Revised Common Lectionary (Semicontinuous)
ବିଶ୍ରାମବାର ନିମିତ୍ତକ ଗୀତ।
92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
2 ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
3 ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
ସୂ-ଗୀତ ଗାନ କରିବା ଭଲ।
4 ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।
12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
ଲିବାନୋନ୍ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।
8 ଏବେ ଯାଅ, ସେମାନଙ୍କ ସାକ୍ଷାତରେ ଏକ ଫଳକରେ ତାହା ଲେଖ। ଏକ ପୁସ୍ତକରେ ତାହା ଲିପିବଦ୍ଧ କର ଯେପରି କି ତାହା ଆସନ୍ତାକାଲି ଓ ଅନନ୍ତକାଳ ପର୍ଯ୍ୟନ୍ତ ରହିବ।
9 ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ। ସେମାନେ ସଦାପ୍ରଭୁଙ୍କ ଶିକ୍ଷାସମୂହକୁ ଶୁଣିବାକୁ ଅସମ୍ମତ। 10 ସେମାନେ ଦର୍ଶକମାନଙ୍କୁ କୁହନ୍ତି, “ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ କୁହନ୍ତି ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ବିଶ୍ୱାସ ବାକ୍ୟ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଗ୍ଭର କର। 11 ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ିଦିଅ। ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।”
ଯିହୁଦାର ସାହାଯ୍ୟ କେବଳ ପରମେଶ୍ୱରଙ୍କଠାରୁ ଆସେ
12 ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କୁହନ୍ତି, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟକୁ ତୁଚ୍ଛ କରୁଛ। ପୁଣି ଉପଦ୍ରବ ଓ କୁଟିଳତାରେ ବିଶ୍ୱାସ କରି ତହିଁ ଉପରେ ନିର୍ଭର କରୁଛ। 13 ସେହି ପାପ ପତନ ହେବ, ଠିକ୍ ଯେପରି ଉଚ୍ଚ କାନ୍ଥରେ ଫାଟ ଦେଇ ପାଣି ପ୍ରବେଶ କରିବ ଏବଂ ଶୀଘ୍ର ପତନ ଘଟିବ। 14 ତୁମ୍ଭେମାନେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ। ତାହା ଏପରି ଅଦରକାରୀ ହେବ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥିରେ ଚୁଲ୍ଲୀରୁ ନିଆଁ ଆଣି ହେବ ନାହିଁ କି କୁଣ୍ଡରୁ ପାଣି ନେଇ ହେବ ନାହିଁ।”
15 ମୋର ପ୍ରଭୁ ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ୱରୂପ କୁହନ୍ତି, “ତୁମ୍ଭେମାନେ ଯଦି ମୋ’ ନିକଟକୁ ଫେରି ଆସିବ ତେବେ ତୁମ୍ଭେମାନେ ପରିତ୍ରାଣ ପାଇବ। ସୁସ୍ଥିର, ଶାନ୍ତ ହେଲେ ଓ ବିଶ୍ୱାସ ରଖିଲେ ବନ୍ଦ ହେବ।”
ମାତ୍ର ତୁମ୍ଭେମାନେ ଅସମ୍ମତ ହେଲ। 16 ତୁମ୍ଭେମାନେ କୁହ, “ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ।” ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚାତ୍ଧାବନ କରିବେ। ତୁମ୍ଭେମାନେ ଦ୍ରୁତଗାମୀ ବାହନରେ ଗଲେ ମଧ୍ୟ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହେବେ। 17 ଜଣେ ବ୍ୟକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାୟନ କରିବେ। ପାଞ୍ଚ ଜଣଙ୍କ ଧମକରେ ତୁମ୍ଭେମାନେ ସମସ୍ତେ ପଳାୟନ କରିବ। କେବଳ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନ ସ୍ୱରୂପ ଓ ଉପପର୍ବତରେ ପତାକାର ଦଣ୍ଡସ୍ୱରୂପ ହୋଇ ଅବଶିଷ୍ଟ ରହିବ।
16 “ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ୱାସ ନଷ୍ଟ କରି ନ ପାରନ୍ତି। 2 ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି। 3 କାରଣ ସେମାନେ ପରମପିତାଙ୍କୁ ଜାଣି ନାହାନ୍ତି ଓ ସେମାନେ ମୋତେ ମଧ୍ୟ ଜାଣି ନାହାନ୍ତି। 4 ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି।
ପବିତ୍ରଆତ୍ମାଙ୍କର କାର୍ଯ୍ୟ
“ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହି ନ ଥିଲି।
2010 by World Bible Translation Center