Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 32:22-31

22 ସେହି ରାତ୍ରିରେ ଯାକୁବ ଉଠି ସେହି ସ୍ଥାନ ଛାଡ଼ିଲେ। ଯାକୁବ ତାଙ୍କର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତାଙ୍କର ଦାସୀକୁ ନେଇ ଗଲେ। ଯାକୁବ ଯ‌ବ୍‌ବୋକ ପାର କରାଇବା ପାଇଁ ସଙ୍ଗରେ ନେଲେ। 23 ଯାକୁବ ତାଙ୍କର ପରିବାରକୁ ଏବଂ ତାଙ୍କର ସମସ୍ତ ଦ୍ରବ୍ୟକୁ ନଦୀ ପାର କରାଇଲେ।

ଜଣକ ସହିତ ଅନ୍ୟ ଜଣଙ୍କ ଯୁଦ୍ଧ

24 ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ୟ ତାଙ୍କ ସହିତ ସକାଳ ପର୍ଯ୍ୟନ୍ତ ମଲ୍ଲଯୁଦ୍ଧ କଲେ। 25 ସେହି ଲୋକଟି ଦେଖିଲେ ସେ ଯାକୁବଙ୍କୁ ପରାସ୍ତ କରି ପାରିବେ ନାହିଁ। ତେଣୁ ସେ ଯାକୁବଙ୍କର ଗୋଡ଼କୁ ଟାଣି ଦେବାରୁ ତାଙ୍କର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।

26 ଆଉ ସେହି ଲୋକଟି ଯାକୁବଙ୍କୁ କହିଲେ, “ମୋତେ ଯିବାକୁ ଦିଅ କାରଣ ପ୍ରଭାତ ହୋଇଗଲା।”

କିନ୍ତୁ ଯାକୁବ କହିଲେ, “ମୁଁ ତୁମ୍ଭକୁ ଯିବାକୁ ଦେବି ନାହିଁ, ଯେପର୍ଯ୍ୟନ୍ତ ମୋତେ ଆଶୀର୍ବାଦ ନ କରିଛ।”

27 ଏବଂ ସେହି ଲୋକଟି ତାଙ୍କୁ କହିଲେ, “ତୁମ୍ଭର ନାମ କ’ଣ?”

ଏବଂ ଯାକୁବ ଉତ୍ତର ଦେଲେ, “ମୋର ନାମ ଯାକୁବ ଅଟେ।”

28 ଏହା ପରେ ସେହି ମନୁଷ୍ୟଟି କହିଲେ, “ଆଉ ତୁମ୍ଭର ନାମ ଯାକୁବ ହେବ ନାହିଁ। ତୁମ୍ଭର ନାମ ଇସ୍ରାଏଲ ହେବ ଏବଂ ତୁମ୍ଭେ ସେହି ନାମରେ ପରିଚିତ ହେବ କାରଣ ତୁମ୍ଭେ ପରମେଶ୍ୱରଙ୍କ ସହିତ ଏବଂ ମନୁଷ୍ୟ ସହିତ ଯୁଦ୍ଧ କରି ଜୟଲାଭ କଲ।”

29 ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ଦୟାକରି ତୁମ୍ଭର ନାମ କୁହ।”

କିନ୍ତୁ ସେହି ଲୋକଟି କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଗ୍ଭରୁ ଅଛ?” ଏହି ସମୟରେ ସେହି ଲୋକଟି ଯାକୁବଙ୍କୁ ଆଶୀର୍ବାଦ କଲେ।

30 ତେଣୁ ଯାକୁବ ସେହି ସ୍ଥାନର ନାମ ପନୂୟେଲ ଦେଲେ। ତା'ପରେ ସେ କହିଲେ, “ମୁଁ ପରମେଶ୍ୱରଙ୍କୁ ମୁହାଁମୁହିଁ ଦେଖିଲେ ବି ମୋର ଜୀବନ ବଞ୍ଚି ରହିଲା।” 31 ଏହା ପରେ ସୂର୍ଯ୍ୟୋଦୟ ବେଳକୁ ସେ ପନୂୟେଲ ପାର ହେଲାମାତ୍ରେ ତାଙ୍କର ଗୋଡ଼ ଯୋଗୁଁ ଛୋଟାଇ ଗ୍ଭଲିଲେ।

ଗୀତସଂହିତା 121

ଏକ ଆରୋହଣ ଗୀତ।

121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
    କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
    ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
    ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
    କି କେବେ ଶୋଇବେ ନାହିଁ।
ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
    ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
    କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
    ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
    ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:14-4:5

14 କିନ୍ତୁ ତୁମ୍ଭେ ଯେଉଁ ଉପଦେଶ ଶିଖିଛ, ସେଗୁଡ଼ିକୁ ପାଳନ କରି ଗ୍ଭଲ। ତୁମ୍ଭେ ଜାଣ ଯେ ସେହି ଶିକ୍ଷାଗୁଡ଼ିକ ସତ୍ୟ। ଯେଉଁମାନେ ସେହି ଶିକ୍ଷାଗୁଡ଼ିକ ପ୍ରଦାନ କଲେ ତାହାଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ। 15 ପିଲାବେଳୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସେହି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରି ପାରିବ ଓ ସେହି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ୱାସ ମାଧ୍ୟମରେ ମୁକ୍ତି ଆଡ଼କୁ ଆଗେଇନେବ। 16 ସବୁ ଶାସ୍ତ୍ର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବରେ ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପଯୋଗୀ ଅଟେ। 17 ପରମେଶ୍ୱରଙ୍କ ସେବକ, ଶାସ୍ତ୍ରଗୁଡ଼ିକର ବ୍ୟବହାର ଦ୍ୱାରା ସମସ୍ତ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ହେବ ଓ ତା'ର ପ୍ରତ୍ୟେକ ଆବଶ୍ୟକ ବିଷୟ ପାଇବ।

ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଗ୍ଭର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ୟ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସେମାନେ କ’ଣ କରିବା ଉଚିତ୍, ସେମାନେ ଭୁଲ୍ କଲାବେଳେ ସେମାନଙ୍କୁ ଅନୁଯୋଗ କର ଓ ସେମାନଙ୍କୁ ଉତ୍ସାହ ଦିଅ। ଅତି ଧୈର୍ଯ୍ୟ ସହକାରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ୱାରା ଏହି ସମସ୍ତ ବିଷୟ କର।

ସମୟ ଆସୁଛି, ଯେତେବେଳେ ଲୋକେ ସ‌ତ୍‌‌ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନିଜ ମନ ପସନ୍ଦ ଶିକ୍ଷା ସେମାନଙ୍କଠାରୁ ସଂଗ୍ରହ କରିବେ, ଯେଉଁମାନେ ସେମାନଙ୍କୁ ସନ୍ତୁଷ୍ଟ କଲାଭଳି କଥା କହିବେ। ଲୋକେ ସତକଥା ଶୁଣିବା ବନ୍ଦ କରିଦେବେ। ମିଛ କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କରିବାକୁ ସେମାନେ ଆରମ୍ଭ କରିବେ। କିନ୍ତୁ ତୁମ୍ଭେ ସର୍ବଦା ନିଜକୁ ସଂଯମ କର। କ୍ଳେଶ ଆସିଲେ ସେଗୁଡ଼ିକୁ ଗ୍ରହଣ କର। ସୁସମାଗ୍ଭର ପ୍ରଗ୍ଭର କାମ କରି ଗ୍ଭଲିଥାଅ। ପରମେଶ୍ୱରଙ୍କ ଜଣେ ସେବକ ଭାବରେ ସମସ୍ତ କର୍ତ୍ତବ୍ୟ କରୁଥାଅ।

ଲୂକ ଲିଖିତ ସୁସମାଗ୍ଭର 18:1-8

ପରମେଶ୍ୱର ତାଙ୍କ ଲୋକଙ୍କୁ ଉତ୍ତର ଦେବେ

18 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ, ସେମାନେ ସଦାବାଳେ ପ୍ରାର୍ଥନା କରିବା ଉଚିତ୍। ଏବଂ କେବେ ହେଲେ ଭରସା ହରେଇବା ଉଚିତ୍ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ, “ଥରେ ଗୋଟିଏ ନଗରରେ ଜଣେ ବିଗ୍ଭରପତି ଥିଲା। ପରମେଶ୍ୱରଙ୍କୁ ତାହାଙ୍କର ଡର ନ ଥିଲା କି ଲୋକମାନେ ତାହାଙ୍କ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି କରୁ ନ ଥିଲେ। ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା'ର ସ୍ୱାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଗ୍ଭରପତିଙ୍କୁ କହୁଥିଲା, ‘ଗୋଟିଏ ଲୋକ ମୋ’ ପ୍ରତି ଅନ୍ୟାୟ କରୁଛି। ତୁମ୍ଭେ ମୋତେ ମୋ’ ନ୍ୟାୟ ଅଧିକାର ଦିଅ।’ କିନ୍ତୁ ବିଗ୍ଭରପତି ସ୍ତ୍ରୀଲୋକଟିକୁ ସାହାଯ୍ୟ କରିବାକୁ ଇଚ୍ଛା କରି ନ ଥିଲେ। କେତେ ସମୟ ପରେ ବିଗ୍ଭରପତି ଜଣକ ମନେ ମନେ ଭାବିଲେ, ‘ମୁଁ ପରମେଶ୍ୱରଙ୍କୁ ଡରୁ ନାହିଁ କି ଲୋକମାନେ ମୋ’ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି ବି କରୁ ନାହିଁ। କିନ୍ତୁ ଏହି ସ୍ତ୍ରୀଲୋକଟି ମୋତେ ସବୁବେଳେ ବ୍ୟସ୍ତ କରି ପକାଉଛି। ମୁଁ ତାକୁ ନ୍ୟାୟ ଅଧିକାର ଦେଇଦେଲେ ସେ ମୋ’ ପିଛା ଛାଡ଼ିଦେବ। ନଚେତ ସେ ମୋତେ ହଇକାଣ କରୁଥିବ।’”

ପ୍ରଭୁ! କହିଲେ, “ଶୁଣ, ସେହି ଦୁଷ୍ଟ ବିଗ୍ଭରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି। ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ। ମୁଁ ତୁମ୍ଭକୁ କହୁଛି। ଅତି ଶୀଘ୍ର ପରମେଶ୍ୱର ତାହାଙ୍କ ଲୋକଙ୍କୁ ସାହାଯ୍ୟ କରିବେ। କିନ୍ତୁ ମନୁଷ୍ୟପୁତ୍ର ପୁଣି ଥରେ ଫେରି ଆସିବା ପରେ ସେ ଏ ପୃଥିବୀରେ ତାହାଙ୍କର ବିଶ୍ୱାସୀମାନଙ୍କୁ ପାଇ ପାରିବେ କି?”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center