Revised Common Lectionary (Complementary)
ପ୍ରଧାନ ବାଦ୍ୟକର ପାଇଁ ଯିଦୁଥୂନର ରୀତିନୁସାରେ ଦାଉଦଙ୍କର ଗୀତ।
62 ହଁ, ମୋର ହୃଦୟ ଶାନ୍ତ ଭାବରେ ପରମେଶ୍ୱରଙ୍କ ଅପେକ୍ଷା କରେ।
ମୋର ପରିତ୍ରାଣ ତାଙ୍କଠାରୁ ଆସେ।
2 ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
3 କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ
ଓ ହତ୍ୟା କରିବାକୁ ଚେଷ୍ଟା କରିବ?
ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ।
ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।
4 ମୋର ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ୟକ୍ତିମାନେ
ମୋତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କଥା କହି ଆନନ୍ଦିତ ହୁଅନ୍ତି।
ସେମାନେ ସର୍ବସାଧାରଣରେ ମୋର ବିଷୟରେ ଭଲ କହନ୍ତି,
କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି। ସେଲା
5 ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
କାରଣ ତାଙ୍କଠାରୁ ମୋର ଆଶା ଆସେ।
6 ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
7 ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
8 ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ। ସେଲା
9 ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
“ପରମେଶ୍ୱର ବଳବାନ୍ ଅଟନ୍ତି।”
12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।
ଇସ୍ରାଏଲ ପାପ ପାଇଁ ପରିଶୋଧ କରିବ
9 “ଇସ୍ରାଏଲ, ତୁମ୍ଭେ ଗିବିୟାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସେଠାରେ ଲଗାତାର ପାପ କରି ଗ୍ଭଲିଛନ୍ତି। ଯୁଦ୍ଧ ପ୍ରକୃତରେ ସେହି ମନ୍ଦ ଲୋକମାନଙ୍କୁ ଗିବିୟାରେ ଧରିବ। 10 ମୁଁ ସେମାନଙ୍କୁ ଦଣ୍ତ ଦେବାକୁ ଆସିବି। ଦେଶଗୁଡ଼ିକୁ ମିଳିତ ଭାବରେ ସେମାନଙ୍କ ବିରୁଦ୍ଧରେ ଯିବେ। ସେମାନେ ଇସ୍ରାଏଲ ଅଧିବାସୀଙ୍କୁ ସେମାନଙ୍କର ଦୁଇଗୁଣା ପାପ ପାଇଁ ଦଣ୍ତ ଦେବେ।
11 “ଇଫ୍ରୟିମ ତାଲିମପ୍ରାପ୍ତ ଗାଈ ପରି ଖଳାରେ ଶସ୍ୟ ଉପରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ଯୁଆଳି ତା’ କାନ୍ଧରେ ପକାଇବା। ଆମ୍ଭେ ତାକୁ ଦଉଡ଼ିରେ ବାନ୍ଧିବା। ତା'ପରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।”
12 ତୁମ୍ଭେ ଯଦି ଭଲପଣିଆ ବୁଣିବ ତେବେ ପ୍ରକୃତ ପ୍ରେମ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପରେ ଭଲ ଜିନିଷ ବର୍ଷା ପରି ପକାଇବେ।
13 କିନ୍ତୁ ତୁମ୍ଭେମାନେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭେମାନେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ୟାର ଫଳ ତୁମ୍ଭେ ଭକ୍ଷ୍ୟଣ କଲ। କାରଣ ତୁମ୍ଭେମାନେ ତୁମ୍ଭ ଶକ୍ତି ଓ ସୈନ୍ୟବାହିନୀ ଉପରେ ବିଶ୍ୱାସ ରଖିଛ। 14 ତେଣୁ ତୁମ୍ଭମାନଙ୍କର ସୈନ୍ୟବାହିନୀ ଯୁଦ୍ଧର ଶବ୍ଦ ଶୁଣିବେ ଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ୱଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ୱଂସ କଲାପରି ଏହା ଘଟିବ। ଯୁଦ୍ଧ ସମୟରେ ମାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସହିତ ହତ୍ୟା କରାଗଲା। 15 ବୈଥେଲ୍, ତୁମ୍ଭର ଦୁଷ୍ଟାମୀ ଯୋଗୁଁ ଏହିପରି ହେବ। ଯେତେବେଳେ ସକାଳ ହେବ ଇସ୍ରାଏଲର ରାଜା ସମ୍ପୂର୍ଣ୍ଣ ଧ୍ୱଂସ ହେବେ।”
ସ୍ୱାର୍ଥପର ଧନୀଲୋକ ଦଣ୍ଡ ପାଇବେ
5 ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି। 2 ତୁମ୍ଭର ଧନସବୁ ନଷ୍ଟ ହୋଇଯାଇଛି ଓ ମୂଲ୍ୟହୀନ ହୋଇ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି। 3 ତୁମ୍ଭର ସୁନା ଓ ରୂପାରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହୋଇ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ଯ୍ୟ କରିଛ। ସେହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ। 4 ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।
5 ପୃଥିବୀରେ ତୁମ୍ଭ ଜୀବନ ବିଳାସମ୍ପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମୋଟା କଲ। 6 ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦେଖାଇଲ ନାହିଁ। ସେମାନେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ୟ, ତୁମ୍ଭେ ସେମାନଙ୍କୁ ହତ୍ୟା କରିଛ।
2010 by World Bible Translation Center