Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 89:1-18

ଇଷ୍ରାହୀୟ ଏଥନର ମସ୍କୀଲ୍।

89 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି।
    ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।
ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି।
    ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”

ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି।
    ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି
    ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’” ସେଲା

ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି।
    ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।
ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ।
    “ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।
ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି।
    ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ।
    ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।
ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ।
    ତୁମ୍ଭେ ତା'ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ।
    ସେ ଏକ ଶବପରି ଥିଲା।
    ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।

11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ।
    ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ।
    ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
13 ତୁମ୍ଭେ ପରାକ୍ରାନ୍ତ।
    ତୁମ୍ଭର ଶକ୍ତି ମହାନ।
    ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ।
    ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।

15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
    ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।
16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ।
    ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
17 ତୁମ୍ଭେ ସେମାନଙ୍କର ଅ‌ଦ୍‌ଭୂତ ଶକ୍ତି।
    ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା,
    ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 33:14-26

ଉତ୍ତମ ଶାଖା

14 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ। ତାହାକୁ ସଫଳ କରିବାର ସମୟ ଆସୁଅଛି। 15 ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମସ୍ୱରୂପ ଏକ ‘ଶାଖା’ ଉତ୍ପନ୍ନ କରାଇବା। ସେହି ‘ଶାଖା’ ସେ ଦେଶରେ ନ୍ୟାୟ ଓ ଧାର୍ମିକତା ବିଗ୍ଭର ପ୍ରତିଷ୍ଠା କରିବେ। 16 ସେହି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ଯିରୁଶାଲମ ନିରାପଦରେ ବାସ କରିବ। ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ପରିଗ୍ଭଳକ ହେବେ, ସଦାପ୍ରଭୁ ଆମ୍ଭର ନ୍ୟାୟବାନ।’”

17 ଆଉ ସଦାପ୍ରଭୁ କହନ୍ତି, “ଦାଉଦ ବଂଶରୁ ଜଣେ ସର୍ବଦା ଇସ୍ରାଏଲୀୟ ବଂଶର ସିଂହାସନରେ ଉପବିଷ୍ଟ ହେବ। 18 ପୁଣି ଆମ୍ଭ ସମ୍ମୁଖରେ ହୋମବଳି ଶସ୍ୟ ନୈବେଦ୍ୟ ଦାହ ଓ ନିତ୍ୟ ବଳିଦାନ କରିବା ପାଇଁ ଲେବୀୟ ବଂଶରୁ ଜଣେ ଯାଜକ ସର୍ବଦା ରହିବ।”

19 ଅନନ୍ତର ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 20 ସଦାପ୍ରଭୁ କହନ୍ତି, “ଯଦି କେହି ଦିନରାତି ସହିତ ନିୟମ ଭଙ୍ଗ କରେ, ସେ ନିୟମିତ ଭାବରେ ଦେଖା ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ। 21 ମାତ୍ର ସେତେବେଳେ ଆମ୍ଭର ସେବକ ଦାଉଦ ସହିତ ନିୟମ ଭଙ୍ଗ କରାଯିବ। ତା'ର ବଂଶଧର ମଧ୍ୟରୁ ଜଣେ ସର୍ବଦା ଯିରୁଶାଲମରେ ଶାସନ କରିବ ଏବଂ ଏହି ଲେବୀୟ ଚିରଦିନ ମୋର ଯାଜକ ରୂପେ ସେବା କରିବ। 22 ଯେପରି ଆକାଶର ତାରା ଗଣା ଯାଇପାରିବ ନାହିଁ କି ସମୁଦ୍ରର ବାଲୁକା ମପା ଯାଇପାରିବ ନାହିଁ, ସେହିପରି ଆମ୍ଭେ ଦାଉଦ ବଂଶଧରକୁ ଓ ଲେବୀୟ ପରିବାରବର୍ଗକୁ ଏତେ ସଂଖ୍ୟାରେ ଦାସ ଓ ପରିଗ୍ଭରକ ପଠାଇବା ସେଗୁଡ଼ିକ ମଧ୍ୟ ଆକଳନ ହେବେ।”

23 ଅନନ୍ତର ଯିରିମିୟ ସଦାପ୍ରଭୁଙ୍କର ବାକ୍ୟ ପ୍ରାପ୍ତ ହେଲେ। 24 “ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କେବେ ତାହା ବିବେଚନା କରିଛ? ସେମାନେ କହନ୍ତି, ‘ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି। ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।” ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ରହିବେ ନାହିଁ।’”

25 ସଦାପ୍ରଭୁ କହନ୍ତି, “ଯଦି ଦିବାରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ସ୍ଥିର ନ ରହେ ଓ ଆମ୍ଭେ ଯେବେ ଆକାଶର ଓ ପୃଥିବୀର ବିଧି ସକଳ ନିରୂପଣ କରି ନ ଥାଉ, ତାହାହେଲେ ଆମ୍ଭେ ତୁମ୍ଭକୁ ଅଗ୍ରାହ୍ୟ କରିବା। 26 ତାହାହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସେବକ ଦାଉଦର ବଂଶଧରଗଣଙ୍କୁ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବର ବଂଶଧରଗଣ ଉପରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ୟାଖାନ କରିବା କି? ଏହା ହେବ ନାହିଁ, କାରଣ ଆମ୍ଭେ ସେମାନଙ୍କର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସେମାନଙ୍କ ଉପରେ କୃପା କରିବା।”

ଲୂକ ଲିଖିତ ସୁସମାଗ୍ଭର 12:41-48

ବିଶ୍ୱସ୍ତ ସେବକ କିଏ

(ମାଥିଉ 24:45-51)

41 ପିତର ପଗ୍ଭରିଲେ, “ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?”

42 ଏହା ଶୁଣି ଯୀଶୁ କହିଲେ, “ବିଶ୍ୱାସୀ ଓ ବୁଦ୍ଧିମାନ ସେବକ କିଏ? ମାଲିକ ଅନ୍ୟ ସେବକମାନଙ୍କୁ ସେମାନଙ୍କର ଖାଦ୍ୟ ଠିକ୍ ସମୟରେ ଦେବା ପାଇଁ ଜଣେ ଗ୍ଭକରକୁ ଦାୟିତ୍ୱ ଦେଇଥା’ନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ୱାସ କରିବେ ସେ ସେବକ କିଏ? 43 ମାଲିକ ଯେବେ ଆସିଲେ ମଧ୍ୟ ଯେଉଁ ସେବକକୁ ସବୁବେଳେ କାମ ତୁଲାଉଥିବାର ଦେଖିବେ, ସେହି ସେବକ ବହୁତ ଖୁସୀ ହେବ। 44 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ମାଲିକ ତାକୁ ତାହାଙ୍କ ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ରହିବା ପାଇଁ ବାଛିବେ।

45 “କିନ୍ତୁ ଯଦି ସେବକଟି ଦୁଷ୍ଟ ହୋଇଥିବ ଓ ମନେ ମନେ କହିବ, ମୋ’ ମାଲିକ ତୁରନ୍ତ ଆସିବେ ନାହିଁ, ତେବେ କ’ଣ ଘଟିବ? ସେ ଅନ୍ୟ ପୁରୁଷ ଓ ମହିଳା ସେବକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଦେବ ଓ ନିଜେ ଖିଆପିଆରେ ବୁଡ଼ି ରହିବ ଓ ମଦ ପିଇ ମାତାଲ ହେବ। 46 ତା'ପରେ ସେହି ସେବକଟିର ମାଲିକ କୌଣସି ଦିନ ଆସି ପହଞ୍ଚି ଯିବେ। ସେତେବେଳେ ସେବକଟି ପ୍ରସ୍ତୁତ ନ ଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚି ଯିବେ ବୋଲି ସେବକଟି ଭାବି ମଧ୍ୟ ପାରି ନ ଥିବ। ତା'ପରେ ମାଲିକ ସେବକଟିକୁ କଠିନ ଦଣ୍ଡ ଦେବେ ଓ ଅନ୍ୟ ଅବାଧ୍ୟ ଲୋକଙ୍କ ପାଖକୁ ତଡ଼ି ଦେବେ।

47 “ଯେଉଁ ସେବକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ’ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏ ନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରେନି, ସେହିଭଳି ସେବକକୁ ଭୀଷଣ ଦଣ୍ଡ ଦିଆଯିବ। 48 କିନ୍ତୁ ଯେଉଁ ସେବକ ନିଜ ମାଲିକଙ୍କ ଇଚ୍ଛା ବିଷୟରେ କିଛି ଜାଣି ନ ଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତେବେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ୟ ବିଷୟରେ ଜାଣିଥିବା ଗ୍ଭକର ଅପେକ୍ଷା କମ୍ ଦଣ୍ଡ ଦିଆଯିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାୟୀ ହେବ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତା'ଠାରୁ ବହୁତ ଅଧିକ ଆଶା କରାଯିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center