Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 112

112 ସଦାପ୍ରଭୁଙ୍କର ପ୍ରଶଂସା କର।

ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
    ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
    ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
ସେହି ଲୋକର ପରିବାର ଧନଶାଳୀ ହେବେ
    ଏବଂ ତା'ର ଧର୍ମ ଚିରକାଳସ୍ଥାୟୀ ହେବ।
ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
    ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
    କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
ସେହି ଲୋକ କଦାପି ବିଚଳିତ ହେବ ନାହିଁ।
    ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
    ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
ସେହି ଲୋକ ସୁସ୍ଥିର ଥାଏ।
    ସେ କେବେ ଭୟ କରେ ନାହିଁ।
    ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
    ତା'ର ଧର୍ମ ଏକ। ଚିରକାଳସ୍ଥାୟୀ।
    ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
    ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
    ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।

ହିତୋପଦେଶ 18:6-12

ମୂର୍ଖର କଥା ବିବାଦରେ ପ୍ରବର୍ତ୍ତେ। ପୁଣି ତା'ର କଥା ମାଡ଼ ଖାଇବାକୁ ଡାକେ।

ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ୟ ପ୍ରାଣର ଫାନ୍ଦ ସ୍ୱରୂପ।

ନିନ୍ଦାର ବାକ୍ୟଗୁଡ଼ିକ, ସୁଷମ ଖାଦ୍ୟ ପରି ଅଟେ, ଯାହା ପାକସ୍ଥଳି ତଳକୁ ଯାଏ।

ଆପଣା କାର୍ଯ୍ୟରେ ଯେ ଅଳସ, ସେ ବିନାଶକର ଭାଇ।

10 ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସେଠାକୁ ଯାଇ ରକ୍ଷା ପାଆନ୍ତି।

11 ଧନବାନର ଧନ ତାହାର ଦୃଢ଼ ନଗର। ପୁଣି ତାହାର ଜ୍ଞାତରେ ଏହା ଉଚ୍ଚ ପ୍ରାଚୀର ସ୍ୱରୂପ, ଯେକେହି ହେଲେ ଚଢ଼ି ପାରିବେ ନାହିଁ।

12 ଗର୍ବିତ ମନୁଷ୍ୟର ମନ ବିନାଶ ସମ୍ମୁଖରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।

ପିତରଙ୍କ ପ୍ରଥମ ପତ୍ର 4:7-11

ପରମେଶ୍ୱରଙ୍କ ଦାନଗୁଡ଼ିକର ଭଲ ତତ୍ତ୍ୱାବଧାରକ ହୁଅ

ସବୁ ବିଷୟ ସମାପ୍ତ ହେବାର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂଯତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର। ପ୍ରେମ ଅନେକ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ୱାଗତ ଜଣାଅ। 10 ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ। 11 ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center