Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 30:15-20

15 “ଆଜି ଆମ୍ଭେ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ୟରୁ ଗୋଟିକୁ ବାଛିବାକୁ ଦେଇଅଛୁ। 16 ମୁଁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ତାଙ୍କୁ ଅନୁସରଣ କରି ତାଙ୍କର ବାକ୍ୟମାନ, ନିୟମ ବିଧି ପାଳନ କର। ତେବେ ତୁମ୍ଭେମାନେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢ଼ିବ। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଥିବା ଦେଶରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକୁ ତୁମ୍ଭେମାନେ ଅଧିକାର କରିବା ପାଇଁ ଯାଉଛ। 17 ଯଦି ତୁମ୍ଭମାନଙ୍କର ହୃଦୟ ତାଙ୍କଠାରୁ ବିମୁଖ ହୁଏ ଓ ତାଙ୍କ କଥା ଶୁଣିବ ନାହିଁ, ମାତ୍ର ବିପଥଗାମୀ ହୋଇ ଅନ୍ୟ ଦେବତାଗଣର ସେବା ଓ ପୂଜା କର। 18 ତେବେ ତୁମ୍ଭେମାନେ ଧ୍ୱଂସ ହେବ। ମୁଁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି। ଯଦି ତୁମ୍ଭେ ସଦାପ୍ରଭୁଙ୍କଠାରୁ ବିମୁଖ ହେବ। ଯର୍ଦ୍ଦନର ସେପାରିସ୍ଥ ଭୂମିରେ ଯେଉଁଠାକୁ ତୁମ୍ଭେମାନେ ଯିବା ପାଇଁ ପ୍ରସ୍ତୁତ ସେଠାରେ ତୁମ୍ଭେମାନେ ବେଶିଦିନ ବଞ୍ଚିପାରିବ ନାହିଁ।

19 “ଆଜି ମୁଁ ସ୍ୱର୍ଗ ଓ ପୃଥିବୀକୁ ଡାକୁଛି, ସାକ୍ଷୀରୂପେ ଜୀବନ ଓ ମୃତ୍ୟୁ, ଆଶୀର୍ବାଦ ଓ ଅଭିଶାପ, ଏହା ଭିତରୁ ମୁଁ ତୁମ୍ଭକୁ ପସନ୍ଦ କରିବାକୁ ଦେଇଛି। ତେଣୁ ତୁମ୍ଭେମାନେ ଜୀବନକୁ ବାଛ। ତେବେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ। 20 ତୁମ୍ଭେମାନେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କରିବ ଓ ଭଲ ପାଇବ। ତାଙ୍କୁ ମାନି ଚଳିବ। ତାଙ୍କୁ କଦାପି ଛାଡ଼ିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଜୀବନ, ଏବଂ ସଦାପ୍ରଭୁ ତୁମ୍ଭକୁ ଦୀର୍ଘ ଜୀବନ ଦେବେ ସେହି ଦେଶରେ, ଯେଉଁ ଦେଶ ଦେବା ପାଇଁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଏବଂ ଯାକୁବଙ୍କୁ କହିଥିଲେ।”

ଗୀତସଂହିତା 1

ପ୍ରଥମ ପୁସ୍ତକ

(ଗୀତସଂହିତା 1–41)

ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ,
    ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ,
ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ,
    ସେହି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ,
ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ
    ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ।
ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ,
    ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି।
ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ।
ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ,
    ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ।
ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।

ଦୁଷ୍ଟ ଲୋକମାନେ ସେପରି ନୁହନ୍ତି।
    ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ।
ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ।
    ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ।
କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି,
    ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।

ଫିଲୀମୋନଙ୍କ ପ୍ରତି ପତ୍ର 1-21

ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଥିବା ପାଉଲ ଓ ଆମ୍ଭର ଭାଇ ତୀମଥିଙ୍କଠାରୁ ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମୋନ, ଆମ୍ଭର ଭଉଣୀ ଆ‌ପ୍‌ପିୟା, ସାଥୀ ସୈନିକ ଆର୍ଖି‌ପ୍‌ପ, ଓ ତୁମ୍ଭ ଘରଠାରେ ଏକତ୍ରିତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।

ଆମ୍ଭର ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।

ଫିଲୀମୋନଙ୍କ ପ୍ରେମ ଓ ବିଶ୍ୱାସ

ମୋ’ ପ୍ରାର୍ଥନାମାନଙ୍କରେ ମୁଁ ତୁମ୍ଭକୁ ସ୍ମରଣ କରେ। ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକମାନଙ୍କ ପ୍ରତି ତୁମ୍ଭର ପ୍ରେମ ଓ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ବିଷୟରେ ମୁଁ ଶୁଣିଛି ଓ ମୁଁ ତୁମ୍ଭର ସେହି ପ୍ରେମ ଓ ବିଶ୍ୱାସ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସମସ୍ତ ଭଲ କଥାଗୁଡ଼ିକ ବୁଝିପାରିବା ପାଇଁ ତୁମ୍ଭର ବିଶ୍ୱାସର ସହଭାଗିତା ତୁମ୍ଭକୁ ସାହାଯ୍ୟ କରିବ ବୋଲି ମୁଁ ପ୍ରାର୍ଥନା କରେ। ହେ ଭାଇ ପରମେଶ୍ୱରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ରେମଭାବ ଦେଖାଇଛ, ସେମାନଙ୍କୁ ତୁମ୍ଭେ ଖୁସୀ କରିଛ। ଏହା ମୋତେ ବହୁତ ଆନନ୍ଦ ଓ ଆଶ୍ୱାସନା ଦେଲା।

ଅନୀସିମକୁ ଭାଇ ଭଳି ସ୍ୱୀକାର କର

କେତେଗୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟରେ ଭାଇ ହିସାବରେ ସ‌ତ୍‌‌କାର୍ଯ୍ୟ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦେବାର ମୋର ଅଧିକାର ଅଛି। କିନ୍ତୁ ମୁଁ ତୁମ୍ଭକୁ ପ୍ରେମରେ ନିବେଦନ କରିବାକୁ ଇଚ୍ଛା କରେ। ମୁଁ ପାଉଲ, ବୁଢ଼ା ହୋଇ ଗଲିଣି ଓ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଛି। 10 ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବେଦନ କରୁଛି। ମୁଁ ବନ୍ଦୀ ଗୃହରେ ଥିଲାବେଳେ ସେ ମୋର ସନ୍ତାନ ହୋଇଥିଲା। 11 ଅତୀତରେ ସେ ତୁମ୍ଭ ପାଇଁ ଅଦରକାରୀ ଥିଲା। କିନ୍ତୁ ଏବେ ସେ ମୋ’ ଓ ତୁମ୍ଭ ଦୁହିଁଙ୍କ ପାଇଁ ବଡ଼ ଉପଯୋଗୀ ଅଟେ।

12 ମୁଁ ତାହାକୁ ତୁମ୍ଭ ପାଖକୁ ଫେରାଇ ଦେଉଛି। ତା’ ସହିତ ମୋର ହୃଦୟ ମଧ୍ୟ ବନ୍ଧା ହୋଇଛି। 13 ମୁଁ ବନ୍ଦୀ ଗୃହରେ ଥିବା ସମୟରେ ମୋତେ ସୁସମାଗ୍ଭର ପାଇଁ ସାହାଯ୍ୟ କରିବ ବୋଲି ତାହାକୁ ମୋ’ ସହିତ ରଖିବାକୁ ଗ୍ଭହୁଁଥିଲି। ମୋତେ ସାହାଯ୍ୟ କରିବା ଦ୍ୱାରା ସେ ତୁମ୍ଭର ସେବା କରିଥା’ନ୍ତା। 14 କିନ୍ତୁ ତୁମ୍ଭମାନଙ୍କୁ ପ୍ରଥମେ ନ ପଗ୍ଭରି ମୁଁ କିଛି କରିବା ପାଇଁ ଇଚ୍ଛା କଲି ନାହିଁ। ତୁମ୍ଭର କୌଣସି ଭଲ କାମ ନିଜ ଇଚ୍ଛାରେ ହେଉ, ମୋର ବାଧ୍ୟ ବାଧକତାରେ ନ ହେଉ ବୋଲି ମୁଁ ଗ୍ଭହେଁ।

15 ଅନୀସିମ[a] କ୍ଷଣିକ ପାଇଁ ତୁମ୍ଭଠାରୁ ଅଲଗା ଥିଲା। ଏହା ଏପରି ଘଟିଥାଇପାରେ ଯଦ୍ଦ୍ୱାରା ତୁମ୍ଭେ ତାହାକୁ ସବୁଦିନ ପାଇଁ ପୁନଃ ପ୍ରାପ୍ତ ହୋଇପାରିବ। 16 ଦାସ ହେବା ପାଇଁ ନୁହେଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି। ମୁଁ ତାହାକୁ ବହୁତ ଭଲ ପାଏ। କିନ୍ତୁ ତୁମ୍ଭେ ଆହୁରି ଅଧିକ ଭଲ ପାଇବ। ତୁମ୍ଭେ ତାହାକୁ ଜଣେ ମଣିଷ ଓ ପ୍ରଭୁଙ୍କଠାରେ ଜଣେ ଭାଇ ଭଳି ଭଲ ପାଇବ।

17 ଯଦି ତୁମ୍ଭେ ମୋତେ ମିତ୍ର ବୋଲି ଗ୍ରହଣ କରୁଛ, ତା'ହେଲେ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। ମୋତେ ଯେପରି ସ୍ୱାଗତ କରିଥା’ନ୍ତ, ସେହିପରି ତାହାକୁ ସ୍ୱାଗତ କର। 18 ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ୍ କରିଛି ବା ତା'ର ତୁମକୁ କିଛି ଦେବାକୁ ଅଛି ତେବେ ତାହା ମୋ’ ଖାତାରେ ପକାଇ ଦିଅ। 19 ମୁଁ ପାଉଲ, ଏହି କଥା ମୋ’ ହାତରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦେବାକୁ ଅଛି, ମୁଁ ତାହା ତୁମ୍ଭକୁ ଫେରାଇ ଦେବି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମୋ'ଠାରେ କେତେ ଋଣୀ, ସେ ସମ୍ପର୍କରେ ମୁଁ କିଛି କହିବି ନାହିଁ। 20 ତେଣୁ ହେ ମୋର ଭାଇ! ପ୍ରଭୁଙ୍କଠାରେ ତୁମ୍ଭେ ମୋ’ ପାଇଁ କିଛି ଆବଶ୍ୟକୀୟ ବିଷୟ କର ବୋଲି, ମୁଁ କୁହେ। ଖ୍ରୀଷ୍ଟଙ୍କଠାରେ ମୋ’ ହୃଦୟକୁ ଆଶ୍ୱାସନା ଦିଅ। 21 ମୁଁ ଯାହା କହିଛି, ସେଗୁଡ଼ିକ କରିବ ବୋଲି ଜାଣି ମୁଁ ଏହି ଚିଠି ଲେଖୁଛି। ମୁଁ ଜାଣେ ଯେ ମୁଁ ଯେତିକି କହେ, ତୁମ୍ଭେ ତା'ଠାରୁ ଅଧିକ କରିବ।

ଲୂକ ଲିଖିତ ସୁସମାଗ୍ଭର 14:25-33

ପ୍ରଥମେ ତୁମ୍ଭେ ଯୋଜନା କର

(ମାଥିଉ 10:37-38)

25 ବହୁତ ଲୋକ ଯୀଶୁଙ୍କ ସହିତ ଯାତ୍ରା କରୁଥିଲେ। ଯୀଶୁ ଲୋକମାନଙ୍କୁ କହିଲେ, 26 “ଯଦି ଜଣେ ଲୋକ ମୋ’ ପାଖକୁ ଆସେ, କିନ୍ତୁ ଯଦି ମୋ’ ଅପେକ୍ଷା ତା’ ବାପାମା, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ। ଜଣେ ଲୋକକୁ ତା’ ନିଜ ଅପେକ୍ଷା ମୋତେ ଅଧିକ ଭଲ ପାଇବାକୁ ହେବ। 27 ଜଣେ ଲୋକ ମୋତେ ଅନୁସରଣ କଲାବେଳେ ଯଦି ତାକୁ ଦିଆଯାଇଥିବା କ୍ରୁଶ କାନ୍ଧେଇ ଗ୍ଭଲିବ ନାହିଁ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ।

28 “ତୁମ୍ଭେମାନେ ଯଦି ଗୋଟିଏ କୋଠାଘର ତିଆରି କରିବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ପ୍ରଥମେ ବସି ସ୍ଥିର କରିବ ଯେ, ଏଥିପାଇଁ କେତେ ଖର୍ଚ୍ଚ ହେବ। ତୁମ୍ଭମାନଙ୍କର ହିସାବ କରି ଦେଖିବା ଉଚିତ୍ ଯେ, କାମଟି ସମ୍ପୂର୍ଣ୍ଣ କରିବା ନିମନ୍ତେ ତୁମ୍ଭମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ଅଛି କି ନାହିଁ। 29 ତା’ ନ ହେଲେ ତୁମ୍ଭେମାନେ ମୂଳଦୁଆ ପକେଇ ଦେଇ କାମ ଆରମ୍ଭ କରି ପାର, କିନ୍ତୁ ଶେଷ କରି ପାରିବ ନାହିଁ, ତେବେ ଏହାକୁ ଦେଖିଥିବା ଲୋକେ ତୁମ୍ଭମାନଙ୍କୁ ଉପହାସ କରିବେ। 30 ସେମାନେ କହିବେ, ‘ଏ ଲୋକଟା କୋଠା ଆରମ୍ଭ କରିଦେଲା, କିନ୍ତୁ ଶେଷ କରି ପାରିଲା ନାହିଁ।’

31 “ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବାକୁ ବାହାରନ୍ତି, ତେବେ ସେ ଆଗ ବସି ଯୋଜନା କରନ୍ତି। ଯଦି ସେହି ରାଜାଙ୍କର କେବଳ ଦଶ ହଜାର ସୈନ୍ୟ ଥା’ନ୍ତି, ତେବେ ସେ କୋଡ଼ିଏ ହଜାର ସୈନ୍ୟ ଧରି ଆସୁଥିବା ଜଣେ ବିରୋଧୀ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ। 32 ଯଦି ସେ ଅନ୍ୟ ରାଜାଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ ନାହିଁ, ତେବେ ବିରୋଧୀ ରାଜା ବହୁତ ଦୂରରେ ଥିବା ବେଳେ ତାହାଙ୍କ ପାଖକୁ କିଛି ଲୋକ ପଠାଇ ସନ୍ଧି ପ୍ରସ୍ତାବ ଦେବେ।

33 “ସେହିଭଳି ତୁମ୍ଭେମାନେ ସମସ୍ତେ ପ୍ରଥମେ ଯୋଜନା କରିବ। ତୁମ୍ଭେମାନେ ମୋତେ ଅନୁସରଣ କରିବାକୁ ଗ୍ଭହିଁଲେ ତୁମ୍ଭମାନଙ୍କର ପ୍ରତ୍ୟେକ ବିଷୟ ତ୍ୟାଗ କରିବ। ତୁମ୍ଭେମାନେ ଯଦି ତାହା କରି ନ ପାରିବ, ତେବେ ମୋର ଶିଷ୍ୟ ହୋଇ ପାରିବ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center