Revised Common Lectionary (Complementary)
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଭୁ।
ତେଣୁ ମୋତେ ସେହି ବାଟରେ ଚଲାଅ ଯେଉଁଥିରେ ତୁମ୍ଭ ନାମର ସମ୍ମାନ ଆସୁ।
କାରଣ ତୁମ୍ଭେ ଦୟାମୟ, ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।
22 ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ୟକ୍ତି ଅଟେ।
ମୁଁ ବାସ୍ତବରେ ଦୁଃଖିତ, ମୋର ହୃଦୟ ଭାଙ୍ଗିପଡ଼ିଛି।
23 ମୁଁ ଅନୁଭବ କରୁଛି, ଯେପରି ମୋର ଜୀବନ ଶେଷ ହୋଇ ଆସୁଛି।
ଯେପରି ଦିନ ବିରାଟ ଛାଇପରି ସରିସରି ଆସୁଛି।
ମୁଁ ଛାରପୋକ ନ୍ୟାୟ ଗ୍ଭଳିତ ହେଉଅଛି।
24 ମୋର ଆଣ୍ଠୁ ଦୁର୍ବଳ ହୋଇଛି।
କାରଣ ମୁଁ ଭୋକିଲା ଅଟେ।
ମୁଁ ମୋର ଓଜନ ହରାଉଛି ଓ ପତଳା ହୋଇ ଯାଉଛି।
25 ମନ୍ଦ ଲୋକମାନେ ମୋତେ ଅପମାନିତ କରୁଛନ୍ତି।
ସେମାନେ ମୋତେ ଦେଖି ମୁଣ୍ଡ ହଲାଉଛନ୍ତି।
26 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ସାହାଯ୍ୟ କର।
ତୁମ୍ଭର ପ୍ରକୃତ କରୁଣା ପ୍ରେମ ମୋତେ ଦେଖାଅ ଓ ମୋତେ ରକ୍ଷା କର।
27 ଏହା ପରେ ସେହି ଲୋକମାନେ ଜାଣିବେ, ଯେ ତୁମ୍ଭେ ମୋତେ ସାହାଯ୍ୟ କଲ।
ଏହା ପରେ ସେମାନେ ଜାଣିବେ ଯେ ଏହାଥିଲା ତୁମ୍ଭର ଶକ୍ତି ଯାହାକି ମୋତେ ସାହାଯ୍ୟ କଲା।
28 ସେହି ମନ୍ଦ ଲୋକମାନେ ମୋତେ ଅଭିଶାପ ଦିଅନ୍ତି।
କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଶୀର୍ବାଦ କରିବ।
ଯେତେବେଳେ ସେମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରିବେ, ସେମାନେ ଅପମାନିତ ହେବେ।
ଏହା ପରେ ମୁଁ ତୁମ୍ଭର ଦାସ, ଖୁସୀ ହେବି।
29 ମୋର ଶତ୍ରୁମାନଙ୍କୁ ଲଜ୍ଜିତ କରାଅ।
ସେମାନେ ଉତ୍ତରୀୟ ବସ୍ତ୍ରତୁଲ୍ୟ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।
30 ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେବି,
ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।
31 କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି,
ଏବଂ ପରମେଶ୍ୱର ସେମାନଙ୍କୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।
33 ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ନିଶ୍ଚୟ ବଳବାନ୍ ହସ୍ତ ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କ ଊପରେ ରାଜା ହୋଇ ଶାସନ କରିବୁ। 34 ପୁଣି ଆମ୍ଭେ ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କୁ ଗୋଷ୍ଠୀଗଣ ମଧ୍ୟରୁ ବାହାର କରି ଆଣିବୁ ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବୁ। 35 ଏବଂ ମୁଁ ତୁମ୍ଭମାନଙ୍କୁ ଗୋଷ୍ଠୀ ସମୂହର ମରୁଭୂମିକୁ ଆଣି ମୁହାଁମୁହିଁ ତୁମ୍ଭମାନଙ୍କର ବିଗ୍ଭର କରିବି। 36 ପୁଣି ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ମୁଁ ମିଶର ଦେଶର ମରୁଭୂମିରେ ତୁମ୍ଭମାନଙ୍କର ପିତୃପୁରୁଷଗଣର ବିଗ୍ଭର କରିଥିଲି, ମୁଁ ତୁମ୍ଭମାନଙ୍କର ବିଗ୍ଭର କରିବି।”
37 “ଆଉ ଆମ୍ଭେ ତୁମ୍ଭମାନଙ୍କୁ ପାଞ୍ଚଣ ତଳେ ଗମନ କରାଇବୁ ଓ ତୁମ୍ଭମାନଙ୍କୁ ଚୁକ୍ତି ବନ୍ଧନରେ ଆବଦ୍ଧ କରିବୁ। 38 ପୁଣି ମୁଁ ବିଦ୍ରାହୀମାନଙ୍କୁ ଓ ମୋ’ ବିରୋଧୀ ପାପୀମାନଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରି ଦୂର କରି ଦେବି। ସେମାନେ ଯେଉଁ ଦେଶରେ ପ୍ରବାସ କରି ରହୁଛନ୍ତି, ସେ ଦେଶରୁ ମୁଁ ସେମାନଙ୍କୁ ବାହାର କରି ଆଣିବି, ମାତ୍ର ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ। ତହିଁରେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।”
39 ହେ ଇସ୍ରାଏଲର ଭବିଷ୍ୟଦ୍ ବଂଶଧରଗଣ! ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯଦି ମୋ’ ନିର୍ଦ୍ଦେଶ ପ୍ରତି ଧ୍ୟାନ ନ ଦିଅ, ଯାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ୱାରା ମୋର ପବିତ୍ର ନାମକୁ ନଷ୍ଟ କରିବ ନାହିଁ।”
40 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୋର ପବିତ୍ର ଉଚ୍ଚ ପର୍ବତରେ ସମଗ୍ର ଇସ୍ରାଏଲର ଲୋକମାନେ ମୋତେ ଉପାସନା କରିବେ। ସେହି ସ୍ଥାନରେ ମୁଁ ସେମାନଙ୍କୁ ଗ୍ରହଣ କରିବି ଓ ସେହି ସ୍ଥାନରେ ମୁଁ ତୁମ୍ଭମାନଙ୍କର ଯାବତୀୟ ପବିତ୍ର ବସ୍ତ୍ର ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନୈବେଦ୍ୟ ଲୋଡ଼ିବି। 41 ଯେଉଁ ସମୟରେ ମୁଁ ଜାତିଗୁଡ଼ିକ ମଧ୍ୟରୁ ତୁମ୍ଭମାନଙ୍କୁ ବାହାର କରି ଆଣିବି ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ଏକତ୍ରିତ କରିବି, ମୁଁ ତୁମ୍ଭମାନଙ୍କୁ ତୁମ୍ଭର ସୁଗନ୍ଧି ନୈବେଦ୍ୟଗୁଡ଼ିକ ଗ୍ରହଣ କରିବି ଏବଂ ସମସ୍ତ ଜାତିଗୁଡ଼ିକ ଉପସ୍ଥିତିରେ ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବି। 42 ତା'ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। ତୁମ୍ଭେମାନେ ଏହା ଜାଣିବ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଇସ୍ରାଏଲ ଭୂମିକୁ ଫେରାଇ ଆଣିବି। ସେହି ଭୂମିକୁ ମୁଁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବି ବୋଲି ପ୍ରତିଜ୍ଞା କରିଥିଲି। 43 ଆଉ ସେହି ସ୍ଥାନରେ ତୁମ୍ଭେମାନେ ନିଜକୁ ଅଶୁଚି କରିଅଛ ଓ ନିଜର ଆଗ୍ଭର ବ୍ୟବହାର, କ୍ରିୟାସକଳସବୁ ସ୍ମରଣ କରି ନିଜର କୃତ ସମସ୍ତ କୁକ୍ରିୟା ହେତୁ ତୁମ୍ଭେମାନେ ଲଜ୍ଜିତ ହେବ। 44 ଏବଂ ତା'ପରେ ତୁମ୍ଭେମାନେ ଜାଣିବ ଯେ, ଯେତେବେଳେ ମୁଁ ସଦାପ୍ରଭୁ, ତୁମ୍ଭମାନଙ୍କର କୁକର୍ମ ଓ ଦୁର୍ନୀତିଗ୍ରସ୍ତ ଆଚରଣ ଅନୁସାରେ ଦଣ୍ଡ ଦିଏ ନାହିଁ, କିନ୍ତୁ ସେତେବେଳେ ମୁଁ ମୋର ମର୍ଯ୍ୟାଦାନୁସାରେ ବ୍ୟବହାର କରେ।”
ଯୀଶୁ ବିଶ୍ରାମବାରରେ ଜଣେ ରୋଗୀକୁ ସୁସ୍ଥ କଲେ
(ମାଥିଉ 12:9-14; ମାର୍କ 3:1-6)
6 ଆଉ ଗୋଟିଏ ବିଶ୍ରାମବାରରେ ଯୀଶୁ ଯିହୂଦୀ ସମାଜଗୃହକୁ ଗଲେ। ସେଠାରେ ସେ ଲୋକମାନଙ୍କୁ ଉପଦେଶ ଦେଲେ। ସେଠାରେ ଗୋଟିଏ ଲୋକ ଥିଲା, ଯାହାର ଡାହାଣ ହାତଟି ପଙ୍ଗୁ ହୋଇ ଯାଇଥିଲା। 7 ବିଶ୍ରାମବାରରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସେଠାରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସେମାନେ ଦେଖିବାକୁ ଗ୍ଭହୁଁଥିଲେ ଯେ, ଯୀଶୁ କିଛି ଭୁଲ୍ କାମ କଲେ ସେମାନେ ତାହାଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିବେ। 8 କିନ୍ତୁ ସେମାନେ କ’ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହୋଇ ଯାଇଥିଲା, ଯୀଶୁ ତାହାକୁ କହିଲେ, “ଉଠ ଓ ସମସ୍ତଙ୍କ ଆଗରେ ଠିଆ ହୋଇ ଯାଅ।” ସେ ଉଠିପଡ଼ି ସମସ୍ତଙ୍କ ଆଗରେ ଠିଆ ହୋଇଗଲା। 9 ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ପଗ୍ଭରୁଛି ବିଶ୍ରାମବାରରେ କାହାରି ମଙ୍ଗଳ କରିବା ନା କାହାରି କ୍ଷତି କରିବା ଉଚିତ୍? କାହାରି ଜୀବନ ରକ୍ଷା କରିବା ଉଚିତ୍ ନା କାହାରି ଜୀବନ ନଷ୍ଟ କରିବା।”
10 ଯୀଶୁ ଗ୍ଭରିଆଡ଼କୁ ସମସ୍ତଙ୍କ ଉପରେ ଦୃଷ୍ଟି ପକେଇଲେ ଓ ପୁଣି ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ବଢ଼ାଅ।” ସେ ସେହିଭଳି କଲା ଓ ତା’ ହାତ ପୁଣି ସୁସ୍ଥ ହୋଇଗଲା। 11 ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସେମାନେ ନିଜ ନିଜ ଭିତରେ କଥାବାର୍ତ୍ତା କଲେ, “ଯୀଶୁଙ୍କ ପାଇଁ କ’ଣ କରାଯିବ?”
2010 by World Bible Translation Center