Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ।
12 ହେ ସଦାପ୍ରଭୁ, ମୋତେ ଉଦ୍ଧାର କର,
କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି।
ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ୱାସୀ ଲୋକର ହ୍ରାସ ହେଉଛି।
2 ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ୟା କହନ୍ତି।
ପ୍ରତ୍ୟେକ ମଣିଷ ଆଜି ଗ୍ଭଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ୟା କଥାରେ ଭୁଲାଇ କହନ୍ତି।
3 ସଦାପ୍ରଭୁ ସେମାନଙ୍କର ଓଷ୍ଠ ବନ୍ଦ କରିବେ, ଯିଏ ମିଥ୍ୟା ବାକ୍ୟ ଉଚ୍ଚାରଣ କରେ।
ସଦାପ୍ରଭୁ ସେମାନଙ୍କର ଜିହ୍ୱା ବନ୍ଦ କରିବେ, ଯିଏ ଗର୍ବର କାହାଣୀ ପ୍ରକାଶ କରେ।
4 ସେହି ଲୋକମାନେ କହନ୍ତି, “ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ।
ଆମ୍ଭେ ଜାଣୁ ଆମ୍ଭକୁ କ’ଣ କହିବାକୁ ପଡ଼ିବ।
ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।”
5 କିନ୍ତୁ ସଦାପ୍ରଭୁ କହନ୍ତି,
“ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି।
ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି।
କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।”
6 ଦାପ୍ରଭୁଙ୍କର ବାକ୍ୟସବୁ ସତ୍ୟ ଓ ନିର୍ମଳ।
ଯାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସେଗୁଡ଼ିକୁ ସାତଥର ତରଳା ଯାଇଥିବା ରୂପା ପରି ଶୁଦ୍ଧ।
7 ହେ ସଦାପ୍ରଭୁ, ସେହି ଅସହାୟ ଲୋକମାନଙ୍କର ଯତ୍ନ ନିଅ।
ସେମାନଙ୍କୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।
8 ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି।
ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।
17 ବିବାଦଯୁକ୍ତ ଭୋଜିରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଖଣ୍ଡିଏ ଶୁଷ୍କ ଅନ୍ନ ଭଲ।
2 ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜାଜନକ ପୁତ୍ର ଉପରେ କର୍ତ୍ତୃତ୍ୱ କରେ। ପୁଣି ଭାଇମାନଙ୍କ ସଙ୍ଗରେ ସମ୍ପତ୍ତି ବାଣ୍ଟ ପାଏ।
3 ନିଆଁରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାଯାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।
4 କୁକ୍ରିୟାକାରୀ ଲୋକ ଦୁଷ୍ଟ କଥା ଶୁଣେ। ପୁଣି ମିଥ୍ୟାବାଦୀ ଅନ୍ୟ ଲୋକର ମିଥ୍ୟାରେ କର୍ଣ୍ଣପାତ କରେ।
5 ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେକେହି ଅନ୍ୟ ଲୋକର ବିପଦରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।
19 ମୁଁ ସ୍ୱାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ଯଦ୍ଦ୍ୱାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି। 20 ଯିହୂଦୀ ଲୋକମାନଙ୍କୁ ଲାଭ କରିବା ଲାଗି ମୁଁ ଯିହୂଦୀ ଲୋକମାନଙ୍କ ଭଳି ହେଲି। ମୁଁ ନିଜେ ବ୍ୟବସ୍ଥାର ଅଧୀନ ନ ହେଲେ ମଧ୍ୟ ଯେପରି ବ୍ୟବସ୍ଥାଧୀନ ଲୋକଙ୍କୁ ଉଦ୍ଧାର କରିବି, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥାଧୀନ ଲୋକଙ୍କ ଭଳି ହେଲି। 21 ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାରୁ ମୁକ୍ତ ନୁହେଁ। ମାତ୍ର ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅଧୀନ। ତଥାପି ମୁଁ ଯେପରି ବ୍ୟବସ୍ଥା ବିହୀନ ଲୋକମାନଙ୍କୁ ଉଦ୍ଧାର କରିପାରେ, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥା ବିହୀନ ଲୋକପରି ହେଲି। 22 ଯେଉଁମାନେ ଦୁର୍ବଳ ସେହି ଦୂର୍ବଳମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ମଧ୍ୟ ଦୂର୍ବଳ ହେଲି। ଯେହେତୁ ଯେଉଁ ଉପାୟରେ ହେଉ ପଛେ ମୁଁ ଯେପରି ଅନେକ ଲୋକଙ୍କୁ ଉଦ୍ଧାର କରି ପାରିବି ସେଥିପାଇଁ ପ୍ରତ୍ୟେକ ପ୍ରକାରର ଲୋକମାନଙ୍କ ପାଇଁ ମୁଁ ସେହି ପ୍ରକାରର ହେଲି। 23 ଏହା ସବୁ ମୁଁ ସୁସମାଗ୍ଭର ପାଇଁ କରୁଛି, ସୁସମାଗ୍ଭର ଆଶୀର୍ବାଦରେ ମୋର ମଧ୍ୟ କିଛି ଅଂଶ ରହିବ।
2010 by World Bible Translation Center