Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ହବ‌କ୍‌କୂକ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1:1-4

ହବ‌କ୍‌କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ

ଏହି ବାର୍ତ୍ତାଟି ଭବିଷ୍ୟ‌ଦ୍‌ବକ୍ତା ହବ‌କ୍‌କୂକକୁ ପ୍ରଦାନ କରାଯାଇଥିଲା। ହବ‌କ୍‌କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ

ହେ ସଦାପ୍ରଭୁ, କେତେକାଳ ପର୍ଯ୍ୟନ୍ତ ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକିବି? କେତେବେଳେ ତୁମ୍ଭେ ମୋର ଡାକ ଶୁଣିବ? ଏହି ଗୋଳମାଳ ବିଷୟରେ ମୁଁ ତୁମ୍ଭକୁ ଆହ୍ୱାନ କଲି କିନ୍ତୁ ତୁମ୍ଭେ କିଛି କଲ ନାହିଁ। ଲୋକମାନେ ଜିନିଷ ଧ୍ୱଂସ କରୁଛନ୍ତି ଓ ଅନ୍ୟକୁ ଆଘାତ କରୁଛନ୍ତି। ସେମାନେ ଯୁକ୍ତି କରୁଛନ୍ତି ଓ ଲଢ଼ୁଛନ୍ତି। ଏହି ଅନ୍ୟାୟ ସବୁ ମୁଁ କାହିଁକି ଦେଖିବି? ଏହି ଖରାପ ଦ୍ରବ୍ୟ ମୁଁ କାହିଁକି ଦେଖିବି? ଏଠାରେ ବ୍ୟବସ୍ଥା ଅତି କୋହଳ ଏବଂ ନ୍ୟାୟ ବିଗ୍ଭର କରାଯାଏ ନାହିଁ। ମନ୍ଦଲୋକମାନେ ଭଲ ଲୋକଙ୍କ ଉପରେ ଜୟଲାଭ କରୁଛନ୍ତି। ତେଣୁ ନ୍ୟାୟ ହେଉ ନାହିଁ।

ହବ‌କ୍‌କୂକ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2:1-4

ମୁଁ ଜଣେ ରକ୍ଷୀ ପରି ଛିଡ଼ା ହେବି।
    ମୁଁ ନଗର ପ୍ରାଚୀରରେ ଜଗିବି।
ସଦାପ୍ରଭୁ ମୋତେ କ’ଣ କହିବେ, ମୁଁ ତାହା ଦେଖିବାକୁ ଅପେକ୍ଷା କରିବି।
    ସେ ମୋର ପ୍ରଶ୍ନର ଉତ୍ତର କିପରି କରୁଛନ୍ତି, ମୁଁ ତାହା ଶିକ୍ଷା କରିବାକୁ ଅପେକ୍ଷା କରିବି।”

ପରମେଶ୍ୱର ହବ‌କ୍‌କୂକଙ୍କୁ ଉତ୍ତର ଦିଅନ୍ତି

ସଦାପ୍ରଭୁ ମୋତେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ ଯେଉଁ ଦର୍ଶନ ଦେଖାଉଛୁ ତାହା ଗୋଟିଏ ଫଳକ ଉପରେ ସ୍ପଷ୍ଟ ଭାବରେ ଲେଖ ଯେପରିକି ସବୁଲୋକ ସହଜରେ ପଢ଼ି ପାରିବେ। ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶେଷ ବାର୍ତ୍ତା ସମ୍ବନ୍ଧରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ୟା ହୁଏ ନାହିଁ। ଯେପରି ଜଣାଯିବ ଏହି ସମୟ କେବେ ଆସିବ ନାହିଁ। କିନ୍ତୁ ଧୈର୍ଯ୍ୟ ଧରି ଅପେକ୍ଷା କର, ସେ ସମୟ ନିଶ୍ଚୟ ଆସିବ। ଏହା ଅଧିକ ବିଳମ୍ବ ହେବ ନାହିଁ। ଅହଂକାରୀ ବ୍ୟକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସେପରି ଅହଂକାରୀ ଲୋକ ଫୁତ୍କାରରେ ଉଡ଼ିଯାଏ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ବିଶ୍ୱାସ ବଳରେ ହିଁ ବଞ୍ଚିବେ।”

ଗୀତସଂହିତା 37:1-9

ଦାଉଦଙ୍କର ଗୀତ।

37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
    ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
    ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା'ହେଲେ ଆନନ୍ଦରେ ରହିବ
    ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
    ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
    ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
    ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
    ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
    ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
    ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:1-14

ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ମୁଁ ପ୍ରେରିତ ହୋଇଛି। ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନର ପ୍ରତିଜ୍ଞା ବିଷୟରେ ଲୋକମାନଙ୍କୁ କହିବା ପାଇଁ ପରମେଶ୍ୱର ମୋତେ ପଠାଇଲେ।

ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ମୋ’ ପାଇଁ ମୋ’ ପ୍ରିୟ ପୁତ୍ର ଭଳି।

ପରମପିତା ପରମେଶ୍ୱରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

ଧନ୍ୟବାଦ ଓ ଆଶ୍ୱାସନା

ମୁଁ ସବୁବେଳେ ଦିନରାତି ମୋ’ ପ୍ରାର୍ଥନାରେ ତୁମ୍ଭକୁ ମନେ ପକାଉଛି। ସେହି ପ୍ରାର୍ଥନାରେ ମୁଁ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ମୋର ପୂର୍ବଜମାନେ ସେହି ପରମେଶ୍ୱରଙ୍କୁ ସେବା କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସେବା କରିଛି। ତୁମ୍ଭେ ମୋ’ ପାଇଁ କାନ୍ଦିଛ ବୋଲି ମୁଁ ମନେ ରଖିଛି। ମୁଁ ତୁମ୍ଭକୁ ଦେଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ୱାସ ମୁଁ ମନେପକାଏ। ପ୍ରଥମରେ ସେହି ବିଶ୍ୱାସ ତୁମ୍ଭର ମାତାମହୀ ଲୋୟୀ ଓ ମାତା ଇଉନୀକୀଙ୍କଠାରେ ଥିଲା। ମୁଁ ଜାଣେ ଯେ ତୁମ୍ଭଠାରେ ସେହି ସମାନ ବିଶ୍ୱାସ ଅଛି। ସେଥିପାଇଁ ମୁଁ କୁହେ ଯେ ପରମେଶ୍ୱର ତୁମ୍ଭକୁ ଦେଇଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତେବେଳେ ମୁଁ ମୋର ହାତଦ୍ୱୟ ତୁମ୍ଭ ଉପରେ ରଖିଲି, ସେତେବେଳେ ପରମେଶ୍ୱର ସେହି ଅନୁଗ୍ରହଦାନ ତୁମ୍ଭକୁ ଦେଇଥିଲେ। ମୁଁ ଗ୍ଭହେଁ ଯେ ତୁମ୍ଭେ ସେହି ଅନୁଗ୍ରହ ଦାନକୁ ବ୍ୟବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନିଶିଖା ଏକ ଜ୍ୱାଳାରେ ପରିବର୍ତ୍ତିତ ହୁଏ। ପରମେଶ୍ୱର ଆମ୍ଭକୁ ଭୟର ଆତ୍ମା ଦେଇ ନାହାନ୍ତି। ସେ ଆମ୍ଭକୁ ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ପ୍ରଦାନ କରିଛନ୍ତି।

ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହୋଇ ରହିଛି ମୋ’ ପାଇଁ ମଧ୍ୟ ଲଜ୍ଜା ବୋଧ କର ନାହିଁ। କିନ୍ତୁ ମୋ’ ସହିତ ସୁସମାଗ୍ଭର ପାଇଁ କଷ୍ଟ ସହ୍ୟ କର। ତାହା କରିବା ପାଇଁ ପରମେଶ୍ୱର ଆମ୍ଭକୁ ଶକ୍ତି ଦିଅନ୍ତି।

ପରମେଶ୍ୱର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳରେ ତାହା ହୋଇ ନାହିଁ। ବରଂ ପରମେଶ୍ୱର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ୱାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସେହି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ଆମ୍ଭକୁ ଅନାଦି କାଳରୁ ମିଳିଛି। 10 ସେହି ଅନୁଗ୍ରହ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଆମ୍ଭକୁ ଦେଖାଯାଉ ନ ଥିଲା। ଆମ୍ଭର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆସିବା ପରେ ତାହା ଆମ୍ଭଠାରେ ପ୍ରକାଶିତ ହେଲା। ଖ୍ରୀଷ୍ଟ ଯୀଶୁ ମୃତ୍ୟୁକୁ ନଷ୍ଟ କଲେ ଓ ଆମ୍ଭକୁ ଜୀବନ ପାଇବାର ପଥ ଦେଖାଇଲେ। ସୁସମାଗ୍ଭର ମାଧ୍ୟମରେ ସେ ଆମ୍ଭକୁ ଅନନ୍ତ ଜୀବନ ପାଇବା ପାଇଁ ମାର୍ଗ ଦେଖାଇଲେ।

11 ସେହି ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହେଲି। ମୁଁ ସୁସମାଗ୍ଭର ପାଇଁ ପ୍ରଗ୍ଭରକ, ପ୍ରେରିତ ଓ ଶିକ୍ଷକ ଭାବେ ମନୋନୀତ ହେଲି। 12 ସେହି ସୁସମାଗ୍ଭର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ୱାସ କରିଛି, ତାହାଙ୍କୁ ମୁଁ ଜାଣେ। ମୋର ପୂର୍ଣ୍ଣ ଆଶା ଅଛି ଯେ, ସେ ସେହି ବିଷୟ ଗୁଡ଼ିକ ସେହି ଦିନ[a] ପର୍ଯ୍ୟନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାୟିତ୍ୱ ସେ ମୋ’ ଉପରେ ନ୍ୟସ୍ତ କରିଥିଲେ।

13 ମୋ'ଠାରୁ ଶୁଣିଥିବା ସ‌‌ତ୍‌‌‌ଶିକ୍ଷାଗୁଡ଼ିକୁ ପାଳନ କର। ସେହି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଆମ୍ଭର ବିଶ୍ୱାସ ଓ ପ୍ରେମ। ସେହି ଉପଦେଶଗୁଡ଼ିକ ଉଦାହରଣ ସ୍ୱରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦେବା ଉଚିତ୍। 14 ତୁମ୍ଭକୁ ଯେଉଁ ସତ୍ୟ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ରଆତ୍ମାର ସାହାଯ୍ୟରେ ସେଗୁଡ଼ିକୁ ରକ୍ଷା କର। ସେହି ପବିତ୍ରଆତ୍ମା ଆମ୍ଭ ଭିତରେ ରହନ୍ତି।

ଲୂକ ଲିଖିତ ସୁସମାଗ୍ଭର 17:5-10

ତୁମ୍ଭର ବିଶ୍ୱାସ କେତେ ଦୃଢ଼

ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭକୁ ଅଧିକ ବିଶ୍ୱାସ ପ୍ରଦାନ କର।”

ପ୍ରଭୁ କହିଲେ, “ଯଦି ତୁମ୍ଭମାନଙ୍କର ବିଶ୍ୱାସ ଗୋଟିଏ ସୋରିଷଦାନା ପରିମାଣର ହୋଇଥାଏ, ତେବେ ତୁମ୍ଭେମାନେ ଏହି ତୁତ ଗଛକୁ କହି ପାରିବ, ନିଜକୁ ଉପାଡ଼ି ନେଇ ସମୁଦ୍ରରେ ରୋପଣ କର, ତେବେ ଗଛଟି ତୁମ୍ଭମାନଙ୍କ କଥା ମାନିବ।

ଉତ୍ତମ ସେବକ ହୁଅ

“ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଗ୍ଭକରଟିଏ ଅଛି। ସେହି ଗ୍ଭକର ତୁମ୍ଭ ବିଲରେ କାମ କରିଆସେ। ସେ ତୁମ୍ଭ ବିଲରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନେଇ ଆସେ। ସେ କାମରୁ ଫେରିବା ପରେ ତୁମ୍ଭେ ତାକୁ କ’ଣ କହିବ? ତୁମ୍ଭେ କ’ଣ କହିବ ଯେ, ‘ଭିତରକୁ ଆସ ଓ ଖାଇବାକୁ ବସ?’ ନା, ତୁମ୍ଭେ ତୁମ୍ଭର ଗ୍ଭକରକୁ କହିବ, ‘ମୋ’ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର। ମୋ’ ଖିଆପିଆ ସରିଲେ ତୁମ୍ଭେମାନେ ଖାଇବ ଓ ପିଇବ।’ ଗ୍ଭକର ବିଶେଷ ଧନ୍ୟବାଦ ବି ପାଇବା କଥା ନୁହେଁ। କାରଣ ମାଲିକ ଯାହା କରିବାକୁ କହନ୍ତି, ସେ କେବଳ ତାହା ହିଁ କରେ। 10 ତୁମ୍ଭମାନଙ୍କ କ୍ଷେତ୍ରରେ ସେହି ଏକା କଥା ହେବ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦେବା ପରେ ତୁମ୍ଭମାନଙ୍କର କହିବା ଉଚିତ୍ ଯେ, ‘ଆମ୍ଭେମାନେ କୌଣସି ବିଶେଷ ଧନ୍ୟବାଦ ପାଇବାକୁ ଯୋଗ୍ୟ ନୋହୁଁ। କାରଣ ଆମ୍ଭେ ଅଯୋଗ୍ୟ ଗ୍ଭକର ଓ ଆମ୍ଭର ଯାହା କରିବା ଉଚିତ୍, ଆମ୍ଭେ କେବଳ ତାହା ହିଁ କରିଛୁ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center