Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 12

ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ।

12 ହେ ସଦାପ୍ରଭୁ, ମୋତେ ଉଦ୍ଧାର କର,
    କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି।
    ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ୱାସୀ ଲୋକର ହ୍ରାସ ହେଉଛି।
ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ୟା କହନ୍ତି।
    ପ୍ରତ୍ୟେକ ମଣିଷ ଆଜି ଗ୍ଭଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ୟା କଥାରେ ଭୁଲାଇ କହନ୍ତି।
ସଦାପ୍ରଭୁ ସେମାନଙ୍କର ଓଷ୍ଠ ବନ୍ଦ କରିବେ, ଯିଏ ମିଥ୍ୟା ବାକ୍ୟ ଉଚ୍ଚାରଣ କରେ।
    ସଦାପ୍ରଭୁ ସେମାନଙ୍କର ଜିହ୍ୱା ବନ୍ଦ କରିବେ, ଯିଏ ଗର୍ବର କାହାଣୀ ପ୍ରକାଶ କରେ।
ସେହି ଲୋକମାନେ କହନ୍ତି, “ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ।
ଆମ୍ଭେ ଜାଣୁ ଆମ୍ଭକୁ କ’ଣ କହିବାକୁ ପଡ଼ିବ।
    ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।”

କିନ୍ତୁ ସଦାପ୍ରଭୁ କହନ୍ତି,
    “ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି।
ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି।
    କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।”

ଦାପ୍ରଭୁଙ୍କର ବାକ୍ୟସବୁ ସତ୍ୟ ଓ ନିର୍ମଳ।
    ଯାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସେଗୁଡ଼ିକୁ ସାତଥର ତରଳା ଯାଇଥିବା ରୂପା ପରି ଶୁଦ୍ଧ।

ହେ ସଦାପ୍ରଭୁ, ସେହି ଅସହାୟ ଲୋକମାନଙ୍କର ଯତ୍ନ ନିଅ।
    ସେମାନଙ୍କୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।
ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି।
    ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।

ହିତୋପଦେଶ 14:12-31

12 ମନୁଷ୍ୟର ଦୃଷ୍ଟିରେ ଯେକୌଣସି ପଥ ସରଳ ଦେଖାଯାଏ ତାହା ଶେଷରେ ମୃତ୍ୟୁର ପଥ ହୋଇଥାଏ।

13 ଏପରିକି ହସୁଥିବା ବେଳେ ହୃଦୟ ବ୍ୟଥା କରିପାରେ ଏବଂ ଖୁସୀର ସମାପ୍ତି ଦୁଃଖର ହୋଇପାରେ।

14 ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ, ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ।

15 ନିର୍ବୋଧ ଯାହାସବୁ ଶୁଣେ, ବିଶ୍ୱାସ କରେ, ମାତ୍ର ଜ୍ଞାନୀମାନେ ପ୍ରତ୍ୟେକ କଥାକୁ ଅନୁଶୀଳନ କରନ୍ତି।

16 ଜ୍ଞାନୀ ଲୋକମାନେ ସଦାପ୍ରଭୁଙ୍କୁ ସମ୍ମାନ କରନ୍ତି ଏବଂ କୁକର୍ମକୁ ଘୃଣା କରନ୍ତି। ମାତ୍ର ଅଧାର୍ମିକମାନେ ଦାମ୍ଭିକଭାବ ବହି ଦୁଃସାହସୀ ହୁଅନ୍ତି।

17 ଜଣେ ଯିଏ ହଠାତ୍ କ୍ରୋଧିତ ହୁଏ, ମୂର୍ଖାମୀର କାର୍ଯ୍ୟ କରେ, କିନ୍ତୁ ଜଣେ ବ୍ୟକ୍ତି ଯିଏ ମନ୍ଦ ଯୋଜନା କରେ ସେ ଘୃଣିତ ହୁଏ।

18 ଅନଭିଜ୍ଞ ଲୋକମାନେ ନିର୍ବୋଧ ହୋଇ ରହିବେ। କିନ୍ତୁ ଜ୍ଞାନୀ ଲୋକମାନେ ଜ୍ଞାନରେ ବିଭୂଷିତ ହେବେ।

19 ମନ୍ଦ ଲୋକମାନେ ଉତ୍ତମ ଲୋକମାନଙ୍କ ଆଗରେ ପରାସ୍ତ ହୋଇ ମଥାନତ କରିବେ ଏବଂ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କ ଆଗରେ ମଥାନତ କରିବେ।

20 ଦରିଦ୍ର ଆପଣା ପ୍ରତିବାସୀରେ ହିଁ ଘୃଣିତ ହୁଅନ୍ତି, ମାତ୍ର ଧନବାନର ଅନେକ ବନ୍ଧୁ ଥା’ନ୍ତି।

21 ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ।

22 ଯେଉଁମାନେ ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତି, ସେମାନେ ପଥଭ୍ରଷ୍ଟ ହୁଅନ୍ତି। କିନ୍ତୁ ଯେଉଁମାନେ ଅନ୍ୟର ଭଲ ଚିନ୍ତା କରନ୍ତି ସେଠାରେ ସତ୍ୟ ଓ ଦୟା ଥାଏ।

23 ପ୍ରତ୍ୟେକ କଠିନ ପରିଶ୍ରମର ପୁରସ୍କାର ଅଛି, କିନ୍ତୁ ଯଦି ଜଣେ ବ୍ୟକ୍ତି କେବଳ କଥା କହିବା ଗ୍ଭଲୁରଖେ, ଏହା ତାକୁ ଦରିଦ୍ରତା ଆଡ଼କୁ ଆଗେଇ ନିଏ।

24 ଜ୍ଞାନୀମାନଙ୍କ ମୁକୁଟ ସେମାନଙ୍କର ଧନ, ପୁଣି ମୂର୍ଖମାନଙ୍କର ଅଜ୍ଞାନତା କେବଳ ଅଜ୍ଞାନତା।

25 ସତ୍ୟ ସାକ୍ଷୀ ତା'ର ପ୍ରାଣ ରକ୍ଷା କରେ, ମାତ୍ର ମିଥ୍ୟା ପ୍ରବଞ୍ଚନା ଜନକ।

26 ସଦାପ୍ରଭୁ ବିଷୟକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସେଠାରେ ଆଶ୍ରୟସ୍ଥାନ ପାଇବେ।

27 ସଦାପ୍ରଭୁଙ୍କର ସମ୍ମାନ ଜୀବନର ଝର ସ୍ୱରୂପ। ଏହା ମୃତ୍ୟୁର ଫାନ୍ଦରୁ ଲୋକଙ୍କୁ ରକ୍ଷା କରେ।

28 ଅଧିକ ଜନସଂଖ୍ୟା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।

29 ଯେ କ୍ରୋଧରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ଯିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ।

30 ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ୱରୂପ, ପୁଣି ଈର୍ଷା ହାଡ଼ର କ୍ଷୟ ସ୍ୱରୂପ।

31 ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା'ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ଯିଏ ଦରିଦ୍ରକୁ ଦୟାକରେ, ସେ ତା'ର ନିର୍ମାଣ କର୍ତ୍ତା ସମ୍ମାନ ବ୍ୟକ୍ତି ହୁଏ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 4:1-12

ଯିହୂଦୀଙ୍କ ସଭା ସମ୍ମୁଖରେ ପିତର ଏବଂ ଯୋହନ

ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତେକ ଲୋକ ସେମାନଙ୍କ ପାଖକୁ ଆସିଲେ। ସେମାନେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସେନାପତି ଓ କେତେକ ସାଦ୍ଦୂକୀ ଥିଲେ। ସେମାନେ ରାଗି ଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ, ଓ ଯୀଶୁଙ୍କ ପୁନରୁ‌‌ତ୍‌‌ଥାନ ପରି ସବୁ ମୃତ ବ୍ୟକ୍ତିମାନଙ୍କର ଯେ ଉ‌‌ତ୍‌‌ଥାନ ହେବ, ଏହି କଥା ଘୋଷଣା କରୁଥିଲେ। ତେଣୁ ସେମାନେ କାରାଗାରରେ ବନ୍ଦୀ କରିଦେଲେ। ସନ୍ଧ୍ୟା ହୋଇଯାଇ ଥିବାରୁ ସେମାନଙ୍କୁ ପରଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଲେ। କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ସେମାନଙ୍କ ବାର୍ତ୍ତା ବିଶ୍ୱାସ କଲେ। ତେଣୁ ବର୍ତ୍ତମାନ ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ୱାସୀ ଥିଲେ।

ତହିଁ ଆରଦିନ ସେମାନଙ୍କର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ଯିରୁଶାଲମରେ ଏକାଠି ହେଲେ। ସେଠାରେ ହାନାନ ମହାଯାଜକ, କୟାଫା, ଯୋହନ, ଆଲେ‌କ୍‌ଜାଣ୍ଡାର ଓ ମହାଯାଜକୀୟ ପରିବାରର ସମସ୍ତେ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ପ୍ରେରିତମାନଙ୍କୁ ସାମନାରେ ଠିଆ କରି ପଗ୍ଭରିଲେ, “ତୁମ୍ଭେମାନେ କେଉଁ କ୍ଷମତା କିମ୍ବା କେଉଁ ଅଧିକାରରେ ଏହି କାର୍ଯ୍ୟ କଲ? ତୁମ୍ଭେମାନେ ଏ ଛୋଟ ଲୋକଟିକୁ କିପରି ସୁସ୍ଥ କରି ପାରିଲ?”

ତା'ପରେ ପିତର ପବିତ୍ରଆତ୍ମା ଦ୍ୱାରା ପରିପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, “ହେ ଲୋକମାନଙ୍କର ନେତାମାନେ ଓ ପ୍ରାଚୀନ ଲୋକମାନେ! ଏହି ଛୋଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମରେ କ’ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ’ଣ ପଗ୍ଭରୁଛନ୍ତି ଯେ କେଉଁ ବିଷୟ ଦ୍ୱାରା ସେ ସୁସ୍ଥ ହୋଇପାରିଲା? 10 ତେବେ, ତୁମ୍ଭେମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ୍ ଯେ, ଏହା ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ଲୋକଟି ସୁସ୍ଥ ହୋଇଛି। ତୁମ୍ଭେମାନେ ସେହି ଯୀଶୁଙ୍କୁ କ୍ରୁଶରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ତାହାଙ୍କ ଦ୍ୱାରା ଏହି ଛୋଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇଛି। 11 ଯୀଶୁ ହେଉଛନ୍ତି

‘ସେହି ପଥର ଯାହାଙ୍କୁ ତୁମ୍ଭେ, ଅତଏବ ନିର୍ମାଣ କର୍ତ୍ତାମାନେ, ହେୟଜ୍ଞାନ କରିଥିଲ।
    କିନ୍ତୁ ସେହି ପଥର ଆଜି ମୂଖ୍ୟ ପଥର ହୋଇ ପାରିଛି।’(A)

12 ତାହାଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହାଦ୍ୱାରା କି ଆମ୍ଭେ ଉଦ୍ଧାର ପାଇ ପାରିବା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center