Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
4 “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ
ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।
15 ତା'ପରେ ଫାରୋ ଜାଣିବାକୁ ପାଇଲେ ମୋଶା ଯାହା କରିଥିଲେ। ତେଣୁ ସେ ମୋଶାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମୋଶା ଖସି ମିଦିୟନ ଦେଶକୁ ପଳାଇଲେ।
ମିଦିୟନରେ ମୋଶା
ମୋଶା ସେଠାକୁ ଯାଇ ଏକ କୂପ ନିକଟରେ ବସିଲେ। 16 ସେଠାରେ ଜଣେ ମିଦିୟନୀୟ ଯାଜକ ଥିଲେ, ଯାହାଙ୍କର ସାତୋଟି କନ୍ୟା ଥିଲେ। ସେହି କନ୍ୟାମାନେ ସେହି କୂପ ନିକଟକୁ ତାଙ୍କର ପିତାଙ୍କର ମେଷପଲ ପାଇଁ ପାଣି ନେବାକୁ ଆସିଥିଲେ। ସେମାନେ ପାଣି କାଢ଼ି ସେହି କୁଣ୍ଡଟିକୁ ପୂର୍ଣ୍ଣ କରିବାକୁ ଲାଗିଲେ। 17 ଇତ୍ୟବସରରେ ମେଷପାଳକମାନେ ଆସି ସେମାନଙ୍କୁ ଗୋଡ଼ାଇବାକୁ ଆରମ୍ଭ କଲେ। ମାତ୍ର ମୋଶା ସେମାନଙ୍କୁ ସାହାଯ୍ୟ କଲେ ଓ ସେମାନଙ୍କର ମେଷପଲକୁ ଜଳ ଦେଲେ।
18 ଏହା ପରେ ସେମାନେ ତାଙ୍କର ପିତା ରୂୟେଲଙ୍କ ନିକଟକୁ ଫେରିଗଲେ। ସେମାନଙ୍କର ପିତା ତାଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଆଜି ଏତେ ଶୀଘ୍ର କିପରି ଫେରି ଆସିଲ?”
19 କନ୍ୟାଗଣ ତାଙ୍କୁ ଉତ୍ତର ଦେଲେ, “ହଁ, ମେଷପାଳକମାନେ ଆମ୍ଭକୁ ଘୋଉଡ଼ାଇ ଦେଉଥିଲେ, ମାତ୍ର ଏବ୍ରୀୟ ଲୋକ ଆମ୍ଭକୁ ସାହାଯ୍ୟ କଲେ। ସେ ଆମ୍ଭମାନଙ୍କ ପାଇଁ ପାଣି କାଢ଼ି ଆମ୍ଭର ମେଷମାନଙ୍କୁ ଜଳପାନ କରାଇଲେ।”
20 ତେଣୁ ରୂୟେଲ ତାଙ୍କର କନ୍ୟାମାନଙ୍କୁ କହିଲେ, “ସେହି ଲୋକଟି କେଉଁଠାରେ ଅଛି? ତୁମ୍ଭେ କାହିଁକି ତାଙ୍କୁ ଛାଡ଼ି ଦେଲ? ତାଙ୍କୁ ଏଠାକୁ ଡାକ ସେ ଆମ୍ଭ ସହିତ ଖାଇବ।”
21 ମୋଶା ସେହି ଲୋକଟି ସହିତ ବାସ କରିବା ପାଇଁ ରାଜି ହେଲେ। ରୂୟେଲ ତାଙ୍କର କନ୍ୟା ସିପ୍ପୋରାକୁ ମୋଶାଙ୍କ ସହିତ ବିବାହ ଦେଲେ। 22 ସିପ୍ପୋରା ଗର୍ଭବତୀ ହେଲା, ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ମୋଶା ତାଙ୍କର ନାମ ଗେର୍ଶୋମ୍ ଦେଲେ, କାରଣ ସେ କହିଲେ, “ମୁଁ ବିଦେଶରେ ବାସ କରି ଆସୁଅଛି।”
ଜଣେ ସ୍ତ୍ରୀଲୋକ ଏକ ବିଶେଷ କାର୍ଯ୍ୟ କଲେ
(ମାର୍କ 14:3-9; ଯୋହନ 12:1-8)
6 ଯୀଶୁ ବେଥନୀୟାରେ ଥିଲେ। ସେ କୁଷ୍ଠରୋଗୀ ଶିମୋନର ଘରେ ରହିଥିଲେ। 7 ଯୀଶୁ ସେଠାରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ରରେ ବହୁ ମୂଲ୍ୟବାନ୍ ସୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢାଳି ଦେଲା’ ସେତେବେଳେ ଯୀଶୁ ଖାଉଥିଲେ।
8 ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଅତ୍ୟନ୍ତ ରାଗିଗଲେ। ସେମାନେ କହିଲେ, “ଏତେ ଅପବ୍ୟୟ କାହିଁକି? 9 ଏ ଅତରତକ ଅନେକ ଟଙ୍କାରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରିବମାନଙ୍କ ମଧ୍ୟରେ ବଣ୍ଟା ଯାଇ ପାରିଥା’ନ୍ତା।”
10 ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, “କାହିଁକି ବୃଥାରେ ଏହି ସ୍ତ୍ରୀଲୋକକୁ ହଇରାଣ କରୁଛ? ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି। 11 ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି।[a] କିନ୍ତୁ ତୁମ୍ଭେ ମୋତେ ସବୁବେଳେ ପାଇବ ନାହିଁ। 12 ଏହି ସ୍ତ୍ରୀଲୋକ ମୋ’ ଦେହରେ ଅତର ଢାଳିଛି। ମୋର ସମାଧି ନିମନ୍ତେ ମୋତେ ପ୍ରସ୍ତୁତ କରିବା ପାଇଁ ସେ ଏହା କରିଛି, 13 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ଜଗତରେ ସର୍ବତ୍ର ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ଘୋଷଣା କରାଯିବ। ତା’ ସହିତ ଏ ସ୍ତ୍ରୀଲୋକଟି କ’ଣ କରିଥିଲା, ସେ ବିଷୟ ମଧ୍ୟ ଘୋଷଣା କରାଯିବ, ଲୋକମାନେ ତାକୁ ମନେ ରଖିବେ।”
2010 by World Bible Translation Center