Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 146

146 ସଦାପ୍ରଭୁଙ୍କର ପ୍ରଶଂସା କର!
    ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
    ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
    ଲୋକମାନଙ୍କ ପ୍ରତି ଭରସା କର ନାହିଁ।
    କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
ଲୋକମାନେ ମରନ୍ତି ଓ କବର ନିଅନ୍ତି।
    ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
    ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
    ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
    ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
    ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
    ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
    ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
    ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
    ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।

ସଦାପ୍ରଭୁଙ୍କର ପ୍ରଶଂସା କର।

ହିତୋପଦେଶ 28:11-28

11 ଧନବାନ ଆପଣା ଦୃଷ୍ଟିରେ ଜ୍ଞାନବାନ। ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚୟ ନିଏ।

12 ଧାର୍ମିକମାନେ ଜୟ କଲେ ମହା ଗୌରବ ହୁଏ। ମାତ୍ର ଦୁଷ୍ଟମାନଙ୍କର ଉନ୍ନତି ହେଲେ, ଲୋକେ ଆପଣାକୁ ଲୁଗ୍ଭନ୍ତି।

13 ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ତାକୁ ପରିତ୍ୟାଗ କରେ, ସେ ଦୟା ପାଇବ।

14 ଯେଉଁ ଲୋକ ସର୍ବଦା ଭୟ ରଖେ, ସେ ଧନ୍ୟ, ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦରେ ପଡ଼ିବ।

15 ଯେମନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସେହିପରି ଦୀନହୀନ ପ୍ରଜାଙ୍କ ଉପରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି।

16 ଯେଉଁ ଅଧ୍ୟକ୍ଷ ବୁଦ୍ଧିହୀନ, ସେ ମଧ୍ୟ ଆଜି ଉପଦ୍ରବୀ ହୁଏ। ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ।

17 ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ। ତାକୁ କେହି ଅଟକାଇବେ ନାହିଁ।

18 ସେହି ଜଣେ ଯିଏ ନିର୍ଦ୍ଦୋଷ ଭାବରେ ଜୀବନଯାପନ କରେ, ସେ ନିଜକୁ ରକ୍ଷା କରେ। କିନ୍ତୁ ଜଣେ ଯିଏ ତା'ର ନିଜ ପଥକୁ ବିପଥରେ ନିଏ ସେ ଅକସ୍ମାତ୍ ପଡ଼ିଯିବ।

19 ଆପଣା ଭୂମିକୁ ଯେ ଚଷେ, ସେ ଯଥେଷ୍ଟ ଆହାର ପାଇବ। ଯେଉଁ ଲୋକ ଅସାର ଲୋକର ଅନୁଗାମୀ ହେବ, ତାହାର ଯଥେଷ୍ଟ ଦରିଦ୍ରତା ପାଇବ।

20 ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ। ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ନିଶ୍ଚିତ ଦଣ୍ଡିତ ହେବ।

21 ଜଣେ ବିଗ୍ଭରକ ଜଣକର ମୁହଁ ଦେଖି ବିଗ୍ଭର କରିବା ଉଚିତ୍ ନୁହେଁ, କିଅବା ଲାଞ୍ଚ ନେଇ ବିଗ୍ଭର କରିବା ଉଚିତ୍ ନୁହେଁ।

22 କୃପଣ ମନୁଷ୍ୟ ଧନୀ ହେବାକୁ ବ୍ୟଗ୍ର। ମାତ୍ର ତାହାକୁ ଦାରିଦ୍ର୍ୟ ଗ୍ରାସ କରିବ ବୋଲି ସେ ଜାଣେ ନାହିଁ।

23 ମୁହଁରେ ଗ୍ଭଟୁବାକ୍ୟ କହିବା ଲୋକ ଅପେକ୍ଷା ମନୁଷ୍ୟକୁ ଅନୁଯୋଗ କରିବା ଲୋକ ଶେଷରେ ଅଧିକ ଅନୁଗ୍ରହ ପାଏ।

24 ଯେ ଆପଣା ମାତା କି ପିତାଙ୍କର ଧନ ଅପହରଣ କରି କହେ, “ଏଥିରେ କିଛି ଅଧର୍ମ ନାହିଁ,” ସେ ସଂହାରକର ସଙ୍ଗୀ ଅଟେ।

25 ଜଣେ ଲୋଭି ମନୁଷ୍ୟ କଳହ ସୃଷ୍ଟି କରେ। କିନ୍ତୁ ସେହି ମନୁଷ୍ୟ ଯିଏ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖେ ସେ ଉନ୍ନତି କରିବ।

26 ଯେଉଁ ଲୋକ ନିଜ ବଳ ଉପରେ ବିଶ୍ୱାସ ରଖେ ସେ ମୂର୍ଖ। କିନ୍ତୁ ସେ ଯିଏ ଜ୍ଞାନରେ ଗ୍ଭଲେ, ବିପର୍ଯ୍ୟୟରୁ ରକ୍ଷା ପାଇବ।

27 ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହେବ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନେକ ଅଭିଶାପ ପାଇବ।

28 ଦୁଷ୍ଟମାନେ ଉନ୍ନୀତ ହେଲେ, ଲୋକେ ଆପଣାମାନଙ୍କୁ ଲୁଗ୍ଭନ୍ତି। ମାତ୍ର ସେମାନେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି।

ଲୂକ ଲିଖିତ ସୁସମାଗ୍ଭର 9:43-48

43 ସମସ୍ତ ଲୋକ ପରମେଶ୍ୱରଙ୍କ ମହାନ୍ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ କହିଲେ

(ମାଥିଉ 17:22-23; ମାର୍କ 9:30-32)

ଯୀଶୁ ଯାହାସବୁ କରୁଥିଲେ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ। 44 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଯାହା କହିବି, ତାହା ଭୁଲିବ ନାହିଁ। ମନୁଷ୍ୟପୁତ୍ରଙ୍କୁ କେତେଜଣ ମନୁଷ୍ୟମାନଙ୍କ ହାତରେ ଧରେଇ ଦେବେ।” 45 କିନ୍ତୁ ଶିଷ୍ୟମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସେମାନଙ୍କ ପ୍ରତି ଲୁକାୟିତ ଥିଲା। ତେଣୁ ସେମାନେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସେମାନେ ଯୀଶୁଙ୍କୁ ଏ ବିଷୟରେ ପଗ୍ଭରିବାକୁ ସାହସ କଲେ ନାହିଁ।

ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି

(ମାଥିଉ 18:1-5; ମାର୍କ 9:33-37)

46 ଥରେ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ଯେ, ସେମାନଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ କିଏ? 47 ଯୀଶୁ ସେମାନଙ୍କର ମନଭାବ ଜାଣିଗଲେ। ତେଣୁ ସେ ଗୋଟିଏ ଛୋଟ ପିଲାକୁ ନିଜ ପାଖରେ ଠିଆ କରାଇଲେ। 48 ସେ ଶିଷ୍ୟମାନଙ୍କୁ କହିଲେ, “ଯଦି କୌଣସି ଲୋକ ଏହିଭଳି ଛୋଟ ପିଲାକୁ ମୋ’ ନାମରେ ଗ୍ରହଣ କରେ, ତାହାହେଲେ ସେ ମୋତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ରେଷ୍ଠ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center