Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 32:7-14

ସେହି ସମୟରେ, ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ଯାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସେମାନେ ଘୋର ପାପ କରିଛନ୍ତି। ସେମାନେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦେଇଥିବା ପଥରୁ ବିମୁଖ ହେଲେ। ସେମାନେ ସୁବର୍ଣ୍ଣର ଏକ ବାଛୁରି ନିର୍ମାଣ କଲେ। ସେମାନେ ସେହି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା'ର ସମ୍ମୁଖରେ ବଳିଦାନ କରୁଛନ୍ତି। ସେମାନେ କହନ୍ତି, ‘ଇସ୍ରାଏଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦେବତା ବାହାର କରି ଆଣିଲେ, ସେଗୁଡ଼ିକ ଏହି।’”

ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି। ସେମାନେ ଅତିଶୟ ଜି‌ଦ୍‌ଖୋର 10 ତେଣୁ ବର୍ତ୍ତମାନ ମୋତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସେମାନଙ୍କୁ ମୋର କ୍ରୋଧରେ ଧ୍ୱଂସ କରିବି। ଏହା ପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।”

11 କିନ୍ତୁ ମୋଶା ସଦାପ୍ରଭୁ ପରମେଶ୍ୱରଙ୍କୁ ଭିକ୍ଷା ମାଗିଲେ, “ହେ ସଦାପ୍ରଭୁ, ତୁମ୍ଭର କ୍ରୋଧରେ ତୁମ୍ଭର ଲୋକମାନଙ୍କୁ ଧ୍ୱଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲ। 12 କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ୱଂସ କର, ତାହାହେଲେ ମିଶରୀୟମାନେ କହିବେ, ‘ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସେହି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସେହି ପର୍ବତଗୁଡ଼ିକରେ ମାରି ପୃଥିବୀରୁ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।’ ତେଣୁ ସେମାନଙ୍କ ଉପରେ କ୍ରୋଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସେମାନଙ୍କୁ ଧ୍ୱଂସ କର ନାହିଁ। 13 ମନେରଖ, ଅବ୍ରହାମ, ଇ‌ସ୍‌ହାକ ଏବଂ ଯାକୁବ, ତୁମ୍ଭର ସେବକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, ‘ଆକାଶରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହେବ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦେବି। ସେହି ଭୂମି ଅନନ୍ତକାଳ ତୁମ୍ଭମାନଙ୍କର ହେବ।”’

14 ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ୱଂସ କରିବାରୁ ମନ ପରିବର୍ତ୍ତନ କଲେ।

ଗୀତସଂହିତା 51:1-10

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବ‌ଥ୍‌ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଆସିବା ସମୟରେ ରଚିତ।

51 ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
    ମୋ’ ପ୍ରତି ଦୟାକର।
ତୁମ୍ଭର ମହାନ କରୁଣା ଅନୁସାରେ,
    ମୋର ସମସ୍ତ ପାପ କ୍ଷମା କର।
ମୋ’ ସବୁ ପାପ ଧୋଇ ଦିଅ,
    ଏବଂ ପୁଣି ମୋତେ ପବିତ୍ର କର।
ମୁଁ ଜାଣେ ମୁଁ ପାପ କରିଛି।
    ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।
ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି
    ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍।
ତୁମ୍ଭେ ଠିକ୍ କୁହ,
    ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ।
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି
    ଓ ପାପରୁ ହିଁ ମୋର ମା’ ମୋତେ ଗର୍ଭରେ ଧାରଣ କଲା।
ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ,
    ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର।
    ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।
ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ।
    ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ।
ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ।
    ମୋର ପାପ ସବୁ ପୋଛିଦିଅ।
10 ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର!
    ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:12-17

ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ

12 ମୋ’ ପ୍ରତି ଭରସା ରଖି ଏହି ସେବା କାର୍ଯ୍ୟରେ ନିଯୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ୟବାଦ ଦିଏ। ସେ ମୋତେ ଶକ୍ତି ପ୍ରଦାନ କରନ୍ତି। 13 ଅତୀତରେ ମୁଁ ଯୀଶୁଙ୍କ ବିରୁଦ୍ଧରେ କହିଛି, ତାହାଙ୍କୁ ତାଡ଼ନା ଦେଇଛି ଓ ତାହାଙ୍କୁ ଆଘାତ ଦେବା ଭଳି କାର୍ଯ୍ୟମାନ କରିଛି। କିନ୍ତୁ ମୁଁ କ’ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ୱର ମୋତେ ଦୟା କଲେ। ଅବିଶ୍ୱାସୀ ଥିଲାବେଳେ ମୁଁ ସେପରି କରିଥିଲି। 14 କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ମୋତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସେହି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସ ଓ ପ୍ରେମ ମଧ୍ୟ ମୋତେ ମିଳିଲା।

15 ମୁଁ ଯାହା କହୁଛି ତାହା ସତ୍ୟ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସେମାନଙ୍କ ମଧ୍ୟରେ ସବୁଠାରୁ ଜଘନ୍ୟ ପାପୀ। 16 କିନ୍ତୁ ମୋତେ ଅନୁଗ୍ରହ ମିଳିଲା। ମୋତେ ଅନୁଗ୍ରହ ଦିଆଗଲା, ଯାହାଦ୍ୱାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମୋ’ ପ୍ରତି ଅସୀମ ଧୈର୍ଯ୍ୟ ଦେଖାଇଛନ୍ତି। ମୋ’ ଭଳି ବଡ଼ ପାପୀ ପ୍ରତି ସେ ଧୈର୍ଯ୍ୟଶୀଳତା ଦେଖାଇଲେ। ଯେଉଁମାନେ ତାହାଙ୍କୁ ବିଶ୍ୱାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସେମାନଙ୍କ ପାଇଁ ମୁଁ ଯେପରି ଆଦର୍ଶ ସ୍ୱରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଗ୍ଭହିଁଲେ। 17 ସେହି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ୟ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ଯୁଗେ ଯୁଗେ କେବଳ ପରମେଶ୍ୱରଙ୍କର। ଆମେନ୍।

ଲୂକ ଲିଖିତ ସୁସମାଗ୍ଭର 15:1-10

ସ୍ୱର୍ଗରେ ଆନନ୍ଦ

(ମାଥିଉ 18:12-14)

15 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”

ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ: “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଶହେଟି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେ ଅନେଶ୍ୱତ ମେଣ୍ଢାଙ୍କୁ ଏକୁଟିଆ ଛାଡ଼ିଦେଇ ହଜି ଯାଇଥିବା ମେଣ୍ଢାଟିକୁ ଖୋଜିବା ପାଇଁ ବାହାରି ପଡ଼ିବ ଓ ତାକୁ ପାଇବା ପର୍ଯ୍ୟନ୍ତ ସେ ଖୋଜିବାକୁ ଲାଗିବ। ମେଣ୍ଢାଟି ପାଇଗଲେ ସେ ବହୁତ ଖୁସୀ ହେବ। ସେ ମେଣ୍ଢାଟିକୁ କାନ୍ଧରେ ବସାଇ ଘରକୁ ଆଣିବ। ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମୋର ହଜି ଯାଇଥିବା ମେଣ୍ଢାଟି ପାଇ ଯାଇଛି। ମୁଁ ଅତ୍ୟନ୍ତ ଆନନ୍ଦିତ। ଆସ, ମୋ’ ସହିତ ତୁମ୍ଭେମାନେ ଆନନ୍ଦ କର। ସେହିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତେବେଳେ ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କରିଥାଏ, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ୟକ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ।

“ମନେକର ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେହି ସ୍ତ୍ରୀଲୋକଟି ଆଲୁଅ ଲଗେଇ ଘର ସାରା ଭଲ କରି ଓଳେଇ ପକେଇବ ଓ ରୂପା ମୁଦ୍ରାଟି ନ ପାଇବା ପର୍ଯ୍ୟନ୍ତ ଗ୍ଭରିଆଡ଼େ ଖୋଜିବ। ହଜି ଯାଇଥିବା ରୂପାମୁଦ୍ରାଟି ପାଇଗଲେ ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କୁ ଡାକି କହିବ, ‘ମୁଁ ବହୁତ ଆନନ୍ଦିତ। କାରଣ ମୋର ହଜି ଯାଇଥିବା ରୂପା ମୁଦ୍ରାଟି ମିଳିଗଲା। ଆସ, ମୋ’ ସହିତ ଆନନ୍ଦ କର।’ 10 ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center