Revised Common Lectionary (Complementary)
111 ସଦାପ୍ରଭୁଙ୍କର ପ୍ରଶଂସା କର।
ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
2 ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
3 ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
4 ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
5 ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
6 ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
7 ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
8 ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
9 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।
ଗୃହସ୍ଥିତ କୁଷ୍ଠରୋଗର ଦାଗ ପାଇଁ ବିଧି
33 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 34 “ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦେବା, ସେହି କିଣାନ ଦେଶରେ, ତୁମ୍ଭେମାନେ ପ୍ରବେଶ କଲେ ଯଦି ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶରେ କୌଣସି ଗୃହରେ କୁଷ୍ଠରୋଗର ଦାଗ ଉତ୍ପନ୍ନ କରୁ, 35 ତେବେ ସେହି ଗୃହମାଲିକ ଯାଜକ ନିକଟକୁ ଆସି କହିବ, ‘ମୋ’ ଗୃହରେ ଦାଗ ସୃଷ୍ଟି ହେଲାପରି ମୋତେ ଦେଖାଯାଉଛି।’
36 “ତହୁଁ ଯାଜକ ଗୃହର ସମସ୍ତ ଜିନିଷ ବାହାରକୁ ନେବାକୁ ଆଜ୍ଞା ଦେବ, ଯେପରି ସେଗୁଡ଼ିକ ଅଶୁଚି ନ ହୁଏ। ସମସ୍ତ ଜିନିଷ ବାହାରକୁ ଆସିଲା ପରେ ଯାଜକ ଦାଗ ଦେଖିବାକୁ ଗୃହରେ ପ୍ରବେଶ କରିବ। 37 ଯାଜକ ସେହି ଦାଗ ନିରୀକ୍ଷଣ ବେଳେ ଯଦି ଦେଖିବ ଦାଗ କାନ୍ଥର ଖାଲ ଭିତରେ ବସି ଯାଇଥିବ ଓ କିଞ୍ଚିତ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୋଇଥିବ ଓ ତାହା କାନ୍ଥର ନୀଚରୁ ଦେଖାଯିବ। 38 ତେବେ ଯାଜକ ଗୃହରୁ ବାହାରି ଆସିବ ଓ ସେ ଗୃହକୁ ସାତ ଦିନ ରୁଦ୍ଧ କରି ରଖିବ।
39 “ସପ୍ତମ ଦିନରେ ଯାଜକ ପୁନର୍ବାର ଆସି ଘର ପରୀକ୍ଷା କରିବ। ଆଉ ଯଦି ଗୃହ କାନ୍ଥରେ ସେହି ଦାଗ ବଢ଼ିଥାଏ। 40 ତେବେ ଯାଜକ ସେହି ଦାଗଯୁକ୍ତ ପ୍ରସ୍ତରସବୁ ବାହାର କରି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବାକୁ ଲୋକମାନଙ୍କୁ ଆଜ୍ଞା ଦେବ। 41 ପୁଣି ସେ ଗୃହର କାନ୍ଥ ଉପରେ ଥିବା ଚୂନକୁ ଚଞ୍ଛାଇବ ଓ ସେହି ଚଞ୍ଛା ଧୂଳି ନେଇ ନଗର ବାହାରେ ଅଶୁଚି ସ୍ଥାନରେ ପକାଇବ। 42 ତା'ପରେ ସେହି ବ୍ୟକ୍ତି ନୂତନ ପ୍ରସ୍ତର ନେଇ କାନ୍ଥରେ ବସାଇବ ଓ କାନ୍ଥ ଉପରେ ସବୁ ନୂତନ ଲେପ ଲଗାଇବ।
43 “ଯଦି କାନ୍ଥରେ ପ୍ରସ୍ତର ବଦଳ କଲାପରେ ଓ ଗୃହ ଗ୍ଭଞ୍ଛିଲା ପରେ ଓ ନୂତନ ଲେପନ କଲାପରେ ଯେବେ ସେହି ଦାଗ ପୁନର୍ବାର କାନ୍ଥରେ ଫୁଟି ବାହାରେ, 44 ତେବେ ଯାଜକ ଆସି ଦେଖିବ। ଆଉ ଯଦି ସେହି ଦାଗ ବୃଦ୍ଧି ପାଇଥାଏ ତେବେ ସେ ଗୃହରେ କ୍ଷୟକୁଷ୍ଠ ଅଛି ଓ ତାହା ଅଶୁଚି ଅଟେ। 45 ତାହାହେଲେ ସେ ଲୋକ ସେ ଗୃହ ଭାଙ୍ଗି ପକାଇବ। ତହିଁରେ ଥିବା ପ୍ରସ୍ତର, କାଠ ଓ ଧୂଳିସବୁ ନେଇ ନଗର ବାହାରେ ଅଶୁଚି ସ୍ଥାନରେ ପକାଇବ। 46 ସେହି ଗୃହ ରୁଦ୍ଧ ଥିଲାବେଳେ ଯଦି କେହି ସେହି ଘର ଭିତରେ ପ୍ରବେଶ କରିଥାଏ, ସେହି ଲୋକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 47 ଯଦି କେହି ସେହି ଘରେ ଭୋଜନ କରିଥିବ କିମ୍ବା ଶୟନ କରିଥିବ ତେବେ ସେ ତା'ର ବସ୍ତ୍ର ଧୋଇବ।
48 “ଗୃହ ପୁନଃନିର୍ମାଣ ଓ ପୁନଃଲେପନ ଶେଷ ହେଲା ପରେ, ଯାଜକ ସେହି ଗୃହକୁ ଆସିବ ଓ ଦେଖିବ। ଯଦି ଦାଗ ବୃଦ୍ଧି ନ ପାଇଥାଏ, ତେବେ ସେ ତାହା ଶୁଚି ବୋଲି ଘୋଷଣା କରିବ। କାରଣ ଦାଗ ଉଭେଇ ଯାଉଛି।
49 “ପୁଣି ସେହି ଗୃହକୁ ଶୁଚି କରିବାକୁ ଯାଜକ ଦୁଇଟି ପକ୍ଷୀ, ଏରସ କାଠ, ଲାଲ ବସ୍ତ୍ର ଓ ବନସ୍ପତି ନେବା ଉଚିତ୍। 50 ଜଳସ୍ରୋତ ଉପରେ ଏକ ମାଟିହାଣ୍ଡି ଉପରେ ପକ୍ଷୀଟିକୁ ରଖି ଯାଜକ ତାକୁ ବଧ କରିବା ପାଇଁ କହିବା ଉଚିତ୍। 51 ତା'ପରେ ସେ ଯାଜକ ଏରସ କାଠ, ଏସୋବ, ଲାଲ୍ ବସ୍ତ୍ର, ଜୀଅନ୍ତା ପକ୍ଷୀକୁ ନେଇ ହତ୍ୟା କରିବ ଓ ସେହି ପକ୍ଷୀର ରକ୍ତ, ସେହି ଜଳସ୍ରୋତରେ ବୁଡ଼ାଇବ ଓ ସେହି ଘରେ ସାତଥର ଛିଞ୍ଚିବ। 52 ସେହିସବୁ ଜିନିଷ ବ୍ୟବହାର କରି ସେ ଗୃହଟିକୁ ଶୁଚି କରିବ। 53 ତା'ପରେ ଯାଜକ ସେହି ଜୀଅନ୍ତା ପକ୍ଷୀକୁ ନଗର ବାହାରସ୍ଥ କ୍ଷେତ୍ର ଆଡ଼େ ଛାଡ଼ିଦେବ। ଏହିପରି ସେ ଗୃହ ପାଇଁ ପ୍ରାୟଶ୍ଚିତ କରିବ ଓ ଘରଟିକୁ ଶୁଚି କରିବ।”
13 ମୋ'ଠାରୁ ଶୁଣିଥିବା ସତ୍ଶିକ୍ଷାଗୁଡ଼ିକୁ ପାଳନ କର। ସେହି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଆମ୍ଭର ବିଶ୍ୱାସ ଓ ପ୍ରେମ। ସେହି ଉପଦେଶଗୁଡ଼ିକ ଉଦାହରଣ ସ୍ୱରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦେବା ଉଚିତ୍। 14 ତୁମ୍ଭକୁ ଯେଉଁ ସତ୍ୟ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ରଆତ୍ମାର ସାହାଯ୍ୟରେ ସେଗୁଡ଼ିକୁ ରକ୍ଷା କର। ସେହି ପବିତ୍ରଆତ୍ମା ଆମ୍ଭ ଭିତରେ ରହନ୍ତି।
15 ତୁମ୍ଭେ ଜାଣ ଯେ ଏସିଆ[a] ପ୍ରଦେଶର ପ୍ରତ୍ୟେକ ଲୋକ ମୋତେ ପରିତ୍ୟାଗ କରିଛନ୍ତି। ଏପରିକି ଫୁଗେଲ ଓ ହର୍ମଗେନା ମଧ୍ୟ ମୋତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦେଖାନ୍ତୁ। ଅନୀସିଫର ମୋତେ ଅନେକ ଥର ସାହାଯ୍ୟ କରିଛନ୍ତି। 16 ମୁଁ ଜେଲ୍ରେ ରହିବା ଦ୍ୱାରା ସେ ଲଜ୍ଜିତ ହୋଇ ନାହାନ୍ତି। 17 ସେ ରୋମକୁ ଯେତେବେଳେ ଆସିଲେ, ମୋତେ ପାଇବା ପର୍ଯ୍ୟନ୍ତ ସେ ଅତି ଯତ୍ନ ସହକାରେ ମୋତେ ଖୋଜି ଥିଲେ। 18 ମୁଁ ପ୍ରଭୁଙ୍କଠାରେ ପ୍ରାର୍ଥନା କରେ ଯେ ସେ ସେହି ମହାଦିନରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠାରେ ଅନେକ ପ୍ରକାରେ ସେ ମୋତେ ସାହାଯ୍ୟ କରିଛନ୍ତି।
2010 by World Bible Translation Center