Revised Common Lectionary (Complementary)
113 ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ୟାବଧି ଚିରକାଳ
ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
3 ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
4 ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
6 ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
ଦେଖିବାକୁ ତଳକୁ ଗ୍ଭହିଁଲେ।
7 ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ।
କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର!
23 “ଅନ୍ୟ ଲୋକମାନଙ୍କ ବିଷୟରେ ମିଥ୍ୟା କୁହ ନାହିଁ। କାହାରି ପାଇଁ ମିଥ୍ୟା ସାକ୍ଷୀ ଦେଇ, ତାକୁ ଅସୁବିଧାରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡ଼ଯନ୍ତ୍ର କର ନାହିଁ।
2 “ତୁମ୍ଭେ ଲୋକ ଗହଳି ସହିତ ଯୋଗଦେବା ଉଚିତ୍ ନୁହଁ ଏବଂ ନ୍ୟାୟକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତେବେଳେ ତୁମ୍ଭେ ନ୍ୟାୟାଳୟରେ ସାକ୍ଷ୍ୟ ଦିଅ।
3 “ସେ ଗରିବ ବୋଲି ନ୍ୟାୟାଳୟରେ ତାକୁ ବିଶେଷ ଅନୁକମ୍ପା ଦେଖାଅ ନାହିଁ।
4 “ଯଦି ତୁମ୍ଭେ ପଥହରା ଗୋରୁ କିମ୍ବା ଗଧ ଦେଖ, ତେବେ ତାକୁ ତା'ର ମୁନିବକୁ ଫେରାଇ ଦିଅ, ଯଦି ସେ ତୁମ୍ଭର ଶତ୍ରୁ ବି ହୋଇଥାଏ।
5 “ତୁମ୍ଭେ ଆପଣା ଶତ୍ରୁର ଗଧକୁ ଭାରତଳେ ପଡ଼ିଥିବାର ଦେଖିବ, ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ। ତୁମ୍ଭେ ଅବଶ୍ୟ ତା’ ସଙ୍ଗରେ ତାକୁ ମୁକ୍ତ କରିବ।
6 “ଦରିଦ୍ରର ବିଗ୍ଭରରେ ତୁମ୍ଭେ ତା’ ପ୍ରତି ଅନ୍ୟାୟ କରିବ ନାହିଁ। ତାକୁ ଅନ୍ୟ ଲୋକଙ୍କ ପରି ନ୍ୟାୟ ଦେବ।
7 “କୌଣସି ଲୋକକୁ ଅଯଥା ବଦ୍ନାମ କର ନାହିଁ। ତା’ ନାମରେ ମିଥ୍ୟା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ୟାୟରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ୟା କରିଥାଏ ତେବେ ମୁଁ ତାକୁ କ୍ଷମା ଦେବି ନାହିଁ।
8 “ଯଦି କୌଣସି ଲୋକ ତା'ର ଭୁଲ୍ ପାଇଁ, ତାହା ସହ ଏକମତ ହେବା ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତେବେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଗ୍ଭରକ ସତ୍ୟତା ଦେଖି ପାରେ ନାହିଁ। ଏବଂ ଲାଞ୍ଚ ମଧ୍ୟ ଏକ ଉତ୍ତମ ଲୋକର ବ୍ୟବହାର ବଦଳାଇ ଦେଇ ପାରିବ।
9 “ତୁମ୍ଭେ କେବେବି ବିଦେଶୀମାନଙ୍କ ପାଇଁ ଅନ୍ୟାୟ କର ନାହିଁ। ମନେରଖ, ଏକ ସମୟରେ ତୁମ୍ଭେମାନେ ମଧ୍ୟ ବିଦେଶୀ ଥିଲ ଯେତେବେଳେ ତୁମ୍ଭେମାନେ ମିଶରରେ ବାସ କରୁଥିଲ।
3 ଅତଏବ ଯିହୂଦୀମାନଙ୍କଠାରେ କ’ଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠାରେ ନାହିଁ? ଅସୁନ୍ନତ ହେବାରେ କ’ଣ ବିଶେଷ ମୂଲ୍ୟ ଅଛି? 2 ହଁ ଯିହୂଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହି ଯେ, ସେମାନଙ୍କୁ ସର୍ବପ୍ରଥମେ ପରମେଶ୍ୱର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ। 3 ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ? 4 କେବେ ନୁହେଁ। ଯଦି ପ୍ରତ୍ୟେକ ଲୋକ ଅସତ୍ ହୁଅନ୍ତି, ତେବେ ମଧ୍ୟ ପରମେଶ୍ୱର ସତ୍ୟ ହୋଇ ରହିବେ। ଶାସ୍ତ୍ରରେ ଲେଖା ଅଛି ଯେ:
“ତୁମ୍ଭେ ତୁମ୍ଭର କରୁଥିବା ବିଷୟ ଦ୍ୱାରା ଧାର୍ମିକ ବୋଲି ପ୍ରମାଣିତ ହେବ
ଓ ନ୍ୟାୟବିଗ୍ଭର ହେଲାବେଳେ ତୁମ୍ଭେ ବିଜୟଲାଭ କରିବ।”(A)
5 ଆମ୍ଭେ ଯେତେବେଳେ ଭୁଲ୍ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ୱର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା ଯେ, ସେ ଅନ୍ୟାୟୀ? ମୁଁ କେତେକ ଲୋକଙ୍କ ଭାବିବାର ଢଙ୍ଗ ବିଷୟରେ କହୁଛି। 6 ନା! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା'ହେଲେ ସେ ସଂସାରର ବିଗ୍ଭର କରି ପାରିବେ ନାହିଁ।
7 ଜଣେ ଲୋକ କହିପାରେ, “ଯେତେବେଳେ ମୁଁ ମିଛ କହେ ତାହା ପ୍ରକୃତରେ ପରମେଶ୍ୱରଙ୍କୁ ଅଧିକତର ମହିମା ପ୍ରଦାନକରେ, କାରଣ ମୋ’ ମିଛ, ପରମେଶ୍ୱରଙ୍କ ସତ୍ୟକୁ ପ୍ରକାଶ କରେ।” ସେଥିପାଇଁ ମୋତେ ପାପୀ ବୋଲି କାହିଁକି ବିଗ୍ଭର କରାଗଲା? 8 ଏହି ସମାନ କଥା କହିବା ହେଲା, “ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା’ ଦ୍ୱାରା ଭଲ ଆସିବ।” ଅନେକ ଲୋକ ଆମ୍ଭକୁ ସମାଲୋଚନା କରନ୍ତି ଓ ମିଛରେ କୁହନ୍ତି ଯେ ଆମ୍ଭେ ସେହି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସେମାନେ ଠିକ୍ ନୁହନ୍ତି ଓ ସେମାନଙ୍କୁ ଦଣ୍ଡ ଦେବା ଉଚିତ୍।
2010 by World Bible Translation Center