Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଏକ ଗୀତ।
61 ପରମେଶ୍ୱର, ସାହାଯ୍ୟ ପାଇଁ ମୋର କ୍ରନ୍ଦନ ଶୁଣ।
ମୋର ପ୍ରାର୍ଥନାରେ ମନୋଯୋଗ କର।
2 ମୁଁ ଯେତେବେଳେ ଭୟଭୀତ ହୁଏ,
ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ।
ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା
ନିରାପଦ ସ୍ଥାନକୁ ନେଇଯାଅ।
3 ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ!
ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ।
4 ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଗ୍ଭହେଁ।
ମୁଁ ତୁମ୍ଭ ପକ୍ଷର ଛାୟାରେ ଆଶ୍ରୟ ନେବି। ସେଲା
5 ହେ ପରମେଶ୍ୱର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ’ଣ ଦେବା ପାଇଁ ପ୍ରତିଜ୍ଞା କରିଛି।
ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସେମାନଙ୍କୁ ସର୍ବଦା ତୁମ୍ଭେ ଯାହା ଦିଅ, ତାହା ତୁମ୍ଭେ ମୋତେ ଦେଲ।
6 ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର।
ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
7 ସେ ପରମେଶ୍ୱରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ।
ଆପଣାର ସତ୍ୟତା ଓ ସ୍ନେହପୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
8 ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି
ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି।
ଯିହୁଦାରେ ଅସରିୟଙ୍କ ରାଜତ୍ୱ
15 ଇସ୍ରାଏଲରେ ଯାରବିୟାମଙ୍କ ରାଜତ୍ୱର ସତାଇଶ୍ ବର୍ଷରେ ଅମତ୍ସିୟଙ୍କର ପୁତ୍ର ଅସରିୟ ଯିହୁଦାରେ ରାଜା ହେଲେ। 2 ଷୋଡ଼ଶ ବର୍ଷ ବୟସରେ ଅସରିୟ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ବାବନ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଯିଖଲିୟା ଓ ସେ ଯିରୁଶାଲମ ନିବାସିନୀ ଥିଲେ। 3 ସଦାପ୍ରଭୁଙ୍କ ଦୃଷ୍ଟିରେ ଅସରିୟ ଯଥାର୍ଥ କର୍ମମାନ କଲେ। ଠିକ୍ ସେହିପରି ତାଙ୍କର ପିତା ଅମତ୍ସିୟ ପରି ସେ କରିଥିଲେ। 4 ମାତ୍ର ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କଲେ ନାହିଁ। ଲୋକମାନେ ସେଠାରେ ବଳିଦାନ କଲେ ଓ ଧୂପ ଜଳାଇଲେ।
5 ପୁଣି ସଦାପ୍ରଭୁ ଅସରିୟଙ୍କୁ ମରଣ ପର୍ଯ୍ୟନ୍ତ କୁଷ୍ଠୀ କରିଦେଲେ ଓ ସେ ଏକ ପୃଥକ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ।
6 ଅସରିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ପରାକ୍ରମ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 7 ଅସରିୟଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବର ପାଇଲେ। ଅସରିୟଙ୍କର ମୃତ୍ୟୁପରେ, ଯୋଥମ୍ ଅସରିୟଙ୍କ ପୁତ୍ର ନୂତନ ରାଜା ରୂପେ ପରିଚିତ ହେଲେ।
5 ଏହି ବାରଜଣ ଶିଷ୍ୟଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: “କୌଣସି ଅଣଯିହୂଦୀ ଅଞ୍ଚଳକୁ ଯିବ ନାହିଁ କି ଶମିରୋଣର କୌଣସି ନଗରରେ ପ୍ରବେଶ କରିବ ନାହିଁ। 6 ବରଂ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯିବ। ସେମାନେ ହଜିଯାଇଥିବା ମେଷ ଭଳି। 7 ତୁମ୍ଭେମାନେ ପ୍ରଗ୍ଭର କର, ‘ସ୍ୱର୍ଗରାଜ୍ୟ ନିକଟ ହୋଇ ଗଲାଣି।’ 8 ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁନର୍ଜୀବିତ କର, କୁଷ୍ଠରୋଗ ସୁସ୍ଥ କର, ଭୂତମାନଙ୍କୁ ତଡ଼ିଦିଅ। ତୁମ୍ଭେ ବିନାମୂଲ୍ୟରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନାମୂଲ୍ୟରେ ଦାନ କର। 9 ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗରେ ସୁନା, ରୂପା କିମ୍ବା ତମ୍ବା ନିଅ ନାହିଁ। 10 ଯାତ୍ରା ବେଳେ ଝୁଲା ନିଅ ନାହିଁ। ପିନ୍ଧିଥିବା ପୋଷାକ ଓ ଜୋତା ଛଡ଼ା ଅଧିକା ପୋଷାକ ବା ଜୋତା କି ବାଡ଼ି ନିଅ ନାହିଁ। ଜଣେ ସେବକ କେବଳ ନିହାତି ଆବଶ୍ୟକୀୟ ପଦାର୍ଥ ନେବା ଉଚିତ୍।
11 “କୌଣସି ନଗର ବା ଗାଁରେ ପ୍ରବେଶ କଲାବେଳେ ସେଠାରେ ଯୋଗ୍ୟ ଲୋକଟିକୁ ବାଛି ବାହାର କର। ସେହି ନଗର ବା ଗାଁ ନ ଛାଡ଼ିବା ପର୍ଯ୍ୟନ୍ତ ସେହି ସ୍ଥାନରେ ରୁହ। 12 କୌଣସି ଘରେ ପ୍ରବେଶ କଲାବେଳେ ସେହି ପରିବାରରେ ଲୋକଙ୍କୁ ‘ତୁମ୍ଭ ପ୍ରତି ଶାନ୍ତି ହେଉ’ ବୋଲି କହି ଆଶୀର୍ବାଦ କର। ଯଦି ସେ ପରିବାରର ଲୋକେ ଯୋଗ୍ୟ, ତେବେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତି ରହିବ। 13 ଯଦି ସେ ପରିବାର ଲୋକେ ଅଯୋଗ୍ୟ ତେବେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫେରି ଆସିବ। 14 ଯଦି କେହିହେଲେ ତୁମ୍ଭର ସ୍ୱାଗତ କରୁ ନାହାନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାନ୍ତି, ତେବେ ସେ ଘର ବା ନଗର ଛାଡ଼ିଦିଅ। ତୁମ୍ଭ ପାଦରେ ଲାଗିଥିବା ଧୂଳି ମଧ୍ୟ ସେହିଠାରେ ଝାଡ଼ିଦିଅ। 15 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ଦିନ ନ୍ୟାୟ ହେବ, ସେ ଦିନ ସେହି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ହମୋରା[a] ନଗରର ଲୋକଙ୍କ ଅବସ୍ଥା ଅପେକ୍ଷା ଅଧିକ ଖରାପ ହେବ।
2010 by World Bible Translation Center