Revised Common Lectionary (Complementary)
4 “ସେହି ଦିନ ଆସୁଅଛି ଯାହାକି ଉହ୍ମେଇ ପରି ଜଳିବ। ସେହି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦକାର୍ଯ୍ୟ କରୁଥିବା ଲୋକମାନେ ନଡ଼ାପରି ଜଳିଯିବେ। ସେହି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ୟ ଛାଡ଼ିବ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।
2 “ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦୟକାଳୀନ ସୂର୍ଯ୍ୟର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପରେ ଝକ୍ମକ୍ କରିବ। ଏହା ସୂର୍ଯ୍ୟକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭେମାନେ ବାଛୁରି ସଦୃଶ ଗୁହାଳରୁ ବାହାରି ସ୍ୱାଧୀନ ଓ ସୁଖୀ ହେବ।
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ, ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
କର୍ମର ବାଧ୍ୟତା
6 ଭାଇ ଓ ଭଉଣୀମାନେ! ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳରେ, କାମ କରିବାକୁ ମନା କରୁଥିବା ବିଶ୍ୱାସୀ ଭାଇମାନଙ୍କଠାରୁ ଦୂରରେ ରହିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଆଦେଶ ଦେଉଛୁ। କୌଣସି କାମ କରିବା ପାଇଁ ଗ୍ଭହୁଁ ନ ଥିବା ଲୋକମାନେ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାନ୍ତି। 7 ତୁମ୍ଭେମାନେ ଜାଣିଛ ଯେ, ଆମ୍ଭ ପରି ତୁମ୍ଭେମାନେ ରହିବା ଉଚିତ୍। ତୁମ୍ଭମାନଙ୍କ ସହିତ ଥିଲାବେଳେ ଆମ୍ଭେ କେବେ ହେଲେ କାମ କରିବା ପାଇଁ ମନା କରି ନ ଥିଲୁ। 8 ମୂଲ୍ୟ ନ ଦେଇ ଆମ୍ଭେ କାହାରି ଘରେ ଭୋଜନ ଗ୍ରହଣ କରି ନାହୁଁ। ଆମ୍ଭେମାନେ କାହାରି ଉପରେ ଭାର ସ୍ୱରୂପ ନ ହେବୁ ବୋଲି ସର୍ବଦା କର୍ମରତ ରହୁଥିଲୁ। 9 ଆମ୍ଭେ ଦିନରାତି କାମ କରୁଥିଲୁ। ତୁମ୍ଭମାନଙ୍କୁ ସାହାଯ୍ୟ ମାଗିବା ନିମନ୍ତେ ଆମ୍ଭର ଅଧିକାର ଥିଲା। କିନ୍ତୁ ଆମ୍ଭେ ନିଜର ଯତ୍ନ ନିଜେ ନେବା ପାଇଁ କାମ କରୁଥିଲୁ। ତୁମ୍ଭମାନଙ୍କ ସମ୍ମୁଖରେ ଗୋଟିଏ ଆଦର୍ଶ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆମ୍ଭେ ଏପରି କରିଥିଲୁ। 10 ତୁମ୍ଭମାନଙ୍କ ସହିତ ଥିଲାବେଳେ ଆମ୍ଭେ ତୁମ୍ଭମାନଙ୍କୁ ଗୋଟିଏ ନିୟମ ଶିଖାଇଥିଲୁ: “ଯଦି ଜଣେ କାମ ନ କରିବ, ତା'ହେଲେ ସେ ଖାଇବ ନାହିଁ।”
11 ତୁମ୍ଭମାନଙ୍କ ଦଳରେ କେତେ ଜଣ କାମ କରିବା ପାଇଁ ମନା କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ସେମାନେ କିଛି କରୁ ନାହାନ୍ତି। ସେମାନେ ଅନ୍ୟମାନଙ୍କ ଜୀବନରେ ହସ୍ତକ୍ଷେପ କରିବାରେ ସମୟ ଅତିବାହିତ କରନ୍ତି। 12 ଆମ୍ଭେ ସେମାନଙ୍କୁ ଆଦେଶ ଦେଉଛୁ ଯେ, ସେମାନେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ିଦିଅନ୍ତୁ। ସେମାନେ କର୍ମ କରି ନିଜର ଖାଦ୍ୟ ପାଇଁ ଉପାର୍ଜନ କରନ୍ତୁ। ଏଭଳି ଲୋକମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେ ଅନୁରୋଧ କରୁଛୁ ଯେ, ସେମାନେ ଏପରି କରନ୍ତୁ। 13 ଭାଇ ଓ ଭଉଣୀମାନେ! ଭଲ କାମ କରିବା ପାଇଁ କେବେ ହେଲେ କ୍ଳାନ୍ତ ହୁଅ ନାହିଁ।
ମନ୍ଦିରର ଧ୍ୱଂସ
(ମାଥିଉ 24:1-14; ମାର୍କ 13:1-13)
5 କେତେକ ଶିଷ୍ୟ ମନ୍ଦିର ବିଷୟରେ କଥାବାର୍ତ୍ତା ହେଉଥିଲେ। ସେମାନେ କହିଲେ, “ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥରରେ ତିଆରି ହୋଇଛି। ଦେଖ ପରମେଶ୍ୱରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରାଯାଇଛି!”
6 କିନ୍ତୁ ଯୀଶୁ କହିଲେ, “ଏବେ ତୁମ୍ଭେମାନେ ଏଠାରେ ଯାହାସବୁ ଦେଖୁଛ, ସମୟ ଆସିବ, ଯେତେବେଳେ ଏସବୁ ଧ୍ୱଂସ ହୋଇଯିବ। ଏହି ଭବନଗୁଡ଼ିକର ପ୍ରତ୍ୟେକ ପଥର ଭୂମିସାତ୍ ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ଗୋଟିଏ ପଥର ଉପରେ ରହି ପାରିବ ନାହିଁ।”
7 କେତେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ଗୁରୁ! ଏସବୁ ଘଟଣା କେବେ ଘଟିବ? କି ପ୍ରକାରର ଲକ୍ଷଣ ଦ୍ୱାରା ଜଣା ପଡ଼ିବ ଯେ ଏ ସବୁ ଘଟଣା ଘଟିବାର ସମୟ ଆସି ଗଲାଣି?”
8 ଯୀଶୁ କହିଲେ, “ସାବଧାନ! ଭ୍ରାନ୍ତହୁଅ ନାହିଁ। ମୋ’ ନାମ ବ୍ୟବହାର କରି ଅନେକ ଲୋକ ଆସିବେ। ସେମାନେ କହିବେ, ‘ମୁଁ ଖ୍ରୀଷ୍ଟ’ ଏବଂ ‘ଉପଯୁକ୍ତ ସମୟ ଆସିଯାଇଛି।’ କିନ୍ତୁ ତୁମ୍ଭେମାନେ ସେମାନଙ୍କୁ ଅନୁସରଣ କରିବ ନାହିଁ। 9 ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିଦ୍ରୋହର ଜନରବ ଶୁଣିବ, କେବେ ଡରିଯିବ ନାହିଁ। ଏସବୁ ଘଟଣା ନିଶ୍ଚୟ ପ୍ରଥମେ ଘଟିବ। କିନ୍ତୁ ଅନ୍ତିମ ସମୟ ଆସିବାକୁ ବିଳମ୍ବ ହେବ।”
10 ଯୀଶୁ ସେମାନଙ୍କୁ କହିଲେ, “ଦେଶ ଦେଶ ବିରୁଦ୍ଧରେ ଲଢ଼େଇ କରିବେ। ରାଜ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବେ। 11 ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନେକ ସ୍ଥାନରେ ଘଟିବ। କେତେକ ସ୍ଥାନରେ ମରୁଡ଼ି ପଡ଼ିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚେତାବନୀ ଦେବା ପାଇଁ ଆକାଶରେ ଅନେକ ଆଶ୍ଚର୍ଯ୍ୟ ଜନକ ବିଷୟ ଦେଖାଯିବ।
12 “କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନେବେ, ଓ ତୁମ୍ଭମାନଙ୍କୁ ଯନ୍ତ୍ରଣା ଦେବେ। ଲୋକମାନେ ସେମାନଙ୍କର ସମାଜଗୃହମାନଙ୍କରେ ତୁମ୍ଭମାନଙ୍କର ବିଗ୍ଭର କରିବେ ଓ ତୁମ୍ଭମାନଙ୍କୁ କାରାଗାରରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ହାଜର କରାଯିବ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ। 13 କିନ୍ତୁ ଏହା ତୁମ୍ଭମାନଙ୍କୁ ମୋ’ ବିଷୟରେ କହିବାକୁ ସୁଯୋଗ ଦେବ। 14 ତୁମ୍ଭେମାନେ ନିଜକୁ ରକ୍ଷା କରିବା ପାଇଁ କ’ଣ କହିବ, ସେଥିପାଇଁ ଆଦୌ ବ୍ୟସ୍ତ ହୁଅ ନାହିଁ। 15 ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭେମାନେ ଯାହା କହିବ, ତୁମ୍ଭର କୌଣସି ଶତ୍ରୁ ତା'ର ଉତ୍ତର ଦେଇ ପାରିବ ନାହିଁ। 16 ଏପରିକି ତୁମ୍ଭମାନଙ୍କର ବାପାମା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହୋଇଯିବେ। ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଦେବେ। 17 ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ସବୁ ଲୋକେ ତୁମ୍ଭମାନଙ୍କୁ ଘୃଣା କରିବେ। 18 କିନ୍ତୁ ପ୍ରକୃତରେ ଏଥି ମଧ୍ୟରୁ କାହାରି ଦ୍ୱାରା ମଧ୍ୟ ତୁମ୍ଭମାନଙ୍କ କ୍ଷତି ହେବ ନାହିଁ। 19 ଏହିସବୁ ଘଟଣା ଭିତରେ ତୁମ୍ଭେମାନେ ତୁମ୍ଭ ବିଶ୍ୱାସରେ ଦୃଢ଼ ରହିଲେ ନିଜକୁ ରକ୍ଷା କରି ପାରିବ।
2010 by World Bible Translation Center