Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 51:1-10

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବ‌ଥ୍‌ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଆସିବା ସମୟରେ ରଚିତ।

51 ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
    ମୋ’ ପ୍ରତି ଦୟାକର।
ତୁମ୍ଭର ମହାନ କରୁଣା ଅନୁସାରେ,
    ମୋର ସମସ୍ତ ପାପ କ୍ଷମା କର।
ମୋ’ ସବୁ ପାପ ଧୋଇ ଦିଅ,
    ଏବଂ ପୁଣି ମୋତେ ପବିତ୍ର କର।
ମୁଁ ଜାଣେ ମୁଁ ପାପ କରିଛି।
    ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।
ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି
    ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍।
ତୁମ୍ଭେ ଠିକ୍ କୁହ,
    ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ।
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି
    ଓ ପାପରୁ ହିଁ ମୋର ମା’ ମୋତେ ଗର୍ଭରେ ଧାରଣ କଲା।
ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ,
    ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର।
    ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।
ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ।
    ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ।
ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ।
    ମୋର ପାପ ସବୁ ପୋଛିଦିଅ।
10 ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର!
    ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ।

ଆଦିପୁସ୍ତକ 7:6-10

ବନ୍ୟା ଆସିବା ସମୟରେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। ନୋହ ଏବଂ ତାଙ୍କର ପରିବାର ବନ୍ୟାରୁ ରକ୍ଷା ପାଇବା ନିମିତ୍ତ ଜାହାଜ ମଧ୍ୟକୁ ଗଲେ। ଜାହାଜରେ ନୋହ, ତାଙ୍କର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂମାନେ ଥିଲେ। ସମସ୍ତ ପଶୁଗୁଡ଼ିକ ଶୁଚି ଓ ଅଶୁଚି ଓ ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ନୋହଙ୍କ ନିକଟକୁ ଯାଇ ଭିତରକୁ ଗଲେ। ସେମାନେ ଯୋଡ଼ି ଯୋଡ଼ି କରି ପୁରୁଷ ଓ ସ୍ତ୍ରୀ, ଠିକ୍ ପରମେଶ୍ୱରଙ୍କ ଆଜ୍ଞାନୁସାରେ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। 10 ସାତ ଦିନ ପରେ ବନ୍ୟାର ପାଣି ପୃଥିବୀ ଉପରେ ଆରମ୍ଭ ହେଲା।

ଆଦିପୁସ୍ତକ 8:1-5

ବନ୍ୟା ଶେଷରେ

ପରମେଶ୍ୱର ନୋହ ଏବଂ ତାଙ୍କ ସହିତ ଜାହାଜରେ ଥିବା ସମସ୍ତ ଜୀବିତ ପ୍ରାଣୀକୁ ମନେ ପକାଇଲେ। ପରମେଶ୍ୱର ପୃଥିବୀ ଉପରେ ପବନ ବୁହାଇଲେ ଏବଂ ବନ୍ୟା ଜଳ କମିଗଲା।

ଆକାଶରୁ ବର୍ଷା ପଡ଼ିବା ବନ୍ଦ ହୋଇଗଲା ଏବଂ ଧରିତ୍ରୀ ତଳେ ଜଳସ୍ରୋତ ବନ୍ଦ ହୋଇଗଲା। ଆକାଶସ୍ଥ ଦ୍ୱାର ସକଳ ବନ୍ଦ ହୋଇଗଲା। 3-4 ପୃଥିବୀକୁ ଆଚ୍ଛାଦନ କରିଥିବା ପାଣି ତଳକୁ ତଳକୁ ଗ୍ଭଲିଗଲା। ଏବଂ 150 ଦିନ ପରେ ଜଳପତ୍ତନ ଧୀରେ ଧୀରେ କମିଗଲା। ଏହା ପରେ ସପ୍ତଦଶ ମାସର ସପ୍ତଦଶ ଦିନରେ ଆରାରଟ୍ ପର୍ବତ ଉପରେ ଜାହାଜ ଲାଗି ରହିଲା। ଏହିପରି ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ କମିଲା। ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା।

ପିତରଙ୍କ ଦ୍ୱିତୀୟ ପତ୍ର 2:1-10

ଭଣ୍ଡ ଶିକ୍ଷକଗଣ

ଅତୀତକାଳରେ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ମିଥ୍ୟା ଭବିଷ୍ୟ‌‌ଦ୍‌‌‌‌ବକ୍ତା ଥିଲେ। ଏବେ ମଧ୍ୟ ସେହିଭଳି ଅଛନ୍ତି। ତୁମ୍ଭ ଦଳରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସେମାନେ ଏପରି ଭୁଲ୍ ଶିକ୍ଷା ଦେବେ ଯେ, ଲୋକେ ନିଜକୁ ହଜାଇ ଦେବେ। ସେମାନେ ଏଭଳି ଭାବରେ ଶିକ୍ଷା ଦେବେ ଯେ ସେମାନେ ଯେ ଭୁଲ୍ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହେବ। ସେମାନେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ୟ ମନା କରିବେ। ସେପ୍ରକାରେ ସେମାନେ ନିଜକୁ ଶୀଘ୍ର ନଷ୍ଟ କରିଦେବେ। ସେମାନେ କହୁଥିବା ମନ୍ଦ କାମକୁ ଅନେକ ଲୋକ ଅନୁସରଣ କରିବେ। ସେମାନଙ୍କ ହେତୁରୁ ଅନ୍ୟ ଲୋକେ ମଧ୍ୟ ସତ୍ୟର ମାର୍ଗ ବିଷୟରେ ସମାଲୋଚନା କରିବେ। ସେହି ଭଣ୍ଡ ଶିକ୍ଷକମାନେ କେବଳ ତୁମ୍ଭର ଧନ ଗ୍ଭହାନ୍ତି। ସେମାନେ ଖାଲି ମିଛ କଥା କହି ତୁମ୍ଭର ମନ ନେବେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ୟାୟ ବିଗ୍ଭର ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ପରମେଶ୍ୱର ସେମାନଙ୍କୁ ନଷ୍ଟ କରିଦେବେ। ସେମାନେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।

ଯେତେବେଳେ ସ୍ୱର୍ଗଦୂତମାନେ ପାପ କଲେ, ପରମେଶ୍ୱର ସେମାନଙ୍କୁ ଦଣ୍ଡ ନ ଦେଇ ଛାଡ଼ିଲେ ନାହିଁ। ପରମେଶ୍ୱର ସେହି ଦୂତମାନଙ୍କୁ ନରକକୁ ପଠାଇଦେଲେ। ସେ ସେମାନଙ୍କୁ ଅନ୍ଧକାରର ଗୁମ୍ଫାମାନଙ୍କରେ ପକାଇ ରଖିଲେ। ବିଗ୍ଭର ଦିନ ପର୍ଯ୍ୟନ୍ତ ସେମାନେ ସେଠାରେ ପଡ଼ିଥିବେ।

ଅତି ପୂର୍ବକାଳରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ୱର ଦଣ୍ଡ ଦେଇଥିଲେ। ପରମେଶ୍ୱର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟକାରୀ ବନ୍ୟା ଆଣିଥିଲେ। କିନ୍ତୁ ପରମେଶ୍ୱର ନୋହ ଓ ତାହାଙ୍କ ସହ ଅନ୍ୟ ସାତ ଜଣଙ୍କୁ ସେହି ପ୍ରଳୟକାରୀ ବନ୍ୟାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।

ପରମେଶ୍ୱର ଦଣ୍ଡ ସ୍ୱରୂପେ ଦୁଷ୍ଟ ନଗରୀ ସଦୋମ ଓ ଗମୋରାକୁ ପୋଡ଼ି ପାଉଁଶ କରିଦେଇଥିଲେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେମାନଙ୍କ ପ୍ରତି କ’ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ୱରୂପ ଅଟେ। କିନ୍ତୁ ସେହି ନଗର ମଧ୍ୟରୁ ପରମେଶ୍ୱର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହେତୁ ସେ ଦୁଃଖ ପାଉଥିଲେ। ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସେହି ମନ୍ଦଲୋକଙ୍କ ମଧ୍ୟରେ ବାସ କରୁଥିଲେ। ସେମାନଙ୍କର ମନ୍ଦ ବିଷୟ ଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟରେ ଆଘାତ ପାଉଥିଲେ।

ପରମେଶ୍ୱର ଏହି ସମସ୍ତ କାର୍ଯ୍ୟ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସେବା କରୁଛନ୍ତି, ପ୍ରଭୁ ସର୍ବଦା ସେମାନଙ୍କୁ ରକ୍ଷା କରିବେ। ସମସ୍ୟାରେ ପଡ଼ିଥିଲାବେଳେ ସେ ସେମାନଙ୍କୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଗ୍ଭର ଦିନରେ ଦଣ୍ଡ ଦେବେ। 10 ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ଯ୍ୟ କରି ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କର୍ତ୍ତୃତ୍ୱକୁ ଅବମାନନା କରନ୍ତି, ସେମାନେ ଏଭଳି ଦଣ୍ଡର ଯୋଗ୍ୟ।

ଏହି ଭଣ୍ଡ ଶିକ୍ଷକମାନେ ମନମୁତାବକ କାର୍ଯ୍ୟ କରନ୍ତି ଓ ଆପଣା ବିଷୟରେ ଗର୍ବର କଥା କହନ୍ତି। ସେମାନେ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ମନ୍ଦ କଥା କହିବାକୁ ଭୟ କରନ୍ତି ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center