Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 138

ଦାଉଦଙ୍କର ଗୀତ

138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
    ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
    ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
    ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
    ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।

ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
    ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
    କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
    କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
    ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
    ଯଦି ମୋର ଶତ୍ରୁଗଣ କେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
    ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
    ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 4

ଆଉ ଶାମୁୟେଲର କଥା ସମସ୍ତ ଇସ୍ରାଏଲ ମଧ୍ୟରେ ପ୍ରଚଳିତ ହେଲା। ଏଲି ବୃଦ୍ଧ ହେଲେ, ତାଙ୍କର ପୁତ୍ରମାନେ ପରମେଶ୍ୱରଙ୍କ ବିରୁଦ୍ଧରେ[a] କୁକାର୍ଯ୍ୟ କରି ଗ୍ଭଲିଲେ।

ପଲେଷ୍ଟୀୟମାନେ ଇସ୍ରାଏଲୀୟମାନଙ୍କୁ ପରାଜିତ କଲେ

ଏହା ପରେ ଇସ୍ରାଏଲୀୟମାନେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ସେମାନେ ଏବନ୍-ଏଜର ନିକଟରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟୀୟମାନେ ଅଫ୍ରେକରେ ଛାଉଣି ସ୍ଥାପନ କଲେ। ଏହା ପରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ନିଜକୁ ପ୍ରସ୍ତୁତ କଲେ।

ଯୁଦ୍ଧ ସମୟରେ ଇସ୍ରାଏଲୀୟଗଣ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାଜିତ ହେଲେ; ଓ 4,000 ସୈନ୍ୟ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ। ତା'ପରେ ଇସ୍ରାଏଲୀୟ ସୈନ୍ୟଗଣ ଛାଉଣି ନିକଟକୁ ଫେରି ଆସିଲେ। ତା'ପରେ ପ୍ରାଚୀନଗଣ ପଗ୍ଭରିଲେ, “ସଦାପ୍ରଭୁ କାହିଁକି ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାସ୍ତ କଲେ? ଆସ, ଆମ୍ଭେମାନେ ଶିଲୋଠାରୁ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ଆଣିବା। ଏହିପରି ଭାବରେ, ସେ ଆମ୍ଭମାନଙ୍କ ସହିତ ଆସିବେ ଓ ଆମ୍ଭମାନଙ୍କୁ ଶତ୍ରୁମାନଙ୍କଠାରୁ ରକ୍ଷା କରିବେ।”

ତା'ପରେ ସେମାନେ ଲୋକମାନଙ୍କୁ ଶୀଲୋକୁ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ। ସିନ୍ଦୁକର ଉପରେ କିରୂବ ଦୂତଗଣ ଥିଲେ। ସେମାନେ ପରମେଶ୍ୱରଙ୍କ ସିଂହାସନ ପରି ଏଲିଙ୍କର ଦୁଇପୁତ୍ର ହ‌ଫ୍‌ନି ଓ ପୀନହସ୍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଆସିଲେ।

ପୁଣି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଛାଉଣିକି ଆସନ୍ତେ ସମଗ୍ର ଇସ୍ରାଏଲ ଏପରି ମହା ଜୟଧ୍ୱନି କଲେ, ଯେ ପୃଥିବୀ କମ୍ପିଲା। ତହୁଁ ପଲେଷ୍ଟୀୟମାନେ ସେହି ଜୟଧ୍ୱନି ଶୁଣି କହିଲେ, “ଏବ୍ରୀୟମାନଙ୍କ ଛାଉଣିରେ ଏହି ମହାଜୟଧ୍ୱନିର ଅଭିପ୍ରାୟ କ’ଣ?”

ଆଉ ସେମାନେ ଜାଣିଲେ, ଯେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଇସ୍ରାଏଲର ଛାଉଣିକି ଅଣାଗଲା। ତହିଁରେ ପଲେଷ୍ଟୀୟମାନେ ଭୀତ ହୋଇ କହିଲେ, “ପରମେଶ୍ୱର ଛାଉଣିକି ଆସି ଅଛନ୍ତି, ଆହୁରି ମଧ୍ୟ ସେମାନେ କହିଲେ, ହାୟ! ଆମ୍ଭେମାନେ ଅସୁବିଧାରେ ଅଛୁ। ଏହା ପୂର୍ବରୁ ଏପରି କେବେ ହୋଇ ନାହିଁ। ହାୟ! ଏହି ବଳବାନ୍ ଦେବଗଣ ହସ୍ତରୁ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦେବଗଣ ପ୍ରାନ୍ତରରେ ଭୟଙ୍କର ରୋଗ ଓ ମହାମାରୀ ଦ୍ୱାରା ମିସ୍ରୀୟମାନଙ୍କୁ ଆଘାତ କରିଥିଲେ। ହେ ପଲେଷ୍ଟୀୟମାନେ, ତୁମ୍ଭେମାନେ ବଳବାନ ଓ ସାହସୀ ହୁଅ। ପୁରୁଷ ପଣରେ ଯୁଦ୍ଧ କର। ତହିଁରେ ଏବ୍ରୀୟମାନେ ଆମ୍ଭର ଦାସ ହୋଇଥିଲେ, ତେଣୁ ତୁମ୍ଭେମାନେ ନିଶ୍ଚୟ ସେମାନଙ୍କର ଦାସ ହୋଇ ପାରିବ ନାହିଁ। ତୁମ୍ଭେମାନେ ପୁରୁଷତ୍ୱ ପ୍ରକାଶ କର ଓ ଯୁଦ୍ଧ କର।”

10 ତହିଁରେ ପଲେଷ୍ଟୀୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲୀୟମାନେ ପରାସ୍ତ ହୋଇ ପ୍ରତ୍ୟେକ ଆପଣା ଆପଣା ତମ୍ବୁକୁ ଫେରିଗଲେ, ସେତେବେଳେ ଅତି ମହାସଂହାର ହେଲା, କାରଣ ସେଥିରେ ଇସ୍ରାଏଲର 30,000 ପଦାତିକ ସୈନ୍ୟ ମରି ପଡ଼ିଲେ। 11 ପୁଣି ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଧରିଲେ। ଆଉ ଏଲିଙ୍କର ଦୁଇ ପୁତ୍ର ହ‌ଫ୍‌ନି ଓ ପୀନହସ୍ ହତ ହେଲେ।

12 ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବିନ୍ୟାମୀନିୟ ଲୋକ ଯୁଦ୍ଧଭୂମି ଛାଡ଼ି ଦେଲା ଓ ସାରା ରାସ୍ତାରେ ଶୀଲୋ ଆଡ଼କୁ ଦୌଡ଼ିଲା। ତା'ର ବସ୍ତ୍ରଗୁଡ଼ିକ ଚିରିଗଲା ଏବଂ ତା'ର ମସ୍ତକରେ ମାଟି ଥିଲା। ସେହି ଦିନ ସେ ଶୀଲୋରେ ପହଞ୍ଚିଲା 13 ସେହି ସମୟରେ ଏଲି ଫାଟକ ପାଖରେ ବସି ଅପେକ୍ଷା କରିଥିଲେ, କାରଣ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନିମନ୍ତେ ତାଙ୍କର ହୃଦୟ ଉତ୍କଣ୍ଠିତ ଥିଲା। ଇତ୍ୟବସରରେ ସେହିଲୋକ ସମ୍ବାଦ ଦେଲା ଏବଂ ନଗରଯାକ ଉଚ୍ଚସ୍ୱରରେ କାନ୍ଦି ଉଠିଲେ। 14 ତା'ପରେ ଏଲି ସେହି କ୍ରନ୍ଦନ ଶବ୍ଦ ଶୁଣି କହିଲେ, “ଏହି କୋଳାହଳ ଶବ୍ଦର ଅଭିପ୍ରାୟ କ’ଣ?” ତହୁଁ ସେହି ଲୋକ ଶୀଘ୍ର ଏଲିଙ୍କୁ ସମ୍ବାଦ ଦେଲା। 15 ସେ ସମୟରେ ଏଲି ଅଠାନବେ ବର୍ଷ ବୟସ୍କ ହୋଇଥିଲେ ଓ ଅନ୍ଧ ହୋଇଥିବାରୁ ସେ ଦେଖି ପାରିଲେ ନାହିଁ। 16 ତା'ପରେ ସେହି ଲୋକଟି ଏଲିଙ୍କୁ କହିଲା, “ମୁଁ ଏକ ସୈନ୍ୟ ଯିଏ କି ଏବେ ଯୁଦ୍ଧରୁ ଫେରି ଆସିଲି।” ମୁଁ ଆଜି ଯୁଦ୍ଧରୁ ଦୌଡ଼ି ପଳାଇ ଆସିଲି।

ତା'ପରେ ଏଲି ତାକୁ ପଗ୍ଭରିଲେ, “ହେ ପୁତ୍ର, କ’ଣ ହେଲା?”

17 ତହୁଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦେଇ କହିଲା, “ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ଦୌଡ଼ି ପଳାଇଲେ। ଇସ୍ରାଏଲୀୟ ସୈନ୍ୟବାହିନୀ ତାଙ୍କର ବହୁତ ସୈନ୍ୟ ହରାଇଲେ। ତୁମ୍ଭର ଦୁଇ ପୁତ୍ର ହ‌ଫ୍‌ନି ଓ ପୀନହସ୍ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇଗଲେ।”

18 ଯେତେବେଳେ ଏଲି ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବିଷୟରେ ଶୁଣିଲେ, ଏଲି ଆପଣା ଚୌକି ପଛଆଡ଼େ ପଡ଼ିଗଲେ, ତହୁଁ ତାଙ୍କର ବେକ ଭାଙ୍ଗିଗଲା ଓ ସେ ମୃତ୍ୟୁବରଣ କଲେ, କାରଣ ସେ ବୃଦ୍ଧ ଓ ଭାରୀ ଥିଲେ। ସେ ଗ୍ଭଳିଶ୍ ବର୍ଷ ଇସ୍ରାଏଲର ନେତୃତ୍ୱ ନେଲେ।

ଗୌରବ ସମାପ୍ତ ହୋଇଗଲା

19 ସେ ସମୟରେ ଏଲିର ପୁତ୍ରବଧୂ ପୀନହ‌ସ୍‌ର ସ୍ତ୍ରୀ ଗର୍ଭବତୀ ଥିଲା ଓ ତା'ର ପ୍ରସବକାଳ ନିକଟ ଥିଲା ଏହା ଶୁଣିବା ପରେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଧରା ପଡ଼ିଲା। ତା'ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କଲେ। ଅତି ପ୍ରସବକାଳୀନ ଯନ୍ତ୍ରଣା ଭୋଗ କରୁ କରୁ ସେ ପ୍ରସବ କଲା। 20 ତା'ପରେ ପ୍ରାୟ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ତ ପୁତ୍ର ପ୍ରସବ କରିଅଛ,”

ମାତ୍ର ସେ କିଛି ଉତ୍ତର ଦେଲା ନାହିଁ କିଅବା ତହିଁରେ ମନ ଦେଲା ନାହିଁ। 21 ସେ ସେହି ବାଳକର ନାମ ଐ-କାବୋଦ୍ ଦେଲା। ତା'ର ଅର୍ଥ, “ଇସ୍ରାଏଲରୁ ଗୌରବ ଗ୍ଭଲି ଯାଇଛି।” ଏହା ଧାରଣା ଦିଏ ଯେ ସଦାପ୍ରଭୁଙ୍କର ସିନ୍ଦୁକ ଧରା ପଡ଼ିଛି ଏବଂ ତା'ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କରିଥିଲେ। 22 ଏବଂ ସେ କହିଲା, “ଇସ୍ରାଏଲରୁ ଗୌରବ ଗ୍ଭଲିଯାଇଛି,” କାରଣ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହି ନିଆଗଲା।

ପିତରଙ୍କ ପ୍ରଥମ ପତ୍ର 4:7-19

ପରମେଶ୍ୱରଙ୍କ ଦାନଗୁଡ଼ିକର ଭଲ ତତ୍ତ୍ୱାବଧାରକ ହୁଅ

ସବୁ ବିଷୟ ସମାପ୍ତ ହେବାର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂଯତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର। ପ୍ରେମ ଅନେକ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ୱାଗତ ଜଣାଅ। 10 ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ। 11 ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।

ଖ୍ରୀଷ୍ଟିୟାନ ଭାବରେ ଯାତନା ସହିବା

12 ମୋ’ ମିତ୍ରଗଣ, ତୁମ୍ଭେମାନେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ଯ୍ୟ ମନେକର ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ୱାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ଯ୍ୟ କଥା ଘଟୁଛି। 13 ବରଂ ତୁମ୍ଭେ ଖୁସୀ ହେବା ଉଚିତ୍ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହୋଇଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲାବେଳେ ତୁମ୍ଭେ ଖୁସୀ ହେବ ଓ ଆନନ୍ଦରେ ପୂର୍ଣ୍ଣ ହେବ। 14 ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ୟ ବୋଲି ଜାଣିବ। ତୁମ୍ଭ ଭିତରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ୟ। ତାହା ହିଁ ହେଉଛି ପରମେଶ୍ୱରଙ୍କ ଆତ୍ମା। 15 ତୁମ୍ଭମାନଙ୍କ ଭିତରୁ କେହି ହତ୍ୟାକାରୀ ବା ଗ୍ଭେର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାରରେ ମୁଣ୍ଡ ଖେଳାଇଲା ଭଳି ଲୋକ ନ ଥାଉ। ସେହିଭଳି କାମ କଲେ, ଜଣେ ଦୁଃଖ ଭୋଗିବ। ତୁମ୍ଭ ଭିତରୁ କେହି ଏପରି କାର୍ଯ୍ୟ କରି ଯାତନା ନ ଭୋଗୁ। କିନ୍ତୁ ଜଣେ କେହି ଖ୍ରୀଷ୍ଟିୟାନ ହେବାରୁ ଯାତନା ପାଇଲେ, ଲଜ୍ଜିତ ନ ହେଉ। 16 ତୁମ୍ଭେ ସେହି ଖ୍ରୀଷ୍ଟିୟାନ ନାମଟି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। 17 ଏବେ ବିଗ୍ଭରର ସମୟ ଆସିଛି। ତାହା ପରମେଶ୍ୱରଙ୍କ ପରିବାରଠାରୁ ଆରମ୍ଭ ହେବ। ଯଦି ସେହି ବିଗ୍ଭର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରି ନାହାନ୍ତି, ସେମାନଙ୍କର କି ଅବସ୍ଥା ହେବ?

18 “ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ।
    ତା'ହେଲେ ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସେମାନଙ୍କର କ’ଣ ହେବ?”(A)

19 ଅତଏବ ଯେଉଁ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଯାତନା ଭୋଗ କରୁଛନ୍ତି, ସେମାନେ ତାହାଙ୍କୁ ସେମାନଙ୍କର ଆତ୍ମା ବିଶ୍ୱାସପୂର୍ବକ ସମର୍ପଣ କରିଦେବା ଉଚିତ୍। ପରମେଶ୍ୱର ସେମାନଙ୍କୁ ଗଠନ କରିଛନ୍ତି ଓ ତେଣୁ ସେମାନେ ତାହାଙ୍କୁ ବିଶ୍ୱାସ କରି ପାରିବେ। ଅତଏବ ସେମାନେ ଭଲ କାମ କରି ଗ୍ଭଲିବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center