Revised Common Lectionary (Complementary)
113 ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ୟାବଧି ଚିରକାଳ
ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
3 ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
4 ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
6 ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
ଦେଖିବାକୁ ତଳକୁ ଗ୍ଭହିଁଲେ।
7 ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ।
କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର!
ଇସ୍ରାଏଲ ଏକ ମୂଲ୍ୟହୀନ ଖାଦ ସଦୃଶ
17 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶ ଆମ୍ଭ ନିକଟରେ ଖାଦ ସ୍ୱରୂପ ହୋଇଅଛନ୍ତି। ସେ ସମସ୍ତ ଉହ୍ମେଇ ମଧ୍ୟରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ୱରୂପ ହୋଇଅଛନ୍ତି। ସେମାନେ ରୂପାର ଖାଦ ସ୍ୱରୂପ। 19 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ସମସ୍ତେ ଖାଦ ସ୍ୱରୂପ ହୋଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଯିରୁଶାଲମର ମଧ୍ୟରେ ଏକତ୍ର କରିବା। 20 ଯେପରି ଲୋକମାନେ ଉହ୍ମେଇ ମଧ୍ୟରେ ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତା ଏକତ୍ର କରି ତରଳାଇବା ପାଇଁ ତହିଁ ଉପରେ ଅଗ୍ନି ରଖି ଫୁଙ୍କନ୍ତି। ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କ୍ରୋଧ ଓ ଆପଣା କୋପରେ ଏକତ୍ର କରି ସେ ସ୍ଥାନରେ ରଖିବା ଓ ତୁମ୍ଭମାନଙ୍କୁ ଜାଣିବା। 21 ଆଉ ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କ୍ରୋଧାଗ୍ନିରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହିଁରେ ତୁମ୍ଭେମାନେ ତରଳି ଯିବ। 22 ଯେପରି ରୂପା ଗୋଟିଏ ଉହ୍ମାଇରେ ତରଳା ହୋଇଥାଏ ମୁଁ ତୁମ୍ଭଙ୍କୁ ନଗରରେ ତରଳାଇବି। ତେଣୁ ତୁମ୍ଭେମାନେ ଅନୁଭବ କରିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ପ୍ରକାଶ କରିଛି।’”
ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି
23 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 24 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଶକୁ କୁହ, ତୁମ୍ଭେ ଏକ ଦେଶ ଯାହାକୁ କେବେ ପବିତ୍ର କରାଯାଇ ନାହିଁ। ସେଠାରେ ବର୍ଷା ଅସରାଏ ହୋଇ ନାହିଁ। 25 ତାହାର ଭବିଷ୍ୟଦ୍ବକ୍ତାମାନେ ସେଠାରେ ଚକ୍ରାନ୍ତ କରିଛନ୍ତି। ସେମାନେ ପ୍ରାଣୀମାନଙ୍କୁ ହତ୍ୟା କରିବାକୁ ଉତ୍ସୁକ ଗର୍ଜନକାରୀ ସିଂହ ସଦୃଶ। ସେମାନେ ଲୋକମାନଙ୍କୁ ଶୋଷଣ କରନ୍ତି, ସେମାନେ ମୂଲ୍ୟବାନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।
26 “ଯାଜକମାନେ ମୋର ବ୍ୟବସ୍ଥା ଅବମାନନା କରିଛନ୍ତି ଓ ସେମାନେ ମୋର ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସେମାନେ ପବିତ୍ର ଓ ଅପବିତ୍ର ମଧ୍ୟରେ କିଛି ପ୍ରଭେଦ ରଖି ନାହାନ୍ତି, ସେମାନେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷୟରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ହେୟଜ୍ଞାନ କରନ୍ତି। ଏବଂ ମୁଁ ସେମାନଙ୍କ ପାଖରେ ନିକୃଷ୍ଟ ହୋଇଛି।
27 “ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।
28 “ଭବିଷ୍ୟଦ୍ବକ୍ତାମାନେ ଏପରି ଆଚରଣକୁ ଠିକ୍ ବୋଲି ପ୍ରମାଣ କରିବାକୁ କହନ୍ତି। ସେମାନେ ମିଥ୍ୟା ଦର୍ଶନ ପାଆନ୍ତି ଓ ମିଥ୍ୟା ଭବିଷ୍ୟଦ୍ବାଣୀ କରି କହନ୍ତି, ‘ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି,’ ଯେତେବେଳେ ସଦାପ୍ରଭୁ କିଛି କହି ନ ଥା’ନ୍ତି।
29 “ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ୟାଗ୍ଭର କରନ୍ତି ଓ ଗ୍ଭେରି କରନ୍ତି, ସେମାନେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସେମାନେ ବିଦେଶୀମାନଙ୍କୁ ସେମାନଙ୍କ ମଧ୍ୟରେ ବସବାସ କରୁଥିବା ନ୍ୟାୟରୁ ବଞ୍ଚିତ କରି ଅତ୍ୟାଗ୍ଭର କରନ୍ତି।
30 “ପୁଣି ଦେଶ ଯେପରି ବିନଷ୍ଟ ନ ହେବ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶ ସପକ୍ଷରେ ଠିଆ ହେବ, ଏପରି ଏକ ଲୋକକୁ ଆମ୍ଭେ ଅନ୍ୱେଷଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ। 31 ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ। ସେମାନଙ୍କର ନିଜ କର୍ମର ଫଳ ସେମାନେ ନିଜେ ଭୋଗିଛନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି
ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ପ୍ରେମ
31 ସେଥିପାଇଁ ଆମ୍ଭେ ଏହି ବିଷୟରେ କ’ଣ କହିବା? ଯଦି ପରମେଶ୍ୱର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ। 32 ପରମେଶ୍ୱର ଆମ୍ଭ ପାଇଁ ସବୁକିଛିକରିବେ। ପରମେଶ୍ୱର ନିଜ ପୁତ୍ରକୁ ସୁଦ୍ଧା ଧରି ରଖିଲେ ନାହିଁ କିନ୍ତୁ ଆମ୍ଭ ସମସ୍ତଙ୍କ ପାଇଁ ଦେଇଦେଲେ। ଏଣୁ ସେ ତାଙ୍କ ସହ ଆମ୍ଭକୁ ସବୁ ବିଷୟ ଦେବେ। 33 ପରମେଶ୍ୱର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିଯୁକ୍ତ କରି ପାରିବ? କେହି ନୁହେଁ! ପରମେଶ୍ୱର ହିଁ ସେହି ଲୋକମାନଙ୍କୁ ଧାର୍ମିକ କରନ୍ତି। 34 କିଏ କହି ପାରିବ ଯେ ପରମେଶ୍ୱରଙ୍କ ଲୋକମାନେ ଦୋଷୀ? କେହି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ, କିନ୍ତୁ ତାହା ହିଁ ସବୁକିଛି ନୁହେଁ। ସେ ମୃତ୍ୟୁରୁ ମଧ୍ୟ ଜୀବିତ ହେଲେ। ସେ ଏବେ ପରମେଶ୍ୱରଙ୍କ ଡାହାଣ ପଟରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ନିବେଦନ କରୁଛନ୍ତି। 35 ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ’ଣ ଅଲଗା କରିପାରେ? ନା! କଷ୍ଟ କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ସମସ୍ୟା ବା ତାଡ଼ନା କ’ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା'ହେଲେ ତାହା କ’ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ? ନା! ବିପଦ ବା ମୃତ୍ୟୁ ହେଉନା କାହିଁକି ତାହା କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! 36 ଶାସ୍ତ୍ରରେ ଏହିପରି ଲେଖା ଅଛି:
“ତୁମ୍ଭ ପାଇଁ (ଖ୍ରୀଷ୍ଟ) ଚିରଦିନ ଆମ୍ଭେ ନିହିତ ହେଉଅଛୁ।
ଲୋକ ଭାବୁଛନ୍ତି, ଆମ୍ଭର ମୂଲ୍ୟ ବଳି ହେବାକୁ ଥିବା ମେଣ୍ଢାମାନଙ୍କଠାରୁ ଅଧିକ କିଛି ନୁହେଁ।”(A)
37 କିନ୍ତୁ ଏସବୁରେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶିତ କରିଥିବା ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେ ପୂର୍ଣ୍ଣ ବିଜୟୀ। 38-39 ହଁ, ମୁଁ ଜାଣେ ଯେ, କୌଣସି ବିଷୟ ଆମ୍ଭକୁ ପରମେଶ୍ୱରଙ୍କ ପ୍ରେମରୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ୟୁ ନୁହେଁ, ଜୀବନ ନୁହେଁ, ସ୍ୱର୍ଗଦୂତମାନେ ନୁହନ୍ତି, ଆତ୍ମିକ ଶକ୍ତି ଗୁଡ଼ିକ ନୁହନ୍ତି, ଏବେ କିଛି ନୁହେଁ, ଭବିଷ୍ୟତରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ, ଉଚ୍ଚରେ କିଛି ନୁହେଁ, ଗଭୀରରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠାରେ ଥିବା ପରମାତ୍ମାଙ୍କ ପ୍ରେମଠାରୁ ଆମ୍ଭକୁ କେହି ଅଲଗା କରି ପାରିବେ ନାହିଁ।
2010 by World Bible Translation Center