Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 32:1-7

ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ

32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
    ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା'ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
    ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
    ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
    ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
    ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। ସେଲା

କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
    ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
    ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ। ସେଲା

ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
    ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
    ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
    ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି। ସେଲା

ଆୟୁବ ପୁସ୍ତକ 22:21-23:17

21 “ବର୍ତ୍ତମାନ ଆୟୁବ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ନିଜକୁ ସମର୍ପି ଦିଅ, ତାଙ୍କ ସହିତ ଶାନ୍ତିରେ ବାସ କର।
    ଏହା କଲେ ତୁମ୍ଭେ ଅନେକ ଭଲ ବସ୍ତୁ ପାଇବ।
22 ତାହାଙ୍କ ଶିକ୍ଷା ଗ୍ରହଣ କର।
    ସେ ଯାହା କହୁଛନ୍ତି ତା’ ପ୍ରତି ଧ୍ୟାନ ଦିଅ।
23 ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ଫେରି ଆସ।
    ସର୍ବଶକ୍ତିମାନ ପରମେଶ୍ୱର ତୁମ୍ଭକୁ ପୁନଃସ୍ଥାପନ କରିବେ।
    କିନ୍ତୁ ତୁମ୍ଭେ ତୁମ୍ଭର ଘରୁ ଦୁଷ୍ଟତା ଦୂର କର।
24 ତୁମ୍ଭେ ତୁମ୍ଭର ସୁବର୍ଣ୍ଣକୁ ଧୂଳି ମାଟି ଛଡ଼ା କିଛି ନୁହେଁ ବୋଲି ଭାବ।
    ତୁମ୍ଭର ମୂଲ୍ୟବାନ ସୁନାକୁ ନଦୀର ପଥର ଖଣ୍ଡ ସଦୃଶ ବିଗ୍ଭର କର।
25 ତୁମ୍ଭର ସୁବର୍ଣ୍ଣ ସେହି ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି।
    ସେ ତୁମ୍ଭର ମୂଲ୍ୟବାନ ରୂପା ସଦୃଶ ଅଟନ୍ତି।
26 ତା'ପରେ ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଉପଭୋଗ କର।
    ସେମାନେ ତା'ପରେ ପରମେଶ୍ୱରଙ୍କୁ ଅନାଇବେ।
27 ତା'ପରେ ତୁମ୍ଭେ ତାଙ୍କୁ ପ୍ରାର୍ଥନା କରିବ ଏବଂ ସେ ତୁମ୍ଭର ଡାକ ଶୁଣିବେ।
    ଯାହାସବୁ ପ୍ରତିଜ୍ଞା ତାଙ୍କଠାରେ କରିଛ, ତାହା ତୁମ୍ଭେ ରଖିବାକୁ ସକ୍ଷମ ହେବ।
28 ଯଦି ତୁମ୍ଭେ କିଛି କରିବାକୁ ସ୍ଥିର କରିଛ, ନିଶ୍ଚୟ ତାହା ସଫଳ ହେବ।
    ତା'ହେଲେ ପ୍ରକୃତରେ ତୁମ୍ଭର ଭବିଷ୍ୟତ ଉଜ୍ଜ୍ୱଳ ହେବ।
29 ପରମେଶ୍ୱର ଗର୍ବୀ ଲୋକକୁ ଲଜ୍ଜିତ କରାନ୍ତି।
    କିନ୍ତୁ ନମ୍ର ଲୋକକୁ ସାହାଯ୍ୟ କରନ୍ତି।
30 ଯିଏ ନିରୀହ ନୁହେଁ ତାକୁ ମଧ୍ୟ ସେ ଉଦ୍ଧାର କରନ୍ତି।
    ଏହିପରି ଜଣେ ଲୋକ ଉଦ୍ଧାର ହେବ କାରଣ ତୁମ୍ଭର ହସ୍ତ ଶୁଦ୍ଧ ଅଟେ।”

ଆୟୁବର ଉତ୍ତର

23 ତା'ପରେ ଆୟୁବ ଉତ୍ତର ଦେଲା,

“ମୁଁ ଆଜି ବି ଅଭିଯୋଗ କରୁଛି
    କାରଣ ମୁଁ ଆଜିବି କଷ୍ଟ ପାଉଛି।
ମୁଁ ଇଚ୍ଛା କରେ ମୁଁ ଜାଣିଥା’ନ୍ତି ପରମେଶ୍ୱର କେଉଁଠି ମିଳିବେ
    ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ଯାଇ ହେବ।
ମୁଁ ମୋର କଥା ତାଙ୍କ ଆଗରେ ବର୍ଣ୍ଣନା କରିବି।
    ମୁଁ ଯେ ନିର୍ଦ୍ଦୋଷ ଏ କଥା ତାଙ୍କ ଆଗରେ ଯୁକ୍ତି ବଳରେ ଉପସ୍ଥାପନା କରିବି।
ମୁଁ ଜାଣିବାକୁ ଗ୍ଭହେଁ ପରମେଶ୍ୱର ମୋ’ ଯୁକ୍ତିର କିପରି ଉତ୍ତର ଦେବେ।
    ପରମେଶ୍ୱରଙ୍କ ଉତ୍ତରକୁ ମୁଁ ବୁଝିବାକୁ ଗ୍ଭହେଁ।
ପରମେଶ୍ୱର କ’ଣ ତାଙ୍କର ଶକ୍ତି ମୋ’ ବିରୁଦ୍ଧରେ ପ୍ରୟୋଗ କରିବେ?
    ନା, ସେ ମୋ’ କଥା ଶୁଣିବେ।
ମୁଁ ଜଣେ ସଚ୍ଚୋଟ ଲୋକ।
    ପରମେଶ୍ୱର ନିଶ୍ଚିତ ମୋ’ କାହାଣୀ କହିବାକୁ ମୋତେ ଦେବେ।
    ତା'ପରେ ମୋର ବିଗ୍ଭରକର୍ତ୍ତା ମୋତେ ମୁକ୍ତି କରିଦେବ।

“କିନ୍ତୁ ମୁଁ ଯଦି ପୂର୍ବକୁ ଯାଏ ପରମେଶ୍ୱର ସେଠାରେ ନାହାନ୍ତି।
    ମୁଁ ପଶ୍ଚିମକୁ ଯାଏ ସେଠାରେ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ।
ଯେତେବେଳେ ପରମେଶ୍ୱର ଉତ୍ତରରେ କାମ କରୁଛନ୍ତି, ମୁଁ ଯଦି ସେଠାରେ ତାଙ୍କୁ ଦେଖି ପାରୁ ନାହିଁ।
    ପରମେଶ୍ୱର ଯଦି ଦକ୍ଷିଣକୁ ଯାଆନ୍ତି ମୁଁ ତଥାପି ତାଙ୍କୁ ଦେଖେ ନାହିଁ।
10 ପରମେଶ୍ୱର ମୋତେ ଜାଣନ୍ତି।
    ସେ ମୋତେ ପରୀକ୍ଷା କରୁଛନ୍ତି, ଶେଷରେ ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।
11 ମୁଁ ସର୍ବଦା ପରମେଶ୍ୱରଙ୍କ ପଥରେ ଗ୍ଭଲିଛି।
    ମୁଁ କେବେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ।
12 ମୁଁ ସବୁବେଳେ ପରମେଶ୍ୱରଙ୍କ ଆଦେଶ ମାନିଛି।
    ମୁଁ ପରମେଶ୍ୱରଙ୍କ ମୁଖରୁ ନିସୃତ ବାଣୀକୁ ମୋର ପ୍ରିୟ ଖାଦ୍ୟଠାରୁ ଅଧିକ ଭଲ ପାଇଛି।

13 “କିନ୍ତୁ ପରମେଶ୍ୱର କେବେହେଲେ ବଦଳନ୍ତି ନାହିଁ।
    କେହି ପରମେଶ୍ୱରଙ୍କ ବିରୁଦ୍ଧରେ ଛିଡ଼ା ହୋଇ ପାରିବ ନାହିଁ।
    ପରମେଶ୍ୱର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।
14 ପରମେଶ୍ୱର ମୋ’ ପ୍ରତି ଯାହା କରିବାକୁ ଗ୍ଭହାନ୍ତି ତାହା ସେ ନିଶ୍ଚୟ କରିବେ।
    ତାଙ୍କର ମଧ୍ୟ ମୋ’ ପ୍ରତି ଅନେକ କିଛି କରିବାକୁ ଯୋଜନା ଥିବ।
15 ସେଥିପାଇଁ ମୁଁ ପରମେଶ୍ୱରଙ୍କୁ ଭୟ କରେ।
    ମୁଁ ଏ କଥା ବୁଝିପାରେ।
    ତେଣୁ ମୁଁ ପରମେଶ୍ୱରଙ୍କୁ ଭୟ କରେ।
16 ପରମେଶ୍ୱର ମୋର ହୃଦୟକୁ ଦୁର୍ବଳ କରିଛନ୍ତି।
    ମୁଁ ସାହସ ହରାଇ ଦେଉଛି।
    ସର୍ବଶକ୍ତିମାନ ପରମେଶ୍ୱର ମୋତେ ଭୟଭୀତ କରୁଛନ୍ତି।
17 ମୋ’ ଉପରେ ଘଟିଯାଇଥିବା ବିପଦସବୁ କଳାବାଦଲ ସଦୃଶ ଯାହାକି ମୋ’ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି।
    କିନ୍ତୁ ସେହି କଳା ଅନ୍ଧକାର ମୋତେ ଚୁପ୍ କରି ରଖିପାରବ ନାହିଁ।

ପିତରଙ୍କ ଦ୍ୱିତୀୟ ପତ୍ର 1:1-11

ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ, ଶିମିୟୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ୱାସ ଅତି ବହୁମୂଲ୍ୟ, ଏହି ପତ୍ରଟି ଲେଖୁଅଛି।

ଆମ୍ଭର ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ତୁମ୍ଭେମାନେ ଏହି ବିଶ୍ୱାସ ପାଇଅଛ। ପରମେଶ୍ୱର ଯାହା ଉତ୍ତମ, ତାହା କରନ୍ତି।

ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।

ପରମେଶ୍ୱର ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି

ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରମେଶ୍ୱରଙ୍କୁ ସେବା କରିବା ପାଇଁ ଯାହାକିଛି ଦରକାର ସେ ସବୁ ଆପଣା ଶକ୍ତିରେ ଆମ୍ଭକୁ ଦେଇଛନ୍ତି। ଆମ୍ଭେ ତାହାଙ୍କୁ ଜାଣିଛୁ ବୋଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତାରେ ଆମ୍ଭମାନଙ୍କୁ ଡାକିଛନ୍ତି। ଯୀଶୁ ନିଜ ମହିମା ଓ ଉତ୍ତମତା ହେତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ୟବାନ୍ ଓ ମହତ ବିଷୟ ଗୁଡ଼ିକ ଆମ୍ଭକୁ ଦେଇଛନ୍ତି। ସେହି ଦାନଗୁଡ଼ିକ ସାହାଯ୍ୟରେ ତୁମ୍ଭେ ପରମେଶ୍ୱରଙ୍କ ଆଚରଣର ଅଂଶ ହୋଇପାରିବ। ଏହା ଦ୍ୱାରା ଜଗତରେ ଥିବା ମନ୍ଦ ବିଷୟ ଗୁଡ଼ିକ ତୁମ୍ଭକୁ ନଷ୍ଟ କରି ପାରିବ ନାହିଁ।

ଯେହେତୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠାରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ଯ୍ୟନ୍ତ ପରିଶ୍ରମ କରିବା ଉଚିତ୍। ନିଜ ବିଶ୍ୱାସରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣରେ ଜ୍ଞାନ, ଜ୍ଞାନରେ ଆତ୍ମସଂଯମତା, ଆତ୍ମସଂଯମତାରେ ଧୈର୍ଯ୍ୟ ଓ ଧୈର୍ଯ୍ୟରେ ପରମେଶ୍ୱରଙ୍କ ସେବା, ପରମେଶ୍ୱରଙ୍କ ସେବାରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟାରେ ପ୍ରେମକୁ ଯୋଗ କର। ଯଦି ଏସମସ୍ତ ବିଷୟ ତୁମ୍ଭ ଭିତରେ ଅଛି ଓ ବୃଦ୍ଧି ପାଇ ଗ୍ଭଲିଛି, ତା'ହେଲେ ତୁମ୍ଭେ କେବେ ହେଲେ ଶିଥିଳ ହେବ ନାହିଁ। ସେଗୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ପାଇବା ପାଇଁ କେବେ ହେଲେ ତୁମ୍ଭକୁ ମୂଲ୍ୟହୀନ ହେବାକୁ ଦେବ ନାହିଁ। ଯଦି କୌଣସି ଲୋକଠାରେ ଏଗୁଡ଼ିକ ନାହିଁ, ତା'ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।

10 ମୋ’ ଭାଇ ଭଉଣୀମାନେ, ପରମେଶ୍ୱର ତୁମ୍ଭକୁ ଡାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଡକା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ଯ୍ୟ କଲେ ତୁମ୍ଭେ କେବେ ହେଲେ ଝୁଣ୍ଟିବ ନାହିଁ। 11 ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ରାଜ୍ୟରେ ତୁମ୍ଭକୁ ସ୍ୱାଗତ କରାଯିବ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ଅଟେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center