Revised Common Lectionary (Complementary)
ଏକ ଆରୋହଣ ଗୀତ।
121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
2 ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
3 ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
4 ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
କି କେବେ ଶୋଇବେ ନାହିଁ।
5 ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
6 ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
7 ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
8 ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
11 “ହେ ଦୁଃଖିନୀ, ତୋଫାନ ବିଧ୍ୱସ୍ତ
ଓ ସାନ୍ତ୍ୱନା ବିରହିତ ନଗରୀ!
ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ
ତୁମ୍ଭର ପ୍ରସ୍ତର ବସାଇବା
ଓ ନୀଳମଣିଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
12 ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭ ସ୍ତମ୍ଭର ଚୂଡ଼ା,
ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାର ସକଳ
ଓ ମନୋରମ ପ୍ରସ୍ତରରେ ତୁମ୍ଭ ସମଗ୍ର ସୀମା ପ୍ରାଚୀର ନିର୍ମାଣ କରିବା।
13 ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ୱରଙ୍କ ଦ୍ୱାରା ଶିକ୍ଷିତ ହେବେ
ଓ ସେମାନଙ୍କର ପରମ ଶାନ୍ତି ହେବ।
14 ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ;
ତୁମ୍ଭେ ଅତ୍ୟାଗ୍ଭରରୁ ଦୂରେଇ ରହିବ;
କାରଣ ତୁମ୍ଭେ ଭୟଭୀତ ହେବ ନାହିଁ,
ପୁଣି ଭୟଠାରୁ ଦୂରେଇ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।
15 ଏଠାକୁ ଦେଖ, ଲୋକମାନେ ତୁମ୍ଭ ବିରୁଦ୍ଧରେ ଏକମତ ହୋଇପାରନ୍ତି,
କିନ୍ତୁ ସେମାନେ ମୋ’ ପ୍ରତି ଯେକେହି ତୁମ୍ଭ ବିରୁଦ୍ଧରେ ଯାଏ, ସେ ସେମାନଙ୍କ ପତିତକୁ ବହନ କରିବେ।
16 “ଦେଖ, ଯେଉଁ କମାର କୋଇଲାରେ ଅଗ୍ନିଦେଇ ତାଉ କରେ ଓ ଆପଣା କାର୍ଯ୍ୟ ପାଇଁ ଅସ୍ତ୍ର ନିର୍ମାଣ କଲେ, ଆମ୍ଭେ ତାହାର ସ୍ରଷ୍ଟା। ‘ବିନାଶପାଇଁ’ ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।
17 “ତୁମ୍ଭ ବିପକ୍ଷରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହେବ ନାହିଁ। ତୁମ୍ଭ ପ୍ରତିକୂଳରେ କହୁଥିବା ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ।”
ସଦାପ୍ରଭୁ କୁହନ୍ତି, “ଆମ୍ଭର ଦାସମାନଙ୍କର ଅଧିକାର ଓ ଆମ୍ଭ ଦତ୍ତ ଧାର୍ମିକତା ଏହା ଅଟେ।”
22 ପାଉଲ ଆରୟପାଗ ସଭାର ସାମନାରେ ଠିଆ ହୋଇ କହିଲେ, “ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭେମାନେ ସବୁ ବିଷୟରେ ଅତି ଧାର୍ମିକ। 23 ମୁଁ ନଗରର ଗ୍ଭରିପାଖରେ ଭ୍ରମଣ କରି, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି। ମୁଁ ଗୋଟିଏ ବେଦୀ ଦେଖିଲି ଯାହା ଉପରେ ଲେଖାଥିଲା, ‘ଏକ ଈଶ୍ୱର ଯାହାଙ୍କୁ ଆମ୍ଭେ ଜାଣି ନାହୁଁ।’ ତେଣୁ ତୁମ୍ଭେମାନେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗରେ ପ୍ରଗ୍ଭର କରୁଛି।
24 “ପରମେଶ୍ୱର ଏ ପୃଥିବୀରେ ଓ ଏଥିରେ ଥିବା ସମସ୍ତ ବସ୍ତୁର କର୍ତ୍ତା। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହୋଇ ଥିବାରୁ ସେ ମଣିଷ ନିର୍ମିତ ମନ୍ଦିର ଗୁଡ଼ିକରେ ରୁହନ୍ତି ନାହିଁ। 25 ସେ ପରମେଶ୍ୱର ଜୀବନ ଓ ପ୍ରାଣବାୟୁ ପ୍ରଦାନ କରନ୍ତି। ସେ ମନୁଷ୍ୟମାନଙ୍କର ସାହାଯ୍ୟ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ। 26 ପରମେଶ୍ୱର ଗୋଟିଏ ମନୁଷ୍ୟଠାରୁ ସମୁଦାୟ ମନୁଷ୍ୟ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସେମାନେ ପୃଥିବୀର ସର୍ବତ୍ର ରହନ୍ତି। ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି,
27 “ଯେପରି ସେମାନେ ପରମେଶ୍ୱରଙ୍କୁ ଖୋଜି ପାଇ ପାରିବେ। ସେମାନେ ତାହାଙ୍କ ନିକଟକୁ ଯାଇ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରି ପାରନ୍ତି ଯଦ୍ୟପି ସେ ଆମ୍ଭମାନଙ୍କ ମଧ୍ୟରୁ କାହାରିଠାରୁ ଦୂରରେ ନାହାନ୍ତି। 28 ‘କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠାରେ ଆମ୍ଭର ଅସ୍ତିତ୍ୱ ଅଛି।’ ତୁମ୍ଭମାନଙ୍କ ମଧ୍ୟରୁ କେତେକ କବି ମଧ୍ୟ ଏହା କହିଛନ୍ତି ଯେ, ‘ଆମ୍ଭେମାନେ ତାହାଙ୍କର ସନ୍ତାନ।’
29 “ଯେହେତୁ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ତେଣୁ ଆମ୍ଭେମାନେ ପରମେଶ୍ୱରଙ୍କୁ ମନୁଷ୍ୟର କୌଶଳ ଓ କଳ୍ପନାରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ୟ ଭାବିବା ନାହିଁ। 30 ପୂର୍ବରୁ ପରମେଶ୍ୱର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫେରି ଆସିବା ପାଇଁ ଆଦେଶ ଦିଅନ୍ତି। 31 ସେ ଜଣଙ୍କୁ ନ୍ୟାୟ ବିଗ୍ଭର ପାଇଁ ନିଯୁକ୍ତି ଦେଇଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସେହି ସମଗ୍ର ବିଶ୍ୱକୁ ତାହାଙ୍କ ଦ୍ୱାରା ନ୍ୟାୟ ସହିତ ବିଗ୍ଭର କରିବେ। ସେ ପ୍ରତ୍ୟେକଙ୍କ ଆଗରେ ଯୀଶୁଙ୍କର ମୃତ୍ୟୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦେଇଛନ୍ତି।”
32 ଯେତେବେଳେ ସେମାନେ ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହୋଇଥିବା ବିଷୟରେ ଶୁଣିଲେ, ସେମାନଙ୍କ ଭିତରୁ କେତେଜଣ ତାହାଙ୍କୁ ଉପହାସ କଲେ। ଆଉ କେତେକ କହିଲେ, “ଆମ୍ଭେ ପରେ ଏ ବିଷୟରେ ତୁମ୍ଭଠାରୁ ଶୁଣିବୁ।” 33 ତେଣୁ ପାଉଲ ସେମାନଙ୍କୁ ଛାଡ଼ି ଗ୍ଭଲିଗଲେ। 34 କେତେକ ଲୋକ ପାଉଲଙ୍କ ସହିତ ଯୋଗଦାନ କଲେ ଓ ବିଶ୍ୱାସ କଲେ। ସେମାନଙ୍କ ଭିତରେ ଆରୟପାଗୀୟ ସଭାର ସଦସ୍ୟ ଦିୟସୂସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀଲୋକ ଓ ଅନ୍ୟମାନେ ମଧ୍ୟ ଥିଲେ।
2010 by World Bible Translation Center