Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଏକ ଗୀତ।
61 ପରମେଶ୍ୱର, ସାହାଯ୍ୟ ପାଇଁ ମୋର କ୍ରନ୍ଦନ ଶୁଣ।
ମୋର ପ୍ରାର୍ଥନାରେ ମନୋଯୋଗ କର।
2 ମୁଁ ଯେତେବେଳେ ଭୟଭୀତ ହୁଏ,
ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ।
ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା
ନିରାପଦ ସ୍ଥାନକୁ ନେଇଯାଅ।
3 ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ!
ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ।
4 ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଗ୍ଭହେଁ।
ମୁଁ ତୁମ୍ଭ ପକ୍ଷର ଛାୟାରେ ଆଶ୍ରୟ ନେବି। ସେଲା
5 ହେ ପରମେଶ୍ୱର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ’ଣ ଦେବା ପାଇଁ ପ୍ରତିଜ୍ଞା କରିଛି।
ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସେମାନଙ୍କୁ ସର୍ବଦା ତୁମ୍ଭେ ଯାହା ଦିଅ, ତାହା ତୁମ୍ଭେ ମୋତେ ଦେଲ।
6 ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର।
ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
7 ସେ ପରମେଶ୍ୱରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ।
ଆପଣାର ସତ୍ୟତା ଓ ସ୍ନେହପୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
8 ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି
ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି।
15 ଏହା ପରେ ନାମାନ୍ ଓ ତା'ର ସମସ୍ତ ସାଥୀ ଲୋକମାନେ ଫେରି ଆସି ପରମେଶ୍ୱରଙ୍କ ଲୋକ ଇଲୀଶାୟ ସମ୍ମୁଖରେ ଆସି ଛିଡ଼ା ହେଲେ ଓ କହିଲେ, “ଦେଖନ୍ତୁ, ମୁଁ ଏବେ ବୁଝିଲି ଇସ୍ରାଏଲର ପରମେଶ୍ୱରଙ୍କ ଛଡ଼ା ସମଗ୍ର ପୃଥିବୀରେ ଆଉ ପରମେଶ୍ୱର କେହି ନାହାନ୍ତି। ତେଣୁ ମୁଁ ବିନୟ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”
16 ମାତ୍ର ଇଲୀଶାୟ କହିଲେ, “ମୁଁ ସଦାପ୍ରଭୁଙ୍କ ସେବା କରୁଛି। ମୁଁ ଶପଥ କରି କହୁଛି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ କୌଣସି ଉପହାର ଗ୍ରହଣ କରିବି ନାହିଁ।”
ନାମାନ୍ ତାଙ୍କୁ ବହୁତ ଅନୁରୋଧ କଲେ ମଧ୍ୟ ସେ ମନା କରିଦେଲେ। 17 ଏଥିରେ ନାମାନ୍ କହିଲେ, “ଆପଣ ଏହା ଯଦି ସ୍ୱୀକାର ନ କରନ୍ତି, ତେବେ ମୁଁ ବିନୟ କରୁଛି, ମୋ’ ପାଇଁ ଏହା କରନ୍ତୁ। ଆପଣଙ୍କ ଏ ଦାସକୁ ଦୁଇ ଖଚରର ଭାରମାଟି ଦିଆଯାଉ। କାରଣ ଆଜି ପର୍ଯ୍ୟନ୍ତ ଆପଣଙ୍କ ଏ ଦାସ ସଦାପ୍ରଭୁଙ୍କ ବ୍ୟତୀତ ଆଉ କୌଣସି ଦେବତା ଉଦ୍ଦେଶ୍ୟରେ ବଳିଦାନ କି ହୋମବଳି ଉତ୍ସର୍ଗ କରିବ ନାହିଁ। 18 ଏହା ପାଇଁ ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି: ମୋର ପ୍ରଭୁ ରିମ୍ମୋଣ ମନ୍ଦିରରେ ପୂଜା କରିବା ପାଇଁ ଯିବା ବେଳେ ମୋ’ ଉପରେ ନତ ହେବେ, ତେଣୁ ମୁଁ ମଧ୍ୟ ରିମ୍ମୋଣ ମନ୍ଦିରରେ ପ୍ରଣାମ କରିବି, ଯେତେବେଳେ ସେ ପ୍ରଣାମ କରନ୍ତି। ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି ଯେତେବେଳେ ଏହା ଘଟେ।”
19 ତା'ପରେ ଇଲୀଶାୟ ନାମାନଙ୍କୁ କହିଲେ, “ଶାନ୍ତିରେ ଯାଅ।”
ତେଣୁ ନାମାନ୍ ଇଲୀଶାୟଙ୍କୁ ଛାଡ଼ି ଅଳ୍ପଦୂର ଗଲେ।
ପାଉଲଙ୍କର ଆଗ୍ରିପ୍ପାଙ୍କ ଧାରଣା ବଦଳେଇବାର ଚେଷ୍ଟା
24 ପାଉଲ ଆତ୍ମରକ୍ଷା ପାଇଁ ଏହିସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜୋର୍ରେ କହିଲେ, “ପାଉଲ, ତୁମ୍ଭେ ପାଗଳ। ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହୋଇ ଯାଇଛ।”
25 ପାଉଲ ଏହା ଶୁଣି ଉତ୍ତର ଦେଲେ, “ହେ ମହାମାନ୍ୟ ଫେଷ୍ଟ, ମୁଁ ପାଗଳ ନୁହେଁ। ମୋର ସବୁ କଥା ସତ୍ୟ ଓ ଯୁକ୍ତିଯୁକ୍ତ। 26 ରାଜା ଆଗ୍ରିପ୍ପା ଏସବୁ କଥା ଜାଣନ୍ତି। ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇ ନାହିଁ, ଯେହେତୁ ଏହିସବୁ କୌଣସି ଗୁପ୍ତ ସ୍ଥାନରେ କରାଯାଇ ନାହିଁ। 27 ହେ ରାଜା ଆଗ୍ରିପ୍ପା, ଆପଣ କ’ଣ ଭାବବାଦୀମାନଙ୍କ ଲେଖାରେ ବିଶ୍ୱାସ କରନ୍ତି କି? ମୁଁ ଜାଣେ, ଆପଣ ବିଶ୍ୱାସ କରନ୍ତି।”
28 ଆଗ୍ରିପ୍ପା ପାଉଲଙ୍କୁ କହିଲେ, “ତୁମ୍ଭେ କ’ଣ ଏତେ ସହଜରେ ମୋତେ ଖ୍ରୀଷ୍ଟିୟାନ କରିଦେବ ବୋଲି ଭାବୁଛ?”
29 ପାଉଲ ଉତ୍ତର ଦେଲେ, “ପରମେଶ୍ୱର କରନ୍ତୁ, ଶୀଘ୍ର ବା ବିଳମ୍ବରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମୋ’ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମୋ’ ପରି ହୁଅନ୍ତୁ।”
2010 by World Bible Translation Center