Revised Common Lectionary (Complementary)
ତୃତୀୟ ପୁସ୍ତକ
(ଗୀତସଂହିତା 73–89)
ଆସଫର ପ୍ରଶଂସା ଜନିତ ପ୍ରାର୍ଥନା।
73 ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ।
ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।
2 କିନ୍ତୁ ମୋ’ ଅନୁସାରେ, ମୋର ପାଦ ପ୍ରାୟ ଖସିଗଲା।
ମୋର ବିଶ୍ୱାସ ପ୍ରାୟ ହରାଇଲି।
3 ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି,
ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।
4 ସେହି ଲୋକମାନଙ୍କୁ ସୁସ୍ଥ ହୋଇ ବଞ୍ଚିବାକୁ
କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।
5 ସେହି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ।
ସେମାନେ ଅନ୍ୟ ମନୁଷ୍ୟମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
6 ସେମାନେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି
ଏବଂ ଆକର୍ଷଣୀୟ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦେଖାଯା’ନ୍ତି।
7 ସେମାନେ ଯାହା ଗ୍ଭହାନ୍ତି ତାହା କରନ୍ତି।
ଯଦି ସେମାନେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସେମାନେ ତାକୁ ଯେକୌଣସି ପ୍ରକାରେ ହାସଲ କରିଥା’ନ୍ତି।
8 ସେମାନେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସେମାନଙ୍କ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି।
ସେମାନେ ଅହଂକାରୀ ଓ ଗର୍ବୀ ଅଟନ୍ତି।
ସେମାନେ ଧମକ ଦିଅନ୍ତି ଯେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।
9 ସେହି ଗର୍ବୀ ଲୋକମାନେ ନିଜକୁ ଦେବତା ବୋଲି ଭାବନ୍ତି।
ସେମାନେ ଭାବନ୍ତି ସେମାନେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
10 ଏପରିକି ଧାର୍ମିକ ଲୋକମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି,
ସେମାନେ ଯାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।
11 ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ।
ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”
12 ତାହା ହେଉଛି, ଯାହାକି ଦୁଷ୍ଟମାନେ ଗ୍ଭହାନ୍ତି।
ସେମାନଙ୍କ ପାଖରେ ଚିନ୍ତା ନାହିଁ, ଏବଂ ସେମାନେ ଧନୀରୁ ଅଧିକ ଧନୀ ହେଉଛନ୍ତି।
13 କାହିଁକି ମୁଁ ମୋର ହୃଦୟକୁ ପବିତ୍ର କରିଛି?
କାହିଁକି ନିର୍ଦ୍ଦୋଷତାରେ ମୋର ହସ୍ତ ପ୍ରକ୍ଷାଳନ କରିଅଛି?
14 ପରମେଶ୍ୱର, ମୁଁ ଦିନଯାକ ଦୁଃଖ, କଷ୍ଟ ପାଉଅଛି।
ପ୍ରତିଦିନ ପ୍ରଭାତରେ ତୁମ୍ଭେ ମୋତେ ଶାସ୍ତି ଦେଉଅଛ।
15 ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି।
କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା।
16 ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି,
କିନ୍ତୁ ଏହା ବୁଝିବା ମୋ’ ପାଇଁ ଅତି କଷ୍ଟକର ଥିଲା।
17 ଶେଷରେ, ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗଲି
ଓ ସେମାନଙ୍କ ପ୍ରତି କ’ଣ ଘଟିବ ବୁଝି ପାରିଲି।
18 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚିତରେ ସେହି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ।
ତୁମ୍ଭେ ସେମାନଙ୍କୁ ଧ୍ୱଂସ ମୁଖକୁ ପେଲି ଦିଅ।
19 ହଠାତ୍ ସେମାନେ ଧ୍ୱଂସରେ ପଡ଼ିଯା’ନ୍ତି।
ସେମାନେ ଭୟଙ୍କର ଘଟଣାରେ ଲୋପ ପାଇଲେ।
20 ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି,
ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ।
ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା
ରାକ୍ଷସ ପରି ଅଦୃଶ୍ୟ କରିଦିଅ।
21-22 ମୁଁ ନିର୍ବୋଧ ଥିଲି,
ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷୟରେ ଚିନ୍ତା କରି ବ୍ୟାକୁଳିତ ହେଲି।
ପରମେଶ୍ୱର ମୁଁ ତୁମ୍ଭ ଉପରେ ରାଗି
ନିର୍ବୋଧ ପଶୁ ପରି ବ୍ୟବହାର କରିଅଛି।
23 ମୁଁ ସର୍ବଦା ତୁମ୍ଭ ପାଖରେ ଅଛି।
ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ।
24 ହେ ପରମେଶ୍ୱର, ତୁମ୍ଭେ ମୋତେ ଆଗେଇ ନେଇଅଛ।
ତୁମ୍ଭେ ମୋତେ ସୁନ୍ଦର ଉପଦେଶ ଦେଇଅଛ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।
25 ହେ ପରମେଶ୍ୱର, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କେହି ନାହିଁ, କାରଣ ତୁମ୍ଭେ ମୋ’ ପାଖରେ ଅଛ।
ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
26 ମୋର ମନ ଏବଂ ଶରୀର ଦୁର୍ବଳ ହୁଏ,
କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ
ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି।
27 ହେ ପରମେଶ୍ୱର, ଯେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହେବ।
ତୁମ୍ଭେ ସେହି ଲୋକମାନଙ୍କୁ ଧ୍ୱଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
28 ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ।
ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ।
ହେ ପରମେଶ୍ୱର, ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।
ପଙ୍ଗପାଳର ଦର୍ଶନ
7 ସଦାପ୍ରଭୁ ମୋତେ ଏହା ଦେଖାଇଲେ। ଦ୍ୱିତୀୟବାର ଶସ୍ୟ ଉତ୍ପାଦନ ଆରମ୍ଭ ହେବା ସମୟରେ ସେ ପଙ୍ଗପାଳ ସୃଷ୍ଟି କଲେ। ରାଜା ପ୍ରଥମବାର ଶସ୍ୟଅମଳ କଲାପରେ ଏହା ଦ୍ୱିତୀୟବାର ଶସ୍ୟ ଥିଲା। 2 ପଙ୍ଗପାଳ ଦଳ ରାଜ୍ୟର ସମସ୍ତ ତୃଣ ଖାଇଗଲେ। ତା'ପରେ ମୁଁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି। ଆମ୍ଭମାନଙ୍କୁ କ୍ଷମା କର। ଯାକୁବ କେବେ ତିଷ୍ଠିବ ନାହିଁ। କାରଣ ସେ ଅତି କ୍ଷୁଦ୍ର।”
3 ତା'ପରେ ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କଲେ ଏବଂ କହିଲେ, “ଏହା ଘଟିବ ନାହିଁ।”
ଅଗ୍ନିର ଦର୍ଶନ
4 ମୋର ପ୍ରଭୁ ସଦାପ୍ରଭୁ ମୋତେ ଏହିସବୁ ଦେଖାଇଲେ। ମୁଁ ଦେଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇଲେ। ସେହି ଅଗ୍ନି ମହାସାଗରକୁ ଧ୍ୱଂସ କଲା। ସେ ପୃଥିବୀକୁ ମଧ୍ୟ ଶେଷ କରିବାକୁ ଆରମ୍ଭ କଲା। 5 କିନ୍ତୁ ମୁଁ ପ୍ରାର୍ଥନା କଲି ଓ କହିଲି, “ହେ ମୋର ସଦାପ୍ରଭୁ ପରମେଶ୍ୱର, ମୁଁ ପ୍ରାର୍ଥନା କରୁଛି ବନ୍ଦ କର। ଯାକୁବ ବଞ୍ଚିବ ନାହିଁ। ସେ ଅତି କ୍ଷୁଦ୍ର।”
6 ତା'ପରେ ସଦାପ୍ରଭୁ ଏବିଷୟରେ ତାଙ୍କର ମନ ପରିବର୍ତ୍ତନ କଲେ। ସଦାପ୍ରଭୁ ପରମେଶ୍ୱର କହିଲେ, “ତାହା ଘଟିବ ନାହିଁ।”
18 ତୀମଥି! ତୁମ୍ଭେ ମୋ’ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତରେ ତୁମ୍ଭ ବିଷୟରେ ଯାହାସବୁ ଭବିଷ୍ୟଦ୍ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସେହି ଭବିଷ୍ୟଦ୍ବାଣୀର ଅନୁସରଣ କରିବ ଓ ବିଶ୍ୱାସର ଉତ୍ତମ ଲଢ଼େଇ ଲଢ଼ି ପାରିବ। 19 ବିଶ୍ୱାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାନ୍ତି। ତେଣୁ ସେମାନଙ୍କର ବିଶ୍ୱାସ ନଷ୍ଟ ହୋଇଛି। 20 ହୁମନାୟ ଓ ଆଲେକ୍ଜାଣ୍ଡାର ସେମାନଙ୍କ ମଧ୍ୟରୁ କେତେକ ଅଟନ୍ତି। ମୁଁ ସେମାନଙ୍କୁ ଶୟତାନ ହାତରେ ଦେଇଛି, ଯାହା ଫଳରେ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।
2010 by World Bible Translation Center