Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
3 ତା'ପରେ ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ପ୍ରକୃତରେ ତୁମ୍ଭେମାନେ ଯଦି ହୃଦୟର ସହିତ ସଦାପ୍ରଭୁଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଛ, ତେବେ ତୁମ୍ଭେମାନେ ବିଦେଶୀ ପ୍ରତିମାଗୁଡ଼ିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କେବଳ ତାଙ୍କୁ ହିଁ ସେବା କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବେ।”
4 ଇସ୍ରାଏଲୀୟମାନେ ସେମାନଙ୍କର ବାଲ୍ ଓ ଅଷ୍ଟାରୋତ ପ୍ରତିମୂର୍ତ୍ତିକୁ ଫିଙ୍ଗି ଦେଲେ। ସେମାନେ କେବଳ ସଦାପ୍ରଭୁଙ୍କର ସେବା କଲେ।
5 ଶାମୁୟେଲ କହିଲେ, “ଇସ୍ରାଏଲୀୟମାନେ ତୁମ୍ଭେମାନେ ସମସ୍ତେ ମିସ୍ପୀରେ ମିଳିତ ହୁଅ। ମୁଁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।”
6 ଇସ୍ରାଏଲୀୟମାନେ ମିସ୍ପୀରେ ମିଳିତ ହେଲେ ଏବଂ ପାଣି ଆଣିଲେ ଏବଂ ସଦାପ୍ରଭୁଙ୍କ ଆଗରେ ତାହା ଢାଳିଲେ। ସେମାନେ ସେହି ଦିନ ଉପବାସ ପାଳନ କଲେ। ସେମାନେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛୁ।” ଶାମୁୟେଲ ମିସ୍ପୀରେ ଇସ୍ରାଏଲୀୟମାନଙ୍କର ବିଗ୍ଭର କଲେ।
7 ପଲେଷ୍ଟୀୟମାନେ ଶୁଣିଲେ ଯେ ଇସ୍ରାଏଲୀୟମାନେ ମିସ୍ପୀରେ ମିଳିତ ହେଉଛନ୍ତି। ତେଣୁ ପଲେଷ୍ଟୀୟର ଶାସକ ଇସ୍ରାଏଲୀୟମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ଯେତେବେଳେ ଇସ୍ରାଏଲୀୟମାନେ ଏହା ଶୁଣିଲେ, ସେମାନେ ଭୟ କଲେ। 8 ଇସ୍ରାଏଲୀୟମାନେ ଶାମୁୟେଲଙ୍କୁ କହିଲେ, “ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ବନ୍ଦ କର ନାହିଁ, ପଲେଷ୍ଟୀୟଙ୍କ କବଳରୁ ଆମକୁ ରକ୍ଷା କରିବାକୁ ପରମେଶ୍ୱରଙ୍କୁ ଗୁହାରି କର।”
9 ଶାମୁୟେଲ ଗୋଟିଏ ମେଣ୍ଢାଛୁଆ ନେଲେ ଏବଂ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ହୋମବଳି ରୂପେ ଏହା ଉତ୍ସର୍ଗ କଲେ। ଶାମୁୟେଲ ଇସ୍ରାଏଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ। 10 ଶାମୁୟେଲ ନୈବେଦ୍ୟ ଦଗ୍ଧ କରିବା ସମୟରେ ପଲେଷ୍ଟୀୟମାନେ ଯୁଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗରେ ଖୁବ୍ ଜୋର୍ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ୱନ୍ଦରେ ପଡ଼ିଗଲେ, ସେଥିପାଇଁ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେ। 11 ଇସ୍ରାଏଲୀୟମାନେ ମିସ୍ପୀରୁ ପଲେଷ୍ଟୀୟଙ୍କୁ ଅନୁଧାବନ କଲେ। ସେମାନେ ବୈଥ୍-କର ପର୍ଯ୍ୟନ୍ତ ସେମାନଙ୍କୁ ଅନୁଧାବନ କଲେ। ସେମାନେ ପଲେଷ୍ଟୀୟ ସୈନ୍ୟମାନଙ୍କୁ ସେହି ରାସ୍ତାରେ ହତ୍ୟା କଲେ।
ଇସ୍ରାଏଲରେ ଶାନ୍ତି ପ୍ରତିଷ୍ଠା
12 ଶାମୁୟେଲ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ଏବଂ ସଦାପ୍ରଭୁଙ୍କର ସାହାଯ୍ୟ ମନେ ରଖିବା, ସେ ଏହି ପଥରକୁ ମିସ୍ପୀ ଓ ଶେନ ମଧ୍ୟରେ ପ୍ରତିଷ୍ଠା କଲେ ଏହାର ନାମ “ସାହାଯ୍ୟକାରୀ ପଥର” ରଖିଲେ। ଶାମୁୟେଲ କହିଲେ, “ସଦାପ୍ରଭୁ ଆମ୍ଭକୁ ଏ ସ୍ଥାନରେ ସବୁ ପ୍ରକାର ସାହାଯ୍ୟ କରିଛନ୍ତି।”
13 ପଲେଷ୍ଟୀୟମାନେ ପରାସ୍ତ ହେଲେ। ସେମାନେ ପୁଣି ଇସ୍ରାଏଲରେ ପ୍ରବେଶ କଲେ ନାହିଁ। ସଦାପ୍ରଭୁ ଶାମୁୟେଲଙ୍କ ଅବଶିଷ୍ଟ ଜୀବନ କାଳରେ ପଲେଷ୍ଟୀୟଙ୍କ ବିରୁଦ୍ଧରେ ଗଲେ। 14 ପଲେଷ୍ଟୀୟମାନେ ଇସ୍ରାଏଲର ଇକ୍ରୋଣଠାରୁ ଗାଥ୍ ପର୍ଯ୍ୟନ୍ତ ସହର ଛଡ଼ାଇ ନେଇଥିଲେ? କିନ୍ତୁ ଇସ୍ରାଏଲୀୟମାନେ ସେହି ସହରଗୁଡ଼ିକୁ ଫେରାଇ ନେଲେ।
ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା।
15 ଶାମୁୟେଲ ତାଙ୍କର ଜୀବନସାରା ଇସ୍ରାଏଲର ନେତୃତ୍ୱ ନେଲେ। 16 ସେ ପ୍ରତି ବର୍ଷ ଦେଶର ଚତୁର୍ଦ୍ଦିଗ ଯାତ୍ରା କରନ୍ତି। ସେ ବୈଥେଲ୍, ଗିଲ୍ଗଲ୍ ଓ ମିସ୍ପୀ ପ୍ରଭୃତି ସ୍ଥାନକୁ ଯାତ୍ରା କଲେ। ସେ ଲୋକଙ୍କୁ ଅନୁଧ୍ୟାନ କରି ଶାସନ ଚଲାଇଲେ। 17 ଶାମୁୟେଲଙ୍କ ଘର ରାମାରେ, ତେଣୁ ସେ ସେଠାକୁ ଫେରି ଆସୁଥିଲେ। ସେ ରାମାଠାରୁ ଲୋକଙ୍କୁ ଅନୁଧ୍ୟାନ କରୁଥିଲେ ଓ ସେଠାରୁ ଶାସନ କରୁଥିଲେ। ତେଣୁ ଶାମୁୟେଲ ସଦାପ୍ରଭୁଙ୍କ ପାଇଁ ରାମାରେ ଯଜ୍ଞବେଦି ନିର୍ମାଣ କରିଥିଲେ।
19 କିଛି ଖାଦ୍ୟ ଖାଇବା ପରେ ତାହାଙ୍କର ବଳ ଆସିଲା।
ଦମ୍ମେସକରେ ଶାଉଲଙ୍କ ପ୍ରଗ୍ଭର
ସେ ଦମ୍ମେସକ ନଗରରେ ଶିଷ୍ୟମାନଙ୍କ ସହିତ କିଛି ସମୟ ରହିଲେ। 20 ତା'ପରେ ଶାଉଲ ସିଧା ଯିହୂଦୀ ସମାଜଗୃହମାନଙ୍କରେ ପହଞ୍ଚି ସେଠାରେ ଯୀଶୁଙ୍କ ବିଷୟରେ ପ୍ରଗ୍ଭର କଲେ। ସେ ଲୋକମାନଙ୍କୁ କହିବାକୁ ଲାଗିଲେ, “ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି।’’
21 ତାହାଙ୍କ କଥା ଶୁଣୁଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ କ’ଣ ସେହି ଲୋକ ନୁହେଁ, ଯିଏ ଏହି ନାମରେ ବିଶ୍ୱାସ କରିଥିବା ଯିରୁଶାଲମର ଲୋକମାନଙ୍କୁ ତାଡ଼ନା କରୁଥିଲା? ଏହି ଲୋକ କ’ଣ ସେ ନୁହେଁ, ଯେ କି ସେମାନଙ୍କୁ ବାନ୍ଧି ନେଇ ପ୍ରଧାନଯାଜକମାନଙ୍କ ପାଖକୁ ନେଇଯିବା ପାଇଁ ଏଠାକୁ ଆସିଥିଲା।”
22 କିନ୍ତୁ ଶାଉଲ ଅଧିକ ଶକ୍ତିଶାଳୀ ହୋଇ ଉଠିଲେ। ସେ ପ୍ରମାଣ କରିଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ତାହାଙ୍କ ପ୍ରମାଣ ସବୁ ଏତେ ଦୃଢ଼ଥିଲା ଯେ, ଦମ୍ମେସକର ଯିହୂଦୀମାନେ ଏ ବିଷୟରେ ତାହାଙ୍କ ସହିତ ଯୁକ୍ତି କରି ପାରୁ ନ ଥିଲେ।
ଶାଉଲ ଯିହୂଦୀଙ୍କଠାରୁ ରକ୍ଷା ପାଇବା
23 ଅନେକ ଦିନ ବିତିଗଲା ପରେ ଯିହୂଦୀମାନେ ଶାଉଲଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ। 24 ଯିହୂଦୀମାନେ ତାହାଙ୍କୁ ମାରିବା ପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣି ପାରିଲେ। 25 କିନ୍ତୁ ତାହାଙ୍କର ଅନୁସରଣକାରୀ ତାହାଙ୍କୁ ଦିନେ ରାତିରେ ଟୋକେଇରେ ନେଇ ପାଚେରୀ ଆରପଟେ ଛାଡ଼ି ଦେଲେ।
ଯିରୁଶାଲମରେ ଶାଉଲ
26 ଶାଉଲ ଯିରୁଶାଲମରେ ପହଞ୍ଚି ବିଶ୍ୱାସୀ ଶିଷ୍ୟମାନଙ୍କ ସହିତ ଯୋଗଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ସମସ୍ତେ ତାହାଙ୍କୁ ଭୟ କରୁଥିଲେ। ସେ ଯେ ପ୍ରକୃତରେ ଯୀଶୁଙ୍କର ଶିଷ୍ୟ ହୋଇଅଛନ୍ତି, ଏହା ଶିଷ୍ୟମାନେ ବିଶ୍ୱାସ କଲେ ନାହିଁ। 27 ମାତ୍ର ବର୍ଣ୍ଣବ୍ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କ ପାଖକୁ ଗଲେ। ଦମ୍ମେସକକୁ ଯିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ରେରିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମେସକରେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମରେ ପ୍ରଗ୍ଭର କରିଥିଲେ, ଏହା ସବୁ ମଧ୍ୟ ସେ ସେମାନଙ୍କୁ ବୁଝାଇ ଦେଲେ।
28 ତା'ପରେ ଶାଉଲ ସେମାନଙ୍କ ସହିତ ରହି, ଯିରୁଶାଲମର ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କର ନାମରେ ସାହସର ସହିତ ପ୍ରଗ୍ଭର କଲେ। 29 ସେ ଗ୍ରୀକ୍ ଭାଷାଭାଷୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଏବଂ ବାଦାନୁବାଦ ମଧ୍ୟ କରୁଥିଲେ। କିନ୍ତୁ ସେମାନେ ତାହାଙ୍କୁ ମାରିବା ପାଇଁ ଚେଷ୍ଟା କଲେ। 30 ଭାଇମାନେ ଏହା ଜାଣିପାରି ତାହାଙ୍କୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ପଠାଇଦେଲେ।
31 ଏହା ଦ୍ୱାରା ଯିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ୱାସୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ରଆତ୍ମାର ସହାୟତା ପାଇ ସେମାନେ ରହୁଥିଲେ।
2010 by World Bible Translation Center