Revised Common Lectionary (Complementary)
ଏକ ଆରୋହଣ ଗୀତ।
123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
2 କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
3 ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
4 ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।
ବିଲ୍ଦଦ୍ ଆୟୁବକୁ ଉତ୍ତର ଦେଲା
25 ଏହା ପରେ ଶୂହୀୟ ବିଲ୍ଦଦ୍ ଉତ୍ତର କରି କହିଲା,
2 “ପରମେଶ୍ୱର ରାଜ୍ୟ କରନ୍ତି।
ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି।
ସେ ସ୍ୱର୍ଗ ରାଜ୍ୟରେ ଶାନ୍ତି ସ୍ଥାପନ କରନ୍ତି।
3 କେହି ତାଙ୍କର ତାରାଗଣର ସଂଖ୍ୟା ଗଣନା କରି ପାରିବେ ନାହିଁ।
ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ଯ୍ୟକିରଣ ପ୍ରଦାନ କରନ୍ତି।
4 ପରମେଶ୍ୱରଙ୍କ ସହିତ ବିବାଦ କରି, କେହି ମନୁଷ୍ୟ କିପରି ଭଲ ହୋଇ ପାରିବ?
କିମ୍ବା ସ୍ତ୍ରୀଲୋକ ପାଖରୁ ଜନ୍ମ ହୋଇ ଜଣେ ମନୁଷ୍ୟ କିପରି ନିରୀହ ହୋଇ ପାରିବ।
5 ପରମେଶ୍ୱରଙ୍କ ଦୃଷ୍ଟିରେ ଚନ୍ଦ୍ର ମଧ୍ୟ ପବିତ୍ର ଓ ଦୀପ୍ତିମାନ ନୁହେଁ।
ଏପରିକି ନକ୍ଷତ୍ର ସମୂହ ମଧ୍ୟ ନିର୍ମଳ ନୁହନ୍ତି।
6 ଲୋକମାନେ ବହୁତ କମ୍ ନିର୍ମଳ।
ଲୋକମାନେ କୀଟାଣୁ ପରି ମୂଲ୍ୟହୀନ ଜୀବାଣୁ।”
ଆୟୁବ ବିଲ୍ଦଦ୍କୁ ଉତ୍ତର ଦେଲା
26 ତା'ପରେ ଆୟୁବ ଉତ୍ତର କରି କହିଲା,
2 “କେମିତି ତୁମ୍ଭେ ଜଣକୁ ସାହାଯ୍ୟ କରିଛ, ଯାହାର ଶକ୍ତି ନାହିଁ!
ତୁମ୍ଭେ କେମିତି ଜଣକୁ ସାହାଯ୍ୟ କଲ ଯାହାର ବାହୁରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ୟ ନାହିଁ!
3 ତୁମ୍ଭେ ମୋ’ ଭଳି ଅଜ୍ଞାନୀକୁ ପରାମର୍ଶ ଦେଇଛ
ତୁମ୍ଭେ ଏହା ଦ୍ୱାରା ପ୍ରମାଣ କରିଛ, ତୁମ୍ଭେ କେତେ ଜ୍ଞାନୀ।
4 କିଏ ତୁମ୍ଭକୁ ଏସବୁ କଥା କହିବାକୁ ପ୍ରେରଣା ଦେଲା?
କାହାର ଆତ୍ମା ତୁମ୍ଭ ଦ୍ୱାରା କହିଲା?
5 “ପ୍ରେତଗଣ ପାତାଳରେ ଥିବା
ଜଳରେ କମ୍ପି ଉଠନ୍ତି।
6 କିନ୍ତୁ ପରମେଶ୍ୱର ସେହି ମୃତ ଲୋକକୁ ପରିଷ୍କାର ଭାବରେ ଦେଖି ପାରନ୍ତି।
ମୃତ୍ୟୁ ପରମେଶ୍ୱରଙ୍କ ପାଖରୁ ଲୁଚିରହି ପାରିବ ନାହିଁ।
7 ପରମେଶ୍ୱର ଉତ୍ତର ଆକାଶ ବିସ୍ତାର କରନ୍ତି,
ଶୂନ୍ୟ ସ୍ଥାନରେ ପରମେଶ୍ୱର ପୃଥିବୀକୁ ଶୂନ୍ୟରେ ଟଙ୍ଗାଇ ରଖନ୍ତି।
8 ତଥାପି ପରମେଶ୍ୱର ସେହି ବହୁତ ଭାରୀ ଓଜନ ଦ୍ୱାରା ମେଘକୁ ଭାଙ୍ଗି ଖୋଲନ୍ତି ନାହିଁ।
ଘନବାଦଲକୁ ଜଳକଣା ଯୁକ୍ତ କରନ୍ତି।
କିନ୍ତୁ ପରମେଶ୍ୱର ଏତେ ଭାରୀ ହେଲେବି ମେଘ ଖଣ୍ଡ ଖଣ୍ଡ ହୋଇ ଖୋଲିଯାଏ ନାହିଁ।
9 ପରମେଶ୍ୱର ପୂର୍ଣ୍ଣମୀ ଚନ୍ଦ୍ରର ମୁଖକୁ ଘୋଡ଼ାଇ ଦିଅନ୍ତି।
ସେ ତାହାକୁ ବାଦଲ ଦ୍ୱାରା ଆଚ୍ଛାଦିତ କରି ଲୁଗ୍ଭଇ ପକାନ୍ତି।
10 ପରମେଶ୍ୱର ସମୁଦ୍ରରେ ଆକାଶ ଓ ପୃଥିବୀ ମଧ୍ୟରେ ଦିଗ୍ବଳୟ ସୃଷ୍ଟି କରନ୍ତି।
ଯେଉଁଠାରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି।
11 ଯେଉଁ ଭିତ୍ତିମୂଳଗୁଡ଼ିକ ଉପରେ ଆକାଶ ମଣ୍ଡଳ ଅବସ୍ଥିତ
ପରମେଶ୍ୱର ତାକୁ ଧମକ ଦେଲେ ଉଭୟ କମ୍ପି ଉଠେ।
12 ପରମେଶ୍ୱର ନିଜ ଶକ୍ତି ବଳରେ ସମୁଦ୍ରକୁ ଶାନ୍ତ କରନ୍ତି।
ତାଙ୍କ ଜ୍ଞାନ ବଳରେ ସମୁଦ୍ର ରାକ୍ଷସ ରାହାବ କ୍ଷତାକ୍ତ ହୁଅନ୍ତି।
13 ପରମେଶ୍ୱରଙ୍କ ଶ୍ୱାସ ଦ୍ୱାରା ଆକାଶ ନିର୍ମଳ ଶୋଭାପାଏ।
ପରମେଶ୍ୱରଙ୍କ ହସ୍ତଦ୍ୱାରା ପଳାଇଯିବା ସମୁଦ୍ର ସାପ ବନ୍ଦୀ ହୁଏ।
14 ଏହି କେତେକ ଆଶ୍ଚର୍ଯ୍ୟ ବିଷୟ ପରମେଶ୍ୱର କରନ୍ତି।
ତାଙ୍କ ବିଷୟରେ ଆମ୍ଭେ କେବଳ ଗୋଟିଏ ମୃଦୁ ଶବ୍ଦ ଶୁଣୁ।
ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।”
ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି
19 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ପୁତ୍ର ଏକାକୀ କିଛି କରି ପାରନ୍ତି ନାହିଁ। ଯାହା ତାହାଙ୍କ ପିତା କରୁଥିବା ପୁତ୍ର ଦେଖନ୍ତି, ସେ ତାହା ହିଁ କରନ୍ତି କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ୟ ସେହିସବୁ କରନ୍ତି। 20 ପିତା ପୁତ୍ରକୁ ପ୍ରେମ କରନ୍ତି। ପିତା ନିଜେ କରିଥିବା ପ୍ରତ୍ୟେକ କାର୍ଯ୍ୟ ପୁତ୍ରକୁ ଦେଖାନ୍ତି। ଏହି ରୋଗୀଟି ସୁସ୍ଥ ହୋଇଗଲା। ଆଉ ତୁମ୍ଭେମାନେ ଯେପରି ଆଶ୍ଚର୍ଯ୍ୟାନ୍ୱିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦେଖାଇବେ। 21 ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସେମାନଙ୍କୁ ଜୀବନ ଦାନ କରନ୍ତି। ଠିକ୍ ସେହିପରି ପୁତ୍ର ମଧ୍ୟ ନିଜ ଇଚ୍ଛାନୁସାରେ ଲୋକଙ୍କୁ ଜୀବନ ଦାନ କରନ୍ତି।
22 “ପିତା କାହାର ବିଗ୍ଭର କରନ୍ତି ନାହିଁ। କିନ୍ତୁ ସେ ପୁତ୍ରଙ୍କୁ ବିଗ୍ଭର କରିବାର ସମସ୍ତ କ୍ଷମତା ଅର୍ପଣ କରିଛନ୍ତି। 23 ଈଶ୍ୱର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସେହିପରି ପୁତ୍ରଙ୍କୁ ମଧ୍ୟ ସମ୍ମାନ ଦେବେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତେବେ ସେ ପିତାଙ୍କୁ ମଧ୍ୟ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।
24 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ଯଦି କୌଣସି ବ୍ୟକ୍ତି ମୋର କହିବା କଥା ଶୁଣେ ଓ ମୋତେ ଯିଏ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତେବେ ସେ ବ୍ୟକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ ନାହିଁ। ସେ ମୃତ୍ୟୁକୁ ପାର ହୋଇ ଜୀବନ ଭିତରେ ପ୍ରବେଶ କରି ସାରିଛି। 25 ମୁଁ ତୁମ୍ଭକୁ ସତ୍ୟ କହୁଛି, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟ ଆସୁଛି। ସେ ସମୟ ଆସି ଗଲାଣି। ପାପ ଦ୍ୱାରା ମୃତ ଲୋକମାନେ ଈଶ୍ୱରଙ୍କ ପୁତ୍ରଙ୍କର ସ୍ୱର ଶୁଣିବେ। ପୁତ୍ରଙ୍କର ସ୍ୱର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ। 26 ସ୍ୱୟଂ ପରମପିତା ହେଉଛନ୍ତି ଜୀବନର ଉତ୍ସ। ଅତଏବ ସେ ପୁତ୍ରଙ୍କୁ ଜୀବନ ଦାନ କରିବା ପାଇଁ ଅନୁମତି ଦେଇଛନ୍ତି। 27 ଲୋକଙ୍କର ବିଗ୍ଭର କରିବା ପାଇଁ ସେ ପୁତ୍ରଙ୍କୁ କ୍ଷମତା ଦେଇଛନ୍ତି। କାରଣ ସେ ମନୁଷ୍ୟପୁତ୍ର[a] ଅଟନ୍ତି।
28 “ତୁମ୍ଭେ ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ। ଏପରି ସମୟ ଆସୁଛି, ଯେତେବେଳେ ସମାଧିସ୍ଥ ସମସ୍ତ ମୃତ ଲୋକମାନେ ତାହାଙ୍କର ସ୍ୱର ଶୁଣିବେ। 29 ସେମାନେ ସେମାନଙ୍କର ସମାଧିରୁ ବାହାରିବେ। ଜୀବନରେ ସତ୍ କାର୍ଯ୍ୟ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କୁକାର୍ଯ୍ୟ କରିଥିବା ଲୋକମାନେ ଦୋଷୀ ଭାବରେ ବିଗ୍ଭରିତ ହେବା ପାଇଁ ଉଠିବେ।
2010 by World Bible Translation Center