Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 17:1-9

ଦାଉଦଙ୍କର ପ୍ରାର୍ଥନା

17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
    ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
    ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
    ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
    ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ'ଠାରେ କିଛି ଭୁଲ ଦେଖି ନାହଁ।
    ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
    ତୁମ୍ଭର ଆଦେଶ ମାନିବାକୁ।
ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
    ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
    ତେଣୁ ବର୍ତ୍ତମାନ ମୋର କଥା ଶୁଣ।
ପରମେଶ୍ୱର ତୁମ୍ଭର ଅ‌ଦ୍‌ଭୂତ କରୁଣା ଦେଖାଅ
    ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
    ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
    ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।
    ମୋତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର,
    ଓ ତୁମ୍ଭର ବାହୁଛାୟା ତଳେ ଲୁଗ୍ଭଇ ରଖ।
ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ।
ଯେଉଁମାନେ କି ମୋତେ ଧ୍ୱଂସ କରିବାକୁ ଗ୍ଭହୁଁଛନ୍ତି।
ମୋର ଗ୍ଭରିକଡ଼ରେ ଥିବା ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ରକ୍ଷା କର।
ଯେଉଁମାନେ ମୋତେ ଆଘାତ କରିବାକୁ ଗ୍ଭହୁଁଛନ୍ତି।

ଯାତ୍ରାପୁସ୍ତକ 3:13-20

13 ଏହା ପରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଯଦି ମୁଁ ଇସ୍ରାଏଲୀୟମାନଙ୍କ ନିକଟକୁ ଯାଇ କହେ, ‘ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ମୋତେ ପଠାଇଛନ୍ତି,’ ଏହା ପରେ ଲୋକମାନେ ଯଦି ମୋତେ ପଗ୍ଭରନ୍ତି, ‘ତାଙ୍କର ନାମ କ’ଣ?’ ମୁଁ ତାଙ୍କୁ କ’ଣ କହିବି?”

14 ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ସେମାନଙ୍କୁ କୁହ, ‘ଆମ୍ଭେ ଯେ ଅଛୁ, ସେ ଅଛୁ,’ ଇସ୍ରାଏଲର ଲୋକମାନଙ୍କୁ କୁହ ଯେ, ‘ସ୍ୱୟମ୍ଭୂ’ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।” 15 ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିକଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରହାମର ପରମେଶ୍ୱର, ଇ‌ସ୍‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ସଦାପ୍ରଭୁ (ସ୍ୱୟମ୍ଭୂ)ଙ୍କର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’ ‘ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଛନ୍ତି।”’

16 ସଦାପ୍ରଭୁ ଆହୁରି କହିଲେ, “ଯାଅ ଏବଂ ଇସ୍ରାଏଲୀୟ ପ୍ରାଚୀନଗଣଙ୍କୁ କୁହ, ‘ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର, ମୋତେ କହି ଅଛନ୍ତି, ମିଶରୀୟମାନଙ୍କ ଦ୍ୱାରା ତୁମ୍ଭଙ୍କୁ ଦିଆଯାଇଥିବା ଯନ୍ତ୍ରଣାସବୁ, ଆମ୍ଭେ ଟିପି ନେଇଅଛୁ। 17 ଏବଂ ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବାକୁ ନିଷ୍ପତ୍ତି କରିଛୁ। ଆମ୍ଭେ ତୁମ୍ଭମାନଙ୍କୁ କିଣାନୀୟମାନଙ୍କ ହିତ୍ତୀୟମାନଙ୍କ, ପିରିଷୀୟମାନଙ୍କ, ହିବ୍ବୀୟମାନଙ୍କ ଓ ଯିବୂଷୀୟମାନଙ୍କର ଦୁ‌ଗ୍‌ଧମଧୁପ୍ରବାହୀ ଦେଶକୁ ନେଇଯିବା।’

18 “ଇସ୍ରାଏଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରାଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ଯାଅ। ତୁମ୍ଭେମାନେ ତାଙ୍କୁ କହିବ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନୟ କରୁଅଛୁ, ତିନି ଦିନ ମରୁଭୂମି ମଧ୍ୟକୁ ଯାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।’

19 “କିନ୍ତୁ ଆମ୍ଭେ ଜାଣୁ ଯେ, ଅଦୃଶ୍ୟ ହାତର ଶକ୍ତି ବିନା ମିଶରର ରାଜାକୁ ଜବରଦସ୍ତ କରାଗଲେ ମଧ୍ୟ, ତୁମ୍ଭମାନଙ୍କୁ ଯିବାକୁ ଦେବ ନାହିଁ। 20 ତେଣୁ ଆମ୍ଭେ ଆପଣା ମହାନ ଶକ୍ତି ମିଶର ବିରୁଦ୍ଧରେ କାର୍ଯ୍ୟ କରାଇବା। ଆମ୍ଭେ ମିଶରରେ ଆଶ୍ଚର୍ଯ୍ୟ କର୍ମମାନ ଘଟାଇବା, ଏହା ଆମ୍ଭେ କରିବା ପରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ।

ଲୂକ ଲିଖିତ ସୁସମାଗ୍ଭର 20:1-8

ଯିହୂଦୀ ନେତାମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ

(ମାଥିଉ 21:23-27; ମାର୍କ 11:27-33)

20 ଦିନେ ଯୀଶୁ ମନ୍ଦିର ଭିତରେ ଥିଲେ। ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ଯୀଶୁ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ସୁସମାଗ୍ଭର କହୁଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ ପଗ୍ଭରିବାକୁ ଆସିଲେ। ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହ, କେଉଁ ଅଧିକାର ବଳରେ ତୁମ୍ଭେ ଏସବୁ କାମ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?”

ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋତେ କୁହ: ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?”

ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଏ ବିଷୟରେ କଥାବାର୍ତ୍ତା ହେଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା, ତେବେ ସେ ପଗ୍ଭରିବେ, ‘ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ କିନ୍ତୁ ଆମ୍ଭେ ଯଦି କହିବା, ‘ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,’ ତେବେ ସବୁ ଲୋକ ଆମ୍ଭ ଉପରକୁ ଟେକା ପଥର ଫିଙ୍ଗି ଆମ୍ଭକୁ ଜୀବନରେ ମାରିଦେବେ। କାରଣ ସେମାନେ ଯୋହନଙ୍କୁ ଭବିଷ୍ୟ‌ଦ୍‌ବକ୍ତା ରୂପେ ବିଶ୍ୱାସ କରନ୍ତି।” ତେଣୁ ସେମାନେ କହିଲେ, “ଆମ୍ଭେ ଜାଣି ନାହୁଁ।”

ଯୀଶୁ ସେମାନଙ୍କୁ କହିଲେ, “ମୁଁ ତେବେ ତୁମ୍ଭମାନଙ୍କୁ କହିବି ନାହିଁ ଯେ ମୁଁ କେଉଁ ଅଧିକାରରେ ଏ ସବୁ କାମ କରୁଛି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center