Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 3

ଏହା ହେଉଛି ଦାଉଦଙ୍କର ନିଜ ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ।

“ହେ ସଦାପ୍ରଭୁ, ମୋର ବହୁତ ଶତ୍ରୁ ଅଛନ୍ତି।
    ବହୁତ ଲୋକ ମୋ’ ବିରୁଦ୍ଧରେ ଲାଗିଛନ୍ତି।
ବହୁତ ଲୋକ ମୋ’ ବିରୁଦ୍ଧରେ କଥା ହେଉଛନ୍ତି।
ସେହି ଲୋକମାନେ କହୁଛନ୍ତି, “ପରମେଶ୍ୱର ତାକୁ ରକ୍ଷା କରି ପାରିବେ ନାହିଁ।” ସେଲା

କିନ୍ତୁ ହେ ସଦାପ୍ରଭୁ,
ଏହା କେବଳ ତୁମ୍ଭେ ଯିଏକି ମୋର ଢାଲ ସ୍ୱରୂପ।
    ତୁମ୍ଭେ ମୋର ମହିମା।
    ତୁମ୍ଭେ ହିଁ ମୋତେ ପ୍ରାଧାନ୍ୟ ଦେଇଛ।

ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି
    ଏବଂ ସେ ତାହାଙ୍କର ପବିତ୍ର ପର୍ବତରୁ ମୋତେ ଉତ୍ତର ଦେବେ। ସେଲା

ମୁଁ ଶୋଇଲି ଓ ବିଶ୍ରାମ ନେଲି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହେବି,
    କାରଣ ସଦାପ୍ରଭୁ ମୋତେ ସର୍ବଦା ରକ୍ଷା କରନ୍ତି।
ହଜାର ହଜାର ସୈନ୍ୟମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଲେ ସୁଦ୍ଧା
    ମୁଁ ସେହି ଶତ୍ରୁମାନଙ୍କୁ କେବେ ଭୟ କରିବି ନାହିଁ।

ହେ ସଦାପ୍ରଭୁ, ତୁମ୍ଭେ ଉଠ!
    ହେ ପରମେଶ୍ୱର, ତୁମ୍ଭେ ଆସ ଓ ମୋତେ ରକ୍ଷା କର।
ତୁମ୍ଭେ ଅତି ବଳଶାଳୀ ଅଟ।
ଯଦି ତୁମ୍ଭେ ମୋର ଶତ୍ରୁମାନଙ୍କ ଗାଲରେ ମାରିଥା’ନ୍ତ,
    ତୁମ୍ଭେ ସେହି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦେଇଥା’ନ୍ତ।

ହେ ସଦାପ୍ରଭୁ, ଶେଷରେ ତୁମ୍ଭର ହିଁ ବିଜୟ ହେବ।
    ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର। ସେଲା

ହବ‌କ୍‌କୂକ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2:12-20

12 “ଧିକ୍ ତୁମ୍ଭମାନଙ୍କୁ, ଯେଉଁମାନେ ଲୋକମାନଙ୍କୁ ମାରି ନଗର ନିର୍ମାଣ କରିଛ ଏବଂ ଦୁଷ୍ଟତାରେ ସହର ପ୍ରତିଷ୍ଠା କରିଛ। 13 ସର୍ବଶକ୍ତିମାନ ସଦାପ୍ରଭୁ ସ୍ଥିର କରିଛନ୍ତି ଯେ ଅଗ୍ନି ସବୁ ଜିନିଷକୁ ପୋଡ଼ିଦେବ ଯାହାସବୁ ଲୋକମାନେ ନିର୍ମାଣ କରିଥିଲେ। ସେମାନଙ୍କର ସେହିସବୁ କାର୍ଯ୍ୟ ନିଷ୍ଫଳ ହେବ। 14 ତା'ପରେ ଲୋକମାନେ ସବୁଆଡ଼େ ସଦାପ୍ରଭୁଙ୍କର ମହିମା ଜାଣିବେ। ସମୁଦ୍ରରେ ଜଳ ବ୍ୟାପିଲା ପରି ଏହି ଖବର ଗ୍ଭରିଆଡ଼େ ବ୍ୟାପିଯିବ। 15 ତୁମ୍ଭକୁ ଧିକ୍, ଯେଉଁମାନେ ପୋଡ଼ୋଶୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସେହି ଦ୍ରାକ୍ଷାରସରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖି ପାରିବ।

16 “କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡ଼କୁ ଆସିବ। ତୁମ୍ଭେ ସମ୍ମାନ ବଦଳରେ ଅପମାନରେ ପରିପୂର୍ଣ୍ଣ ହେବ।

“ତୁମ୍ଭକୁ ଦ୍ରାକ୍ଷାରସ ପିଆଇ ଦିଆଯିବ ଏବଂ ଉଲଗ୍ନ କରାଯିବ। ତୁମ୍ଭର ସମ୍ମାନ ବଦଳରେ ଅପମାନ ଆସିବ। 17 ତୁମ୍ଭେ ଲିବାନୋ‌‌‌ନ୍‌‌‌ରେ କରିଥିବା ରକ୍ତପାତ ତୁମ୍ଭକୁ ଆଚ୍ଛନ୍ନ କରିବ। ତୁମ୍ଭେ ସେଠାରୁ ବହୁ ପଶୁ ଗ୍ଭେରି କଲ। ତେଣୁ ସେହି ମୃତବ୍ୟକ୍ତିଙ୍କ ପାଇଁ ଏବଂ ସେହି ଦେଶରେ କରିଥିବା ରକ୍ତପାତ ପାଇଁ ଏବଂ ସେଠାରେ ବାସ କରୁଥିବା ପ୍ରତ୍ୟେକ ପାଇଁ ତୁମ୍ଭେ ଭୟଭୀତ ହେବ।”

ପ୍ରତିମାଗୁଡ଼ିକ ବିଷୟରେ ବାର୍ତ୍ତା

18 ଖୋଦିତ ପ୍ରତିମାରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖୋଦନ କଲା। ଧାତୁର ମୂର୍ତ୍ତିରେ କ’ଣ ଲାଭ ଅଛି? ଏହା ମିଥ୍ୟା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥିରେ ବିଶ୍ୱାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ। 19 ସେମାନଙ୍କୁ ଧିକ୍, ଯେଉଁ ଲୋକ କାଠକୁ କୁହେ, ଜାଗ୍ରତ ହୁଅ! ମୂକ ପ୍ରସ୍ଥରକୁ କୁହେ “ଉଠ”! ଏହି ଭଣ୍ତ ଦେବତାମାନେ ନିର୍ଦ୍ଦେଶ ଦେଇ ପାରିବେ କି? ସେହି ମୂର୍ତ୍ତି ସୁନା ଓ ରୂପାରେ ଆବୃତ ହୋଇ ପାରିବ, କିନ୍ତୁ ସେ ନିର୍ଜୀବ।

20 ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହେବ ଓ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବ।

ମାର୍କ ଲିଖିତ ସୁସମାଗ୍ଭର 11:12-14

ଯୀଶୁ କହିଲେ ଡିମ୍ବିରି ବୃକ୍ଷଟି ମରିଯିବ

(ମାଥିଉ 21:18-19)

12 ତହିଁ ଆରଦିନ ଯେତେବେଳେ ସେମାନେ ବେଥନୀୟାରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା। 13 ଯୀଶୁ ପତ୍ରରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରିଗଛ ଦେଖିଲେ। ଗଛରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସେଠାରେ ପହଞ୍ଚି ସେ ଗଛରେ ଗୋଟିଏ ହେଲେ ଡିମ୍ବିରି ଫଳ ପାଇଲେ ନାହିଁ। ଗଛରେ ପତ୍ର ଛଡ଼ା ଆଉ କିଛି ନ ଥିଲା। ଏହା ଡିମ୍ବିରି ଫଳ ଫଳିବା ଋତୁ ନ ଥିଲା। 14 ତେଣୁ ଯୀଶୁ ଗଛଟିକୁ କହିଲେ, “ଲୋକେ ତୁମ୍ଭର ଫଳ ଆଉ ଏଣିକି କେବେ ହେଲେ ଖାଇବେ ନାହିଁ।” ଶିଷ୍ୟମାନେ ଯୀଶୁଙ୍କର ଏହି କଥା ଶୁଣିଲେ।

ମାର୍କ ଲିଖିତ ସୁସମାଗ୍ଭର 11:20-24

ଯୀଶୁ ବିଶ୍ୱାସର ଶକ୍ତି ଦେଖାଇଲେ

(ମାଥିଉ 21:20-22)

20 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ଡିମ୍ବିରିଗଛ ଥିବା ବାଟ ଦେଇ ଆସିଲେ। ସେମାନେ ଡିମ୍ବିରିଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ। 21 ସେତେବେଳେ ପିତର ଡିମ୍ବିରିଗଛକୁ ମନେ ପକେଇଲେ ଓ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରିଗଛକୁ ଅଭିଶାପ ଦେଇଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।”

22 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ। 23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି: ଯଦି କେହି ଲୋକ ଏହି ପର୍ବତକୁ କହିବ, ‘ତୁ ଉପୁଡ଼ି ସମୁଦ୍ରରେ ଯାଇ ପଡ଼ିଯା,’ ଏବଂ ଯଦି ଲୋକଟିର ମନରେ କୌଣସି ପ୍ରକାର ସନ୍ଦେହ ନ ଥାଇ ବିଶ୍ୱାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତେବେ ପରମେଶ୍ୱର ତା’ ପାଇଁ ତାହା କରି ଦେବେ। 24 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ପ୍ରାର୍ଥନା କଲାବେଳେ ଯାହା ମାଗୁଛ, ବିଶ୍ୱାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତେବେ ପ୍ରକୃତରେ ତାହା ତୁମ୍ଭେ ପାଇବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center