Revised Common Lectionary (Semicontinuous)
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
110 ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ,
“ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ।
ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”
2 ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ,
ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।
3 ତୁମ୍ଭ ପରାକ୍ରମର ଦିନରେ,
ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ,
ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ।
ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ।
ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ
କାକର ଟୋପା ପରି ବେଢ଼ି ରହିବେ।
4 ସଦାପ୍ରଭୁ ପ୍ରତିଜ୍ଞା କଲେ,
ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ।
“ଯାଜକ ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”
5 ମୋର ପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
ଯେତେବେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
6 ପରମେଶ୍ୱର ଦେଶଗୁଡ଼ିକର ବିଗ୍ଭର କରିବେ।
ଏହି ଭୂମିସବୁ ମୃତ ଦେହରେ ଆଚ୍ଛାଦିତ ହେବ।
ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ୱଂସ କରିବେ।
7 ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ
ଏବଂ ଏହି ହେତୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହେବେ।
7 ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ। 8 ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁଗ୍ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ। 9 ଆମ୍ଭେ ଇସ୍ରାଏଲ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରୀୟମାନେ ସେମାନଙ୍କୁ କିପରି ଦୌରାତ୍ମ୍ୟ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି। 10 ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ରେରଣ କରିବା। ଯାଅ! ଆମ୍ଭର ଲୋକମାନଙ୍କୁ ଆଗେଇ ନିଅ, ଇସ୍ରାଏଲୀୟମାନଙ୍କୁ ମିଶର ମଧ୍ୟରୁ ଆଗେଇ ନେଇଯାଅ!”
11 କିନ୍ତୁ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ ଫାରୋ ନିକଟକୁ ଯିବା ପାଇଁ କିଏ? କିପରି ମୁଁ ଇସ୍ରାଏଲୀୟମାନଙ୍କୁ ମିଶର ଦେଶରୁ ବାହାରକୁ ଆଣିବି?”
12 ତା'ପରେ ପରମେଶ୍ୱର କହିଲେ, “ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବା! ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କରୁଛୁ, ଏହା ତା'ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭେମାନେ ଏହି ପର୍ବତରେ ଆମ୍ଭର ଉପାସନା କରିବ।”
13 ଏହା ପରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଯଦି ମୁଁ ଇସ୍ରାଏଲୀୟମାନଙ୍କ ନିକଟକୁ ଯାଇ କହେ, ‘ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ମୋତେ ପଠାଇଛନ୍ତି,’ ଏହା ପରେ ଲୋକମାନେ ଯଦି ମୋତେ ପଗ୍ଭରନ୍ତି, ‘ତାଙ୍କର ନାମ କ’ଣ?’ ମୁଁ ତାଙ୍କୁ କ’ଣ କହିବି?”
14 ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ସେମାନଙ୍କୁ କୁହ, ‘ଆମ୍ଭେ ଯେ ଅଛୁ, ସେ ଅଛୁ,’ ଇସ୍ରାଏଲର ଲୋକମାନଙ୍କୁ କୁହ ଯେ, ‘ସ୍ୱୟମ୍ଭୂ’ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।” 15 ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିକଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ସଦାପ୍ରଭୁ (ସ୍ୱୟମ୍ଭୂ)ଙ୍କର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’ ‘ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଛନ୍ତି।”’
39 ଯିହୂଦୀମାନେ କହିଲେ, “ଅବ୍ରହାମ ଆମ୍ଭମାନଙ୍କର ପିତା।”
ଯୀଶୁ କହିଲେ, “ଯଦି ତୁମ୍ଭେ ପ୍ରକୃତରେ ଅବ୍ରହାମଙ୍କ ସନ୍ତାନ, ତେବେ ତୁମ୍ଭେମାନେ ଅବ୍ରହାମ କରିଥିବା କାର୍ଯ୍ୟମାନ କରିବ। 40 ମୁଁ ତୁମ୍ଭକୁ ପରମେଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟ କଥା କହୁଛି। କିନ୍ତୁ ତୁମ୍ଭେମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରହାମ କିନ୍ତୁ ସେହିପରି କିଛି କରି ନ ଥିଲେ। 41 ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ଯ୍ୟ ଗୁଡ଼ିକ କରୁଛ।”
କିନ୍ତୁ ଯିହୂଦୀମାନେ କହିଲେ, “ଆମ୍ଭେ ସେ ଭଳି ସନ୍ତାନ ନୋହୁଁ, ଯେଉଁମାନେ ତାହାଙ୍କ ପିତାଙ୍କ ପରିଚୟ ଜାଣନ୍ତି ନାହିଁ। ପରମେଶ୍ୱର ଆମ୍ଭର ପରମପିତା। ସେ ଆମ୍ଭର ଏକମାତ୍ର ପରମପିତା।”
42 ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ଯଦି ପରମେଶ୍ୱର ପ୍ରକୃତରେ ତୁମ୍ଭର ପରମପିତା, ତେବେ ତୁମ୍ଭେ ମୋତେ ଭଲ ପାଇବା ଉଚିତ୍। ମୁଁ ପରମେଶ୍ୱରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠାରେ ଅଛି। ମୁଁ ମୋ’ କ୍ଷମତା ଅନୁସାରେ ଆସି ନାହିଁ। ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି। 43 ମୁଁ ଯାହାସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁ ନାହଁ। ଏହାର କାରଣ ହେଲା ତୁମ୍ଭେ ମୋ’ ଉପଦେଶ ଗ୍ରହଣ କରି ପାରୁ ନାହଁ। 44 ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତା'ର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁଣୀ। ସେ ସର୍ବଦା ସତ୍ୟର ବିରୁଦ୍ଧ। ତା’ ଭିତରେ କୌଣସି ସତ୍ୟତା ନାହିଁ। ସେ ତା'ର ସ୍ୱଭାବରୁ ମିଛୁଆ। ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା।
45 “ମୁଁ ସତ୍ୟ କହେ। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। 46 ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ଏ କଥା ପ୍ରମାଣ କରି ପାରିବ ଯେ, ମୁଁ ପାପ ପାଇଁ ଦୋଷୀ? ଯଦି ମୁଁ ସତ୍ୟ କହେ, ତେବେ ମୋତେ କାହିଁକି ବିଶ୍ୱାସ କରୁ ନାହଁ? 47 ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ।”
ଯୀଶୁ ନିଜ ବିଷୟରେ ଓ ଅବ୍ରହାମଙ୍କ ବିଷୟରେ କହିଲେ
48 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦେଇଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?”
49 ଯୀଶୁ ଉତ୍ତର ଦେଲେ, “ମୋ’ ଭିତରେ ଭୂତ ନାହିଁ। ମୁଁ ମୋ’ ପରମପିତାଙ୍କୁ ସମ୍ମାନ ଦିଏ। କିନ୍ତୁ ତୁମ୍ଭେ ମୋତେ ସମ୍ମାନ ଦେଉ ନାହଁ। 50 ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁ ନାହିଁ। ମାତ୍ର ଜଣେ ଅଛନ୍ତି, ଯିଏ ମୋ’ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି। ସେ ହେଉଛନ୍ତି ବିଗ୍ଭରକର୍ତ୍ତା। 51 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କେହି ମୋ’ ଉପଦେଶ ମାନେ, ତେବେ ସେ ଲୋକ କେବେ ମରିବ ନାହିଁ।”
52 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରହାମ ମରିଥିଲେ ଓ ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, ‘ମୋ’ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।’ 53 ତୁମ୍ଭେ କ'ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରହାମଙ୍କଠାରୁ ମହାନ୍? ଅବ୍ରହାମ ତ’ ମରିଗଲେ ଓ ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?”
54 ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି, ତେବେ ସେ ସମ୍ମାନର କିଛି ମୂଲ୍ୟ ନାହିଁ। ମୋତେ ଯିଏ ସମ୍ମାନ ଦିଅନ୍ତି, ସେ ମୋର ପରିମପିତା। ଏବଂ ତୁମ୍ଭେମାନେ କହୁଛ, ସେ ତୁମ୍ଭର ପରମେଶ୍ୱର। 55 କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତରେ ଜାଣି ନାହଁ। ମୁଁ ତାହାଙ୍କୁ ଜାଣେ। ଯଦି ମୁଁ କହେ ଯେ, ମୁଁ ତାହାଙ୍କୁ ଜାଣେ ନାହିଁ, ତେବେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ୟାବାଦୀ ହେବି। କିନ୍ତୁ ମୁଁ ତାହାଙ୍କୁ ଅବଶ୍ୟ ଜାଣେ, ସେ ଯାହା କହନ୍ତି ମୁଁ ସେଗୁଡ଼ିକ ପାଳନ କରେ। 56 ମୋର ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରହାମ ବହୁତ ଖୁସୀ ହୋଇଥିଲେ। ସେ ସେହି ଦିନଟି ଦେଖିଲେ ଓ ଖୁସୀ ହେଲେ।”
57 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “କ'ଣ ତୁମ୍ଭେ ଅବ୍ରହାମଙ୍କୁ କଦାପି ଦେଖି ନାହଁ! ତୁମ୍ଭର ବୟସ ତ ପଗ୍ଭଶ ବର୍ଷ ବି ନୁହେଁ।”
58 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।” 59 ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉଠେଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଗ୍ଭଲିଗଲେ।
2010 by World Bible Translation Center