Revised Common Lectionary (Complementary)
23 ସଦାପ୍ରଭୁ କହନ୍ତି,
“ଆମ୍ଭେ ପରମେଶ୍ୱର,
ଆମ୍ଭେ କି ନିକଟ କି ଦୂର ସବୁସ୍ଥାନରେ ପରମେଶ୍ୱର ଅଟୁ।
24 ସଦାପ୍ରଭୁ କହନ୍ତି, କୌଣସି ବ୍ୟକ୍ତି ଆମ୍ଭଠାରୁ ନିଜକୁ ଗୋପନୀୟ କରି ରହିପାରିବ ନାହିଁ।
କାରଣ ଆମ୍ଭେ ସ୍ୱର୍ଗ ଓ ମର୍ତ୍ତ୍ୟ
ସବୁଠାରେ ବ୍ୟାପି ରହିଅଛୁ।”
25 “ପୁଣି ଏପରି କେତେକ ଭବିଷ୍ୟଦ୍ବକ୍ତା ଅଛନ୍ତି, ଯେଉଁମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି ଓ ‘ଆମ୍ଭେ ସ୍ୱପ୍ନ ଦେଖିଅଛୁ, ଆମ୍ଭେ ସ୍ୱପ୍ନ ଦେଖିଅଛୁ’ କହନ୍ତି, ସେମାନଙ୍କ କଥା ଆମ୍ଭେ ଶୁଣିଅଛୁ। 26 ଯେଉଁ ଭବିଷ୍ୟଦ୍ବକ୍ତାମାନଙ୍କ ହୃଦୟ ମିଥ୍ୟା ଭାବନାରେ ପରିପୂର୍ଣ୍ଣ ଓ ଯେଉଁମାନେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି, ସେମାନେ କେତେକାଳ ଏହା ଗ୍ଭଲୁ ରଖିବେ? 27 ସେହି ଭବିଷ୍ୟଦ୍ବକ୍ତାଗଣ ଆପଣା ଆପଣା ପ୍ରତିବାସୀଙ୍କୁ ମିଥ୍ୟା ସ୍ୱପ୍ନ କଥା କହି ମୋର ନାମକୁ ମୋ’ ଲୋକମାନଙ୍କଠାରୁ ବିସ୍ମୃତ କରାଇବାକୁ ଗ୍ଭହାନ୍ତି। ଯେପରି ସେମାନଙ୍କର ପୂର୍ବପୁରୁଷଗଣ ବାଲ୍ଦେବ ସକାଶେ ମୋର ନାମ ପାଶୋରି ପକାଇଲେ। 28 ଶସ୍ୟ ସହିତ ପାଳ ସମାନ ନୁହେଁ। ଦେହିପରି ଯେଉଁ ଭବିଷ୍ୟଦ୍ବକ୍ତାଗଣ ଆମ୍ଭର ସ୍ୱପ୍ନ ଦେଖିଛନ୍ତି, ସେମାନେ ସେ ସ୍ୱପ୍ନକଥା ପ୍ରକାଶ କରନ୍ତୁ। ଯଦି ସେମାନେ ଆମ୍ଭର ବାକ୍ୟ ପାଇଛନ୍ତି ତେବେ ସେମାନେ ବିଶ୍ୱସ୍ତ ଭାବରେ ତାହା କୁହନ୍ତୁ।” 29 ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ ଅଗ୍ନି ତୁଲ୍ୟ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ।”
ଆସଫର ଗୀତ।
82 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି।
ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।
2 ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ?
ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?” ସେଲା
3 “ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର।
ଅତ୍ୟାଗ୍ଭରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ୟାୟ ବ୍ୟବହାର କର।
4 ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର।
ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ରକ୍ଷା କର।
5 “ଯାହାସବୁ ଘଟୁଛି ସେମାନେ ଜାଣନ୍ତି ନାହିଁ
କିଅବା ବୁଝନ୍ତି ନାହିଁ।
ସେମାନେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି।
ସେମାନଙ୍କର ପୃଥିବୀ ସେମାନଙ୍କର ଚତୁର୍ପାର୍ଶ୍ୱରେ ତଳକୁ ପଡ଼ୁଛି।”
6 ମୁଁ (ପରମେଶ୍ୱର) କହିଲି,
“ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ।
7 ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ।
ତୁମ୍ଭେ ରାଜକୁମାର ପରି ମୃତ୍ୟୁବରଣ କରିବ।”
8 ହେ ପରମେଶ୍ୱର, ଉଠ! ପୃଥିବୀର ବିଗ୍ଭର କର!
ସମସ୍ତ ଜାତିଗଣ ତୁମ୍ଭର ଅଟେ।
29 ବିଶ୍ୱାସଥିବା ହେତୁ ହିଁ ମୋଶାଙ୍କ ନେତୃତ୍ୱରେ ସମସ୍ତେ ସୁଫସାଗର ମଧ୍ୟଦେଇ ଶୁଖିଲା ଭୂଇଁ ଥିଲା ଭଳି ଗ୍ଭଲିଗ୍ଭଲି ପାର ହୋଇଗଲେ। ଯେତେବେଳେ ମିଶରଦେଶର ଲୋକେ ସୁଫସାଗର ଦେଇ ଯିବା ପାଇଁ ଚେଷ୍ଟା କଲେ ସେମାନେ ବୁଡ଼ି ଗଲେ।
30 ଈଶ୍ୱରଙ୍କ ଲୋକମାନଙ୍କ ବିଶ୍ୱାସ ହେତୁ ଯିରୀହୋ ନଗରର ପାଚେରୀଗୁଡ଼ିକ ସେମାନେ ସାତ ଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା।
31 ନିଜର ବିଶ୍ୱାସ ଦ୍ୱାରା, ରାହବ ନାମ୍ନୀ ବେଶ୍ୟା, ଇସ୍ରାଏଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ୱାଗତ କଲା, ଓ ସେମାନଙ୍କୁ ସାହାଯ୍ୟ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସେମାନଙ୍କ ସହିତ ମୃତ ହେଲା ନାହିଁ।
32 ମୁଁ ଅଧିକ ଆଉ କ’ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି? ଗିଦିୟୋନ, ବାରାକ, ଶାମ୍ଶୋନ୍, ଯିପ୍ତହ ଦାଉଦ, ଶାମୁୟେଲ, ଓ ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟରେ କହିବା ପାଇଁ ମୋ’ ପାଖରେ ଅଧିକ ସମୟ ନାହିଁ, 33 ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ୱାସ ଥିଲା। ସେହି ବିଶ୍ୱାସ ବଳରେ ସେମାନେ ସାମ୍ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲେ। ସେମାନ ସମସ୍ତେ ଧାର୍ମିକ କାର୍ଯ୍ୟ କଲେ, ପରମେଶ୍ୱରଙ୍କ ପ୍ରତିଜ୍ଞାର ବିଷୟ ଗୁଡ଼ିକ ପାଇଲେ। ସେମାନେ ନିଜ ବିଶ୍ୱାସ ଦ୍ୱାରା ସିଂହମାନଙ୍କର ମୁହଁ ବନ୍ଦ କଲେ। 34 ସେହି ବିଶ୍ୱାସ ବଳରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ଼୍ଗ ଦ୍ୱାରା ମରିବାରୁ ରକ୍ଷା ପାଇଲେ। ବିଶ୍ୱାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସେମାନେ ଯୁଦ୍ଧରେ ଶକ୍ତିଶାଳୀ ହୋଇ ଶତ୍ରୁ ସେନାଙ୍କୁ ପରାସ୍ତ କଲେ। 35 ମୃତ୍ୟୁରୁ ଲୋକମାନେ ପୁନର୍ଜୀବିତ ହୋଇ ପରିବାରରେ ନିଜ ନାରୀମାନଙ୍କ ପାଖକୁ ଗଲେ। ଅନ୍ୟ ଲୋକମାନଙ୍କୁ ଯାତନା ଦିଆ ହେଲା, ସେମାନେ ସ୍ୱାଧୀନ ହେବାକୁ ଗ୍ଭହିଁଲେ ନାହିଁ କାରଣ ସେମାନେ ମୃତ୍ୟୁରୁ ପୁନର୍ଜୀବନ ଲାଭ କରି ଗୋଟିଏ ଅଧିକ ଭଲ ଜୀବନ ପାଇ ପାରିବେ ବୋଲି ଭାବି ଏହିସବୁ କାର୍ଯ୍ୟ କରିଥିଲେ। 36 କେତେ ଲୋକ ହାସ୍ୟର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘରେ ରଖା ଗଲେ। 37 ସେମାନଙ୍କୁ ପଥର ମାରି ଦିଆ ହେଲା, ଓ କରତରେ ଦୁଇଫାଳ କରି ଚିରି ଦିଆ ହେଲା। କେତେକଙ୍କୁ ଖଡ଼୍ଗଦ୍ୱାରା ମାରି ଦିଆ ହେଲା। ସେମାନଙ୍କ ଭିତରୁ କେତେ ଜଣ ମେଷ ଓ ଛେଳିର ଚମଡ଼ା ପିନ୍ଧିଲେ। ସେମାନେ ଗରିବ ଥିଲେ, ନିର୍ଯ୍ୟାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ୱାରା ମନ୍ଦ ବ୍ୟବହାର ପାଇଲେ। 38 ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପଯୁକ୍ତ ନ ଥିଲା। ସେମାନେ ମରୁଭୂମିରେ ଓ ପାହାଡ଼ରେ ବୁଲିଲେ ଓ ଗୁମ୍ପା ଏବଂ ଭୂମିରେ ଥିବା ଗାତମାନଙ୍କରେ ନିଜକୁ ଲୁଗ୍ଭଇ ରଖିଲେ।
39 ଏହି ସମସ୍ତ ଲୋକମାନେ ନିଜର ବିଶ୍ୱାସ ପାଇଁ ଜଣା ଶୁଣା। କିନ୍ତୁ ଏମାନଙ୍କ ଭିତରୁ କେହିହେଲେ ପରମେଶ୍ୱରଙ୍କ ମହାନ୍ ପ୍ରତିଜ୍ଞା ପାଇପାରି ନ ଥିଲେ। 40 ପରମେଶ୍ୱର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦେବା ପାଇଁ ଯୋଜନା କରିଥିଲେ। ପରମେଶ୍ୱରଙ୍କ ଯୋଜନା ଥିଲା ଯେ, ସେମାନେ କେବଳ ଆମ୍ଭ ସହିତ ପରିପୂର୍ଣ୍ଣ ହେବେ।
ଆମ୍ଭେ ଯୀଶୁଙ୍କ ଉଦାହରଣ ଅନୁସରଣ କରିବା ଉଚିତ୍
12 ଆମ୍ଭର ଗ୍ଭରିପଟେ, ବିଶ୍ୱାସଧାରୀ ଆମ୍ଭର ବହୁ ସଂଖ୍ୟକ ଲୋକ ରହିଛନ୍ତି। ବିଶ୍ୱାସ ବିଷୟରେ ସେମାନଙ୍କ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସେମାନଙ୍କ ଭଳି ହେବା ଉଚିତ୍। ଆମ୍ଭେ ଜୀବନରେ ଆଗକୁ ଯିବା ପାଇଁ ଯାହାକିଛି ବାଧା ଅଛି, ସେଗୁଡ଼ିକୁ ଆମ୍ଭେ ଆଡ଼େଇ ଦେବା ଉଚିତ୍ ଓ ଆମ୍ଭ ସମ୍ମୁଖରେ ଥିବା ଦୌଡ଼ରେ ଦୌଡ଼ିବା ଉଚିତ୍। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ୟାଗ କରିବା ଉଚିତ୍। 2 ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ୍। ଆମ୍ଭ ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ୱାସକୁ ସିଦ୍ଧ କରନ୍ତି। ସେ କ୍ରୁଶ ଉପରେ ମୃତ୍ୟୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କ୍ରୁଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ୱର ତାହାଙ୍କ ସମ୍ମୁଖରେ ଯେଉଁ ଆନନ୍ଦର ଲକ୍ଷ୍ୟ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ୱରଙ୍କ ସିଂହାସନର ଡାହାଣରେ ବସିଛନ୍ତି।
ଲୋକମାନେ ଯୀଶୁଙ୍କ ସହ ଏକମତ ହେବେ ନାହିଁ
(ମାଥିଉ 10:34-36)
49 ଯୀଶୁ କହି ଗ୍ଭଲିଲେ, “ମୁଁ ଏ ପୃଥିବୀରେ ନିଆଁ ଜଳେଇବାକୁ ଆସିଛି। ମୁଁ ଗ୍ଭହୁଁଛି ଏହା ଆଗରୁ ଜଳୁଥା’ନ୍ତା। 50 ମୋତେ ‘ଅନ୍ୟପ୍ରକାରର ବାପ୍ତିସ୍ମ’[a] ଦ୍ୱାରା ବାପ୍ତିଜିତ ହେବାକୁ ପଡ଼ିବ। ଏହା ନ ହେବା ପର୍ଯ୍ୟନ୍ତ ମୁଁ ପୀଡ଼ା ଅନୁଭବ କରୁଛି। 51 ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଶାନ୍ତି ଦେବା ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦେବାକୁ ଆସିଛି। 52 ଏଣିକି ବର୍ତ୍ତମାନଠାରୁ ଗୋଟିଏ ଘରେ ପାଞ୍ଚ ଜଣ ଲୋକ ଥିଲେ ସେମାନେ ପରସ୍ପରର ବିରୋଧୀ ହୋଇଯିବେ। ତିନି ଜଣ ଦୁଇଜଣଙ୍କ ବିରୁଦ୍ଧରେ ଠିଆ ହେବେ କିମ୍ବା ଦୁଇଜଣ ତିନି ଜଣଙ୍କ ବିରୁଦ୍ଧରେ ଠିଆ ହେବେ।
53 ବାପ ପୁଅର ବିରୋଧୀ,
ପୁଅ ବାପର ବିରୋଧୀ,
ମା ଝିଅର ବିରୋଧୀ,
ଝିଅ ମାର ବିରୋଧୀ,
ଶାଶୁ ବୋହୂର ବିରୋଧୀ
ଓ ବୋହୂ ଶାଶୁର ବିରୋଧୀ ହୋଇଯିବ।”
ବୁଝିବା ସମୟର ଚିହ୍ନ
(ମାଥିଉ 16:2-3)
54 ଯୀଶୁ ଲୋକମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭେମାନେ ପଶ୍ଚିମ ଦିଗରୁ ମେଘ ଉଠିବା ଦେଖିଲେ କୁହ, ‘ଝଡ଼ବର୍ଷା ଆସୁଛି’ ତା'ପରେ ତାହା ହିଁ ହୁଏ। 55 ଦକ୍ଷିଣ ଦିଗରୁ ପବନ ବୋହିଲେ ତୁମ୍ଭେମାନେ କୁହ, ‘ଗରମ ହେବ।’ ତା'ପରେ ତାହା ହିଁ ହୁଏ। 56 ହେ କପଟୀଗଣ! ତୁମ୍ଭେମାନେ ପାଗ ବିଷୟରେ ତ ଜାଣି ପାରୁଛ। ତେବେ ଏହି ସମୟରେ କ’ଣ ଘଟୁଛି, ତାହା କାହିଁକି ଜାଣି ପାରୁ ନାହଁ?
2010 by World Bible Translation Center