Revised Common Lectionary (Complementary)
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ, ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
ଶାଉଲ ଓ ଐନଠାରେ ଥିବା ସ୍ତ୍ରୀଲୋକ
3 ଶାମୁୟେଲ ମରି ଯାଇଥିଲେ, ସମସ୍ତ ଇସ୍ରାଏଲୀୟବାସୀ ଶାମୁୟେଲଙ୍କର ମୃତ୍ୟୁ ପ୍ରତି ଦୁଃଖର ସହ ସମବେଦନା ଜଣାଇ ଶୋକ କରି ତାଙ୍କର ନିଜ ସ୍ଥାନ ରାମାଠାରେ କବର ଦେଇଥିଲେ।
ଶାଉଲ ଭୂତୁଡ଼ିୟା ଓ ଗୁଣିଆମାନଙ୍କୁ ଦେଶରୁ ବିତାଡ଼ିତ କରି ଦେଇଥିଲେ।
4 ପଲେଷ୍ଟୀୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ। ସେମାନେ ଶୂନେମରେ ତାଙ୍କର ସେନା ଛାଉଣି ପ୍ରସ୍ତୁତ କରୁଥିଲେ। ଶାଉଲ ସମସ୍ତ ଇସ୍ରାଏଲୀୟବାସୀଙ୍କୁ ଏକତ୍ରିତ କରି ଗିଲ୍ବୋୟରେ ସେନା ଛାଉଣି ସ୍ଥାପନ କଲେ। 5 ଶାଉଲ ପଲେଷ୍ଟୀୟମାନଙ୍କର ସେନା ଛାଉଣିକି ଦେଖି ଭୟ କଲେ। ତାଙ୍କର ହୃଦୟ ଭୟରେ ଚୁର୍ମାର ହୋଇଗଲା। 6 ଯେତେବେଳେ ଶାଉଲ ସଦାପ୍ରଭୁଙ୍କୁ ପଗ୍ଭରିଲେ, ସଦାପ୍ରଭୁ ତାଙ୍କୁ କିଛି ଉତ୍ତର କଲେ ନାହିଁ। ସଦାପ୍ରଭୁ ସ୍ୱପ୍ନଦ୍ୱାରା କିମ୍ବା ଊରୀମ୍ ଦ୍ୱାରା ନା ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ମଧ୍ୟ ତାଙ୍କୁ ଉତ୍ତର କଲେ ନାହିଁ। 7 ତା'ପରେ ଶାଉଲ ନିଜର ଦାସମାନଙ୍କୁ ଆଦେଶ ଦେଲେ, “ମୋ’ ପାଇଁ ଏକ ସ୍ତ୍ରୀଲୋକ ଖୋଜ ଯେ କି ମୃତ ଲୋକମାନଙ୍କର ଆତ୍ମା ସହିତ କଥା ହୋଇ ପାରିବ। ମୁଁ ତାକୁ ପଗ୍ଭରିବି ଯାହାସବୁ ଘଟିବାକୁ ଯାଉଛି।”
ତାଙ୍କର ଦାସମାନେ ତାଙ୍କୁ କହିଲେ, “ଐନ ନଗରରେ ଏହିପରି ଏକ ସ୍ତ୍ରୀଲୋକ ଅଛି।”
8 ଶାଉଲ ଛଦ୍ମ ବେଶରେ ଅଲଗା ବସ୍ତ୍ର ପିନ୍ଧି ତାଙ୍କର ଦୁଇଜଣ ଲୋକଙ୍କ ସହିତ ସେହି ସ୍ତ୍ରୀଲୋକକୁ ରାତିରେ ଦେଖା କରିବାକୁ ଗଲେ। ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ମୋ’ ପାଇଁ ଗୋଟିଏ ଆତ୍ମାକୁ ଡାକ ଯିଏ କି ଭବିଷ୍ୟତରେ କ’ଣ ହେବାକୁ ଯାଉଛି ମୋତେ କହି ପାରିବ। ତୁମ୍ଭେ ଏକ ଆତ୍ମାକୁ ଆଣ ଯାହାର ନାମ ମୁଁ କହୁଅଛି।”
9 କିନ୍ତୁ ସ୍ତ୍ରୀଲୋକଟି ଶାଉଲଙ୍କୁ କହିଲା, “ତୁମ୍ଭେ ଜାଣ ଶାଉଲ ଯାହା କରିଅଛି। କିପରି ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ଇସ୍ରାଏଲ ଦେଶରୁ ବିତାଡ଼ିତ କରିଛି। ତୁମ୍ଭେ ମୋତେ ଫାନ୍ଦରେ ପକାଇ ମାରିବା ପାଇଁ ଗ୍ଭହୁଁଛ।”
10 ଶାଉଲ ସଦାପ୍ରଭୁଙ୍କର ନାମ ନେଇ ପ୍ରତିଜ୍ଞା କରି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ପାଇଁ ତୁମ୍ଭକୁ କୌଣସି ଦଣ୍ତ ମିଳିବ ନାହିଁ।”
11 ସ୍ତ୍ରୀଲୋକଟି କହିଲା, “ମୁଁ କାହାକୁ ତୁମ୍ଭ ନିକଟକୁ ଉଠାଇ ଆଣିବି।”
ସେ କହିଲେ, “ମୋ’ ପାଖକୁ ଶାମୁୟେଲଙ୍କୁ ଉଠାଇ ଆଣ।”
12 ସେ ସ୍ତ୍ରୀଲୋକଟି ଶାମୁୟେଲଙ୍କୁ ଦେଖି ରଡ଼ି କରିବାକୁ ଲାଗିଲା। ସେ ସ୍ତ୍ରୀଲୋକଟି ଶାଉଲଙ୍କୁ କହିଲା, “ତୁମ୍ଭେ ମୋତେ କାହିଁକି ପ୍ରତାରଣା କଲ? ତୁମ୍ଭେ ଶାଉଲ।”
13 ରାଜା ସ୍ତ୍ରୀଲୋକଟିକୁ କହିଲେ, “ଭୟ କର ନାହିଁ, ତୁମ୍ଭେ କ’ଣ ଦେଖୁଛ?”
ସ୍ତ୍ରୀଲୋକ ଜଣକ କହିଲା, “ମୁଁ ଦେଖୁଛି ଏକ ଶକ୍ତି ଭୂମିରୁ ବାହାରୁଛି।”
14 ଶାଉଲ ତାଙ୍କୁ ପଗ୍ଭରିଲେ, “ସେ କିପରି ଦେଖିବାକୁ!”
ସେ ସ୍ତ୍ରୀଲୋକ ଜଣକ ଉତ୍ତର ଦେଲା, “ସେ ଜଣେ ବୃଦ୍ଧଙ୍କ ପରି ଦେଖା ଯାଉଛି ଓ ସେ ରାଜକୀୟ ପୋଷାକ ପିନ୍ଧିଛନ୍ତି।”
ତେଣୁ ଶାଉଲ ଜାଣିଲେ ଏ ହେଉଛନ୍ତି ଶାମୁୟେଲ, ତେଣୁ ସେ ଶାମୁୟେଲଙ୍କୁ ଭୂମିଷ୍ଟ ପ୍ରଣାମ କଲେ। 15 ଶାମୁୟେଲ ଶାଉଲଙ୍କୁ କହିଲେ, “ମୋତେ କାହିଁକି ତୁମ୍ଭେ ବ୍ୟସ୍ତ କଲ? ମୋତେ କାହିଁକି ତୁମ୍ଭେ ଉଠାଇଲ?”
ଶାଉଲ ଉତ୍ତର ଦେଲେ, “ମୁଁ ବିପଦରେ ପଡ଼ିଛି, ପଲେଷ୍ଟୀୟମାନେ ମୋ’ ସହିତ ଯୁଦ୍ଧ କରିବାକୁ ଆସିଛନ୍ତି ଏବଂ ପରମେଶ୍ୱର ମୋତେ ତ୍ୟାଗ କରିଛନ୍ତି। ପରମେଶ୍ୱର ମୋତେ ଆଉ ଉତ୍ତର ଦେଉ ନାହାନ୍ତି। ସେ ମୋତେ ସ୍ୱପ୍ନରେ କିମ୍ବା ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ମଧ୍ୟ ମୋତେ ଉତ୍ତର ଦେଉ ନାହାନ୍ତି। ଏଥିପାଇଁ ମୁଁ ତୁମ୍ଭକୁ ଡାକିଲି ଯେ, ମୋତେ କ’ଣ କରିବାକୁ ହେବ କୁହନ୍ତୁ।”
16 ଶାମୁୟେଲ କହିଲେ, “ସଦାପ୍ରଭୁ ତୁମ୍ଭକୁ ପରିତ୍ୟାଗ କରିଛନ୍ତି। ବର୍ତ୍ତମାନ ସେ ତୁମ୍ଭର ପଡ଼ୋଶୀ ଦାଉଦଙ୍କ ପକ୍ଷରେ ଅଛନ୍ତି। ତେଣୁ ତୁମ୍ଭେ ମୋତେ କାହିଁକି ବ୍ୟସ୍ତ କରୁଅଛ? 17 ସଦାପ୍ରଭୁ ମୋ’ ଦ୍ୱାରା ଯେପରି କହିଥିଲେ, ସେ ନିଜ ପାଇଁ ସେହିପରି କରିଅଛନ୍ତି। ବର୍ତ୍ତମାନ ସଦାପ୍ରଭୁ ତୁମ୍ଭଠାରୁ ରାଜ୍ୟ ଛଡ଼ାଇ ନେଇ ତୁମ୍ଭର ପଡ଼ୋଶୀ ଦାଉଦଙ୍କୁ ଦେଇଛନ୍ତି। 18 ତୁମ୍ଭେ ସଦାପ୍ରଭୁଙ୍କୁ ଅମାନ୍ୟ କରିଅଛ। ତୁମ୍ଭେ ଅମାଲେକୀୟମାନଙ୍କୁ ଧ୍ୱଂସ କଲ ନାହିଁ ଏବଂ ସେମାନଙ୍କୁ ଘଟୁଥିବା ପରମେଶ୍ୱରଙ୍କ କୋପଦୃଷ୍ଟି ସେମାନଙ୍କୁ ତୁମ୍ଭେ ଦେଖାଇଲ ନାହିଁ। ସେଥିପାଇଁ ଆଜି ସଦାପ୍ରଭୁ ତୁମ୍ଭକୁ ଏପରି କରୁଛନ୍ତି। 19 ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାସ୍ତ କରାଇବେ। ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଆସନ୍ତା କାଲି ମୋ’ ସହିତ ଏହିଠାରେ ରହିବ।”
ସମସ୍ତେ ପାପ କରିଛନ୍ତି
18 ପରମେଶ୍ୱରଙ୍କ କ୍ରୋଧ ସ୍ୱର୍ଗରୁ ପ୍ରକାଶିତ ହୋଇଛି। ଲୋକମାନଙ୍କ ଦ୍ୱାରା ପରମେଶ୍ୱରଙ୍କ ବିରୁଦ୍ଧରେ କରାଯାଇଥିବା ପ୍ରତ୍ୟେକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ୱର କ୍ରୋଧ କରନ୍ତି। ସେମାନଙ୍କ ପାଖରେ ସତ୍ୟ ଅଛି, କିନ୍ତୁ ସେମାନେ ନିଜର ମନ୍ଦ ଜୀବନ ଦ୍ୱାରା ତାହା ଲୁଗ୍ଭନ୍ତି। 19 ପରମେଶ୍ୱରଙ୍କ ବିଷୟକ ସମସ୍ତ ଜ୍ଞାନ ଲୋକମାନଙ୍କ ପାଇଁ ସ୍ପଷ୍ଟ କରା ଯାଇ ସାରିଥିବାରୁ, ପରମେଶ୍ୱର ତାହାଙ୍କର କ୍ରୋଧ ଦେଖାନ୍ତି। ପ୍ରକୃତରେ, ପରମେଶ୍ୱର ନିଜ ବିଷୟରେ ଯାହା ଜଣାଇବା କଥା ସେ ସମସ୍ତ କଥା ସ୍ପଷ୍ଟ ଭାବରେ ଦେଖାଇ ଦେଇଛନ୍ତି।
20 ପରମେଶ୍ୱରଙ୍କ ବିଷୟରେ କେତେକ ତଥ୍ୟ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ୱରତ୍ୱ ତାହାଙ୍କୁ ପରମେଶ୍ୱର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସେଗୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରାଯାଇଛି। ଏଗୁଡ଼ିକ ପରମେଶ୍ୱର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହୋଇ ଥାଏ। ସେଥିପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ବାହାନା ନାହିଁ।
21 ଲୋକେ ପରମେଶ୍ୱରଙ୍କୁ ଜାଣିଥିଲେ। କିନ୍ତୁ ସେମାନେ ପରମେଶ୍ୱରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ୟବାଦ ଜଣାଇଲେ ନାହିଁ। ଲୋକଙ୍କ ଚିନ୍ତାଧାରା ନିରର୍ଥକ ହେଲା। ସେମାନଙ୍କର ଜ୍ଞାନ ଅନ୍ଧକାରରେ ଭରିଗଲା। 22 ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ ହୋଇଗଲେ। 23 ସେମାନେ ପରମେଶ୍ୱରଙ୍କ ଚିରସ୍ଥାୟୀ ମହିମାକୁ ଛାଡ଼ି ଦେଲେ। ଲୋକେ ସେହି ମହିମାକୁ ମୂର୍ତ୍ତିପୂଜା ଦ୍ୱାରା ବେପାର କଲେ। ଲୋକେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ପରୀସୃପ ରୂପ ପ୍ରଦାନ କଲେ।
24 ଲୋକେ ସର୍ବଦା ମନ୍ଦ କର୍ମ କରିବାକୁ ଇଚ୍ଛା କଲେ। ସେମାନେ ପାପରେ ପୂର୍ଣ୍ଣ ଥିଲେ। ପରମେଶ୍ୱର ସେମାନଙ୍କୁ ନିଜର ପାପ ମାର୍ଗରେ ଯିବା ପାଇଁ ଛାଡ଼ି ଦେଲେ। ସେଥିପାଇଁ ସେମାନେ ଯୌନପାପରେ ପରିପୂର୍ଣ୍ଣ ହେଲେ ଓ ନିଜ ନିଜ ଶରୀରକୁ ପରସ୍ପର ସହିତ ମନ୍ଦ କର୍ମରେ ନିୟୋଜିତ ରଖିଲେ, ଯା’ଦ୍ୱାରା ସେମାନଙ୍କ ଶରୀର ନିନ୍ଦିତ ହେଲା। 25 ଲୋକେ ପରମେଶ୍ୱରଙ୍କ ସତ୍ୟ ବଦଳରେ ମିଥ୍ୟାକୁ ଗ୍ରହଣ କଲେ। ସେମାନେ ସୃଷ୍ଟ ବସ୍ତୁଗୁଡ଼ିକର ଉପାସନା ଓ ସେବା କଲେ। ସେମାନେ ଏହି ବସ୍ତୁ ଗୁଡ଼ିକର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଉପାସନା କଲେ ନାହିଁ। ପରମେଶ୍ୱର ସର୍ବଦା ପ୍ରଶଂସାର ପାତ୍ର। ଆମେନ୍।
2010 by World Bible Translation Center