Revised Common Lectionary (Complementary)
ଏକ ଆରୋହଣ ଗୀତ।
123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
2 କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
3 ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
4 ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।
ଆୟୁବ ଉତ୍ତର ଦେଲା
21 ତା'ପରେ ଆୟୁବ ଉତ୍ତର ଦେଲା,
17 ପରମେଶ୍ୱର କେତେ ଦୁଷ୍ଟଲୋକଙ୍କ ଜୀବନଦୀପ ଲିଭାଇ ଦିଅନ୍ତି?
ଦୁଷ୍ଟ ଲୋକେ କେତେଥର ବିପଦରେ ପଡ଼ନ୍ତି?
କେତେ ଥର ସେମାନେ ପରମେଶ୍ୱରଙ୍କ କ୍ରୋଧର ଶିକାର ହୋଇ ଦଣ୍ଡ ପାଆନ୍ତି?
18 ପବନ କୁଟା ଖଣ୍ଡକୁ ଉଡ଼ାଇ ନେଲାପରି ପରମେଶ୍ୱର କେତେ ଥର ସେମାନଙ୍କୁ ଉଡ଼ାଇ ନିଅନ୍ତି?
ବତାଶରେ କେତେ ଥର ସେମାନେ ତୁଷପରି ଉଡ଼ି ଯାଆନ୍ତି?
19 କିନ୍ତୁ ତୁମ୍ଭେ କୁହ, ‘ପରମେଶ୍ୱର ତା'ର ପିତାର ପାପଗୁଡ଼ିକ ପାଇଁ ତା'ର ପୁତ୍ରକୁ ଶାସ୍ତି ଦିଅନ୍ତି।’
ନା, ସେ ନିଜେ ଦୁଷ୍ଟ ଲୋକକୁ ହିଁ ଶାସ୍ତି ପ୍ରଦାନ କରନ୍ତୁ।
ତା'ହେଲେ ଯାଇ ଦୁଷ୍ଟ ଲୋକ ଜାଣିବ ଯେ, ସେ ତା'ର ପାପଗୁଡ଼ିକ ପାଇଁ ଦୁଃଖ ଭୋଗ କରୁଛି।
20 ସେହି ପାପୀ ନିଜେ ନିଜର ବିନାଶ ଦେଖୁ।
ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ କ୍ରୋଧର ଶିକାର ହେଉ।
21 ଯେତେବେଳେ ତାକୁ ଦିଆ ଯାଇଥିବା ସମୟ ଶେଷ ହୁଏ ଓ ସେତେବେଳେ ସେ ମରିଯାଏ।
ସେ ତା'ର ପଛରେ ଛାଡ଼ି ଯାଇଥିବା ପରିବାର ବିଷୟରେ କାହିଁକି ଭାବିବ?
22 “କେହି ପରମେଶ୍ୱରଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦେଇ ପାରିବ କି?
ପରମେଶ୍ୱର ମଧ୍ୟ ଅତି ଉଚ୍ଚ ସ୍ଥାନରେ ବାସ କରୁଥିବା ଲୋକମାନଙ୍କ କଥା ବିଗ୍ଭର କରନ୍ତି।
23 କେହି ହୁଏତ ସମ୍ପୂର୍ଣ୍ଣ ଜୀବନ ସହିତ ସୌଭାଗ୍ୟ ଲାଭକରି ମୃତ୍ୟୁବରଣ କରେ।
ସେ ଏକ ନିରାପଦରେ ଓ ଆରାମଦାୟକ ଜୀବନଯାପନ କରେ।
24 ତା'ର ଶରୀର ସମ୍ପୂର୍ଣ୍ଣ ଖାଦ୍ୟ ଗ୍ରହଣ କରିଥାଏ।
ତା'ର ହାଡ଼ ଶକ୍ତ ହୋଇଥାଏ।
25 କିନ୍ତୁ ଅନ୍ୟ ଜଣେ ବ୍ୟକ୍ତି କଟୁ ଆତ୍ମା ସହିତ କଠିନ ଜୀବନ ପରେ ମରେ,
ସେ କେତେବେଳେ ମଙ୍ଗଳର ସ୍ୱାଦ ପାଇପାରେ ନାହିଁ।
26 ଶେଷରେ ସେହି ଦୁଇ ଜଣ କବରରେ ବିଶ୍ରାମ ନିଅନ୍ତି।
କୀଟ ସେହି ଦୁଇ ଜଣଙ୍କୁ ଖାଇଯାଏ।
27 “କିନ୍ତୁ ମୁଁ ଜାଣେ ତୁମ୍ଭେ କ’ଣ ଚିନ୍ତା କରୁଛ,
ଏବଂ ଏ କଥା ଜାଣେ ତୁମ୍ଭେ ମୋତେ ଆଘାତ ଦେବାକୁ ଗ୍ଭହୁଁଛ।
28 ତୁମ୍ଭେ ମୋତେ କହିପାର, ‘ଜଣେ ଭଲ ଲୋକର ଗୃହକୁ ମୋତେ ଦେଖାଅ।
ମୋତେ ମନ୍ଦ ଲୋକ ଯେଉଁଠାରେ ବାସ କରନ୍ତି ଦେଖାଅ।’
29 “ନିଶ୍ଚୟ ତୁମ୍ଭେ ପଥିକମାନଙ୍କ ସହିତ କଥା ହୋଇଛ।
ନିଶ୍ଚୟ ସେମାନଙ୍କ କାହାଣୀକୁ ସ୍ୱୀକାର କରିବ।
30 ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ଯାଆନ୍ତି।
ପରମେଶ୍ୱର ରାଗ କଲେ ବି ସେମାନେ ବର୍ତ୍ତି ଯାଆନ୍ତି।
31 କେହି ଦୁଷ୍ଟ ଲୋକକୁ ତା'ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ।
ସେ ଯାହା ଅନ୍ୟାୟ କଲେ ବି, କେହି ତା'ର ଅନ୍ୟାୟ କାର୍ଯ୍ୟ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ।
32 ତଥାପି ଦୁଷ୍ଟ ବ୍ୟକ୍ତି କବରକୁ ବୁହାଯିବ
ଓ ତାକୁ ପ୍ରହରୀ ଜଗିବେ।
33 ଉପତ୍ୟକାର ମାଟି ମଧ୍ୟ ଦୁଷ୍ଟ ଲୋକଙ୍କ ପାଇଁ ସ୍ୱାଦିଷ୍ଟ ହେବ।
ହଜାର ହଜାର ଲୋକ ତା'ର ଶବ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବେ।
34 “ତେଣୁ ତୁମ୍ଭେ ମୋତେ ତୁମ୍ଭର ବୃଥା କଥାରେ ସାନ୍ତ୍ୱନା ଦେଇ ପାରିବ ନାହିଁ।
ତୁମ୍ଭର ସମସ୍ତ ଉତ୍ତରଗୁଡ଼ିକ ଭୁଲ୍ ଅଟେ।”
1 ପ୍ରାଚୀନ ଯେ ମୁଁ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି:
ମୁଁ ତୁମ୍ଭ ସମସ୍ତଙ୍କୁ ସତ୍ୟରେ ରହି ପ୍ରେମ କରେ।
ସତ୍ୟକୁ ଜାଣିଥିବା ସମସ୍ତ ଲୋକମାନେ ମଧ୍ୟ ତୁମ୍ଭକୁ ପ୍ରେମ କରନ୍ତି। 2 ଆମ୍ଭ ଅନ୍ତରରେ ଯେଉଁ ସତ୍ୟ ରହିଛି, ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରୁଛୁ। ଏହି ସତ୍ୟ ଆମ୍ଭ ପାଖରେ ସବୁଦିନ ପାଇଁ ରହିବ।
3 ପରମପିତା ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍ଭେ ସତ୍ୟ ଓ ପ୍ରେମ ଦ୍ୱାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ।
4 ମୁଁ ତୁମ୍ଭର କେତେକ ସନ୍ତାନମାନଙ୍କ ବିଷୟରେ ଶୁଣି ଖୁସୀ ହେଲି। ମୁଁ ଅତିଶୟ ଆନନ୍ଦିତ ଯେ, ପିତାଙ୍କ ଆଜ୍ଞାନୁସାରେ ସେମାନେ ସତ୍ୟପଥ ଅନୁସରଣ କରୁଛନ୍ତି। 5 ପ୍ରିୟ ମହାଶୟା। ମୁଁ ତୁମ୍ଭକୁ କହୁଛି: ଆମ୍ଭେ ସମସ୍ତେ ପରସ୍ପରକୁ ପ୍ରେମ କରିବା ଉଚିତ୍। ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସେହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି। 6 ପ୍ରେମର ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ୱରଙ୍କ ଆଜ୍ଞା ଏହି: ତୁମ୍ଭେ ଏକ ପ୍ରେମର ଜୀବନ ବିତାଅ। ତୁମ୍ଭେ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ।
7 ଏ ଜଗତରେ ବର୍ତ୍ତମାନ ଅନେକ ଭଣ୍ଡ ଶିକ୍ଷକ ବାହାରିଲେଣି। ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ଏହି ସତ୍ୟକୁ ଅସ୍ୱୀକାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ। 8 ସାବଧାନ ରୁହ, ଯେପରି ତୁମ୍ଭ କାର୍ଯ୍ୟର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।
9 ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କର ଶିକ୍ଷାକୁ କେବଳ ଅନୁସରଣ କରିବା ଉଚିତ୍। ଯଦି କେହି ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରେ, ତେବେ ସେହି ଲୋକ ପାଖରେ ପରମେଶ୍ୱର ନାହାନ୍ତି। ଯଦି କୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ତେବେ ସେହି ଲୋକ ପାଖରେ ଉଭୟ ପରମପିତା ଏବଂ ପୁତ୍ର ଅଛନ୍ତି। 10 ଯଦି ତୁମ୍ଭ ପାଖକୁ କେହି ଆସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତେବେ ତାହାକୁ ଗୃହରେ ସ୍ୱାଗତ ଓ ଗ୍ରହଣ କର ନାହିଁ। 11 ତୁମ୍ଭେ ତାହାକୁ ଯଦି ଗ୍ରହଣ କର, ତେବେ ତାହାକୁ ମନ୍ଦକର୍ମ କରିବାରେ ସାହାଯ୍ୟ କରୁଛ।
12 ମୋର ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମରେ ତାହା ଲେଖୁ ନାହିଁ। ତାହା ବଦଳରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତେବେ ଆମ୍ଭେ ମୁହାଁମୁହିଁ ହୋଇ କଥାବାର୍ତ୍ତା ହୋଇପାରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ। 13 ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ତୁମ୍ଭମାନଙ୍କର ଭଉଣୀଙ୍କ ସନ୍ତାନମାନେ ତୁମ୍ଭମାନଙ୍କୁ ସେମାନଙ୍କର ନମସ୍କାର ଜଣାଇଛନ୍ତି।
2010 by World Bible Translation Center