Revised Common Lectionary (Complementary)
ଏକ ଆରୋହଣ ଗୀତ।
121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
2 ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
3 ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
4 ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
କି କେବେ ଶୋଇବେ ନାହିଁ।
5 ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
6 ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
7 ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
8 ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
3 ଯାକୁବଙ୍କ ଭାଇ ଏଷୌ ସେୟୀର ଅଞ୍ଚଳରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମୟ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ। 4 ଯାକୁବ ଦୂତମାନଙ୍କୁ କହିଲେ, “ଏହି କଥା ମୋର ଜ୍ୟେଷ୍ଠ ଭ୍ରାତା ଏଷୌଙ୍କୁ କୁହ, ‘ତୁମ୍ଭର ଦାସ ଯାକୁବ କହିଲା, ଏହି ଦିନଗୁଡ଼ିକ ମୁଁ ଲାବନ ସହିତ ବାସ କରିଛି। 5 ମୋର ଗାଈଗୁଡ଼ିକ, ଗର୍ଦ୍ଦଭଗୁଡ଼ିକ, ପଶୁଗଣ, ମନୁଷ୍ୟଗଣ, ସେବକ ଓ ସେବିକାଗଣ ଅଛନ୍ତି। ମୁନିବ, ମୁଁ ଅନୁଗ୍ରହ ପାଇବା ନିମନ୍ତେ ଏହି ଦୂତଗଣଙ୍କୁ ପଠାଉଛି। ଦୟାକରି ସେମାନଙ୍କୁ ଗ୍ରହଣ କର।’”
6 ଦୂତଗଣ ଯାକୁବଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭେଟିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।”
7 ସେହି ବାର୍ତ୍ତା ଯାକୁବଙ୍କୁ ଭୟଭୀତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କଲେ। ଗୋମେଷାଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲେ। 8 ଯାକୁବ ଚିନ୍ତା କଲେ, “ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତେବେ ଅନ୍ୟ ଦଳ ଦୌଡ଼ିଯାଇ ଜୀବନ ରକ୍ଷା କରିବେ।”
9 ସେତେବେଳେ ଯାକୁବ କହିଲେ, “ହେ ମୋର ପିତା ଅବ୍ରହାମଙ୍କର ପରମେଶ୍ୱର! ମୋର ପିତା ଇସ୍ହାକର ପରମେଶ୍ୱର! ହେ ସଦାପ୍ରଭୁ ତୁମ୍ଭେ ମୋତେ କହିଲ, ମୋର ଜନ୍ମିତ ସ୍ଥାନକୁ ଫେରିଯିବା ପାଇଁ। ତୁମ୍ଭେ ମୋର ସହାୟ ହେବ। 10 ତୁମ୍ଭେ ମୋତେ ଦୟା ଦେଖାଇ ଆସିଅଛ। ତୁମ୍ଭେ ମୋର ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷୟ ପାଇଁ ଯୋଗ୍ୟ ନୁହେଁ। ମୁଁ ଯେତେବେଳେ ପ୍ରଥମ ଥର ଯର୍ଦ୍ଦନ ନଦୀ ପାରି ହେଲି, କେବଳ ଏ ବାଡ଼ି ଛଡ଼ା ମୋର କିଛି ନ ଥିଲା। କିନ୍ତୁ ବର୍ତ୍ତମାନ ମୋର ପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହୋଇପାରେ। 11 ମୁଁ ବିନତି କରୁଅଛି କୃପାକରି ମୋତେ ମୋର ଭାଇଠାରୁ ରକ୍ଷା କର। ମୋତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ୟା କରିବ। ଏପରିକି ମା’ ଓ ତାଙ୍କ ପିଲାମାନଙ୍କୁ ମଧ୍ୟ। 12 ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ମୁଁ ତୁମ୍ଭଙ୍କୁ ସାହାଯ୍ୟ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କେହି ଗଣି ପାରିବେ ନାହିଁ।’”
13 ଯାକୁବ ରାତିରେ ସେହି ସ୍ଥାନରେ ରହିଲେ, ତାଙ୍କର ଭାଇ ଏଷୌକୁ କିଛି ଉପହାର ଦେବା ପାଇଁ ଯାକୁବ ପ୍ରସ୍ତୁତ ହେଲେ। 14 ଯାକୁବ ଦୁଇଶହ ମାଈଛେଳି ଓ କୋଡ଼ିଏଟି ଛେଳି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦେବାକୁ ସ୍ଥିର କଲେ। 15 ଯାକୁବ ସବତ୍ସା ଦୁଗ୍ଧବତୀ ତିରିଶ୍ ମାଈଓଟ, ଗ୍ଭଳିଶ୍ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶ ଗୋଟି ବାଛୁରି ପ୍ରସ୍ତୁତ କଲେ। 16 ଯାକୁବ ପଲସବୁ ପୃଥକ କରି ଆପଣା ଦାସମାନଙ୍କ ହସ୍ତରେ ଏକ ପଲ ସମର୍ପଣ କରି ସେମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ମୋର ଆଗେ ଆଗେ ଯାଅ। ପୁଣି ମଝିରେ ମଝିରେ ସ୍ଥାନ ରଖି ପ୍ରତ୍ୟେକ ପଲକୁ ପୃଥକ କର।” 17 ଯାକୁବ ଏହି ଆଦେଶ ତାଙ୍କର ଦାସମାନଙ୍କୁ ଦେଲେ। ପ୍ରଥମ ଦଳର ଦାସକୁ ଯାକୁବ କହିଲେ, “ଯେତେବେଳେ ଏଷୌ, ମୋର ଭାଇ ତୁମ୍ଭ ପାଖକୁ ଆସି ପଗ୍ଭରେ, ‘ତୁମ୍ଭେ କାହାର ଦାସ? ତୁମ୍ଭେ କେଉଁଠାକୁ ଯାଉଛ? ଏହି ପଶୁଗୁଡ଼ିକ କାହାର?’ 18 ତା'ପରେ ତୁମ୍ଭେ ଉତ୍ତର ଦେବ, ଏହି ପଶୁଗୁଡ଼ିକ ତୁମ୍ଭ ଦାସ ଯାକୁବର, ମୋର ମୁନିବ ଯାକୁବ ତୁମ୍ଭକୁ ଏହା ଉପହାର ଦେଇଛନ୍ତି। ଏବଂ ଯାକୁବ ମଧ୍ୟ ଆମ ପଛେ ପଛେ ଆସୁଛନ୍ତି।”’
19 ଯାକୁବ ଏହିପରି କହିବାକୁ ତାଙ୍କର ଦ୍ୱିତୀୟ ଦଳର ଦାସ ଓ ତୃତୀୟ ଦଳର ଦାସ ଏବଂ ସମସ୍ତ ଦାସଙ୍କୁ ଏହିପରି କହିଲେ। ସେ କହିଲେ, “ତୁମ୍ଭେ ସମସ୍ତେ ଏହିପରି କହିବ ଯେତେବେଳେ ଏଷୌକୁ ତୁମ୍ଭେମାନେ ଭେଟିବ। 20 ତୁମ୍ଭେମାନେ କହିବ, ‘ଏହିସବୁ ତୁମ୍ଭ ପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛରେ ଆସୁଛନ୍ତି।’”
ଯାକୁବ ଭାବିଲେ, “ଯଦି ମୁଁ ଏହି ଲୋକମାନଙ୍କୁ ଉପହାର ଦେଇ ଆଗରେ ପଠାଇ ଦିଏ, ହୋଇପାରେ ଏଷୌ ମୋତେ କ୍ଷମା ଦେଇପାରେ ଏବଂ ମୋତେ ଗ୍ରହଣ କରିପାରେ।” 21 ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରିରେ ସେହି ଛାଉଣିରେ ରହିଲେ।
ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ
(ମାଥିଉ 20:29-34; ଲୂକ 18:35-43)
46 ତା'ପରେ ସେମାନେ ଯିରୀହୋକୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ୟ ଓ ଅନେକ ଲୋକଙ୍କ ସହିତ ସେହି ସହର ଛାଡ଼ିଯିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା। 47 ସେ ଶୁଣିଲା ଯେ, ନାଜରିତୀୟ ଯୀଶୁ ସେହି ବାଟ ଦେଇ ଯାଉଛନ୍ତି। ସେ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ: ମୋ’ ଉପରେ କୃପାକର।”
48 ଅନେକ ଲୋକ ତାକୁ ତୁନି ହେବା ପାଇଁ ଧମକ ଦେଲେ। କିନ୍ତୁ ସେହି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ, ମୋ’ ଉପରେ କୃପାକର।”
49 ଯୀଶୁ ଅଟକି ଗଲେ ଓ କହିଲେ, “ତାହାକୁ କୁହ ମୋ’ ପାଖକୁ ଆସୁ।”
ଲୋକମାନେ ଅନ୍ଧ ଲୋକଟିକୁ ଡାକି କହିଲେ, “ସାହସ ଧର, ଉଠ। ଯୀଶୁ ତୁମ୍ଭକୁ ଡାକୁଛନ୍ତି।” 50 ଅନ୍ଧ ଲୋକଟି ତତ୍କ୍ଷଣାତ୍ ତା'ର ଗ୍ଭଦରଟି ଫିଙ୍ଗିଦେଲା ଓ ଡେଇଁ ପଡ଼ିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।
51 ଯୀଶୁ ଅନ୍ଧ ଲୋକଟିକୁ ପଗ୍ଭରିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”
ଅନ୍ଧଟି ଉତ୍ତର ଦେଲୋ, “ଗୁରୁ, ମୁଁ ଦେଖିବାକୁ ଗ୍ଭହୁଁଛି।”
52 ଯୀଶୁ କହିଲେ, “ଯାଅ, ତୁମ୍ଭେ ଭଲ ହୋଇଗଲ, କାରଣ ତୁମ୍ଭେ ବିଶ୍ୱାସ କଲ।” ତା'ପରେ ଲୋକଟି ସବୁକିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା।
2010 by World Bible Translation Center