Revised Common Lectionary (Semicontinuous)
ବିଶ୍ରାମବାର ନିମିତ୍ତକ ଗୀତ।
92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
2 ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
3 ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
ସୂ-ଗୀତ ଗାନ କରିବା ଭଲ।
4 ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।
12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
ଲିବାନୋନ୍ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।
15 କୋମଳ ପୂର୍ଣ୍ଣ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁବାକ୍ୟ କୋପ ଜନ୍ମାଏ। 2 ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପାରେ, କିନ୍ତୁ ନିର୍ବୋଧ ନିର୍ବୋଧତାକୁ ବଖାଣେ।
3 ସଦାପ୍ରଭୁ ସର୍ବଦା ସବୁଠାରେ ଘଟୁଥିବା ଘଟଣାକୁ ଦେଖନ୍ତି। ସେ ଅଧମ ଓ ଉତ୍ତମ ଲୋକମାନଙ୍କୁ ମଧ୍ୟ ନୀରିକ୍ଷଣ କରନ୍ତି।
4 ଶାନ୍ତିର ବାକ୍ୟ ଜୀବନର ବୃକ୍ଷ ସ୍ୱରୂପ, ମାତ୍ର କୁଟିଳ ବାକ୍ୟ ଆତ୍ମା ନଷ୍ଟ କରେ।
5 ଅଜ୍ଞାନ ଆପଣା ପିତାର ଶାସନକୁ ଅବହେଳା କରେ, ମାତ୍ର ବିଜ୍ଞୋଚିତ ବ୍ୟକ୍ତି ଭର୍ତ୍ସନାକୁ ଆଦର ସହ ଗ୍ରହଣ କରନ୍ତି।
6 ଧାର୍ମିକର ଗୃହରେ ବହୁ ସମ୍ପତ୍ତି ଥାଏ। ମାତ୍ର ଦୁଷ୍ଟର ଆୟରେ ସବୁବେଳେ କଷ୍ଟ ଥାଏ।
7 ଜ୍ଞାନୀମାନଙ୍କର ବାକ୍ୟ ଜ୍ଞାନ ପ୍ରସାରଣ କରେ। ମାତ୍ର ମୂର୍ଖର ମନ ସେପରି କରେ ନାହିଁ।
8 ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣାର ବିଷୟ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।
9 ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣା ବିଷୟ। ମାତ୍ର ଧାର୍ମିକତାର ଅନୁଗାମୀକି ସେ ପ୍ରେମ କରନ୍ତି।
ପ୍ରଭୁଙ୍କର ଆଗମନ
13 ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟରେ ତୁମ୍ଭେମାନେ ଅଜ୍ଞାତ ରୁହ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭେମାନେ ଦୁଃଖୀ ହୁଅ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ। 14 ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ପୁନରୁତ୍ଥିତ ହେଲେ। ଅତଏବ, ଯୀଶୁଙ୍କ ହେତୁ ଯୀଶୁଙ୍କ ସହିତ ମୃତ ବ୍ୟକ୍ତିମାନଙ୍କୁ ପରମେଶ୍ୱର ଏକାଠି ଆଣିବେ।
15 ଆମ୍ଭେ ଏବେ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନିଜ ଶିକ୍ଷା କହୁଛୁ। ପ୍ରଭୁ ପୁନର୍ବାର ଆସିବା ବେଳେ ଆମ୍ଭମାନଙ୍କ ଭିତରୁ ଯେଉଁମାନେ ବର୍ତ୍ତମାନ ଜୀବିତ, ସେମାନେ ସେ ପର୍ଯ୍ୟନ୍ତ ଜୀବିତ ରହିଥିବେ। ଆମ୍ଭେ ଯେଉଁମାନେ ଜୀବିତ ଥିବୁ, ପ୍ରଭୁଙ୍କ ସହିତ ରହିବୁ ଏହା ସତ୍ୟ; କିନ୍ତୁ ଯେଉଁମାନେ ମରି ଯାଇଛନ୍ତି, ସେମାନେ ଆମ୍ଭମାନଙ୍କ ପୂର୍ବରୁ ତାହାଙ୍କ ଉପସ୍ଥିତି ମଧ୍ୟକୁ ଯିବେ। 16 ସ୍ୱର୍ଗରୁ ପ୍ରଭୁ ନିଜେ ଓହ୍ଲାଇ ଆସିବେ। ସେତେବେଳେ ଉଚ୍ଚ ସ୍ୱରରେ ଏକ ଆଦେଶ ହେବ। ମୁଖ୍ୟ ସ୍ୱର୍ଗଦୂତଙ୍କ ସ୍ୱର ଓ ପରମେଶ୍ୱରଙ୍କ ତୂରୀନାଦ ମାଧ୍ୟମରେ ଏହି ଆଦେଶ ଦିଆ ହେବ। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଛନ୍ତି, ସେମାନେ ପ୍ରଥମରେ ପୁନରୁତ୍ଥିତ ହେବେ। 17 ତା'ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହେବା। ଆମ୍ଭକୁ ମେଘମାଳା ଭିତରକୁ ନିଆଯିବ ଓ ସେଠାରେ ବାୟୁମଣ୍ଡଳରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ। 18 ଏବଂ ଆମ୍ଭେ ପ୍ରଭୁଙ୍କ ସହିତ ସବୁ ଦିନ ପାଇଁ ରହିବୁ। ଅତଏବ ଏହିସବୁ କଥା କହି ପରସ୍ପରକୁ ସାନ୍ତ୍ୱନା ଦିଅ।
2010 by World Bible Translation Center