ ଥିଲା, ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶୀର୍ବାଦ କଲି। ବର୍ତ୍ତମାନ ମୋର ଆଶୀର୍ବାଦ ଫେରାଇବା ପାଇଁ ଡେରି ହୋଇଛି।”
34 ଏଷୌ ପିତାଙ୍କର କଥା ଶୁଣିଲେ! ସେ ବହୁତ ରାଗିଗଲେ ଏବଂ ଚିତ୍କାର କଲେ। ସେ ତାଙ୍କ ପିତାଙ୍କୁ କହିଲେ, “ତେବେ ମୋତେ ଆଶୀର୍ବାଦ କର ପିତା।”
35 ଇସ୍ହାକ କହିଲେ, “ତୁମ୍ଭର ଭାଇ ମୋତେ ପ୍ରବଞ୍ଚନା କଲା। ସେ ଆସି ତୁମ୍ଭର ଆଶୀର୍ବାଦ ନେଇଗଲା।”
36 ଏଷୌ କହିଲେ, “ତା'ର ନାମ ହେଲା ଯାକୁବ ତାହା କ’ଣ ଯଥାର୍ଥ ନୁହେଁ। ସେ ମୋତେ ଦୁଇଥର ପ୍ରବଞ୍ଚନା କଲା। ସେ ମୋର ଜ୍ୟେଷ୍ଠ ଅଧିକାର ଛଡ଼ାଇ ନେଲା। ଏବଂ ମୋର ଆଶୀର୍ବାଦ ନେଇଗଲା।” ଏହା ପରେ ଏଷୌ କହିଲେ, “ମୋ’ ପାଇଁ କିଛି ଆଶୀର୍ବାଦ ରଖିଛ କି?”
37 ଇସ୍ହାକ ଉତ୍ତର ଦେଲେ, “ହୋଇଗଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦେଲି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସେବା କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହେବା ପାଇଁ ଆଶୀର୍ବାଦ କରି ସାରିଛି। କ’ଣ ମୁଁ କରି ପାରିବି, ମୋ’ ପୁତ୍ର।”
38 କିନ୍ତୁ ଏଷୌ କହିଲେ, “ମୋ’ ପିତା, ତୁମ୍ଭର କ’ଣ କେବଳ ଗୋଟିଏ ଆଶୀର୍ବାଦ ଅଛି? ଆଶୀର୍ବାଦ କର ମୋତେ ମଧ୍ୟ, ପିତା।” ଏବଂ ଏହା କହି ଏଷୌ ଜୋର୍ରେ କାନ୍ଦିଲା।
ଲୂକଙ୍କ ଦ୍ୱାରା ଲିଖିତ ଦ୍ୱିତୀୟ ପୁସ୍ତକ
1 ହେ ଥିୟଫିଲ,
ମୁଁ ମୋର ପ୍ରଥମ ପୁସ୍ତକରେ ଯୀଶୁଙ୍କର ସମସ୍ତ କାର୍ଯ୍ୟ ଓ ଉପଦେଶଗୁଡ଼ିକ ବିଷୟରେ ଲେଖିଛି। 2 ମୁଁ ଯୀଶୁଙ୍କର ସମ୍ପୂର୍ଣ୍ଣ ଜୀବନ ସମ୍ପର୍କରେ ଆରମ୍ଭରୁ ତାହାଙ୍କୁ ସ୍ୱର୍ଗକୁ ନିଆଯିବା ପର୍ଯ୍ୟନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ରେରିତମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଯୀଶୁ, ପ୍ରେରିତମାନେ[a] କ’ଣ କରିବା ଉଚିତ୍, ସେହି କଥା କହିଲେ। 3 ଏହି ଘଟଣାଟି ଯୀଶୁଙ୍କର ମୃତ୍ୟୁ ପରେ ଘଟିଥିଲା। କିନ୍ତୁ ଅନେକ ଶକ୍ତିଯୁକ୍ତ କାର୍ଯ୍ୟ ଦ୍ୱାରା ସେ ପ୍ରମାଣିତ କରି ଦେଖେଇ ଦେଲେ ଯେ, ସେ ଜୀବିତ ଥିଲେ। ମୃତ୍ୟୁ ପରେ ପୁନର୍ଜୀବିତ ହୋଇ ଉଠିଥିବାର ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ପ୍ରେରିତମାନେ ଯୀଶୁଙ୍କୁ ଅନେକ ଥର ଦେଖିଲେ। ଯୀଶୁ ପରମେଶ୍ୱରଙ୍କର ରାଜ୍ୟ ବିଷୟରେ ପ୍ରେରିତମାନଙ୍କୁ କହିଲେ। 4 ଦିନେ ଯେତେବେଳେ ଯୀଶୁ ସେମାନଙ୍କ ସାଙ୍ଗରେ ଭୋଜନ କରୁଥିଲେ, ସେତେବେଳେ ସେ ପ୍ରେରିତମାନଙ୍କୁ ଯିରୁଶାଲମ ନ ଛାଡ଼ିବା ପାଇଁ କହିଲେ। ଯୀଶୁ କହିଲେ, “ପରମେଶ୍ୱର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦେଇଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟରେ ଆଗରୁ କହି ସାରିଛି। ତେଣୁ ସେହି ପ୍ରତିଜ୍ଞା ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୁଶାଲମରେ ଅପେକ୍ଷାରେ ରୁହ। 5 ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଇଥିଲେ, କିନ୍ତୁ ଅଳ୍ପ ଦିନ ଭିତରେ ତୁମ୍ଭେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ହେବ।”
2010 by World Bible Translation Center