Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 103:1-8

ଦାଉଦଙ୍କର ଏକ ଗୀତ।

103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
    ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
    ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
    ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
    ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
    ଯୁବକ କରନ୍ତି।
ସଦାପ୍ରଭୁ ନ୍ୟାୟବାନ୍।
    ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
ପରମେଶ୍ୱର ମୋଶାଙ୍କୁ ଆପଣା ପଥ
    ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
    ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।

ଗଣନା ପୁସ୍ତକ 15:32-41

ବିଶ୍ରାମବାରରେ ଏକବ୍ୟକ୍ତି କାର୍ଯ୍ୟ କରିବା

32 ସେତେବେଳେ ଇସ୍ରାଏଲ ଥିବା ସମୟରେ ଗୋଟିଏ ବ୍ୟକ୍ତିକୁ ବିଶ୍ରାମ ବାରରେ କାଠ ସଂଗ୍ରହ କରୁଥିବାର ଦେଖିଲେ। 33 ପୁଣି ଯେଉଁମାନେ ତାକୁ କାଠ ସଂଗ୍ରହ କରୁଥିବାର ଦେଖିଲେ ସେମାନେ ମୋଶା ଓ ହାରୋଣ ନିକଟକୁ ତାକୁ ଆଣିଲେ ଓ ସମସ୍ତ ମଣ୍ତଳୀ ତା'ର ଗ୍ଭରିପଟେ ଏକତ୍ରିତ ହେଲେ। 34 ଆଉ ସେମାନେ ତାହାକୁ ସେଠାରେ ରଖିଲେ। କାରଣ ତା’ ପ୍ରତି କି ପ୍ରକାର ଶାସ୍ତି ବିଧାନ ହେବ ସେମାନେ ଜାଣି ନ ଥିଲେ।

35 ତା'ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ମନୁଷ୍ୟକୁ ଆଇନ ସଙ୍ଗତ ଦଣ୍ତ ଦିଆଯିବ। ସମଗ୍ର ମଣ୍ତଳୀ ତାହାକୁ ଛାଉଣି ବାହାରେ ପଥର ପକାଇ ବଧ କରିବେ।” 36 ତେଣୁ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମଗ୍ର ମଣ୍ତଳୀ ତାହାକୁ ଛାଉଣି ବାହାରକୁ ଆଣି ପଥର ଫିଙ୍ଗି ହତ୍ୟା କଲେ।

ପରମେଶ୍ୱରଙ୍କ ଆଜ୍ଞାକୁ ସ୍ମରଣ କରିବାର ମାର୍ଗ

37 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 38 “ଇସ୍ରାଏଲ ଲୋକମାନଙ୍କୁ କୁହ, ଏହି ଆଜ୍ଞା ଜଣାଇ ଦିଅ, ସେମାନେ ନିଜ ନିଜ ବସ୍ତ୍ରର ଅଞ୍ଚଳରେ ଝାଲର ପ୍ରସ୍ତୁତ ଓ ପ୍ରତ୍ୟେକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ। ପୁରୁଷାନୁକ୍ରମେ ତାକୁ ଚିରକାଳ ପରିଧାନ କରିବା ଉଚିତ୍। 39 ତୁମ୍ଭେମାନେ ଯେପରି ସେହି ଝାଲର ଏକାଠି ବନ୍ଧା ହୋଇଥିବା ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମନେ କରି ପାଳନ କରିବ। ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାକୁ ଭୁଲି ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଗ୍ଭର କର ନାହିଁ। 40 ତୁମ୍ଭେମାନେ ମୋର ସସସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବା ଉଚିତ୍। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ ହେବା ଉଚିତ୍। 41 ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବାକୁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛି।”

ଏବ୍ରୀ 12:3-17

ଯୀଶୁଙ୍କ ବିଷୟରେ ଭାବି ଦେଖ। ଯେତେବେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧରେ କିଛି କରୁଥିଲେ, ସେ ଅତି ଧୈର୍ଯ୍ୟର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭେମାନେ ମଧ୍ୟ ସେହିଭଳି ଧୈର୍ଯ୍ୟବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।

ପରମେଶ୍ୱର ପିତାତୁଲ୍ୟ

ତୁମ୍ଭେମାନେ ପାପ ବିରୁଦ୍ଧରେ ସଂଗ୍ରାମ କରୁଛ, କିନ୍ତୁ ସେହି ସଂଗ୍ରାମ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୋଇପାରି ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଗଣ ହୋଇଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ୱନାର ବାକ୍ୟ କୁହନ୍ତି। ତୁମ୍ଭେମାନେ ସେହି ବାକ୍ୟଗୁଡ଼ିକୁ ଭୁଲି ଯାଇଛ:

“ହେ ମୋର ପୁତ୍ର! ଯେତେବେଳେ ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତି ଭାବ ନାହିଁ ଯେ ତାହା ମୂଲ୍ୟହୀନ,
    ଓ ଯେତେବେଳେ ପ୍ରଭୁ ତୁମ୍ଭର ସଂଶୋଧନ କରନ୍ତି ଚେଷ୍ଟା କରିବାରେ ନିରୁତ୍ସାହ ହୁଅ ନାହିଁ।
ପ୍ରଭୁ ଭଲ ପାଉଥିବା ପ୍ରତ୍ୟେକ ଲୋକକୁ ଦଣ୍ଡ ଦିଅନ୍ତି,
    ଓ ପୁତ୍ର ଭାବରେ ମାନିଥିବା ପ୍ରତ୍ୟେକ ଲୋକକୁ ସେ ଶାସ୍ତି ଦିଅନ୍ତି।”(A)

ଅତଏବ ପ୍ରତ୍ୟେକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତା'ର ପୁତ୍ର ପ୍ରତି ଯେଭଳି ବ୍ୟବହାର କରେ, ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ସେହିପରି ବ୍ୟବହାର କରନ୍ତି। ପ୍ରତ୍ୟେକ ପୁତ୍ର ପିତା ଦ୍ୱାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭେମାନେ କେବେ ଦଣ୍ଡ ପାଇ ନାହଁ ପ୍ରତ୍ୟେକ ପୁତ୍ର ଦଣ୍ଡ ପାଇବା ଉଚିତ୍, ତାହାହେଲେ ତୁମ୍ଭେମାନେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ। ଏହି ପୃଥିବୀରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦେଖାଇଲୁ। ଅତଏବ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା। 10 ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସେମାନେ ଯେପରି ଭଲ ଭାବିଲେ, ସେହିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ୱର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହେବା ପାଇଁ ସାହାଯ୍ୟ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି। 11 ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହୁଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳରେ, ଦଣ୍ଡ ପାଇବା ଦ୍ୱାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।

ଜୀବନ ପଦ୍ଧତି ବିଷୟରେ ସାବଧାନ ରୁହ

12 ତୁମ୍ଭେମାନେ ଦୁର୍ବଳ ହୋଇ ଯାଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର। 13 ଧାର୍ମିକ ହୋଇ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହେବାର କାରଣ ହେବ ନାହିଁ, ଓ ତୁମ୍ଭେମାନେ ରକ୍ଷା ପାଇ ପାରିବ।

14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣକର ଜୀବନ ପବିତ୍ର ନୁହେଁ, ତା'ହେଲେ ସେ ପ୍ରଭୁଙ୍କୁ କେବେ ହେଲେ ଦେଖି ପାରିବ ନାହିଁ। 15 ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କ ଅନୁଗ୍ରହ ପାଇବାରେ ବଞ୍ଚିତ ହେବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସେଭଳି ଲୋକ ସମୁଦାୟ ଦଳକୁ ନଷ୍ଟ କରିଦେବେ। 16 ସାବଧାନ ରୁହ ଯେପରି କେହିହେଲେ ଯୌନ ବ୍ୟଭିଗ୍ଭର ନ କରେ। ସାବଧାନ ରୁହ ଯେପରି କେହି ଏଷୌ ଭଳି ନ ହେଉ। ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରେ ନାହିଁ। ଏଷୌ ଜ୍ୟେଷ୍ଠପୁତ୍ର ଥିଲା, ଓ ସେ ତା’ ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥା’ନ୍ତା। କିନ୍ତୁ ଥରକର ଭୋଜନ ବଦଳରେ ସେ ସବୁକିଛି ବିକ୍ରି କରି ଦେଲା। 17 ତୁମ୍ଭେମାନେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏଷୌ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଗ୍ଭହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ୟାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା'ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center