Revised Common Lectionary (Complementary)
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର। ସେଲା
9 ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା'ର ଆଲୋକର କିରଣ ତଳକୁ ପଠାଇବା ପରି
ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।
13 ତହୁଁ ଦାନିୟେଲଙ୍କୁ ରାଜାଙ୍କ ଛାମୁକୁ ଅଣାଗଲା। ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜ ଯିହୁଦା ଦେଶରୁ ଯେଉଁ ନିର୍ବାସିତ ଯିହୁଦୀମାନଙ୍କୁ ଆଣିଥିଲେ ସେମାନଙ୍କ ମଧ୍ୟରେ ତୁମ୍ଭେ ଦାନିୟେଲ ଅନ୍ୟତମ ଅଟକି? 14 ମୁଁ ତୁମ୍ଭ ବିଷୟରେ ଶୁଣୁଅଛି ଯେ ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି ଓ ଜ୍ଞାନ, ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ମହିମା ତୁମ୍ଭଠାରେ ଦେଖାଯାଏ। 15 ମୋର ରାଜ୍ୟର ଜ୍ଞାନୀ ଲୋକମାନେ ମୋ’ ପାଖକୁ ଆସିଥିଲେ। କିନ୍ତୁ ସେମାନେ କାନ୍ଥରେ ଲେଖା ହୋଇଥିବା ଅର୍ଥ ପ୍ରକାଶ କରି ପାରିଲେ ନାହିଁ। 16 ମୁଁ ତୁମ୍ଭ ବିଷୟରେ ଶୁଣୁଅଛି ଯେ ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦେହ ଭଞ୍ଜନ କରିପାର। ଏବେ ତୁମ୍ଭେ ଯଦି ଏହି ଲେଖା ପାଠ କରି ତହିଁର ଅର୍ଥ ମୋତେ ଜଣାଇ ପାର, ତେବେ ମୁଁ ତୁମ୍ଭକୁ ବାଇଗଣିଆ ବସ୍ତ୍ର ଉପହାର ଦେବି ଓ ତୁମ୍ଭ କଣ୍ଠରେ ସୁବର୍ଣ୍ଣ ହାର ଲମ୍ବାଇବି। ଆଉ ତୁମ୍ଭେ ମୋ’ ରାଜ୍ୟରେ ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।”
17 ତା'ପରେ ଦାନିୟେଲ ରାଜାଙ୍କୁ ଉତ୍ତର କରି କହିଲେ, “ହେ ରାଜା ବେଲ୍ଶତ୍ସର, ଆପଣଙ୍କର ଦାନ ଆପଣଙ୍କ ପାଖରେ ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦିଅନ୍ତୁ। ମାତ୍ର ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଏହାର ଅର୍ଥ ଆପଣଙ୍କୁ ଜଣାଇବି।
18 “ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ। 19 ପରମେଶ୍ୱର ତାଙ୍କୁ ଏପରି ମହିମାନ୍ୱିତ କଲେ ଯେ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ। ସେ ଯାହାକୁ ମାରିବାକୁ ଗ୍ଭହିଁଲେ ତାକୁ ବଧ କଲେ। ପୁଣି ଯାହାକୁ ବଞ୍ଚିବାକୁ ଗ୍ଭହିଁଲେ, ସେ ଜୀବିତ ରହିଲା। ତାଙ୍କରି ଇଚ୍ଛାନୁସାରେ ଜଣେ ଉନ୍ନତ ହେଲା ଓ ତାଙ୍କର ଇଚ୍ଛାନୁସାରେ ଜଣେ ଅବନତ ହେଲା।
20 “କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ୟ ତାଙ୍କଠାରୁ ନିଆଗଲା। ତା'ପରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡ଼ି ଦିଆଗଲା। 21 ତାଙ୍କର ମନ ପଶୁତୁଲ୍ୟ ହେଲା ଓ ସେ ବନ୍ୟ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକରରେ ଭିଜିଲା। ତା'ପରେ ସେ ହୃଦ୍ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି। ଏବଂ ପରମେଶ୍ୱର ଯାହାକୁ ଗ୍ଭହାନ୍ତି ତାକୁ ସେ ରାଜ୍ୟରେ ନିଯୁକ୍ତି କରି ପାରନ୍ତି।
22 “କିନ୍ତୁ ବେଲ୍ଶତ୍ସର, ଆପଣ ତାଙ୍କର ପୁତ୍ର। ଆପଣ ଏସବୁ ଜାଣିଲେ ମଧ୍ୟ ଆପଣଙ୍କ ଅନ୍ତଃକରଣକୁ ନମ୍ର କରି ନାହାନ୍ତି। 23 ଆପଣ ନମ୍ର ହେବା ପରିବର୍ତ୍ତେ ସ୍ୱର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରୌପ୍ୟ ପାତ୍ରରେ ଆପଣ, ଆପଣଙ୍କ ଅମାତ୍ୟଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମାରେ ଦେବଗଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସେମାନଙ୍କର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି। 24 ତେଣୁ ସେହି କାରଣରୁ ପରମେଶ୍ୱରଙ୍କର ହସ୍ତ ପ୍ରେରିତ ଲିଖିତ ହେଲା ଓ ଏହି ଲେଖା ଲିଖିତ ହେଲା। 25 କାନ୍ଥରେ ଲିଖିତ ହୋଇଥିବା ଶବ୍ଦଗୁଡ଼ିକ ହେଲା ଏହି:
ମିନେ, ମିନେ, ତକେଲ୍, ଉପାରସୀନ।
26 “ମିନେର ଅର୍ଥ ହେଉଛି, ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି।
27 ତକେଲର ଅର୍ଥ, ଆପଣ ନିକିତିରେ ତୌଲା ଯାଇ ଅଛନ୍ତି ଓ ଊଣା ଦେଖା ଯାଇଅଛନ୍ତି।
28 ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।”
29 ବେଲ୍ଶତ୍ସର ଆଜ୍ଞାରେ ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ବସ୍ତ୍ର ପିନ୍ଧାଇଲେ ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ଦେଲେ। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବେ ବୋଲି ଘୋଷଣା କଲେ। 30 ସେହି ରାତ୍ରିରେ କଲ୍ଦୀୟମାନଙ୍କର ରାଜା ବେଲ୍ଶତ୍ସରଙ୍କୁ ବଧ କରାଗଲା। 31 ପୁଣି ମାଦୀୟ ଦାରିୟାବସ ରାଜ୍ୟ ପ୍ରାପ୍ତ ହେଲା। ସେ ସମୟରେ ତାହାର ବୟସ ବାଷଠି ବର୍ଷ ହୋଇଥିଲା।
ଯୀଶୁ ଦୁଇ ପୁଅର କାହାଣୀ କହିଲେ
28 “କୁହତ ଦେଖି, ତୁମ୍ଭେ ଏବିଷୟରେ କ’ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲେ, ‘ପୁଅ ଆଜି ଯା ଓ ଅଙ୍ଗୁର ବଗିଗ୍ଭରେ କାମ କର।’
29 “ପୁଅ କହିଲା, ‘ମୁଁ ଯିବି ନାହିଁ।’ କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା।
30 “ତା'ପରେ ତା’ ବାପା ଅନ୍ୟ ପୁଅ ପାଖକୁ ଗଲେ ଓ ତାକୁ ସେହି କଥା କହିଲେ। ସେ କହିଲା, ‘ହଁ, ଆଜ୍ଞା ମୁଁ ଯିବି।’ କିନ୍ତୁ ଗଲା ନାହିଁ।
31 “ତେବେ କୁହ, ‘କେଉଁ ପୁଅ ତା'ର ବାପାଙ୍କ ବାଧ୍ୟ ହେଲା?”
ଯିହୂଦୀ ଧର୍ମ ନେତାମାନେ କହିଲେ, “ପ୍ରଥମ ପୁଅଟି ମାନିଲା।’
ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଭାବ ଯେ, କରଆଦାୟକାରୀ ଓ ବେଶ୍ୟାମାନେ ଖରାପ ମଣିଷ। କିନ୍ତୁ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆଗ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।” 32 ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ୍ ବାଟ ଦେଖାଇବାକୁ ଯୋହନ ଆସି ଥିଲେ। ତୁମ୍ଭେମାନେ ଯୋହନଙ୍କୁ ବିଶ୍ୱାସ କଲ ନାହିଁ। କିନ୍ତୁ କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କଲେ। କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠାରେ ବିଶ୍ୱାସ କରିବା ଲାଗି ତୁମ୍ଭେମାନେ ହୃଦୟ ପରିବର୍ତ୍ତନ କଲ ନାହିଁ।
2010 by World Bible Translation Center