Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 92:1-4

ବିଶ୍ରାମବାର ନିମିତ୍ତକ ଗୀତ।

92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
    ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
    ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
    ସୂ-ଗୀତ ଗାନ କରିବା ଭଲ।
ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
    ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।

ଗୀତସଂହିତା 92:12-15

12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
    ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
    ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
    ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
    ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।

ହିତୋପଦେଶ 13:1-12

13 ଜ୍ଞାନୀ ପୁତ୍ର ପିତାଙ୍କର ଉପଦେଶ ଯତ୍ନ ସହକାରେ ଶୁଣେ, କିନ୍ତୁ ଗର୍ବୀ ମୂର୍ଖ ଲୋକ କାହାରି ଉପଦେଶ ଶୁଣେ ନାହିଁ।

ଉତ୍ତମ ଲୋକମାନେ ସେମାନଙ୍କର ଶବ୍ଦଗୁଡ଼ିକର ଉତ୍ତମ ଫଳ ଭୋଗ କରନ୍ତି, ମାତ୍ର ବିଶ୍ୱାସଘାତକ ଲୋକମାନେ ହିଂସାରୁ ଭୋଗ କରୋ

ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା'ର ଜୀବନ ରକ୍ଷା କରେ, ଯେ ଚିନ୍ତା ନ କରି କହେ ସେ ବିନାଶ ପ୍ରାପ୍ତ ହୁଏ।

ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସାରେ ଫଳ ଭୋଗ କରେ।

ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ, ମାତ୍ର ଦୁଷ୍ଟ ଲୋକ ଲଜ୍ଜା ଭୋଗ କରେ।

ଧାର୍ମିକତା ସରଳ ପଥଗାମୀକୁ ରକ୍ଷା କରେ, ମାତ୍ର ଦୁଷ୍ଟତା ପାପୀକୁ ପରାସ୍ତ କରେ।

କେହି କେହି ଆପଣାକୁ ଧନୀ ବୋଲି ପରିଚୟ ଦିଅନ୍ତି। କିନ୍ତୁ ତା'ର କିଛି ନ ଥାଏ, ମାତ୍ର କେତେକଙ୍କର ଧନ ଥାଇ ମଧ୍ୟ ସେମାନେ ଦରିଦ୍ର ପରି ଆଚରଣ କରନ୍ତି।

ମନୁଷ୍ୟର ଧନ ତାହାର ପ୍ରାଣର ପ୍ରାୟଶ୍ଚିତ ସ୍ୱରୂପ, ମାତ୍ର ଦରିଦ୍ରଲୋକ ଧମକ ଶୁଣେ ନାହିଁ।

ଧାର୍ମିକ ଲୋକେ ଆଲୋକବର୍ତ୍ତିକା ପରି, ଯାହାକି ଉଜ୍ଜ୍ୱଳ ପରି ଆଲୋକ ଦିଏ।

10 ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ, ମାତ୍ର ସୁପରାମର୍ଶ ଗ୍ରାହକଠାରେ ଜ୍ଞାନ ଅଛି।

11 ଅସତ୍ୟ ଉପାୟରେ ଅର୍ଜିଥିବା ଧନ ଧ୍ୱଂସ ପାଇବ, ମାତ୍ର ସତ୍ୟ ଅର୍ଜିତ ଧନ ବୃଦ୍ଧି ପାଇବ।

12 ଆଶା ସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ, ମାତ୍ର ବାଞ୍ଛାର ସିଦ୍ଧିଜୀବନ ବୃକ୍ଷ ସ୍ୱରୂପ।

ରୋମୀୟଙ୍କ ପ୍ରତି ପତ୍ର 5:12-6:2

ଆଦମ ଓ ଯୀଶୁ

12 ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ୱାରା ମୃତ୍ୟୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି। 13 ମୋଶା ବ୍ୟବସ୍ଥା ଦେବା ପୂର୍ବରୁ ପାପ ସଂସାରରେ ଥିଲା। କିନ୍ତୁ ପରମେଶ୍ୱର, ବ୍ୟବସ୍ଥା ନ ଥିବା କାରଣରୁ ଲୋକମାନଙ୍କୁ ପାପରେ ପାପୀ ମାନି ନ ଥିଲେ। 14 କିନ୍ତୁ ଆଦମଙ୍କ ସମୟରୁ ମୋଶାଙ୍କ ସମୟ ସୁଦ୍ଧା, ପ୍ରତ୍ୟେକ ଲୋକକୁ ମରିବାକୁ ପଡ଼ିଲା। ପରମେଶ୍ୱରଙ୍କର ଆଦେଶ ଅମାନ୍ୟ କରି ପାପ କରିଥିବା ହେତୁ ଆଦମ ମଲା। କିନ୍ତୁ, ଯେଉଁ ଲୋକମାନେ ଆଦମ ଭଳି ପାପ କରି ନ ଥିଲେ, ସେମାନଙ୍କୁ ମଧ୍ୟ ମରିବାକୁ ହେଲା।

ଭବିଷ୍ୟତ‌‌ରେ ଯେଉଁ ଜଣଙ୍କର (ଖ୍ରୀଷ୍ଟଙ୍କର) ଆସିବା କଥା, କେତେକାଂଶରେ ସେ ଆଦମଙ୍କ ଭଳି। 15 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆଦମର ପାପ ପରି ନୁହେଁ। ଜଣେ ଲୋକର ପାପ କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା। ଅନେକ ଲୋକ ଜଣେ ଲୋକର ଅନୁଗ୍ରହ ହେତୁ ଜୀବନରୂପେ ଅନୁଗ୍ରହଦାନ ପାଇଲେ। 16 ଆଦମ ଥରେ ପାପ କଲା ପରେ ସେ ଦୋଷୀ ବୋଲି ସାବ୍ୟସ୍ତ ହେଲା। କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହଦାନ ଏହାଠାରୁ ଭିନ୍ନ ଅଟେ। ଅନେକ ପାପ ପରେ ପରମେଶ୍ୱରଙ୍କର ଅନୁଗ୍ରହଦାନ ଆସିଲା। ଓ ଏହି ଅନୁଗ୍ରହଦାନ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରାଇଲା। 17 ଜଣେ ଲୋକ ପାପ କଲା, ସେଥିପାଇଁ ସେ ଜଣକ ଲାଗି, ମୃତ୍ୟୁ ସମସ୍ତଙ୍କ ଉପରେ ରାଜତ୍ୱ କଲା। କିନ୍ତୁ ଏବେ କିଛି ଲୋକ ପରମେଶ୍ୱରଙ୍କ ପୂର୍ଣ୍ଣ ଦୟା ଓ ତାହାଙ୍କର ‘ଧାର୍ମିକ’ ହେବା ଭଳି ବିରାଟ ଅନୁଗ୍ରହଦାନକୁ ମଧ୍ୟ ଗ୍ରହଣ କରନ୍ତି। ଏହା ନିଶ୍ଚିତ ଯେ ସେ ଲୋକମାନେ ପ୍ରକୃତ ଜୀବନ ପ୍ରାପ୍ତ କରିବେ, ଓ ସେହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାସନ କରିବେ।

18 ଅତଏବ ଯେପରି ଆଦମର ଗୋଟିଏ ପାପ ସମସ୍ତ ଲୋକଙ୍କୁ ମୃତ୍ୟୁରେ ଦଣ୍ଡିତ କଲା, ସେହିଭଳି ଯୀଶୁ ଖ୍ରୀଷ୍ଟ କରିଥିବା ଗୋଟିଏ ଧାର୍ମିକ କାମ ସମସ୍ତ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିବ। ଓ ତାହା ସେହି ଲୋକମାନଙ୍କ ପାଇଁ ପ୍ରକୃତ ଜୀବନ ଆଣି ଦେବ। 19 ଜଣେ ଲୋକ ପରମେଶ୍ୱରଙ୍କୁ ଅବଜ୍ଞା କଲା ଓ ଅନେକ ଲୋକ ପାପୀ ହୋଇ ଗଲେ। କିନ୍ତୁ ସେହିପରି ଜଣେ ଲୋକ ପରମେଶ୍ୱରଙ୍କୁ ମାନିଲା ଓ ଅନେକ ଲୋକ ଧାର୍ମିକ ହୋଇଯିବେ। 20 ଲୋକମାନେ ଅଧିକ ପାପ କରିବା ପାଇଁ ବ୍ୟବସ୍ଥା ଆସିଲା, କିନ୍ତୁ ଯେତେବେଳେ ଲୋକେ ଅଧିକ ପାପ କଲେ, ପରମେଶ୍ୱର ସେମାନଙ୍କୁ ପ୍ରଚୁର ମାତ୍ରାରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ। 21 ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ୟୁକୁ ବ୍ୟବହାର କଲା। କିନ୍ତୁ ପରମେଶ୍ୱର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହାଦ୍ୱାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ରହିଲେ। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ଅନନ୍ତ ଜୀବନ ଆଣିଲା।

ପାପ ପାଇଁ ମୃତ, କିନ୍ତୁ ଖ୍ରୀଷ୍ଟଙ୍କ ପ୍ରତି ଜୀବିତ

ତା'ହେଲେ ତୁମ୍ଭେମାନେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଗ୍ଭଲି ଥିବା ଯାହା ପାଇଁ ପରମେଶ୍ୱର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ? ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା'ହେଲେ ଆମ୍ଭେ ଆଉ ପାପ କରି ଗ୍ଭଲିପାରିବା କି?

Odia Holy Bible: Easy-to-Read Version (ERV-OR)

2010 by World Bible Translation Center