Revised Common Lectionary (Complementary)
ଆସଫ୍ର ଗୋଟିଏ ଗୀତ।
50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
2 ପରମ ସୌନ୍ଦର୍ଯ୍ୟମୟୀ[a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
3 ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
4 ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
5 ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”
6 ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ। ସେଲା
7 ପରମେଶ୍ୱର କହନ୍ତି, “ଇସ୍ରାଏଲର ଅଧିବାସୀଗଣ, ମୋର ଅନୁଗାମୀମାନେ ମୋର କଥା ଶୁଣ,
ମୁଁ ତୁମ୍ଭକୁ ତାହାର ପ୍ରମାଣ ଦେଖାଇବି ଯାହା ତୁମ୍ଭ ବିରୁଦ୍ଧରେ ଯିବ।
ମୁଁ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର।
8 ମୁଁ ତୁମ୍ଭର ବଳିଦାନ ବିଷୟରେ ଅଭିଯୋଗ କରୁ ନାହିଁ,
ତୁମ୍ଭେ ଇସ୍ରାଏଲର ଅଧିବାସୀଗଣ ପ୍ରତିଦିନ ମୋ’ ପାଇଁ ହୋମବଳି ଆଣୁଅଛ, ତୁମ୍ଭେ ତାହାକୁ ମୋତେ ପ୍ରତିଦିନ ଅର୍ପଣ କରୁଅଛ।
9 ମୁଁ ତୁମ୍ଭ ଗୃହରୁ ବଳଦମାନଙ୍କୁ ନେବି ନାହିଁ
କି ମୁଁ ତୁମ୍ଭର ଗୁହାଳରୁ ଛେଳିମାନଙ୍କୁ ନେବି ନାହିଁ।
10 ମୁଁ ସେହି ପଶୁମାନଙ୍କୁ ଗ୍ଭହେଁ ନାହିଁ।
ଜଙ୍ଗଲରେ ଥିବା ସମସ୍ତ ପଶୁମାନେ ମୋର ଅଟନ୍ତି।
ହଜାର ହଜାର ପଶୁ ଯେଉଁମାନେ ପର୍ବତରେ ଥା’ନ୍ତି ସେମାନଙ୍କର ମାଲିକ ମୁଁ ଅଟେ।
11 ମୁଁ ଅତିଉଚ୍ଚ ପର୍ବତରେ ଉଠୁଥିବା ପକ୍ଷୀକୁ ଜାଣେ।
ଖୋଲା ଦେଶ ଭିତରେ ସମସ୍ତ ପଶୁଗୁଡ଼ିକ ବାସ କରୁଥିବା ମୋର ଅଟେ।
12 ମୁଁ ଭୋକିଲା ନୁହେଁ, ଯଦି ମୁଁ ଭୋକିଲା ଥା’ନ୍ତି, କେବେହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥା’ନ୍ତି।
ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମୋର ଅଧୀନ ଅଟେ।
13 ମୁଁ ଷଣ୍ଢର ମାଂସ ଖାଏ ନାହିଁ।
ମୁଁ ଛେଳିର ରକ୍ତ ପିଏ ନାହିଁ।”
14 ସର୍ବୋପରିସ୍ଥ ପରମେଶ୍ୱରଙ୍କଠାରେ ତୁମ୍ଭେ ଯାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ।
ତୁମ୍ଭର ବଳି ଉତ୍ସର୍ଗ କର।
15 ପରମେଶ୍ୱର କହନ୍ତି, “ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ,
ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।”
16 ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ କହନ୍ତି,
“ତୁମ୍ଭେ ମୋର ନିୟମ ଓ ବ୍ୟବସ୍ଥା ବିଷୟରେ
ଆଲୋଚନା କରିବା ଠିକ୍ ନୁହେଁ।
17 କାରଣ ତୁମ୍ଭେମାନେ ଆନନ୍ଦିତ ନୁହଁ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ।
ତୁମ୍ଭେମାନେ ମୋର କଥାକୁ ଘୃଣା କର ଓ ତୁମ୍ଭେମାନେ ମୋର କଥାକୁ ଅବଜ୍ଞା କର।
18 ତୁମ୍ଭେ ଗୋଟିଏ ଗ୍ଭେରକୁ ଦେଖ ଓ ତା'ସହ ଦୌଡ଼ିଯାଇ ମିଶିଯାଅ।
ଯେତେବେଳେ ବ୍ୟଭିଗ୍ଭରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।
19 ତୁମ୍ଭେମାନେ ସର୍ବଦା ମନ୍ଦକାର୍ଯ୍ୟ କର ଓ ମିଥ୍ୟା କୁହ।
20 ତୁମ୍ଭେ ନୀରବଚ୍ଛିନ୍ନ ଭାବରେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କୁହ,
ଏପରିକି ତୁମ୍ଭ ନିଜ ଭ୍ରାତାମାନଙ୍କ ବିଷୟରେ ନିନ୍ଦା କରୁଅଛ।
21 ଅତୀତରେ, ତୁମ୍ଭେ ମନ୍ଦକାର୍ଯ୍ୟ କଲ ମୁଁ ଚୁପ୍ ରହିଲି।
ତୁମ୍ଭେ ଭାବି ନେଇଛ ମୁଁ ମଧ୍ୟ ତୁମ୍ଭମାନଙ୍କ ପରି।
ମୁଁ ଆଉ ନୀରବରେ ରହି ପାରିବି ନାହିଁ।
ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।
22 ହେ ଲୋକମାନେ, ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ।
ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ,
ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି।
ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।
23 ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ
ଏବଂ ଯେକେହି ସତ୍ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।”
ନିହିମିୟାଙ୍କର ଶେଷ ନିର୍ଦ୍ଦେଶ
13 ସେହି ଦିନ ସେମାନେ ଲୋକମାନଙ୍କୁ ଜଣାଇବାକୁ ମୋଶାଙ୍କ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା, ଯେ ଅମ୍ମୋନୀୟ ଓ ମୋୟାବୀୟ ଲୋକ କେବେ ପରମେଶ୍ୱରଙ୍କ ସଭାରେ ପ୍ରବେଶ କରିବେ ନାହିଁ। 2 କାରଣ ସେମାନେ ଅନ୍ନଜଳ ନେଇ ଇସ୍ରାଏଲ ସନ୍ତାନଗଣଙ୍କୁ ଭେଟିଲେ ନାହିଁ। କିନ୍ତୁ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ସେମାନେ ବିଲିୟମକୁ ପାଊଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ। 3 ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ।
23 ସେହି ସମୟରେ ଯେଉଁ ଯିହୁଦୀୟମାନେ ଅସଦୋଦ୍, ଅମ୍ମୋନ ଓ ମୋୟାବ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି। 24 ସେମାନଙ୍କ ବାଳକମାନେ ଅଧେ ଅସ୍ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ। ସେମାନେ ଯିହୁଦୀୟ ଭାଷାରେ କଥାବାର୍ତ୍ତା କରି ପାରିଲେ ନାହିଁ। ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷା ଅନୁସାରେ କଥା କହିଲେ। 25 ତେଣୁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲି। ମୁଁ ସେମାନଙ୍କ ଦାଢ଼ି ମଧ୍ୟ ଉତ୍ପାଟନ କଲି ଏବଂ ପରମେଶ୍ୱରଙ୍କ ନାମରେ ସେମାନଙ୍କୁ ପ୍ରତିଜ୍ଞା କରାଇଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣାର କନ୍ୟା ଦିଅ ନାହିଁ କିମ୍ବା ଆପଣା ପୁତ୍ର ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ। 26 ଇସ୍ରାଏଲର ରାଜା ଶଲୋମନ କ’ଣ ଏପରି କାର୍ଯ୍ୟ କରି ପାପ କରି ନ ଥିଲେ? ଅନେକ ରାଷ୍ଟ୍ର ବା ଜାତି ମଧ୍ୟରେ ତାଙ୍କପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କ ପ୍ରିୟପାତ୍ର ଥିଲେ। ପରମେଶ୍ୱର ତାହାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ତଥାପି ବିଦେଶୀୟ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ। 27 ତେଣୁ ଆମ୍ଭେ କ’ଣ ତୁମ୍ଭ କଥା ଶୁଣି ପରମେଶ୍ୱରଙ୍କ ବିରୁଦ୍ଧରେ ଯିବୁ ଓ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରି ମହାପାପ କରିବୁ?”
28 ମହାଯାଜକ ଇଲିୟାଶୀବ୍ର ପୁତ୍ର ଯିହୋୟାଦାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ପୁତ୍ର ହାରୋଣୀୟ ସନ୍ବଲ୍ଲଟ୍ର ଜ୍ୱାଇଁ ଥିଲା। ମୁଁ ସେହି ଲୋକଙ୍କୁ ମୋ'ଠାରୁ ଗ୍ଭଲିଯିବା ପାଇଁ ବାଧ୍ୟ କରିଥିଲି।
29 ହେ ମୋର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର। ଯେହେତୁ ସେମାନେ ଯାଜକପଦକୁ ଆଉ ଯାଜକ ପଦରେ ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଛନ୍ତି। 30 ଏହିରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିସ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟ ଅନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର କାର୍ଯ୍ୟ ନିରୂପଣ କଲି। 31 ନିରୂପିତ ସମୟରେ କାଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି।
ହେ ମୋର ପରମେଶ୍ୱର, ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।
9 ମୋର ପୂର୍ବ ପତ୍ରରେ ମୁଁ ଲେଖିଥିଲି ଯେ, ତୁମ୍ଭେମାନେ ଯୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ। 10 କିନ୍ତୁ ମୋର କହିବା ଅର୍ଥ ନ ଥିଲା ଯେ, ଜଗତର ପାପୀମାନଙ୍କ ସହିତ ତୁମ୍ଭେମାନେ ସମ୍ପର୍କ କାଟି ଦେବ। ଜଗତର ସେହି ଲୋକମାନେ ଯୌନଗତ ପାପ କରନ୍ତି, ଯେଉଁମାନେ ସ୍ୱାର୍ଥପର ସେମାନେ ମୂର୍ତ୍ତିପୂଜକ ଏମାନଙ୍କ ସହିତ ସମ୍ପର୍କ ନ ରଖିବା ଅର୍ଥ ହେବ, ଏହି ସଂସାରରୁ ଆମ୍ଭକୁ ବାହାରି ଯିବାକୁ ପଡ଼ିବ। 11 ମୋର ଲେଖିବାର ଅର୍ଥ ଥିଲା, ଯେ ଯେଉଁ ଲୋକ ନିଜକୁ ଖ୍ରୀଷ୍ଟଙ୍କର ଭାଇ ବୋଲି ଘୋଷଣା କରି ଏବେ ମଧ୍ୟ ଯୌନଗତ ପାପ କରୁଛି କିଅବା ସ୍ୱାର୍ଥ, ମୂର୍ତ୍ତିପୂଜକ, ଲୋକମାନଙ୍କୁ ମନ୍ଦ କଥା କୁହେ, କିମ୍ବା ମଦୁଆ କି ଲୋକମାନଙ୍କୁ ଠକୁଛି। ସେହିଭଳି ଲୋକମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ। ଏହିପରିକି ଏଭଳି ଲୋକ ସହିତ ବସି ଭୋଜନ ମଧ୍ୟ ଗ୍ରହଣ କର ନାହିଁ।
12-13 ଯେଉଁମାନେ କୌଣସି ମଣ୍ଡଳୀର ସଭ୍ୟ ନୁହନ୍ତି, ସେମାନଙ୍କ ବିଗ୍ଭର କରିବା ଉଚିତ୍ ନୁହେଁ। ପରମେଶ୍ୱର ସେମାନଙ୍କର ବିଗ୍ଭର କରିବେ। କିନ୍ତୁ ଯେଉଁମାନେ ମଣ୍ଡଳୀର ସଭ୍ୟ ଅଟନ୍ତି, ତୁମ୍ଭେ ସେମାନଙ୍କର ବିଗ୍ଭର କର। ଶାସ୍ତ୍ର କୁହେ “ତୁମ୍ଭେମାନେ ନିଜ ଦଳରୁ ମନ୍ଦ ଲୋକକୁ ଅଲଗା କରିଦିଅ।”(A)
2010 by World Bible Translation Center