Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 6:1

ଇସ୍ରାଏଲରୁ ସୁଦିନ କାଢ଼ି ନିଆଯିବ

ହେ ସିୟୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ
    ଏବଂ ଶମରିୟା ପର୍ବତ ଉପରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହେବ।
ତୁମ୍ଭେମାନେ ମହାନ ଦେଶର ପ୍ରଧାନଗଣ।
    “ଇସ୍ରାଏଲର ଗୃହ” ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି।

ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 6:4-7

ତୁମ୍ଭେ ଗଜଦନ୍ତ ଶଯ୍ୟା ଉପରେ ଶୟନ କରୁଛ
    ଓ ଖଟ ଉପରେ ନିଜର ଶରୀରକୁ ଲମ୍ବାଇ ଦେଉଛ।
ତୁମ୍ଭେମାନେ ତୁମ୍ଭର ମେଷ ପଲରୁ ମେଷଶାବକର କୋମଳ ମାଂସ ଖାଉଛ
    ଏବଂ ସେମାନଙ୍କ ଗୁହାଳରୁ ବାଛୁରିମାନଙ୍କୁ ଆଣୁଛ ଏବଂ ସେମାନଙ୍କୁ ଖାଉଛ।
    ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହେବ।
ତୁମ୍ଭେ ବୀଣାବାଦନ କରୁଛ
    ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ୟଯନ୍ତ୍ରଗୁଡ଼ିକରେ ଅଭ୍ୟାସ କରୁଛ।
ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ରରେ ପାନ କରୁଛ।
    ଆଉ ମଧ୍ୟ ସୁନ୍ଦର ସୁବାସିତ ପଦାର୍ଥ ବ୍ୟବହାର କରୁଛ।
କିନ୍ତୁ ଯୋଷେଫଙ୍କର ପରିବାର ଧ୍ୱଂସ ପାଉଛନ୍ତି
    ସେଥିପାଇଁ ଟିକିଏ ହେଲେ ଦୁଃଖ କରୁ ନାହିଁ।

ସେହି ଲୋକମାନେ ସେମାନଙ୍କର ଖଟ ଉପରେ ଲମ୍ବି ଶୋଇଛନ୍ତି। କିନ୍ତୁ ସେମାନଙ୍କର ସୁଖର ଦିନ ଶେଷ ହୋଇଛି। ସେମାନଙ୍କୁ ଅନ୍ୟ ରାଜ୍ୟକୁ ବନ୍ଦୀରୂପେ ନିଆଯିବ। ସେମାନେ ବନ୍ଦୀ ହୋଇ ଯିବାର ପ୍ରଥମ ବ୍ୟକ୍ତି ହେବେ।

ଗୀତସଂହିତା 146

146 ସଦାପ୍ରଭୁଙ୍କର ପ୍ରଶଂସା କର!
    ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
    ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
    ଲୋକମାନଙ୍କ ପ୍ରତି ଭରସା କର ନାହିଁ।
    କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
ଲୋକମାନେ ମରନ୍ତି ଓ କବର ନିଅନ୍ତି।
    ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
    ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
    ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
    ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
    ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
    ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
    ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
    ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
    ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।

ସଦାପ୍ରଭୁଙ୍କର ପ୍ରଶଂସା କର।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:6-19

ଯଦି ଜଣେ ଲୋକ ତା’ ପାଖରେ ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହେ, ତା'ହେଲେ ପ୍ରକୃତରେ ପରମେଶ୍ୱରଙ୍କ ସେବା ଦ୍ୱାରା ସେହି ଲୋକ ବହୁତ ଧନୀ ହୋଇଯାଏ। ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତେବେଳେ ଆମ୍ଭେ ମରିଯିବା ଏଠାରୁ କିଛି ନେଇ ଯାଇ ପାରିବା ନାହିଁ। ଅତଏବ ଯଦି ଆମ୍ଭର ଖାଇବା ଓ ପିନ୍ଧିବା ଜିନିଷ ଅଛି, ଆମ୍ଭେ ସେଥିରେ ସନ୍ତୁଷ୍ଟ ରହିବା। ଯେଉଁମାନେ ଧନୀ ହେବାକୁ ଗ୍ଭହୁଁଛନ୍ତି, ସେମାନେ ପ୍ରଲୋଭନ ଫାନ୍ଦରେ ପଡ଼ି ଯାଆନ୍ତି। ଅନେକ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟ ଗୁଡ଼ିକ ପାଇଁ ସେମାନେ ଇଚ୍ଛା ପୋଷଣ କରନ୍ତି। ସେଗୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ। 10 ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭରେ କେତେ ଲୋକ ସତ୍ୟ ବିଶ୍ୱାସକୁ ଛାଡ଼ି ଦେଇଛନ୍ତି। କିନ୍ତୁ ସେହିପରି କରିବା ଦ୍ୱାରା ସେମାନେ ନିଜ ଉପରକୁ ଅନେକ ଦୁଃଖ ଟାଣି ଆଣିଛନ୍ତି।

କେତୋଟି ମନେ ରଖିବା କଥା

11 କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର। 12 ବିଶ୍ୱାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିଯୋଗିତା ଭଳି। କୌଣସିମତେ ସେହି ପ୍ରତିଯୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତ ଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡକା ଯାଇଛି। ଅନେକ ଲୋକଙ୍କ ଆଗରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମହାନ୍ ସତ୍ୟକୁ ସ୍ୱୀକାର କରିଛ। 13 ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗରେ ଠିଆ ହୋଇଥିବା ବେଳେ ଖ୍ରୀଷ୍ଟ ଯୀଶୁ ସେହି ଏକା ମହାନ୍ ସତ୍ୟଟିକୁ ସ୍ୱୀକାର କରିଥିଲେ। ଏକମାତ୍ର ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଜୀବନ ପ୍ରଦାନ କରନ୍ତି। 14 ଏବେ ମୁଁ ତୁମ୍ଭକୁ କହୁଛି: ତୁମ୍ଭକୁ ଦିଆ ଯାଇଥିବା ଆଦେଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ଯ୍ୟନ୍ତ ସେହି କାମଗୁଡ଼ିକ ନିର୍ଭୁଲ ଭାବରେ ଓ ଅନିନ୍ଦନୀୟ ଭାବରେ କର। 15 ପରମେଶ୍ୱର ଉପଯୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ୱର ଏକମାତ୍ର ପରମଧନ୍ୟ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। 16 ପରମେଶ୍ୱର ଅମର ଅଟନ୍ତି। ପରମେଶ୍ୱର ଏତେ ଉଜ୍ଜ୍ୱଳ ପ୍ରକାଶ ମଧ୍ୟରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ପରମେଶ୍ୱରଙ୍କୁ ମଧ୍ୟ ଦେଖି ପାରିବେ ନାହିଁ। ପରମେଶ୍ୱରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରକାଶ ପାଉ। ଆମେନ୍।

17 ଏହି ଆଦେଶ ସେହିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀରେ ଧନୀ ଅଟନ୍ତି। ସେମାନଙ୍କୁ ଗର୍ବ ନ କରିବା ପାଇଁ କୁହ। ସେମାନଙ୍କୁ କୁହ ଯେ ସେମାନେ ନିଜ ଧନର ନୁହେଁ, ମାତ୍ର ପରମେଶ୍ୱରଙ୍କର ଆଶ୍ରୟ ନେବା ଉଚିତ୍। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ବସ୍ତୁ ଯଥେଷ୍ଟ ପରିମାଣରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରତ୍ୟେକ ଜିନିଷ ଦିଅନ୍ତି। 18 ଧନୀ ଲୋକମାନଙ୍କୁ କୁହ ଯେ ସେମାନେ ଭଲ କାମ କରନ୍ତୁ। ସେମାନଙ୍କୁ କୁହ ଯେ, ଭଲ କାମ କରିବାରେ ସେମାନେ ଧନୀ ହୁଅନ୍ତୁ। 19 ସେହିପରି କରି ସେମାନେ ସ୍ୱର୍ଗରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସେହି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସେମାନଙ୍କର ଭବିଷ୍ୟତ୍ ଜୀବନ ଠିଆ ହୋଇପାରିବ। ତା'ହେଲେ ସେମାନେ ପ୍ରକୃତ ଜୀବନର ଅଧିକାରୀ ହୋଇ ପାରିବେ।

ଲୂକ ଲିଖିତ ସୁସମାଗ୍ଭର 16:19-31

ଧନୀ ଲୋକ ଓ ଲାଜାର

19 ଯୀଶୁ କହିଲେ, “ଥରେ ଜଣେ ଧନୀଲୋକ ସଦାବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସମ୍ପୂର୍ଣ୍ଣ ଭୋଜି ଦେବାକୁ ସକ୍ଷମ ଥିଲା। 20 ଲାଜାର ନାମରେ ଜଣେ ଅତି ଗରିବ ଲୋକ ଥିଲା। ତା’ ଦେହ ଘା’ରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀଲୋକଙ୍କ ଫାଟକ ପାଖରେ ପଡ଼ି ରହୁଥିଲା। 21 ଧନୀଲୋକ ଖାଇସାରିବା ପରେ ଯାହା ଛାଡ଼ି ଦିଏ ସେହି ଅଇଁଠା ଅଂଶତକ ଖାଇବାକୁ ଗ୍ଭହୁଁଥିଲା। କୁକୁରମାନେ ଆସି ତା'ର ଘାଆକୁ ଗ୍ଭଟୁଥିଲେ।

22 “ପରେ ଲାଜାର ମରିଗଲା। ସ୍ୱର୍ଗଦୂତମାନେ ତାହାକୁ ନେଇଯାଇ ଅବ୍ରହାମଙ୍କ କୋଳରେ ରଖିଲେ। ଧନୀ ଲୋକ ଜଣକ ମଧ୍ୟ ମରିଗଲା ଓ ତାହାକୁ କବର ଦିଆଗଲା। 23 ତାହାକୁ ନର୍କକୁ ପଠାଇ ଦିଆଗଲା। ସେଠାରେ ସେ ବହୁତ ଯନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂରରେ ଦେଖିଲା। 24 ସେ ଡାକିଲା, ‘ପିତା ଅବ୍ରହାମ, ମୋତେ ଦୟା କର। ମୋ’ ପାଖକୁ ଲାଜାରକୁ ପଠାଅ। ସେ ତା’ ଅଙ୍ଗୁଳି ଟିପକୁ ପାଣିରେ ବୁଡ଼େଇ ମୋ’ ଜିଭରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁରେ ବହୁତ ଯନ୍ତ୍ରଣା ଭୋଗ କରୁଛି।’

25 “କିନ୍ତୁ ଅବ୍ରହାମ କହିଲେ, ‘ପୁଅ, ତୁ ଯେତେବେଳେ ବଞ୍ଚିଥିଲୁ, ସେତେବେଳେ କଥା ଟିକିଏ ମନେ ପକା। ତୁ ଜୀବନରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମରେ ଅଛି ଓ ତୁ ଯନ୍ତ୍ରଣା ଭୋଗୁଛୁ। 26 ତା’ ଛଡ଼ା ତୋର ଓ ଆମ୍ଭ ମଝିରେ ଗୋଟିଏ ବଡ଼ ଖାତ ଅଛି। ତୋତେ ସାହାଯ୍ୟ କରିବା ପାଇଁ ସେହି ଖାତକୁ କେହି ପାରି ହୋଇ ଯାଇ ପାରିବେ ନାହିଁ।’ ଏବଂ ସେହି ସ୍ଥାନ ଛାଡ଼ି କେହି ଏଠାକୁ ଆସି ପାରିବେ ନାହିଁ।

27 “ଧନୀ ଲୋକ ଜଣକ କହିଲେ, ‘ତେବେ ପିତା, ଦୟାକରି ଲାଜାରକୁ ପୃଥିବୀରେ ଥିବା ମୋର ବାପାଙ୍କ ଘରକୁ ପଠାଅ। 28 ମୋର ପାଞ୍ଚ ଜଣ ଭାଇ ଅଛନ୍ତି। ଲାଜାର ମୋର ଭାଇମାନଙ୍କୁ ସତର୍କ କରାଇ ଦେବ। ତା'ହେଲେ ସେମାନେ ଏ ଯନ୍ତ୍ରଣା ଭୋଗ କରିବା ସ୍ଥାନକୁ ଆସିବେ ନାହିଁ।’

29 “କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ପାଖରେ ମୋଶାଙ୍କ ନିୟମ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଲେଖା ସବୁ ପଢ଼ିବା ପାଇଁ ରହିଛି। ସେମାନେ ସେଥିରୁ ଶିକ୍ଷା ଲାଭ କରନ୍ତୁ।’

30 ଧନୀ ଲୋକଟି କହିଲା, ‘ନା, ପିତା ଅବ୍ରହାମ! ଯଦି ମରି ଯାଇଥିବା ଲୋକମାନଙ୍କ ଭିତରୁ କେହି ଜଣେ ତାହାଙ୍କ ପାଖକୁ ଯାଏ, ତେବେ ସେମାନେ ବିଶ୍ୱାସ କରିବେ ଓ ସେମାନଙ୍କର ହୃଦୟ ଓ ଜୀବନକୁ ପରିବର୍ତ୍ତନ କରିବେ।’

31 “କିନ୍ତୁ ଅବ୍ରହାମ ତାହାକୁ କହିଲେ, ‘ନା, ଯଦି ତୁମ୍ଭ ଭାଇମାନେ ମୋଶା ଓ ଭବିଷ୍ୟ‌ଦ୍‌ବକ୍ତାଙ୍କ କଥା ଶୁଣିବେ ନାହିଁ, ତେବେ ସେମାନେ ମୃତ୍ୟୁରୁ ଫେରି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ୟ ଶୁଣିବେ ନାହିଁ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center