Revised Common Lectionary (Complementary)
ଟେଟ୍
65 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ୟବହାର କରିଛ।
ତୁମ୍ଭେ ଯାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ।
66 ହେ ସଦାପ୍ରଭୁ, ମୋତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର।
ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ୱାସ କରିଅଛି।
67 ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି।
ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।
68 ହେ ପରମେଶ୍ୱର, ତୁମ୍ଭେ ମଙ୍ଗଳମୟ, ତୁମ୍ଭେ ମଙ୍ଗଳ କର।
ମୋତେ ତୁମ୍ଭର ନିୟମସବୁ ଶିଖାଅ।
69 ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ'ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।
70 ସେହି ଲୋକମାନେ ବହୁତ ମୂର୍ଖ।
ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
71 ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା,
ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ।
72 ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ,
ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।
ସଦାପ୍ରଭୁ ତାଙ୍କ ସନ୍ତାନମାନଙ୍କୁ ରକ୍ଷା କରିବେ
14 ପୁଣି ସେ କହିବେ, “ଉଚ୍ଚ କର, ଉଚ୍ଚ କର, ପଥ ପ୍ରସ୍ତୁତ କର।
ଆମ୍ଭ ଲୋକମାନଙ୍କ ପଥରୁ ବାଧାବିଘ୍ନ ଦୂର କର।”
15 କାରଣ ଯେ ଅନନ୍ତକାଳ ନିବାସୀ,
ଯାହାଙ୍କର ନାମ ପରମେଶ୍ୱର,
ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି;
“ଆମ୍ଭେ ଊର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ।
ଆଉ ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ
ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ
ଓ ନମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।
16 ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ
କିମ୍ବା ନିରନ୍ତର କ୍ରୋଧ କରିବା ନାହିଁ।
ଯଦି କରିବା ତାହାହେଲେ ମାନବର ଆତ୍ମା
ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖରେ କ୍ଷୀଣ ହେବେ।
17 ଆମ୍ଭେ ତାହାର ଲୋଭରୂପ ଅପରାଧ ହେତୁ
କୃଦ୍ଧ ହୋଇ ତାହାକୁ ଆଘାତ କଲୁଁ,
ଆମ୍ଭେ ନିଜର ମୁଖ ଲୁଗ୍ଭଇ କ୍ରୁଦ୍ଧ ହେଲୁ;
ତହିଁରେ ସେ ଅବାଧ୍ୟ ହୋଇ ଆପଣା ମନର ମାର୍ଗରେ ଗ୍ଭଲିଲା।
18 ଆମ୍ଭେ ତାହାର ଗତି ଦେଖିଅଛୁ ଓ ଆମ୍ଭେ ତାକୁ ସଠିକ୍ ରୂପେ ଗଢ଼ିବା, ମୁଁ ତାକୁ ସତ୍ୟର ପଥ ଦେଖାଇବି
ଏବଂ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବି।
19 ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ।
ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ
ଓ ନିକଟବର୍ତ୍ତୀ ଲୋକ ପ୍ରତି ‘ଶାନ୍ତି’ ହେଉ
ଓ ଆମ୍ଭେ ତାହାକୁ ସୁସ୍ଥ କରିବା।”
20 ମାତ୍ର ଦୁଷ୍ଟମାନେ ତରଙ୍ଗାୟିତ ସମୁଦ୍ର ତୁଲ୍ୟ,
କାରଣ ତାହା ସ୍ଥିର ହୋଇପାରେ ନାହିଁ
ଓ ତାହାର ଜଳରେ ପଙ୍କ
ଓ କାଦୁଅ ଉଠେ।
21 ଆମ୍ଭର ପରମେଶ୍ୱର କୁହନ୍ତି;
“ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।’
ଗୋଟିଏ ବଡ଼ ରାତ୍ରୀ ଭୋଜି ବିଷୟରେ ଦୃଷ୍ଟାନ୍ତ
(ମାଥିଉ 22:1-10)
15 ଯୀଶୁଙ୍କ ସହିତ ଖାଇବାକୁ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଲୋକ ଏ ସବୁ କଥା ଶୁଣି ଯୀଶୁଙ୍କୁ କହିଲା, “ପରମେଶ୍ୱରଙ୍କ ରାଜ୍ୟରେ ଭୋଜନ କରୁଥିବା ଲୋକ ବହୁତ ଖୁସୀ ହେବ।”
16 ଯୀଶୁ ସେହି ଲୋକକୁ କହିଲେ, “ଥରେ ଜଣେ ଲୋକ ଗୋଟିଏ ବଡ଼ ରାତ୍ରିଭୋଜିର ବ୍ୟବସ୍ଥା କରିଥିଲେ। ସେ ବହୁତ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। 17 ଖାଇବା ସମୟ ହେବାରୁ ସେ ଅତିଥିମାନଙ୍କ ପାଖକୁ ଏହି କଥା କହିବା ପାଇଁ ନିଜ ଗ୍ଭକରକୁ ପଠାଇଲେ: ‘ଆସନ୍ତୁ, ଭୋଜନ ପ୍ରସ୍ତୁତି ହୋଇ ଗଲାଣି।’ 18 କିନ୍ତୁ ସମସ୍ତ ନିମନ୍ତ୍ରିତ ବ୍ୟକ୍ତିମାନେ କହିଲେ ଯେ, ସେମାନେ ଯାଇ ପାରିବେ ନାହିଁ। ପ୍ରତ୍ୟେକ ବାହାନା କରି କ୍ଷମା ମାଗି ରହିଗଲେ। ପ୍ରଥମ ଲୋକଟି କହିଲା, ‘ମୁଁ ଏବେ ଖଣ୍ଡେ ଜମି କିଣିଛି। ସେହି ଜମିଟି ଦେଖିବାକୁ ବର୍ତ୍ତମାନ ମୋତେ ଯିବାକୁ ପଡ଼ିବ। ଦୟାକରି ମୋତେ କ୍ଷମା କର।’ 19 ଆଉ ଜଣେ କହିଲା, ‘ମୁଁ ଏବେ ପାଞ୍ଚ ହଳ ବଳଦ କିଣିଛି। 20 ମୁଁ ତାହାଙ୍କୁ ପରଖିବାକୁ ଯିବାକୁ ବାହାରିଲିଣି। ଦୟାକରି ମୋତେ କ୍ଷମା କର।’ ତୃତୀୟ ଲୋକଟି କହିଲା, ‘ମୋର ତ ଏବେ ବାହାଘର ହୋଇଛି। ମୁଁ ଯାଇ ପାରିବି ନାହିଁ।’
21 “ତେଣୁ ଗ୍ଭକରଟି ଫେରି ଆସିଲା। ଯାହାସବୁ ଘଟିଥିଲା, ସେ ତା’ ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, “ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡ଼ିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ ଛୋଟାମାନଙ୍କୁ ଏଠାକୁ ନେଇଆସ।’
22 “ପରେ ଗ୍ଭକରଟି ତାହାଙ୍କୁ କହିଲା, “ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।’ 23 ମାଲିକ ଗ୍ଭକରକୁ କହିଲେ, ‘ରାଜପଥ ଓ ଗ୍ରାମପଥକୁ ଗ୍ଭଲିଯାଅ। ସେଠାରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଗ୍ଭହେଁ, ମୋ’ ଘର ପୁରାପୁରି ଭରିଯାଉ।’ 24 ଯେଉଁମାନଙ୍କୁ ମୁଁ ପ୍ରଥମେ ନିମନ୍ତ୍ରଣ କରିଥିଲି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ମୋ’ ସହିତ ଆଉ କେବେ ହେଁ ଭୋଜି ଖାଇବେ ନାହିଁ।’”
2010 by World Bible Translation Center