Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 103:1-8

ଦାଉଦଙ୍କର ଏକ ଗୀତ।

103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
    ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
    ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
    ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
    ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
    ଯୁବକ କରନ୍ତି।
ସଦାପ୍ରଭୁ ନ୍ୟାୟବାନ୍।
    ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
ପରମେଶ୍ୱର ମୋଶାଙ୍କୁ ଆପଣା ପଥ
    ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
    ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।

ବଂଶାବଳୀର ଦ୍ୱିତୀୟ ପୁସ୍ତକ 8:12-15

12 ଏହା ପରେ ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ। ଶଲୋମନ ମନ୍ଦିରର ବାରଣ୍ଡା ସମ୍ମୁଖରେ ସେହି ବଳିବେଦି ନିର୍ମାଣ କରିଥିଲେ। 13 ମୋଶା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ଶଲୋମନ ସେହି ପ୍ରକାରେ ପ୍ରତ୍ୟେକ ଦିନ ବଳି ଉତ୍ସର୍ଗ କଲେ। ବିଶ୍ରାମବାର, ଅମାବାସ୍ୟା ଉତ୍ସବ ଓ ତ୍ରୟବାର୍ଷିକ ଛୁଟିଦିବସ ଗୁଡ଼ିକରେ ବଳି ଉତ୍ସର୍ଗ କରାଯାଉ ଥିଲା। ଏହି ତ୍ରୟବାର୍ଷିକ ଛୁଟିଦିବସଗୁଡ଼ିକ ଥିଲା ବିନା ଖମୀରର ତାଡ଼ିଶୂନ୍ୟ ରୋଟୀର ପର୍ବ, ସପ୍ତାହବ୍ୟାପି ପର୍ବ ଓ ଆଶ୍ରୟଦାୟକ ପର୍ବ। 14 ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦେଶାବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଶଲୋମନ ଲେବୀୟମାନଙ୍କୁ ମଧ୍ୟ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଲେବୀୟମାନଙ୍କର କାର୍ଯ୍ୟ ଥିଲା ପ୍ରଶଂସା ଗାନରେ ନେତୃତ୍ୱ ଦେବା ଓ ମନ୍ଦିରର ସେବାକାର୍ଯ୍ୟ ନିମନ୍ତେ ଦୈନନ୍ଦିନ ଯେଉଁ ବିଷୟମାନ କରାଯାଏ, ସେଥିରେ ଯାଜକମାନଙ୍କୁ ସାହାଯ୍ୟ କରିବା। ଆଉ ଶଲୋମନ ଦ୍ୱାର ନିକଟରେ ସେବାକାର୍ଯ୍ୟ କରିବା ନିମନ୍ତେ ଦ୍ୱାରପାଳମାନଙ୍କୁ ସେମାନଙ୍କର ଦଳ ଅନୁଯାୟୀ ମନୋନୀତ କଲେ। ପରମେଶ୍ୱରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 15 ଯାଜକ ଓ ଲେବୀୟମାନେ ଠିକ୍ ସେହିପରି କଲେ, ଯାହା ଶଲୋମନ ସେମାନଙ୍କୁ ମନ୍ଦିରରେ ଏବଂ ଏହାର କୋଷାଗାରରେ କରିବା ପାଇଁ କହିଥିଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 17:1-9

ପାଉଲ ଓ ଶୀଲାଙ୍କର ଥେସଲନିକୀରେ ପ୍ରବେଶ

17 ପାଉଲ ଓ ଶୀଲା ଆଂଫିପଲି ଓ ଆପଲ୍ଲୋନିଆ ନଗର ଦେଇ ଥେସଲନୀକୀ ନଗରରେ ପହଞ୍ଚିଲେ। ସେଠାରେ ଯିହୂଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା। ପାଉଲ ସେମାନଙ୍କ ପାଖକୁ ଗଲେ। ଏପରି ସେ ସର୍ବଦା କରୁଥିଲେ। ସେ ତିନି ବିଶ୍ରାମବାର ଦିନ ପର୍ଯ୍ୟନ୍ତ ସେମାନଙ୍କ ସହିତ ଶାସ୍ତ୍ର ଆଲୋଚନା କଲେ। ସେ ପବିତ୍ର ବାକ୍ୟ ବୁଝେଇଲେ ଓ ସେମାନଙ୍କୁ ପ୍ରମାଣ ଦେଇ କହିଲେ ଯେ, ଖ୍ରୀଷ୍ଟଙ୍କର ଦୁଃଖ ଭୋଗ କରିବାର ଓ ମୃତ୍ୟୁରୁ ପୁନର୍ଜୀବିତ ହେବାର ଆବଶ୍ୟକତା ଥିଲା। ପାଉଲ କହିଲେ, “ଏହି ଯୀଶୁ, ଯାହାଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଗ୍ଭର କରୁଛି, ସେ ହେଉଛନ୍ତି ଖ୍ରୀଷ୍ଟ।” ସେମାନଙ୍କ ମଧ୍ୟରୁ କେତେକ ଲୋକ ପରିବର୍ତ୍ତିତ ହେଲେ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ୟ ପରମେଶ୍ୱରଙ୍କୁ ପୂଜା କରୁଥିବା ଅନେକ ଗ୍ରୀକ୍ ଲୋକ ଓ ଅନେକ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ୟ ସେମାନଙ୍କ ସହିତ ଯୋଗଦେଲେ।

କିନ୍ତୁ ଅବିଶ୍ୱାସୀ ଯିହୂଦୀୟମାନେ ଈର୍ଷାପରାୟଣ ହୋଇ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଗୋଟିଏ ଦଳ ଏକାଠି କଲେ ଓ ନଗରରେ ଗଣ୍ଡଗୋଳ ସୃଷ୍ଟିକଲେ। ସେମାନେ ନଗରରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେଷ୍ଟା କଲେ। ସେମାନେ ତାହାଙ୍କୁ ନ ପାଇ ଯାସୋନ ଓ କେତେକ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ। ସେମାନେ ପାଟି କରି କହିଲେ, “ଏହି ଲୋକମାନେ ସାରା ଜଗତରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି। ସେମାନେ ବର୍ତ୍ତମାନ ଏଠାକୁ ମଧ୍ୟ ଆସିଲେଣି। ଯାସୋନ ସେହିମାନଙ୍କୁ ଆଣି ନିଜ ଘରେ ରଖିଛି। ଯୀଶୁ ନାମରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସେମାନେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚରଣ କରୁଛନ୍ତି।”

ଜନସମୂହ ଓ ନଗରର ଶାସନକର୍ତ୍ତାମାନେ ସେମାନଙ୍କ କଥା ଶୁଣି ବିଚଳିତ ହୋଇ ପଡ଼ିଲେ। ପରେ ସେମାନେ ଯାସୋନ ଓ ଅନ୍ୟମାନଙ୍କଠାରୁ ଜାମିନ ନେଇ ଛାଡ଼ି ଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center